spot_img
Home Blog Page 7173

କୋଟାରୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ପଠାଗଲା ୪୦ ବସ୍, ଫେରିବା ପରେ କ୍ୱାରେଣ୍ଟାଇନରେ ରହିବେ ୧୪ ଦିନ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ରାଜଧାନୀ ଦିଲ୍ଲୀର ସ୍ଥିତିକୁ ନେଇ ସାମ୍ବାଦିକ ସମ୍ମୀଳନୀ ରଖିଥିଲେ । ସାମ୍ବାଦିକ ସମ୍ମୀଳନୀରେ ସେ ରଖିଛନ୍ତି ଯେ, ‘ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ମାମଲା ବଢ଼ିବାକୁ ଲାଗୁଛି, କିନ୍ତୁ ସ୍ଥିତି ଏବେବି ନିୟନ୍ତ୍ରଣରେ ରହିଛି । ଏଯାବତ ୧୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲଣି । ମୃତକଙ୍କ ସଂଖ୍ୟା ଅନ୍ୟ ଦେଶ କିମ୍ବା ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ ରହିଛି ।’

 

ସେ ଆଉ ମଧ୍ୟ କହିଛନ୍ତି ଯେ, ‘ଯେଉଁ ଛାତ୍ରଛାତ୍ରୀ ମାନେ ଆଇଆଇଟି ପଢ଼ିବା ପାଇଁ କୋଟା ଯାଇଥିଲେ, ସେମାନେ ସେଠାରେ ଫସିଯାଇଛନ୍ତି । ସେମାନେ ବାରମ୍ବାର ନିଜ ଘରକୁ ଫେରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସରକାର ଏଥିପ୍ରତି କିଛି କରିପାରୁନଥିଲା । କିନ୍ତୁ ବର୍ତ୍ତମାନ ୪୦ଟି ବସ୍ କୋଟା ଯାଉଛି ଏବଂ ଆଶା କରାଯାଉଛି କାଲି ସେହି ଛାତ୍ରଛାତ୍ରୀ ମାନେ ବସ ଯୋଗେ ଦିଲ୍ଲୀରେ ପହଞ୍ଚିବେ ।’ ଛାତ୍ରଛାତ୍ରୀ ଫେରିବା ପରେ ସମସ୍ତଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ ବେଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

ମେ’୩ ପରେ କ’ଣ ରହିବ ରଣନୀତି, ମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ…

ଋଷି କପୁରଙ୍କ ପାକ୍‌ କନେକ୍‌ସନ୍‌, ପାକିସ୍ତାନରେ ଅଛି କପୁର ପରିବାରର ୧୦୨ ବର୍ଷ ପୁରୁଣା ମହଲ…

ମୁମ୍ବାଇ: ମହାନ ଅଭିନେତା ଋିଷି କପୁର ଆଉ ଆମ ଗହଣରେ ନାହାଁନ୍ତି । ୬୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ତେବେ ସେ ଯେଉଁ ପରିବାରରେ ଜନ୍ମଗ୍ରହଣ କରିଥିଲେ, ସେହି ପରିବାରର ରକ୍ତରେ ଅଭିନୟ ଦୌଡ଼ୁଛି ବୋଲି କୁହାଯାଏ । ଯଦିଓ ଋିଷି କପୁର ଦୁନିଆରୁ ବିଦାୟ ନେଇସାରିଛନ୍ତି, କିନ୍ତୁ ତାଙ୍କ ସହ ଜଡିତ ସମସ୍ତ ସ୍ମୃତି ଏବଂ କିଛି ଐତିହ୍ୟ ସର୍ବଦା ଜୀବନ୍ତ ରହିବ । ସେଥିମଧ୍ୟରୁ ପାକିସ୍ତାନର ପେଶୱାର ସହରସ୍ଥିତ ‘କପୁର ହାଭେଲି’ ହେଉଛି ଅନ୍ୟତମ । ଆସନ୍ତୁ ଜାଣିବା ଏହି ମହଲ ବିଷୟରେ । କ’ଣ ରହିଛି ଏହାର ଇତିହାସ ।

ଭାରତୀୟ ସିନେମାର ଶୋମ୍ୟାନ୍ କୁହାଯାଉଥିବା ପୃଥ୍ୱୀରାଜ କପୁର ପାକିସ୍ତାନର ଏହି ପୈତୃକ ମହଲରେ ଜନ୍ମଗ୍ରହଣ କରିଥିଲେ । ଏହି ମହଲ ‘କପୁର ହଭେଲି’ ଭାବେ ଜଣାଶୁଣା । ଏହି ମହଲଟି ପେଶାଓ୍ୱରର କିସା ଖୱାନୀ ବଜାରରେ ଅବସ୍ଥିତ । ଋିଷି କପୁରଙ୍କ ପିତା ରାଜ କପୁର ମଧ୍ୟ ଏଠାରେ ଜନ୍ମଗ୍ରହଣ କରିଥିଲେ ।

୨୦୧୮ ମସିହାରେ ଋିଷି କପୁର ତାଙ୍କ ପୈତୃକ ମହଲକୁ ସଂଗ୍ରହାଳୟରେ ପରିଣତ କରିବାକୁ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଥିଲେ । ଏହା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ତାଙ୍କ ଅନୁରୋଧ ଗ୍ରହଣ କରିଥିଲେ ।

