spot_img
Home Blog Page 7185

କେମିତି କ୍ୱାରେଣ୍ଟାଇନରେ ରହିବେ ? ଜାଣନ୍ତୁ କ’ଣ ଟିପ୍ସ ଦେଉଛନ୍ତି ମାର୍ସ ୫୦୦ ଷ୍ଟିମ୍ୟୁଲେସନ୍ କ୍ର୍ୟୁ

ୱାସିଂଟନ: ନାସାର ମାର୍ସ୍ ୫୦୦ ଷ୍ଟିମ୍ୟୁଲେସନ୍ କ୍ର୍ୟୁ କରୋନା କାଳରେ କେମିତି କ୍ୱାରେଣ୍ଟାଇନରେ ରହିବେ ସେ ନେଇ ଟିପ୍ସ ଦେଇଛନ୍ତି । ଯାହାକୁ ଆମେରିକାର ଏବିସି ନ୍ୟୁଜ୍ ଟ୍ୱିଟ୍ କରିଛି ।  ଏହି କ୍ର୍ୟୁ ୫୨୦ ଦିନ ଗୋଟିଏ ମହାକାଶ ଯାନରେ ଏକାନ୍ତବାସରେ ଥିଲା । ଏହି ସମୟରେ ସେମାନଙ୍କର ବାହାର ଦୁନିଆ ସହ କୌଣସି ସଂପର୍କ ନଥିଲା । ବାହାର ଦୁନିଆରୁ ଅଲଗା ରହି ମଧ୍ୟ ଜଣେ କେଉଁଭଳି ନିଜ ମାନସିକ ଭାରସାମ୍ୟ ରକ୍ଷା କରିପାରିବ ସେନେଇ କ୍ର୍ୟୁ ଟିପ୍ସ ଦେଇଛି ।

ବିନା ସୂର୍ଯ୍ୟାଲୋକ, ତାଜା ହାୱା କିମ୍ବା ତାଜା ଖାଦ୍ୟରେ ସେମାନେ ୫୨୦ ଦିନ ମହାକାଶ ଯାନରେ ରହିଥିଲେ । ତେଣୁ ନିଶ୍ଚିତ ଭାବେ ସେମାନଙ୍କ ପାଖରେ କ୍ୱାରେଣ୍ଟାଇନରେ ରହିବାକୁ ନେଇ ବିଶେଷ ଟିପ୍ସ ରହିଛି । ଆସନ୍ତୁ ଜାଣିବା ମାର୍ସ ୫୦୦ କ୍ର୍ୟୁ କ୍ୱାରେଣ୍ଟାଇନକୁ ନେଇ କଣ କହୁଛନ୍ତି ।

mars

୧. ସବୁବେଳେ ମନେ ରଖନ୍ତୁ ଯେ, ଏହି ପରିସ୍ଥିତି ସାମୟୀକ, ଅର୍ଥାତ କିଛି ଦିନ ପରେ ଆପଣ ପୁଣିଥରେ ନିଜ ଦୈନନ୍ଦିନ ଜୀବନକୁ ଫେରିବେ । ଜୀବନ ଯେମିତି ଚାଲୁଥିଲା ଭବିଷ୍ୟତରେ ସେମିତି ଚାଲିବ । ତେଣୁ ବର୍ତ୍ତମାନକୁ ନେଇ ବିଶେଷ ଚିନ୍ତା କରନ୍ତୁ ନାହଁ ।

୨. ସବୁଦିନ ସମାନ ସମୟରେ ଶୋଇବାକୁ ଯାଆନ୍ତୁ, ମାନେ ନିଜ ରୁଟିନ୍ ବନାନ୍ତୁ । ଯେଉଁ ସମୟରେ ଶୋଉଛନ୍ତି, ଯେଉଁ ସମୟରେ ବିଛଣା ଛାଡୁଛନ୍ତି ତାକୁ ବଜାୟ ରଖନ୍ତୁ ।

