ରାଜ୍ୟରେ ଆଉ ୭ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୭ କରୋନା ସଂକ୍ରମିତ ଚିହ୍ନଟ । ୭ ପଜିଟିଭଙ୍କ ମଧ୍ୟରୁ ୪ ଜଣ ସୁନ୍ଦରଗଡ଼ରୁ ହୋଇଥିବା ବେଳେ ୩ ଜଣ ଭଦ୍ରକ ଜିଲ୍ଲାରୁ ବୋଲି ସୂଚନା ମିଳିଛି । ଏହାସହ ଭଦ୍ରକରେ ସର୍ବମୋଟ ୧୯ଟି ପିଜିଟିଭ କେସ ରହିଥିବା ବେଳେ ସୁନ୍ଦରଗଡ଼ରେ ବର୍ତ୍ତମାନ ସୁଦ୍ଧା ପଜିଟିଭ କେସ ୧୦କୁ ବୃଦ୍ଧି ପାଇଛି ।

ଭଦ୍ରକର ବାସୁଦେବପୁର ବ୍ଲକରୁ ୨ ଜଣ ଏବଂ ବନ୍ତ ବ୍ଲକରୁ ଜଣେ କରୋନା ଚିହ୍ନଟ ହୋଇଛନ୍ତି । ଭଦ୍ରକକୁ ଆସିଥିବା ତିନୋଟି କରୋନା ପଜିଟିଭ କେସର କୋଲକାତା ଲିଙ୍କ ଥିବା ସୂଚନା ମିଳିଛି । ସୁନ୍ଦରଗଡ଼ରେ ଚିହ୍ନଟ ୪ କରୋନା ଆକ୍ରାନ୍ତ ଗୋଟିଏ ପରିବାରର । ସେଥି ମଧ୍ୟରୁ ୨ ଜଣ ମହିଳା ଏବଂ ୨ ଜଣ ପୁରୁଷ ରହିଛନ୍ତି ।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୦ଟି ଆକ୍ଟିଭ କେସ ଥିବାବେଳେ, ଚିକିତ୍ସା ପରେ ୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି ।

ବାଲେଶ୍ୱରରୁ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ… ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି

Leave a Reply