ଭାରତ ଏବଂ ପାକିସ୍ତାନର ବିଭାଜନ ପୂର୍ବରୁ କପୁର ହାଭେଲି ନିର୍ମାଣ କରାଯାଇଥିଲା । ମହଲଟି ୧୯୧୮ ରୁ ୧୯୨୨ ମଧ୍ୟରେ ନିର୍ମିତ ହୋଇଥିଲା । ଏହାକୁ ରାଜ କପୁରଙ୍କ ଜେଜେବାପା ତଥା ପୃଥ୍ୱୀରାଜ କପୁରଙ୍କ ପିତା ଦେୱାନ ବିଶେଶ୍ୱରନାଥ ନିର୍ମାଣ କରିଥିଲେ । ସେବେଠାରୁ ଏହା ‘କପୁର ହାଭେଲି’ ଭାବେ ପରିଚିତ ।

୧୯୪୭ ମସିହାରେ ଇଣ୍ଡୋ-ପାକ୍ ବିଭାଜନ ପରେ କପୁର ପରିବାର ସେମାନଙ୍କ ପୈତୃକ ମହଲ ଛାଡି ମୁମ୍ବାଇ ଚାଲି ଆସିଥିଲେ । ଏହାପରେ ଏଠାରେ ସେ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ ।

୨୦୧୬ ମସିହାରେ, ଋିଷି କପୁର ସେହି ପୈତୃକ ମହଲର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ଲେଖାଥିଲା, “କେହି ଜଣେ ଏହାକୁ ମୋ ପାଖକୁ ପଠାଇଛନ୍ତି, ମୁଁ ଏବଂ ରାଣଧୀର ଏହି ମହଲ ବାହାରେ ଠିଆ ହୋଇଥିବା ଦେଖାଯାଉଛି ଏବଂ ଆମକୁ ସ୍ୱାଗତ କରାଯାଉଛି ।”

୨୦୧୭ ମସିହାରେ ଋିଷି ଏକ ଟୁଇଟ୍ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ “ମୋର ବୟସ ୬୫ ଛୁଇଁଲାଣି, ତେଣୁ ମୁଁ ମରିବା ପୂର୍ବରୁ ପାକିସ୍ତାନକୁ ଦେଖିବାକୁ ଚାହେଁ । ମୁଁ ଚାହେଁ ମୋର ପିଲାମାନେ ମଧ୍ୟ ସେମାନଙ୍କର ପୂର୍ବପିଢ଼ିର ସନ୍ତକ ଦେଖନ୍ତୁ । ମୋ ମନ ସ୍କାମନା ପୁରଣ କରନ୍ତୁ । ଜୟ ମାତା ଦି।”

୨୦ ବର୍ଷ ପୂର୍ବେ ଭୁମି କମ୍ପ କାରଣରୁ ହଭେଲିର ଉପର ଭାଗରେ ଫାଟ ସୃଷ୍ଟି ହୋଇଥିଲା । ତେଣୁ ଉପର ତିନିମହଲାକୁ ଭାଙ୍ଗି ଦିଆଯାଇଥିଲା । ଏହି ମହଲକୁ ଏବେ ବ୍ୟବସାୟୀକ ସଂସ୍ଥାମାନେ ଘେରି ରହିଛନ୍ତି ।

ପାପା ତୁମେ ମୋର ବହୁତ ମନେପଡୁଛ । ତୁମେ ପୁଣି ଫେରି ଆସନା ?

ମୁମ୍ବାଇ: ଗୁରୁବାର ଦିନ ୭୦ଦଶକର ଅଭିନେତା ଋଷି କପୁରଙ୍କ ଦେହାନ୍ତ ହୋଇଛି । ଋଷି କପୁରଙ୍କ ବିୟୋଗରେ ବଲିଉଡ଼ରେ ଶୋକର ଛାୟା । ଦୁନିଆ କପୁର ପରିବାରର ଆଉ ଜଣେ ଲୋକପ୍ରିୟ ଅଭିନେତାଙ୍କୁ ହରାଇଛି । ଗୁରୁବାର ଦିନ ଋଷି କପୁରଙ୍କୁ ୨୫ଜଣଙ୍କ ଉପସ୍ଥିତିରେ ଅନ୍ତିମ ବିଦାୟ ଦିଆଯାଇଥିଲା । ଲକଡାଉନ୍ ଯୋଗୁଁ ତାଙ୍କ ଝିଅ ରିଦ୍ଧିମା କପୁର  ଅନ୍ତିମ ସଂସ୍କାରରେ ପହଞ୍ଚିପାରିନଥିଲେ ।