୩. କ୍ୱାରେଣ୍ଟାଇନରେ ରହିବା ମାନେ ସହଜରେ ବୋର ହେବା । ତେଣୁ ନିଜକୁ କୌଣସି ନା କୌଣସି କାମରେ ବ୍ୟସ୍ତ ରଖନ୍ତୁ । ନିଜକୁ ବ୍ୟସ୍ତ ରଖିଲେ ବୋର ହେବେ ନାହିଁ ।

୪. ଆପଣଙ୍କ ପାଖରେ ଥିବା ଲୋକଙ୍କ ସହ କଥାବାର୍ତ୍ତା ହୁଅନ୍ତୁ । ଚିନ୍ତାଠାରୁ ଦୁରେଇ ରୁହନ୍ତୁ । କେବେ ମଧ୍ୟ ମାନସିକ ଚାପକୁ ନିଜ ଉପରେ ଭାରି ହେବାକୁ ଦିଅନ୍ତୁ ନାହିଁ ।

୫. ସବୁବେଳେ ଗୋଟିଏ ଦିନ କଥା ଭାବନ୍ତୁ, ଲମ୍ବା ଅବଧି କଥା ଚିନ୍ତା କରନ୍ତୁ ନାହିଁ ।

ଲକ୍‌ଡାଉନ୍‌ ପରେ ବାକିଥିବା ଯୁକ୍ତ ଦୁଇ ପରୀକ୍ଷା କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ଲକ୍‌ଡାଉନ୍‌ ପରେ ବାକିଥିବା ଯୁକ୍ତ ଦୁଇ ପରୀକ୍ଷା କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଖୁବ୍‌ଶୀଘ୍ର ପରୀକ୍ଷା ହେବ ଓ ରେଜଲ୍ଟ ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

ସାମାଜିକ ଦୂରତା ରକ୍ଷା କରାଯାଇ ପରୀକ୍ଷା କରାଯିବ। କିଛି ସେଣ୍ଟରକୁ କ୍ୱାରେଣ୍ଟାଇନ୍‌ ସେଣ୍ଟର କରିବାକୁ କୁହାଯାଇଛି । ତାହାକୁ ଭିତ୍ତି କରି ପରୀକ୍ଷା ସେଣ୍ଟର ଚୟନ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

କରୋନା ଭାଇରସ ସଂକ୍ରମଣ ରୋକିବାକୁ ଘୁଞ୍ଚିଲା ସିବିଏସଇ ଏବଂ ଆଇସିଏସଇ ପରୀକ୍ଷା

ପ୍ରକାଶ ପାଇଲା ନୂତନ ୩ କରୋନା ପଜିଟିଭଙ୍କ ତଥ୍ୟ, ସମସ୍ତଙ୍କର ରହିଛି କୋଲକାତା ଲିଙ୍କ

ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଜିଲ୍ଲାକୁ ଡେଇଁଲା କରୋନା । ଦେବଗଡ଼, ଝାରସୁଗୁଡା ଓ କେନ୍ଦୁଝରରେ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ୩ ନୂଆ ପଜିଟିଭଙ୍କ ସଂପର୍କରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତଥ୍ୟ ପ୍ରଦାନ କରିଛି।

କେନ୍ଦୁଝର ପଞ୍ଚପଲ୍ଲୀର ୬୦ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦେବଗଡ଼ ବାସୁଦେବପୁରର ୩୪ ବର୍ଷୀୟ ପୁରୁଷଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ କୋଲକାତାରୁ ମୁମ୍ବାଇ ଟ୍ରକ ଚଳାଉଥିଲେ। ଗତ ୨୬ ତାରିଖରେ ଗାଁକୁ ଫେରିବା ପରେ ୨୭ ତାରିଖରେ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା।

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ…୧୧୯କୁ ବୃଦ୍ଧି ହେଲା ଆକ୍ରାନ୍ତଙ୍କ ସଂଖ୍ୟା

