ଇରଫାନ ଖାନଙ୍କ ପୁଅ ବାବିଲଙ୍କ ଏହି ସନ୍ଦେଶ ଆପଣଙ୍କ ଆଖି ଓଦା କରିପାରେ…

ମୁମ୍ବାଇ: ବଲିଉଡ଼ ଇରଫାନଙ୍କୁ ହରାଇବାର ତିନି ଦିନ ହୋଇଗଲା । ଇରଫାନଙ୍କୁ ତାଙ୍କ ପ୍ରଶଂସକଙ୍କ ଝୁରୁଛନ୍ତି । ପରିବାର କଥା ନକହିବା ଭଲ ।  ଇରଫାନଙ୍କୁ ହରାଇ ପରିବାର ଏବେ ପୂରାପୂରି ଭାଙ୍ଗିପଡ଼ିଛି କହିଲେ ଭୁଲ ହେବନି । କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ଇରଫାନଙ୍କ ବଡ ପୁଅ ବାବିଲ ସୋସିଆଲ ମିଡିଆରେ ଏମିତି ଗୋଟିଏ ପୋଷ୍ଟ କରିଛନ୍ତି  ଯାହାକୁ ପଢିଲେ ଆପଣଙ୍କ ଆଖି ମଧ୍ୟ ଓଦା ହୋଇଯିବ ।  ଏହାସହ ଆପଣ ବାବିଲଙ୍କ ଧୈର୍ଯ୍ୟକୁ ପ୍ରଂଶସା ନକରି ରହି ପାରିବେନି ।

ବାବଲି ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲୋକଙ୍କୁ ସେମାନଙ୍କ ସମବେଦନା ପାଇଁ ଧନ୍ୟବାଦ ଜଣାଇବା ସହ ଏକ ନୋଟ୍ ଲେଖିଛନ୍ତି । ସେ ଲେଖିଛନ୍ତି ‘ ମୋର ପ୍ରିୟ ବନ୍ଧୁମାନେ ଆପଣଙ୍କ ଦ୍ୱାରା ଦିଆଯାଇଥିବା ସମ୍ବେଦନା ପାଇଁ  ମୁଁ ବହୁତ କୃତଜ୍ଞ । ଆପଣମାନେ ବୁଝିବାକୁ ଚେଷ୍ଟା କରନ୍ତୁ ମୁଁ ଆପଣଙ୍କୁ ଉତ୍ତର ଦେବା ସ୍ଥିତିରେ ନାହିଁ କାରଣ ମୋ ପାଖେ କୌଣସି ଶବ୍ଦ ନାହିଁ । ମୁଁ ଆପଣଙ୍କୁ ଉତ୍ତର ଦେବି କିନ୍ତୁ ଏବେ ନୁହେଁ । ବହୁତ ବହୁତ ଧନ୍ୟବାଦ । ମୁଁ ଆପଣ ସମସ୍ତଙ୍କୁ ବହୁତ ଭଲପାଏ’ । ଇରଫାନଙ୍କ ମୃତ୍ୟୁରେ ତାଙ୍କ ଦୁଇ ପୁଅ ବାବିଲ ଏବଂ ଆୟାନ ପୂରା ଭାଙ୍ଗି ପଡ଼ିଛନ୍ତି । ଇରଫାନଙ୍କ ମୃତଦେହକୁ ଡାକ୍ତରଖାନାରୁ ଶ୍ମଶାନକୁ ନିଆଯାଉଥିବା ବେଳେ ବାବିଲ ତାଙ୍କ ସମ୍ପର୍କୀୟଙ୍କୁ ଧରି କାନ୍ଦୁଥିବା ଦେଖିବାକୁ ମିଳିଥିଲା ।

ବାବିଲ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ବେଳେ ଲକଡାଉନ୍ ପୂର୍ବରୁ ସେ ଘରକୁ ଫେରି ଆସିଥିଲେ । ସେ ଭାରତ ଆସିବା ପରେ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିଥିଲେ ମା ସୂତପା ସିକଦର । ଇରଫାନଙ୍କ ଦ୍ୱିତୀୟ ପୁଅ ଅୟାନ ମଧ୍ୟ ପାଠ ପଢୁଛନ୍ତି । ଅୟାନ ୭ ବର୍ଷ ବୟସରେ ତାଙ୍କ ପିତାଙ୍କ ସହ ଲାଇଫ ଅଫ୍ ପାଇ ଫିଲ୍ମରେ ନଜର ଆସିଥିଲେ। ଇରଫାନ୍ କହିଥିଲେ ଯେ ଅୟାନ୍ କ୍ୟାମେରାକୁ ଖୁବ ବେଶୀ ପସନ୍ଦ କରନ୍ତି ।

ଇରଫାନ ଖାନଙ୍କୁ କୋଲନ ଇମ୍ଫେକ୍ସନ କାରଣରକୁ ବୁଧବାର ଦିନ କୋକିଲାବେନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଦୁଇ ବର୍ଷ ପୂର୍ବେ ତାଙ୍କୁ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା । ଏନେଇ ସେ ଲଣ୍ଡନରେ ଚିକିତ୍ସିତ ହେଉଥିଲେ । ଏହି ରୋଗରୁ ଭଲ ହେବା ପରେ ସେ ଭାରତକୁ ଫେରି ଏକ ଫିଲ୍ମ ମଧ୍ୟ କରିଥିଲେ । ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ଅଙ୍ଗ୍ରେଜୀ ମିଡ଼ିୟମ । ଯାହା ଚଳିତ ବର୍ଷ ମାର୍ଚ୍ଚରେ ରିଲିଜ ହୋଇଥିଲା ।

Leave a Reply