ତେବେ ଦିଲ୍ଲୀ ପୋଲିସ ମୁମ୍ବାଇ ଯିବାକୁ ଅନୁମତି ଦେଇଥିଲା। କିନ୍ତୁ ଦିଲ୍ଲୀରୁ ମୁମ୍ବାଇରେ ପହଞ୍ଚିବାକୁ ସମୟ ଲାଗୁଥିବାରୁ ରିଦ୍ଧିମା ଶେଷ ଥର ପାଇଁ ତାଙ୍କ ପିତାଙ୍କୁ ଦେଖିପାରିନଥିଲେ । ବର୍ତ୍ତମାନ ସେ ଶୀଘ୍ର ମୁମ୍ବାଇରେ ପହଞ୍ଚିବାକୁ ଯାଉଛନ୍ତି । ରିଦ୍ଧିମା କପୁର ତାଙ୍କ ଇନଷ୍ଟାଗ୍ରାମରେ ଏନେଇ ପୋଷ୍ଟ କରିଛନ୍ତି । ରିଦ୍ଧିମା ଲେଖିଛନ୍ତି, driving home ma. enroute mumbai. । ରିଦ୍ଧିମା ମୁମ୍ବାଇ ଆସୁଥୁବା ବେଳେ ରାସ୍ତାସାରା ବାପା ଋଷି କପୁରଙ୍କୁ ମନେ ପକାଉଥିବାର ଦେଖାଯାଇଛି । ସେ ତାଙ୍କ ପୋଷ୍ଟରେ ବାରମ୍ବାର ଲେଖୁଥିଲେ ଯେ, ପାପା, ତୁମେ ମୋର ବହୁତ ମନେପଡୁଛ । ତୁମେ ପୁଣି ଫେରି ଆସନା ?

ରିଦ୍ଧିମାଙ୍କ ଏହି ପୋଷ୍ଟଗୁଡିକରେ, ସେ ତାଙ୍କ ବାପାଙ୍କୁ ଫେରି ଆସିବାକୁ ବାରମ୍ବାର ଲେଖିଛନ୍ତି । ରିଦ୍ଧିମା ବହୁତ ମନ ଦୁଃଖ କରିଛନ୍ତି । ରିଦ୍ଧିମା କପୁର ତାଙ୍କ ପିତାଙ୍କ ସହିତ ଅତି ନିକଟତର ଥିଲେ।

ରିଦ୍ଧିମା କପୁର ମୁମ୍ବାଇରେ ନ ଥିବାରୁ ବାପାଙ୍କୁ ଅନ୍ତିମ ଦର୍ଶନ କରିପାରିନଥିଲେ । ଋଷିଙ୍କ ଅନ୍ତିମ ସଂସ୍କାରର ଅନେକ ଫଟୋ ସାମ୍ନାକୁ ଆସିଛି । ସେଥିରେ ଆଲିଆ ଏବଂ ରିମା ଜୈନ ରିଦ୍ଧିମାଙ୍କୁ ଭିଡିଓ କଲ ଜରିଆରେ ଋଷିଙ୍କ ଶେଷ ଦର୍ଶନ କରାଉଛନ୍ତି । ବାପାଙ୍କ ମୃତ୍ୟୁ ପରେ ରିଦ୍ଧିମା ନିଜେ ଏବଂ ଋଷି କପୁରଙ୍କ ଏକ ଫଟୋ ସେୟାର କରି ଲେଖିଥିଲେ – ପାପା, ମୁଁ ତୁମକୁ ସବୁଦିନ ପାଇଁ ଭଲପାଇବି । ଭଗବାନ ତୁମର ଆତ୍ମାକୁ ଶାନ୍ତି ଦିଅନ୍ତୁ ମୋର ଶକ୍ତିଶାଳୀ ଯୋଦ୍ଧା  । ମୁଁ ପ୍ରତିଦିନ ତୁମକୁ ମନେ ପକାଇବି ।

ମୁଁ ପ୍ରତିଦିନ ଆପଣଙ୍କ ଭିଡିଓ କଲକୁ ବହୁତ ମନେ ପକାଇବି । ଆମେ ପୁଣିଥରେ ଭେଟିବା । ମୁଁ ତୁମକୁ ବହୁତ ଭଲ ପାଏ  । ‘ତୁମରଲ ମୁଷ୍କ । ‘

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪, କେନ୍ଦ୍ରାପଡ଼ା ହେଲା କରୋନା ମୁକ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ଏଯାବତ ମୋଟ ୫୫ ଜଣ କରୋନା ଆକ୍ରନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି ।

ତେବେ କେନ୍ଦ୍ରାପଡ଼ା ଜିଲ୍ଲା ଏବେ କରୋନା ମୁକ୍ତ । କେନ୍ଦ୍ରାପଡ଼ାରେ ଜଣେ କରୋନା ଆକ୍ରାନ୍ତ ଥିବା ବେଳେ ଆଜି ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । ସୁସ୍ଥ ହୋଇଥିବା ଆକ୍ରାନ୍ତ ହେଉଛନ୍ତି – କେନ୍ଦ୍ରାପଡ଼-୧, ଭୁବନେଶ୍ୱର- ୩, ବାଲେଶ୍ୱର-୩, ଭଦ୍ରକ-୭ ।

କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…

 