ସେପଟେ ଝାରସୁଗୁଡ଼ାର ବ୍ରଜରାଜନଗରରୁ ୧୮ ବର୍ଷୀୟ ଯ଼ୁବତୀ କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତଙ୍କର ପଶ୍ଚିମବଙ୍ଗ କନେକ୍ସନ୍‌ ରହିଛି। ସମସ୍ତେ କ୍ୱାରେଣ୍ଟାଇନ୍‌ରେ ଥିଲେ। ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି। ୮୩ଟି ଆକ୍ଟିଭ୍‌ କେସ୍‌ ଥିବା ବେଳେ ୩୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣରେ ଏପର୍ଯ୍ୟନ୍ତ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ରାଜ୍ୟରେ ୧୪ ଜିଲ୍ଲାକୁ ବ୍ୟାପିଛି କରୋନା।

ଇରଫାନଙ୍କୁ ଅଲବିଦା କହିଲେ ଅମିତାଭଙ୍କଠାରୁ କେଜ୍ରିୱାଲ

ମୁମ୍ବାଇ :  କରୋନା ଭିତରେ ଆଉ ଗୋଟିଏ ହୃଦୟ ବିଦାରକ ଖବର ଆସିଛି । ବଲିଉଡର ଗ୍ଲୋବାଲ ଅଭିନେତା ଇରଫାନ୍ ଖାନ ଦୁନିଆକୁ କହିଛନ୍ତି ଅଲବିଦା । ନିଜ ଅଭିନୟର ଯାଦୁ ଦ୍ୱାରା ପୁରା ଦେଶକୁ ଗତ ତିନି ଦଶନ୍ଧୀ ଧରି ମୋହାଛନ୍ନ କରିଥିବା ଇରଫାନ୍ ମୁମ୍ବାଇର ଗୋଟିଏ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଇରଫାନଙ୍କ ଅସମୟ ମୃତ୍ୟୁରେ ଦେଶର ନାମିଦାମୀ ଶୋକବ୍ୟକ୍ତ କରିଛନ୍ତି  ।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଇରଫାନଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ମୋଦି ଲେଖିଛନ୍ତି, ଇରଫାନଙ୍କ ମୃତ୍ୟୁ ସିନେମା ଓ ଥିଏଟର ଜଗତ ପାଇଁ ବଡ଼ କ୍ଷତି ଅଟେ । ବିଭିନ୍ନ ମାଧ୍ୟମରେ ଇରଫାନ କରୁଥିବା କାମ ପାଇଁ ସେ ମନେ ରହିବେ । ପ୍ରଧାନମନ୍ତ୍ରୀ ତାଙ୍କ ପରିବାର, ବନ୍ଧୁବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ଆତ୍ମାର ସଦଗତି କାମନା କରିଛନ୍ତି ।

ସେହିଭଳି ଇରଫାନଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇରଫାନଙ୍କ ବହୁମୂଖି ଅଭିନୟକୁ ସାରା ବିଶ୍ୱର ସିନେପ୍ରେମୀ ଝୁରିବେ । ଶୋକସନ୍ତପ୍ତ ପରିବାର ବର୍ଗକୁ ନବୀନ ସମବେଦନା ଜଣାଇଛନ୍ତି ।

ଅମିତାଭଙ୍କଠାରୁ କେଜ୍ରିୱାଲଙ୍କ ଇରଫାନଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।  ଅମିତାଭ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଇରଫାନ ଖାନଙ୍କ ନିଧନ ଖବର ମିଳିଛି । ଏହା ଅତ୍ୟନ୍ତ ଦୁଃଖଦାୟକ ଖବର ।  ଜଣେ ମହାନ କଳାକାର,ସହକର୍ମୀ ସିନେ ଦୁନିଆରେ ଯାହାଙ୍କର ଯୋଗଦାନ ଥିଲା ଢେର ଅଧିକ । ସେ ଆମକୁ ଶୀଘ୍ର ଛାଡି ଚାଲିଯାଇଛନ୍ତି ଓ ଗୋଟିଏ ଶୂନ୍ୟତା ଛାଡିଯାଇଛନ୍ତି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ୍ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଦେଶର ମହାନ କଳାକାରଙ୍କ ମଧ୍ୟରୁ ଜଣେ ଇରଫାନ ଖାନଙ୍କ ନିଧନ ଖବର ଅତ୍ୟନ୍ତ ଦୁଃଖଦାୟୀ । ଭଗବାନ ତାଙ୍କ ପରିବାରଙ୍କୁ ଶକ୍ତି ଦିଅନ୍ତୁ ।

