କେମିତି କ୍ୱାରେଣ୍ଟାଇନରେ ରହିବେ ? ଜାଣନ୍ତୁ କ’ଣ ଟିପ୍ସ ଦେଉଛନ୍ତି ମାର୍ସ ୫୦୦ ଷ୍ଟିମ୍ୟୁଲେସନ୍ କ୍ର୍ୟୁ

1 min read

ୱାସିଂଟନ: ନାସାର ମାର୍ସ୍ ୫୦୦ ଷ୍ଟିମ୍ୟୁଲେସନ୍ କ୍ର୍ୟୁ କରୋନା କାଳରେ କେମିତି କ୍ୱାରେଣ୍ଟାଇନରେ ରହିବେ ସେ ନେଇ ଟିପ୍ସ ଦେଇଛନ୍ତି । ଯାହାକୁ ଆମେରିକାର ଏବିସି ନ୍ୟୁଜ୍ ଟ୍ୱିଟ୍ କରିଛି ।  ଏହି କ୍ର୍ୟୁ ୫୨୦ ଦିନ ଗୋଟିଏ ମହାକାଶ ଯାନରେ ଏକାନ୍ତବାସରେ ଥିଲା । ଏହି ସମୟରେ ସେମାନଙ୍କର ବାହାର ଦୁନିଆ ସହ କୌଣସି ସଂପର୍କ ନଥିଲା । ବାହାର ଦୁନିଆରୁ ଅଲଗା ରହି ମଧ୍ୟ ଜଣେ କେଉଁଭଳି ନିଜ ମାନସିକ ଭାରସାମ୍ୟ ରକ୍ଷା କରିପାରିବ ସେନେଇ କ୍ର୍ୟୁ ଟିପ୍ସ ଦେଇଛି ।

ବିନା ସୂର୍ଯ୍ୟାଲୋକ, ତାଜା ହାୱା କିମ୍ବା ତାଜା ଖାଦ୍ୟରେ ସେମାନେ ୫୨୦ ଦିନ ମହାକାଶ ଯାନରେ ରହିଥିଲେ । ତେଣୁ ନିଶ୍ଚିତ ଭାବେ ସେମାନଙ୍କ ପାଖରେ କ୍ୱାରେଣ୍ଟାଇନରେ ରହିବାକୁ ନେଇ ବିଶେଷ ଟିପ୍ସ ରହିଛି । ଆସନ୍ତୁ ଜାଣିବା ମାର୍ସ ୫୦୦ କ୍ର୍ୟୁ କ୍ୱାରେଣ୍ଟାଇନକୁ ନେଇ କଣ କହୁଛନ୍ତି ।

mars

୧. ସବୁବେଳେ ମନେ ରଖନ୍ତୁ ଯେ, ଏହି ପରିସ୍ଥିତି ସାମୟୀକ, ଅର୍ଥାତ କିଛି ଦିନ ପରେ ଆପଣ ପୁଣିଥରେ ନିଜ ଦୈନନ୍ଦିନ ଜୀବନକୁ ଫେରିବେ । ଜୀବନ ଯେମିତି ଚାଲୁଥିଲା ଭବିଷ୍ୟତରେ ସେମିତି ଚାଲିବ । ତେଣୁ ବର୍ତ୍ତମାନକୁ ନେଇ ବିଶେଷ ଚିନ୍ତା କରନ୍ତୁ ନାହଁ ।

୨. ସବୁଦିନ ସମାନ ସମୟରେ ଶୋଇବାକୁ ଯାଆନ୍ତୁ, ମାନେ ନିଜ ରୁଟିନ୍ ବନାନ୍ତୁ । ଯେଉଁ ସମୟରେ ଶୋଉଛନ୍ତି, ଯେଉଁ ସମୟରେ ବିଛଣା ଛାଡୁଛନ୍ତି ତାକୁ ବଜାୟ ରଖନ୍ତୁ ।

୩. କ୍ୱାରେଣ୍ଟାଇନରେ ରହିବା ମାନେ ସହଜରେ ବୋର ହେବା । ତେଣୁ ନିଜକୁ କୌଣସି ନା କୌଣସି କାମରେ ବ୍ୟସ୍ତ ରଖନ୍ତୁ । ନିଜକୁ ବ୍ୟସ୍ତ ରଖିଲେ ବୋର ହେବେ ନାହିଁ ।

୪. ଆପଣଙ୍କ ପାଖରେ ଥିବା ଲୋକଙ୍କ ସହ କଥାବାର୍ତ୍ତା ହୁଅନ୍ତୁ । ଚିନ୍ତାଠାରୁ ଦୁରେଇ ରୁହନ୍ତୁ । କେବେ ମଧ୍ୟ ମାନସିକ ଚାପକୁ ନିଜ ଉପରେ ଭାରି ହେବାକୁ ଦିଅନ୍ତୁ ନାହିଁ ।

୫. ସବୁବେଳେ ଗୋଟିଏ ଦିନ କଥା ଭାବନ୍ତୁ, ଲମ୍ବା ଅବଧି କଥା ଚିନ୍ତା କରନ୍ତୁ ନାହିଁ ।

Leave a Reply