ମେ’୩ ପରେ କ’ଣ ରହିବ ରଣନୀତି, ମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: କରୋନା ସଂଙ୍କଟ ଓ ଲକ୍‌ଡାଉନ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ରେଳମନ୍ତ୍ରୀ ପୀୟୁଷ ଗୋୟଲ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସିଡିଏସ୍‌ ଜେନେରାଲ ବିପିନ୍‌ ରାୱତଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ । ଲକ୍‌ଡାଉନ୍‌ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପର୍କରେ ବୈଠକରେ ବିଶେଷ ଆଲୋଚନା କରାଯାଇଛି ।

ସୂତ୍ରରୁ ପ୍ରକାଶ ଯେ, ମେ’ ୩ ପରେ ସରକାରଙ୍କ ରଣନୀତି କ’ଣ ରହିବ ଏବଂ ମେ’ ୪ ରୁ କେଉଁ ସବୁ କ୍ଷେତ୍ରରେ ନିୟମ କୋହଳ କରାଯିବ ସେନେଇ ବୈଠକରେ ଚର୍ଚ୍ଚା କରାଯାଇଛି । ତେବେ ଆଗାମୀ ଦୁଇ ଦିନ ମଧ୍ୟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ନୂତନ ଗାଇଡ୍‌ଲାଇନ୍‌ ପ୍ରକାଶ କରାଯାଇପାରେ ବୋଲି ସୂଚନା ରହିଛି ।

ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ମେ’ ୩ରେ ଶେଷ ହେଉଛି । ଏହା ମଧ୍ୟରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୩୫ ହଜାର ଅତିକ୍ରମ କରିସାରିଲାଣି । ଏଭଳି ପରିସ୍ଥିତିରେ ସଂକ୍ରମଣକୁ ରୋକିବା, ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି । କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିସାରିଛନ୍ତି ।

କରୋନା ସହ ଲଢ଼େଇ କରିବା ପାଇଁ ରଣନୀତିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଲକ୍‌ଡାଉନ୍‌ ଖୋଲିବା ପୂର୍ବରୁ ସାରା ଦେଶକୁ ୩ଟି ଜୋନ୍‌ରେ ବଣ୍ଟି ଦିଆଯାଇଛି । କିନ୍ତୁ ଏବେ ମେ’୩ ପରେ କେଉଁ ଜିଲ୍ଲା କେଉଁ ଜୋନ୍‌ରେ ରହିବ ସେନେଇ ଏକ ନୂଆ ତାଲିକା ପ୍ରସ୍ତୁତ କରାଯାଇଛି । ଉକ୍ତ ତାଲିକାରେ, ରେଡ୍‌ ଜୋନ୍‌ରେ ୧୩୦ଟି ଜିଲ୍ଲା ରହିଥିବା ବେଳେ ୨୮୪ଟି ଜିଲ୍ଲା ଅରେଞ୍ଜ ଜୋନ୍‌ ଓ ୩୧୯ ଜିଲ୍ଲାକୁ ଗ୍ରୀନ୍‌ ଜୋନ୍‌ରେ ରଖାଯାଇଛି । ମେଟ୍ରୋ ସହର ଗୁଡ଼ିକ ରେଡ୍‌ ଜୋନ୍‌ରେ ହିଁ ରହିବ ବୋଲି ଜଣାପଡ଼ିଛି ।

ଯାଜପୁରରେ ୨୮ ଦିନରେ ୩୯ କରୋନା ସଂକ୍ରମିତ ଚିହ୍ନଟ

ଯାଜପୁର: ବଢ଼ୁଛି ଯାଜପୁର ଜିଲ୍ଲାର କରୋନା ଗ୍ରାଫ୍ । ୨୮ ଦିନ ମଧ୍ୟରେ ଜିଲ୍ଲାରେ ୩୯ ଜଣ କରୋନା ପଜିଟିଭ୍ କେସ୍ ଆସିଛି । ଏପ୍ରିଲ୍ ୩ ତାରିଖରେ ଜିଲ୍ଲାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ବ୍ରହ୍ମବରଦା ଅଞ୍ଚଳର ସଂକ୍ରମିତ ଜଣଙ୍କ ନିଜାମୁଦ୍ଦିନ ଫେରନ୍ତା ବୋଲି ଜଣାପଡ଼ିଥିଲା । ଇତି ମଧ୍ୟରେ ସେ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ।

ପରେ ଏପ୍ରିଲ୍ ୧୩ ତାରିଖରେ ଗୋଟିଏ ମାମଲା ଚିହ୍ନଟ ହୋଇଥିଲା । ୨୦ ତାରିଖରେ ୫ଟି ପଜିଟିଭ୍ କେସ୍, ୨୨ ତାରିଖରେ ଆଉ ଗୋଟିଏ, ୨୩ ତାରିଖରେ ୪ଟି କେସ୍, ୨୫ ତାରିଖରେ ୬ଟି, ୨୭ ତାରିଖରେ ଗୋଟିଏ, ୨୯ ତାରିଖରେ ୩ଟି କେସ୍ ଆସିଥିଲା ।