ଇରଫାନ ଖାନଙ୍କ ନିଧନକୁ ନେଇ କବି ତଥା ରାଜନେତା କୁମାର ବିଶ୍ୱାସ ମଧ୍ୟ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ପ୍ରଥା,ହାସିଲ ଭଳି ପ୍ରାରମ୍ଭିକ ଫିଲ୍ମରୁ ଗ୍ଲୋବାଲ ଅଭିନେତା ,ମୋ ବନ୍ଧୁ ଇରଫାନଙ୍କୁ ଏମିତି ଯିବାକୁ ପଡିଲା । ସେ ଗୋଟିଏ କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଇରଫାନଙ୍କ ପରଲୋକକୁ ନେଇ ଟ୍ୱିଟ୍ କରିଛନ୍ତି

ସେହିଭଳି ବଲିଉଡ୍ ଅଭିନେତା ପରେଶ ରାୱଲ ଟ୍ୱିଟ୍ କରି କହିଛନ୍ତି ଯେ, ଇରଫାନ ତୁମ ଭଳି ଆଉ କେହି ହେବେ ନାହିଁ ।

କିମ୍ ଜଙ୍ଗ ଜୀବିତ ନା ମୃତ ? ଆମେରିକା ପଠାଇଲା ୫ ଗୁଇନ୍ଦା ବିମାନ

ଆମେରିକା: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ ଜୀବିତ କି ମୃତ ? ଏହା ଏବେ ବିଲିୟନ ଡଲାରର ପ୍ରଶ୍ନ ପାଲଟିଯାଇଛି । ଲୌହ ପରଦା ଆବରଣ ତଳେ ଲୁଚିଥିବା ଉତ୍ତର କୋରିଆରୁ କୌଣସି ଖବର ଆସିବା ସହଜ କଥା ନୁହେଁ । ତାହା ଉପରେ ଏହା ସୁପ୍ରିମ ଲିଡରଙ୍କ ଜୀବନ ସଂପର୍କିତ ପ୍ରଶ୍ନ । ଏମିତିରେ ଉତ୍ତର କୋରିଆରୁ କିଛି ତଥ୍ୟ ମିଳିବା କାଠିକର ପାଠ । ଦୁନିଆ କିମ୍ ଜଙ୍ଗଙ୍କୁ ଗତ ୧୮ ଦିନ ଧରି ଦେଖିନାହିଁ । ସେ ଜୀବିତ ନା ମୃତ ତାହା ଜାଣିବା ପାଇଁ ଆମେରିକା ୫ଟି ହାଇଟେକ୍ ଗୁଇନ୍ଦା ବିମାନ ଉତ୍ତର କୋରିଆ ପଠାଇଥିବା ଜଣା ପଡିଛି ।


ଉତ୍ତର କୋରିଆ ଆକାଶରେ ଆମେରିକା ଗୁଇନ୍ଦା ବିମାନ ପଇଁତରା ମାରୁଥିବା ଖବର ପ୍ରଥମେ ବ୍ରେକ୍ କରିଥିଲା ଦକ୍ଷିଣ କୋରିଆ ମିଡିଆ । ଦ.କୋରିଆର ଗୋଟିଏ ଖବର କାଗଜ ଏସଂପର୍କିତ ଦାବି କରିଥିଲା । ରିପୋର୍ଟରେ ଦାବି କରାଯାଇଥିଲା ଯେ,ଆମେରିକା କିମ୍ ଜଙ୍ଗଙ୍କ ସହ ସଂପର୍କିତ ଗୁଜବ ଉପରେ ନଜର ରଖିବାକୁ ଗୁଇନ୍ଦା ବିମାନ ପଠାଇଛି ।
Chosun llboର ରିପୋର୍ଟ ଅନୁସାରେ ଦ.କୋରିଆ ଗୁଇନ୍ଦା ଏଜେନ୍ସି ମଧ୍ୟ ଏହି ଖବରକୁ ସ୍ୱୀକାର କରିଛି । ସେଠାକାର ସେନା ଅନୁସାରେ କିମଙ୍କ ସ୍ୱାସ୍ଥ୍ୟ ବାବଦରେ ଜାଣିବାକୁ ଏହି ବିମାନ ପଠାଯାଇଛି ।


