ଦୁନିଆକୁ ଅଲବିଦା କହିଲେ ବଲିଉଡ୍ ଅଭିନେତା ଇରଫାନ୍

ମୁମ୍ବାଇ :  ଆଉ ନାହାନ୍ତି ବଲିଉଡ୍‌ ଅଭିନେତା ଇର୍ଫ।ନ ଖାନ୍‌। ମୁମ୍ବାଇରେ ୫୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ୨୦୧୮ରୁ ସେ କ୍ୟାନସରରେ ପୀଡ଼ିତ ଥିଲେ । ଅଙ୍ଗ୍ରେଜୀ ମିଡିୟମ୍‌ ଥିଲା ତାଙ୍କର ଶେଷ ଅଭିନୀତ ଚଳଚ୍ଚିତ୍ର। ଏହା ଲକ୍‌ଡାଉନ ପୂର୍ବରୁ ରିଲିଜ ହୋଇଥିଲା। ମକ୍‌ବୁଲ, ପିକୁରେ ଅଭିନୟ ପାଇଁ ପ୍ରଶଂସା ସାଉଁଟିଥିବା ଇର୍ଫ।ନ୍‌ ପାନ୍‌ ସିଂ ତୋମର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏହାଛଡ଼ା ସ୍ଲମ୍‌ ଡଗ ମିଲେନିୟର, ଇନ୍‌ଫେନୋ, ଲାଇଫ୍‌ ଅଫ୍‌ ପାଏରେ ତାଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଥିଲା।

ବଲିଉଡ୍ ଅଭିନେତା ଇରଫାନ୍ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ଅଚାନକ ବିଗିଡିବାକୁ ତାଙ୍କୁ ଗତକାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଇରଫାନଙ୍କୁ ମୁମ୍ବାଇସ୍ଥିତ କୋକିଲାବେନ୍ ହସ୍ପିଟାଲ ଆଇସିୟୁରେ ରଖାଯାଇଥିଲା । ନିକଟରେ ଇରଫାନଙ୍କ ମା’ଙ୍କର ଦେହାନ୍ତ ହୋଇଥିଲା । ତେବେ ଲକଡାଉନ୍ କାରଣରୁ ସେ ମା’ଙ୍କ ଶେଷକୃତ୍ୟରେ ସାମିଲ ହୋଇ ପାରିନଥିଲେ । ଭିଡଓ କଲ ଜରିଆରେ ସେ ନିଜ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଦୁଇ ବର୍ଷ ତଳେ ମାର୍ଚ୍ଚ ୨୦୧୮ରେ ଇରଫାନ ଅଚାନକ ଅସ୍ୱସ୍ଥ ହୋଇପଡିଥିଲେ । ଇରଫାନ୍ ଏସମ୍ବନ୍ଧରେ ନିଜେ ଟ୍ୱିଟ୍ କରିଥିଲେ । ଟ୍ୱିଟ୍ କରି ସେ ଫ୍ୟାନଙ୍କୁ ତାଙ୍କୁ ହୋଇଥିବା ରୋଗ ସମ୍ବନ୍ଧରେ ସୂଚିତ କରିଥିଲେ ।  ସେତେବେଳେ ସେ ଲେଖିଥିଲେ ଯେ, ଜୀବନରେ ଅଚାନକ ଏମିତି କିଛି ହୋଇଥାଏ, ଯାହା ଆପଣଙ୍କୁ ଆଗକୁ ନିଏ । ମୋ ଜିବନର ଗତ କିଛିଦିନ ଏହିଭଳି । ମୋତେ ନ୍ୟୁରୋ ଇଣ୍ଡୋକ୍ରାଇନ୍ ଟ୍ୟୁମର ହୋଇଛି ।

୫୫ ବର୍ଷିୟ ଇରଫାନ ୨୦୧୯ରେ ବିଦେଶରେ ଚିକିତ୍ସିତ ହେବା ପରେ ଭାରତ ଫେରିଥିଲେ । ସେତେବେଳେ ତାଙ୍କୁ ଏୟାରପୋର୍ଟରେ ହ୍ୱିଲଚେୟାରରେ ଦେଖିବାକୁ ମିଳିଥିଲା । ବିଦେଶରୁ ଫେରିବା ପରେ ତାଙ୍କ ପ୍ରଥମ ଫିଲ୍ମ ଥିଲା ଅଙ୍ଗ୍ରେଜି ମିଡିୟମ । ତେବେ କରୋନା କାରଣରୁ ଏହି ଫିଲ୍ମକୁ ବ୍ୟବସାୟିକ ସଫଳତା ମିଳିପାରିନାହିଁ

 

Leave a Reply