୩୦ ତାରିଖରେ ସବୁ ରେକର୍ଡ ଭାଙ୍ଗି ଗୋଟିଏ ଦିନରେ ଜିଲ୍ଲାରେ ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ୨୯ ଓ ୩୦ ତାରିଖ ଦୁଇଦିନରେ ଚିହ୍ନଟ ହୋଇଥିବା ସମସ୍ତ ୧୭ ଆକ୍ରାନ୍ତ କୋଲକାତା ଫେରନ୍ତା ବୋଲି ଜଣାପଡ଼ିଥିଲା । ମେ ୧ରେ ୩ଟି ପଜିଟିଭ୍ କେସ୍ ଚିହ୍ନଟ ହୋଇଥିବା ବେଳେ ସେମାନେ ମଧ୍ୟ କୋଲକାତା ଫେରନ୍ତା ବୋଲି ପ୍ରଶାସନ ସୂଚନା ଦେଇଛି ।

ରାଜ୍ୟରେ ସର୍ବାଧିକ ୪୭ ଆକ୍ରାନ୍ତଙ୍କ ସହ ଖୋର୍ଦ୍ଧା ଜିଲ୍ଲା ଉପରେ ଥିବାବେଳେ ୩୯ ଆକ୍ରାନ୍ତଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛି ଯାଜପୁର । ଜିଲ୍ଲାରେ ଏଯାବତ୍ ୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୮ ରହିଛି ।

ଜିଲ୍ଲାରେ ୩୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ରାଜ୍ୟର ସଂକ୍ରମିତଙ୍କ ସଂଖ୍ୟାର ୨୬.୪ ପ୍ରତିଶତ ହେଉଛନ୍ତି ଯାଜପୁର ଜିଲ୍ଲାର ।

କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…

ଭୁବନେଶ୍ୱର: ଯାଜପୁରରୁ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ୧୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର: ଯାଜପୁରରୁ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ୧୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଟିଏମ୍‌, ଗ୍ୟାସ୍‌, ପେନ୍‌ସନକୁ ନେଇ ସବୁଠୁ ବଡ଼ ଖବର

ନୂଆଦିଲ୍ଲୀ:  ଆଜି ଦେଶରେ କିଛି ବଡ଼ ପରିବର୍ତ୍ତନ ହୋଇଛି । ଯାହା ଆପଣଙ୍କ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ । ଗୋଟିଏ ପଟେ ଆପଣ ଏହି ନୂତନ ନିୟମରୁ ଫାଇଦା ପାଇବେ ।  ଅନ୍ୟପକ୍ଷରେ ଯଦି ଆପଣ କିଛି କଥାର ଧ୍ୟାନ ରଖନ୍ତି  ନାହିଁ ତେବେ ଆପଣଙ୍କୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡିବ ।  ଏହି ସବୁ ନିୟମ ପରିବର୍ତ୍ତନ ମଧ୍ୟରେ ପେନସନ, ଏଟିଏମ୍, ରେଳବାଇ, ଏୟାରଲାଇନ୍ସ, ଗ୍ୟାସ୍ ସିଲିଣ୍ଡର, ଫିକ୍ସ ଡ଼ିପୋଜିଟ ଏବଂ ଡିଜିଟାଲ୍ ୱାଲେଟ୍ ଉପରେ ସୁଧ ଅନ୍ତର୍ଭୁକ୍ତ ରହିଛି। ଆସନ୍ତୁ ଜାଣିବା ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଗୁଡ଼ିକ ବିଷୟରେ ।

ମେ ମାସରୁ ସମ୍ପୂର୍ଣ୍ଣ ପେନସନ୍ ଉପଲବ୍ଧ ହେବ  

କର୍ମଚାରୀଙ୍କ ପାଇଁ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ଏକ ଖୁସି ଖବର ଦେଇଛି । ସରକାର ସମ୍ପୂର୍ଣ୍ଣ ପେନସନ ରାଶି ପ୍ରଦାନ ବ୍ୟବସ୍ଥାକୁ ପୁନଃ ଆରମ୍ଭ କରିଛନ୍ତି । ଏହା ଅଧୀନରେ ବର୍ତ୍ତମାନ ମେ ମାସରୁ ସମ୍ପୂର୍ଣ୍ଣ ପେନସନ ଆରମ୍ଭ ହେବ। ଯେଉଁମାନେ ଏହି ବିକଳ୍ପକୁ ବାଛନ୍ତି ସେମାନେ କିଛି ଦିନ ପରେ ପୁନଃ ସ୍ଥାପନ ଆକାରରେ ସମ୍ପୂର୍ଣ୍ଣ ପେନସନ ପାଇବେ । ଏହି ନିୟମକୁ ୨୦୦୯ ରେ ପ୍ରତ୍ୟାହାର କରାଯାଇଥିଲା । ତେବେ ଏହି ନିୟମ ଦ୍ୱାରା ଦେଶରେ ୬.୭ ଲକ୍ଷରୁ ଅଧିକ ପେନସନଭୋଗୀ ଉପକୃତ ହେବେ ।