କିମ୍ ବାବଦରେ ତଥ୍ୟ ସଂଗ୍ରହ କରିବା ପାଇଁ RC-12s,E-8C Joint STARS,EO-5C Crazy Hawk ଭଳି ବିମାନ ଏବେ ଉତ୍ତର କୋରିଆ ଆକାଶରେ ପଇଁତରା ମାରୁଛନ୍ତି । EO-5C ବିମାନ ସେନା ଗତିବିଧି ଉପରେ ନଜର ରଖେ । ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ମଧ୍ୟ ତଥ୍ୟା ସଂଗ୍ରହ ପାଇଁ ନିଜର ଗୋଟିଏ ବିମାନ ମୁତ୍ତୟନ କରିଛି ।


CIAର ପୂର୍ବତନ ବିଶେଷଜ୍ଞ ଜଙ୍ଗ୍ ପାକଙ୍କ କହିବା ହେଉଛି ଯେ, ଯେଉଁ କେତେଜଣ ବଛାବଛା ବ୍ୟକ୍ତି କିମ୍ ଜୋଙ୍ଗଙ୍କ ଅତି ନିକଟତମ ସେମାନଙ୍କ ପାଖରେ ମଧ୍ୟ କିମଙ୍କ ବାବଦରେ ତଥ୍ୟ ନାହିଁ । କିମ୍ ଜଙ୍ଗଙ୍କ ଜେଜେ କିମ୍ ଇଲଙ୍କ ମୃତ୍ୟୁ ସମ୍ପର୍କରେ ମଧ୍ୟ ବାକି ବିଶ୍ୱ ଅନେକ ଦିନ ପର୍ଯ୍ୟନ୍ତ ଜାଣି ପାରିନଥିଲା । ଉତ୍ତର କୋରିଆ ତରଫରୁ ଆଧିକାରିକ ଘୋଷଣା ପରେ ହିଁ କିମ୍ ଇଲଙ୍କ ମୃତ୍ୟୁ ବାବଦରେ ଜଣା ପଡିଥିଲା ।

ତେବେ ଦ.କୋରିଆ ମଧ୍ୟ ସାର୍ବଜନିକ ଭବେ କିମଙ୍କୁ ନେଇ ଉଡୁଥିବା ଗୁଜବକୁ ଖାରଜ କରିଛି । କିମ୍ କରୋନାକୁ ଡରି ଏକାନ୍ତବାସରେ ଥାଇ ପାରନ୍ତି ବୋଲି ଦକ୍ଷିଣ କୋରିଆ କହୁଛି ।
ଅନେକ ରିପୋର୍ଟରେ କିମ୍ ଜଙ୍ଗ ଗମ୍ଭୀର ଭାବେ ଅସୁସ୍ଥ ଥିବା କୁହାଯାଉଛି । କିନ୍ତୁ ଏହି ରିପୋର୍ଟର ସତ୍ୟତାକୁ ନେଇ ସନ୍ଦେହ ରହିଛି । ତେବେ ନିକଟରେ ଚୀନରୁ ଉତ୍ତର କୋରିଆକୁ ମେଡିକାଲ ଏକ୍ସପର୍ଟଙ୍କ ଟିମ୍ ଆସିଥିଲେ । ଏହାକୁ କିମଙ୍କ ଅସୁସ୍ଥତା ସହ ଯୋଡିକରି ଦେଖାଯାଉଛି ।

