ଇରଫାନଙ୍କୁ ଅଲବିଦା କହିଲେ ଅମିତାଭଙ୍କଠାରୁ କେଜ୍ରିୱାଲ

3 min read

ମୁମ୍ବାଇ :  କରୋନା ଭିତରେ ଆଉ ଗୋଟିଏ ହୃଦୟ ବିଦାରକ ଖବର ଆସିଛି । ବଲିଉଡର ଗ୍ଲୋବାଲ ଅଭିନେତା ଇରଫାନ୍ ଖାନ ଦୁନିଆକୁ କହିଛନ୍ତି ଅଲବିଦା । ନିଜ ଅଭିନୟର ଯାଦୁ ଦ୍ୱାରା ପୁରା ଦେଶକୁ ଗତ ତିନି ଦଶନ୍ଧୀ ଧରି ମୋହାଛନ୍ନ କରିଥିବା ଇରଫାନ୍ ମୁମ୍ବାଇର ଗୋଟିଏ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଇରଫାନଙ୍କ ଅସମୟ ମୃତ୍ୟୁରେ ଦେଶର ନାମିଦାମୀ ଶୋକବ୍ୟକ୍ତ କରିଛନ୍ତି  ।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଇରଫାନଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ମୋଦି ଲେଖିଛନ୍ତି, ଇରଫାନଙ୍କ ମୃତ୍ୟୁ ସିନେମା ଓ ଥିଏଟର ଜଗତ ପାଇଁ ବଡ଼ କ୍ଷତି ଅଟେ । ବିଭିନ୍ନ ମାଧ୍ୟମରେ ଇରଫାନ କରୁଥିବା କାମ ପାଇଁ ସେ ମନେ ରହିବେ । ପ୍ରଧାନମନ୍ତ୍ରୀ ତାଙ୍କ ପରିବାର, ବନ୍ଧୁବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ଆତ୍ମାର ସଦଗତି କାମନା କରିଛନ୍ତି ।

ସେହିଭଳି ଇରଫାନଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇରଫାନଙ୍କ ବହୁମୂଖି ଅଭିନୟକୁ ସାରା ବିଶ୍ୱର ସିନେପ୍ରେମୀ ଝୁରିବେ । ଶୋକସନ୍ତପ୍ତ ପରିବାର ବର୍ଗକୁ ନବୀନ ସମବେଦନା ଜଣାଇଛନ୍ତି ।

ଅମିତାଭଙ୍କଠାରୁ କେଜ୍ରିୱାଲଙ୍କ ଇରଫାନଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।  ଅମିତାଭ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଇରଫାନ ଖାନଙ୍କ ନିଧନ ଖବର ମିଳିଛି । ଏହା ଅତ୍ୟନ୍ତ ଦୁଃଖଦାୟକ ଖବର ।  ଜଣେ ମହାନ କଳାକାର,ସହକର୍ମୀ ସିନେ ଦୁନିଆରେ ଯାହାଙ୍କର ଯୋଗଦାନ ଥିଲା ଢେର ଅଧିକ । ସେ ଆମକୁ ଶୀଘ୍ର ଛାଡି ଚାଲିଯାଇଛନ୍ତି ଓ ଗୋଟିଏ ଶୂନ୍ୟତା ଛାଡିଯାଇଛନ୍ତି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ୍ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଦେଶର ମହାନ କଳାକାରଙ୍କ ମଧ୍ୟରୁ ଜଣେ ଇରଫାନ ଖାନଙ୍କ ନିଧନ ଖବର ଅତ୍ୟନ୍ତ ଦୁଃଖଦାୟୀ । ଭଗବାନ ତାଙ୍କ ପରିବାରଙ୍କୁ ଶକ୍ତି ଦିଅନ୍ତୁ ।

ଇରଫାନ ଖାନଙ୍କ ନିଧନକୁ ନେଇ କବି ତଥା ରାଜନେତା କୁମାର ବିଶ୍ୱାସ ମଧ୍ୟ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ପ୍ରଥା,ହାସିଲ ଭଳି ପ୍ରାରମ୍ଭିକ ଫିଲ୍ମରୁ ଗ୍ଲୋବାଲ ଅଭିନେତା ,ମୋ ବନ୍ଧୁ ଇରଫାନଙ୍କୁ ଏମିତି ଯିବାକୁ ପଡିଲା । ସେ ଗୋଟିଏ କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଇରଫାନଙ୍କ ପରଲୋକକୁ ନେଇ ଟ୍ୱିଟ୍ କରିଛନ୍ତି

ସେହିଭଳି ବଲିଉଡ୍ ଅଭିନେତା ପରେଶ ରାୱଲ ଟ୍ୱିଟ୍ କରି କହିଛନ୍ତି ଯେ, ଇରଫାନ ତୁମ ଭଳି ଆଉ କେହି ହେବେ ନାହିଁ ।

Leave a Reply