ଏଟିଏମ୍ କ୍ଷେତ୍ରରେ ମଧ୍ୟ ନିୟମ ବଦଳିଛି

ଦେଶରେ କରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି । ଅଧିକ ସତର୍କତା ପାଇଁ, ବର୍ତ୍ତମାନ ଏଟିଏମ୍ ପାଇଁ ମଧ୍ୟ ନୂତନ ବ୍ୟବସ୍ଥା ସ୍ଥିର ହେବାକୁ ଯାଉଛି । ପ୍ରତ୍ୟେକ ବ୍ୟକ୍ତି ଏଟିଏମ୍ ବ୍ୟବହାର କରିବା ପରେ ଏହାକୁ ସଫା କରାଯିବ । ଗାଜିଆବାଦ ଏବଂ ଚେନ୍ନାଇରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି ଏବଂ ଏହି ନିୟମକୁ କଡ଼ାକଡ଼ି ପାଳନ କରାଯାଇଛି । ମୁନିସିପାଲିଟି କର୍ପୋରେସନ ବର୍ତ୍ତମାନ ହଟସ୍ପଟ ଅଞ୍ଚଳରେ ଥିବା ଏଟିଏମ ଗୁଡ଼ିକୁ ଦିନକୁ ଦୁଇଥର ପରିମଳ ବ୍ୟବସ୍ଥା କରିଛି ।

୪ ଘଣ୍ଟା ପୂର୍ବରୁ ବଦଳାଇପାରିବେ ବୋର୍ଡିଂ ଷ୍ଟେସନ

ଦେଶରେ ଲକଡାଉନ କାରଣରୁ ରେଳ ସେବା ବନ୍ଦ ରହିଛି । କିନ୍ତୁ ରେଳ ସେବା ପାଇଁ ଏକ ନୂତନ ନିୟମ ଭବିଷ୍ୟତରେ କାର୍ଯ୍ୟକାରୀ ହୋଇଛି । ଏହି ନିୟମଗୁଡିକ ମଧ୍ୟରୁ କେତେକ ମେ ୧ ରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ଯାହା ଅନୁଯାୟୀ, ବର୍ତ୍ତମାନ ଯାତ୍ରୀମାନେ ଟ୍ରେନ୍‌ ଛାଡ଼ିବାର ଚାରିଘଣ୍ଟା ପୂର୍ବରୁ ନିଜର ବୋର୍ଡିଂ ଷ୍ଟେସନକୁ ପରିବର୍ତ୍ତନ କରିପାରିବେ । ପୂର୍ବରୁ ଯାତ୍ରୀମାନେ ଟ୍ରେନ୍‌ ଛାଡ଼ିବାର ୨୪ ଘଣ୍ଟା ପୂର୍ବରୁ ସେମାନଙ୍କର ବୋର୍ଡିଂ ଷ୍ଟେସନ୍ ପରିବର୍ତ୍ତନ କରିପାରୁଥିଲେ । ଅନ୍ୟପକ୍ଷରେ ସବୁଠାରୁ ବଡ଼ କଥା ହେଉଛି ଯଦି ଯାତ୍ରୀମାନେ ଯାତ୍ରା ନକରନ୍ତି ଏବଂ ବୋର୍ଡିଂ ଷ୍ଟେସନ ବଦଳାଇବା ପରେ ମଧ୍ୟ ଟିକେଟ୍ ବାତିଲ କରନ୍ତି, ତେବେ ସେମାନଙ୍କୁ କୌଣସି ଫେରସ୍ତ ଦିଆଯିବ ନାହିଁ  ।

LPG ସିଲିଣ୍ଡର କ୍ଷେତ୍ରରେ ନିୟମ କୋହଳ

ଆଜିଠାରୁ ୧୯ କିଲୋଗ୍ରାମ ଏବଂ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ଶସ୍ତା ହୋଇଛି । ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୧୬୨.୫୦ ଟଙ୍କା ଶସ୍ତା ହୋଇଛି । ଏହା ପରେ ଏହାର ମୂଲ୍ୟ ୫୮୧.୫୦ ଟଙ୍କା ଥିଲା, ଯାହା ପୂର୍ବରୁ ୭୪୪ ଟଙ୍କା ଥିଲା । କୋଲକାତାରେ ଏହାର ମୂଲ୍ୟ ୭୭୪.୫୦ ରୁ ୫୮୪.୫୦ ଟଙ୍କା, ମୁମ୍ବାଇରେ ୭୧୪.୫୦ ରୁ ୫୭୯ ଟଙ୍କାକୁ ଖସି ଆସିଛି । ସେହିଭଳି ଚେନ୍ନାଇରେ ଏହା ପୂର୍ବରୁ ୭୬୧.୫୦ ଟଙ୍କା ଥିଲା, ଯାହା ଆଜିଠାରୁ ୫୬୯.୫୦ ଟଙ୍କା ହୋଇଛି  ।

୧୯ କିଲୋଗ୍ରାମ ସିଲିଣ୍ଡର ମଧ୍ୟ ଶସ୍ତା ହୋଇଛି  । ୧୯ କିଲୋଗ୍ରାମ ସିଲିଣ୍ଡର ଦିଲ୍ଲୀରେ ୨୫୬ ଟଙ୍କା ଶସ୍ତା ହୋଇଛି । ଏହା ପରେ ଏହାର ମୂଲ୍ୟ ୧୦୨୯.୫୦ ଟଙ୍କା ହୋଇଛି, ଯାହା ପୂର୍ବରୁ ୧୨୮୫.୫୦ ଟଙ୍କା ଥିଲା । କୋଲକାତାରେ ଏହାର ମୂଲ୍ୟ ୧୩୪୮.୫୦ରୁ ୧୦୮୬ ଟଙ୍କାକୁ ହ୍ରାସ ପାଇଛି, ମୁମ୍ବାଇରେ ଏହା ୧୨୩୪.୫୦ ଟଙ୍କାରୁ ୯୭୮ ଟଙ୍କାକୁ ହ୍ରାସ ପାଇଛି । ଚେନ୍ନାଇରେ ଏହା ପୂର୍ବରୁ ୧୪୦୨ ଟଙ୍କା ଥିଲା, ଯାହା ଆଜିଠାରୁ ୧୧୪୪.୫୦ ଟଙ୍କା ହୋଇଛି ।