କୁଆଡେ ଗଲେ ଉତ୍ତର କୋରିଆ ଶାସକ, କାହିଁକି ସର୍ବସମ୍ମୁଖକୁ ଆସୁ ନାହାଁନ୍ତି କିମ ଜଙ୍ଗ ଉନ୍…‌

କିମଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଖବର ଉପରେ ଆମେରିକା ନଜର ରଖିଥିବା କହୁଛି କିନ୍ତୁ ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏବାବଦରେ ପଚରା ଯାଇଥିଲେ ମଧ୍ୟ ସେ ସ୍ପଷ୍ଟ ଭାବେ କିଛି ବି କହିନଥିଲେ ।
ଅନ୍ୟପକ୍ଷରେ ମଙ୍ଗଳବାର ଦିନ ଏକ ରିପୋର୍ଟରେ ଏହା ଦାବୀ କରାଯାଇଛି ଯେ, କିମ୍ ଜୋଙ୍ଗ ଉନ ଅସୁସ୍ଥ ଥିବା ଖବର ଦେଶ ମଧ୍ୟରେ ପ୍ରସାରିତ ହେଉଛି । dailynk.com ଅନୁସାରେ ଉତ୍ତର କୋରିଆରେ ଭାଇରାଲ ହେଉଥିବା ଗୋଟିଏ ଭିଡିଓରେ କିମ୍ ଗମ୍ଭୀର ଭାବେ ଅସୁସ୍ଥ ବୋଲି ଦାବି କରାଯାଉଛି ।

କରୋନା ତାଲିକାରେ ୩ ନୂଆ ଜିଲ୍ଲା: ୩ ନୂଆ ସଂକ୍ରମିତଙ୍କ ସହ ରାଜ୍ୟରେ କରୋନା ମାମଲା ସଂଖ୍ୟା ୧୨୨

ରାଜ୍ୟରେ ଆଉ ୩ କରୋନା ପଡିଟିଭ ଚିହ୍ନଟ । ତିନି ଜଣ କରୋନା ପଜିଟିଭ ଦେବଗଡ଼ ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାର ବୋଲି ସୂଚନା ଦେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିସହ ରାଜ୍ୟରେ କରୋନା ସକ୍ରମିତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ।

ତେବେ ନୂଆ ତିନୋଟି ଜିଲ୍ଲାରେ ଏଥର କରୋନା ପଡିଟିଭ ମାମଲା ଦେଖିବାକୁ ମିଳିଛି ।

ଏବେ ଓଡିଶାରେ ମୋଟ୍ ୮୦ଟି ଆକ୍ଟିଭ୍ କେସ ରହିଛି । ୩୮ ଜଣ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ…୧୧୯କୁ ବୃଦ୍ଧି ହେଲା ଆକ୍ରାନ୍ତଙ୍କ ସଂଖ୍ୟା

ଘୁଞ୍ଚିଲା CBSE ପରୀକ୍ଷା, ଲକଡାଉନ ପରେ ହେବ ଅବଶିଷ୍ଟ ପରୀକ୍ଷା

ଭୁବନେଶ୍ୱର: ଘୁଞ୍ଚିଲା ସିବିଏସସି ପରୀକ୍ଷା । ଲକଡାଉନ ପରେ ଅବଶିଷ୍ଟ ପରୀକ୍ଷା ହେବ । ତାରିଖ ଧାର୍ଯ୍ୟ ହେବାର ୧୦ ଦିନ ପୂର୍ବରୁ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯିବ । ସାମାଜିକ ଦୂରତା  ରଖି ପରୀକ୍ଷା ହେବ କିନ୍ତୁ ପରୀକ୍ଷା ସେଣ୍ଟର ବଢ଼ିବ ନାହିଁ ବୋଲି ସୂଚନା ରିହିଛି ।

କରୋନା ଭାଇରସ ସଂକ୍ରମଣ ରୋକିବାକୁ ଘୁଞ୍ଚିଲା ସିବିଏସଇ ଏବଂ ଆଇସିଏସଇ ପରୀକ୍ଷା

କୋରାପୁଟ କରୋନା ସଂକ୍ରମିତଙ୍କ ଯାତ୍ରାବିବରଣୀ : ଜାଣନ୍ତୁ ୧୦୯ ନମ୍ବର ସଂକ୍ରମିତ କେବେ, କେଉଁଠିକୁ ଯାଇଥିଲେ ?