ମିଳିବ କମ୍ ସୁଧ

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ୧ ମଇ ୨୦୨୦ ରୁ ସଞ୍ଚୟ ଆକାଉଣ୍ଟ ଉପରେ ସୁଧ ପରିବର୍ତ୍ତନ କରିଛି । ବର୍ତ୍ତମାନ ଗ୍ରାହକମାନେ ଏକ ଲକ୍ଷରୁ ଅଧିକ ସଞ୍ଚୟ ଜମା ଖାତା ଉପରେ କମ୍ ସୁଧ ପାଇବେ । ଏକ ଲକ୍ଷ ପର୍ଯ୍ୟନ୍ତ ଜମା ଉପରେ, ଆପଣ ବାର୍ଷିକ ୩.୫୦ ପ୍ରତିଶତ ପାଇବେ ଏବଂ ଏକ ଲକ୍ଷରୁ ଅଧିକ ଜମା ଉପରେ ଆପଣ ବାର୍ଷିକ ୨.୭୫ ପ୍ରତିଶତ ସୁଧ ପାଇବେ । ଯାହା ପୂର୍ବରୁ ୩.୨୫ ପ୍ରତିଶତ ଥିଲା  ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏପ୍ରିଲ ମାସରେ ରେପୋ ହାରକୁ ୨୫ ଆଧାର ପଏଣ୍ଟ ହ୍ରାସ କରିଥିଲା । ଏହା ୬.୨୫% ରୁ ୬% କୁ ବୃଦ୍ଧି ପାଇଛି । ପରବର୍ତ୍ତୀ ସମୟରେ, ଏସ୍‌ବିଆଇ ସଞ୍ଚୟ ଜମା ଉପରେ ସୁଧ ହାର ହ୍ରାସ କରିଛି ।

ଏୟାର ଇଣ୍ଡିଆ ଟିକେଟ ବାତିଲ କଲେ ଦେବାକୁ ପଡ଼ିବନି ଦେୟ

ଏହା ସହିତ ସରକାରୀ ଏୟାରଲାଇନ୍ସ ଏୟାର ଇଣ୍ଡିଆ ମଧ୍ୟ ତାର ନିୟମକୁ ବଦଳାଇ ଦେଇଛି । ମେ ୧ ରୁ ଯାତ୍ରୀମାନଙ୍କୁ ଏୟାର ଇଣ୍ଡିଆ ଏକ ବଡ଼ ସୁବିଧା ଯୋଗାଇବାକୁ ଯାଉଛି । ଏହା ଅଧୀନରେ ବର୍ତ୍ତମାନ ଯାତ୍ରୀମାନଙ୍କୁ ଟିକେଟ୍ ବାତିଲ ଉପରେ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ  । ଟିକେଟ୍ ବୁକିଂର ୨୪ ଘଣ୍ଟା ମଧ୍ୟରେ ବାତିଲ୍ କିମ୍ବା ପରିବର୍ତ୍ତନ ପାଇଁ ବାତିଲ୍ ଦେୟ ଆଦାୟ କରାଯିବ ନାହିଁ । ୨୪ ଏପ୍ରିଲରେ କମ୍ପାନୀ ଏ ବିଷୟରେ ସୂଚନା ଦେଇଥିଲା  ।

ରାଜ୍ୟରେ ୫ ଯାଏଁ କାଳବୈଶାଖୀ…

ଭୁବନେଶ୍ୱର: ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୖଶାଖୀ ସମ୍ଭାବନା । ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସାଙ୍ଗକୁ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ ମଧ୍ୟ କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୫ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ  ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷୀଣ ଆଣ୍ଡାମାନରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢ଼େଙ୍କାନାଳ, ଦେବଗଡ଼, ନୟାଗଡ଼, ଗଞ୍ଜାମ, କନ୍ଧମାଳ ଓ ଖୋର୍ଦ୍ଧା ଜିଲାରେ ପବନ ସହ ବର୍ଷାର ସମ୍ଭାବନା ରହିଛି । ତେଣୁ ଏସବୁ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଇରଫାନ ଖାନଙ୍କ ପୁଅ ବାବିଲଙ୍କ ଏହି ସନ୍ଦେଶ ଆପଣଙ୍କ ଆଖି ଓଦା କରିପାରେ…