ଭୁବନେଶ୍ୱର : ୧୦୯ ନମ୍ବର କରୋନା ସଂକ୍ରମିତଙ୍କ ଯାତ୍ରାବିବରଣୀ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଜାରି କରାଯାଇଛି । କୋରାପୁଟ ପୋଡାଗଡର ଏହି ସଂକ୍ରମିତଙ୍କ କୋଲକତା ଲିଙ୍କ୍ ରହିଛି । ସେ ଜଣ ନର୍ସ । ସେ କିଛି ଦିନ ତଳେ କୋଲକତା ଯାଇଥିଲେ । ଏପ୍ରିଲ ୧୩ ଓ ୧୪ ତାରିଖରେ ସେ ଗୋଟିଏ ଟ୍ୟାକ୍ସି ଭଡା କରି କୋଲକତାରୁ ଅନ୍ୟ ଦୁଇଜଣଙ୍କ ସହ ପୋଡାଗଡ ଫେରିଥିଲେ ।

୧୪ ଏପ୍ରିଲରେ ପୋଡାଗଡ ଫେରିବା ପରେ ସେ କ୍ୱାରେଣ୍ଟାଇନରେ ଥିଲେ । ୧୪ ଏପ୍ରିଲରୁ ୧୭ ଏପ୍ରିଲ ପର୍ଯ୍ୟନ୍ତ ସେ କ୍ୱାରେଣ୍ଟାଇନରେ ଥିଲେ । ଏହାପରେ ତାଙ୍କୁ କରୋନା ସଂକ୍ରମିତ ଚିହ୍ନଟ କରାଯାଇଥିଲା । ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କିମ୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।

ଦୁନିଆକୁ ଅଲବିଦା କହିଲେ ବଲିଉଡ୍ ଅଭିନେତା ଇରଫାନ୍

ମୁମ୍ବାଇ :  ଆଉ ନାହାନ୍ତି ବଲିଉଡ୍‌ ଅଭିନେତା ଇର୍ଫ।ନ ଖାନ୍‌। ମୁମ୍ବାଇରେ ୫୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ୨୦୧୮ରୁ ସେ କ୍ୟାନସରରେ ପୀଡ଼ିତ ଥିଲେ । ଅଙ୍ଗ୍ରେଜୀ ମିଡିୟମ୍‌ ଥିଲା ତାଙ୍କର ଶେଷ ଅଭିନୀତ ଚଳଚ୍ଚିତ୍ର। ଏହା ଲକ୍‌ଡାଉନ ପୂର୍ବରୁ ରିଲିଜ ହୋଇଥିଲା। ମକ୍‌ବୁଲ, ପିକୁରେ ଅଭିନୟ ପାଇଁ ପ୍ରଶଂସା ସାଉଁଟିଥିବା ଇର୍ଫ।ନ୍‌ ପାନ୍‌ ସିଂ ତୋମର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏହାଛଡ଼ା ସ୍ଲମ୍‌ ଡଗ ମିଲେନିୟର, ଇନ୍‌ଫେନୋ, ଲାଇଫ୍‌ ଅଫ୍‌ ପାଏରେ ତାଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଥିଲା।

ବଲିଉଡ୍ ଅଭିନେତା ଇରଫାନ୍ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ଅଚାନକ ବିଗିଡିବାକୁ ତାଙ୍କୁ ଗତକାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଇରଫାନଙ୍କୁ ମୁମ୍ବାଇସ୍ଥିତ କୋକିଲାବେନ୍ ହସ୍ପିଟାଲ ଆଇସିୟୁରେ ରଖାଯାଇଥିଲା । ନିକଟରେ ଇରଫାନଙ୍କ ମା’ଙ୍କର ଦେହାନ୍ତ ହୋଇଥିଲା । ତେବେ ଲକଡାଉନ୍ କାରଣରୁ ସେ ମା’ଙ୍କ ଶେଷକୃତ୍ୟରେ ସାମିଲ ହୋଇ ପାରିନଥିଲେ । ଭିଡଓ କଲ ଜରିଆରେ ସେ ନିଜ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଦୁଇ ବର୍ଷ ତଳେ ମାର୍ଚ୍ଚ ୨୦୧୮ରେ ଇରଫାନ ଅଚାନକ ଅସ୍ୱସ୍ଥ ହୋଇପଡିଥିଲେ । ଇରଫାନ୍ ଏସମ୍ବନ୍ଧରେ ନିଜେ ଟ୍ୱିଟ୍ କରିଥିଲେ । ଟ୍ୱିଟ୍ କରି ସେ ଫ୍ୟାନଙ୍କୁ ତାଙ୍କୁ ହୋଇଥିବା ରୋଗ ସମ୍ବନ୍ଧରେ ସୂଚିତ କରିଥିଲେ ।  ସେତେବେଳେ ସେ ଲେଖିଥିଲେ ଯେ, ଜୀବନରେ ଅଚାନକ ଏମିତି କିଛି ହୋଇଥାଏ, ଯାହା ଆପଣଙ୍କୁ ଆଗକୁ ନିଏ । ମୋ ଜିବନର ଗତ କିଛିଦିନ ଏହିଭଳି । ମୋତେ ନ୍ୟୁରୋ ଇଣ୍ଡୋକ୍ରାଇନ୍ ଟ୍ୟୁମର ହୋଇଛି ।

୫୫ ବର୍ଷିୟ ଇରଫାନ ୨୦୧୯ରେ ବିଦେଶରେ ଚିକିତ୍ସିତ ହେବା ପରେ ଭାରତ ଫେରିଥିଲେ । ସେତେବେଳେ ତାଙ୍କୁ ଏୟାରପୋର୍ଟରେ ହ୍ୱିଲଚେୟାରରେ ଦେଖିବାକୁ ମିଳିଥିଲା । ବିଦେଶରୁ ଫେରିବା ପରେ ତାଙ୍କ ପ୍ରଥମ ଫିଲ୍ମ ଥିଲା ଅଙ୍ଗ୍ରେଜି ମିଡିୟମ । ତେବେ କରୋନା କାରଣରୁ ଏହି ଫିଲ୍ମକୁ ବ୍ୟବସାୟିକ ସଫଳତା ମିଳିପାରିନାହିଁ

 

ଛତିଶଗଡ଼ ସୀମାନ୍ତରେ ଗୁଳିବିନିମୟ: ଜଣେ ମହିଳା ମାଓବାଦୀ ମୃତ

ମାଲକାନଗିରି: ଛତିଶଗଡ଼ ସୀମାନ୍ତ ନାରାୟଣପୁରରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଏଥିରେ ଜଣେ ମହିଳା ମାଓବାଦୀ ପ୍ରାଣ ହରାଇଥିବା ବେଳେ ୨ଜଣ ଯବାନ ଆହତ ହୋଇଛନ୍ତି । ଗୋଟିଏ ଏସଏଲଆର ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି।

କଡେନାର କରିଆମେଟା ଅଞ୍ଚଳରେ ଗୁଳି ବିନିମୟ ହୋଇଛି। ଯବାନଙ୍କୁ ଦେଖି ମାଓବାଦୀ ଆଇଡି ବିସ୍ଫୋରଣ ପରେ ଗୁଳି ଚଳାଇଥିଲେ। ଏହାର ଜବାବରେ ଯବାନମାନେ ଗୁଳି ଚଳାଇଥିଲେ । ଆହତ ଯବାନଙ୍କ ମଧ୍ୟରେ ଜଣେ CAF ଓ ଅନ୍ୟ ଜଣେ DRGର ବୋଲି ଜଣାପଡିଛି । ନାରାୟଣପୁର ଏସପି ମୋହିତ ଗର୍ଖ ଏନେଇ ସୂଚନା ଦେଇଛନ୍ତି ।