ମୁମ୍ବାଇ: ବଲିଉଡ଼ ଇରଫାନଙ୍କୁ ହରାଇବାର ତିନି ଦିନ ହୋଇଗଲା । ଇରଫାନଙ୍କୁ ତାଙ୍କ ପ୍ରଶଂସକଙ୍କ ଝୁରୁଛନ୍ତି । ପରିବାର କଥା ନକହିବା ଭଲ ।  ଇରଫାନଙ୍କୁ ହରାଇ ପରିବାର ଏବେ ପୂରାପୂରି ଭାଙ୍ଗିପଡ଼ିଛି କହିଲେ ଭୁଲ ହେବନି । କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ଇରଫାନଙ୍କ ବଡ ପୁଅ ବାବିଲ ସୋସିଆଲ ମିଡିଆରେ ଏମିତି ଗୋଟିଏ ପୋଷ୍ଟ କରିଛନ୍ତି  ଯାହାକୁ ପଢିଲେ ଆପଣଙ୍କ ଆଖି ମଧ୍ୟ ଓଦା ହୋଇଯିବ ।  ଏହାସହ ଆପଣ ବାବିଲଙ୍କ ଧୈର୍ଯ୍ୟକୁ ପ୍ରଂଶସା ନକରି ରହି ପାରିବେନି ।

ବାବଲି ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲୋକଙ୍କୁ ସେମାନଙ୍କ ସମବେଦନା ପାଇଁ ଧନ୍ୟବାଦ ଜଣାଇବା ସହ ଏକ ନୋଟ୍ ଲେଖିଛନ୍ତି । ସେ ଲେଖିଛନ୍ତି ‘ ମୋର ପ୍ରିୟ ବନ୍ଧୁମାନେ ଆପଣଙ୍କ ଦ୍ୱାରା ଦିଆଯାଇଥିବା ସମ୍ବେଦନା ପାଇଁ  ମୁଁ ବହୁତ କୃତଜ୍ଞ । ଆପଣମାନେ ବୁଝିବାକୁ ଚେଷ୍ଟା କରନ୍ତୁ ମୁଁ ଆପଣଙ୍କୁ ଉତ୍ତର ଦେବା ସ୍ଥିତିରେ ନାହିଁ କାରଣ ମୋ ପାଖେ କୌଣସି ଶବ୍ଦ ନାହିଁ । ମୁଁ ଆପଣଙ୍କୁ ଉତ୍ତର ଦେବି କିନ୍ତୁ ଏବେ ନୁହେଁ । ବହୁତ ବହୁତ ଧନ୍ୟବାଦ । ମୁଁ ଆପଣ ସମସ୍ତଙ୍କୁ ବହୁତ ଭଲପାଏ’ । ଇରଫାନଙ୍କ ମୃତ୍ୟୁରେ ତାଙ୍କ ଦୁଇ ପୁଅ ବାବିଲ ଏବଂ ଆୟାନ ପୂରା ଭାଙ୍ଗି ପଡ଼ିଛନ୍ତି । ଇରଫାନଙ୍କ ମୃତଦେହକୁ ଡାକ୍ତରଖାନାରୁ ଶ୍ମଶାନକୁ ନିଆଯାଉଥିବା ବେଳେ ବାବିଲ ତାଙ୍କ ସମ୍ପର୍କୀୟଙ୍କୁ ଧରି କାନ୍ଦୁଥିବା ଦେଖିବାକୁ ମିଳିଥିଲା ।

ବାବିଲ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ବେଳେ ଲକଡାଉନ୍ ପୂର୍ବରୁ ସେ ଘରକୁ ଫେରି ଆସିଥିଲେ । ସେ ଭାରତ ଆସିବା ପରେ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିଥିଲେ ମା ସୂତପା ସିକଦର । ଇରଫାନଙ୍କ ଦ୍ୱିତୀୟ ପୁଅ ଅୟାନ ମଧ୍ୟ ପାଠ ପଢୁଛନ୍ତି । ଅୟାନ ୭ ବର୍ଷ ବୟସରେ ତାଙ୍କ ପିତାଙ୍କ ସହ ଲାଇଫ ଅଫ୍ ପାଇ ଫିଲ୍ମରେ ନଜର ଆସିଥିଲେ। ଇରଫାନ୍ କହିଥିଲେ ଯେ ଅୟାନ୍ କ୍ୟାମେରାକୁ ଖୁବ ବେଶୀ ପସନ୍ଦ କରନ୍ତି ।

ଇରଫାନ ଖାନଙ୍କୁ କୋଲନ ଇମ୍ଫେକ୍ସନ କାରଣରକୁ ବୁଧବାର ଦିନ କୋକିଲାବେନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଦୁଇ ବର୍ଷ ପୂର୍ବେ ତାଙ୍କୁ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା । ଏନେଇ ସେ ଲଣ୍ଡନରେ ଚିକିତ୍ସିତ ହେଉଥିଲେ । ଏହି ରୋଗରୁ ଭଲ ହେବା ପରେ ସେ ଭାରତକୁ ଫେରି ଏକ ଫିଲ୍ମ ମଧ୍ୟ କରିଥିଲେ । ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ଅଙ୍ଗ୍ରେଜୀ ମିଡ଼ିୟମ । ଯାହା ଚଳିତ ବର୍ଷ ମାର୍ଚ୍ଚରେ ରିଲିଜ ହୋଇଥିଲା ।