ପାପା ତୁମେ ମୋର ବହୁତ ମନେପଡୁଛ । ତୁମେ ପୁଣି ଫେରି ଆସନା ?

1 min read

ମୁମ୍ବାଇ: ଗୁରୁବାର ଦିନ ୭୦ଦଶକର ଅଭିନେତା ଋଷି କପୁରଙ୍କ ଦେହାନ୍ତ ହୋଇଛି । ଋଷି କପୁରଙ୍କ ବିୟୋଗରେ ବଲିଉଡ଼ରେ ଶୋକର ଛାୟା । ଦୁନିଆ କପୁର ପରିବାରର ଆଉ ଜଣେ ଲୋକପ୍ରିୟ ଅଭିନେତାଙ୍କୁ ହରାଇଛି । ଗୁରୁବାର ଦିନ ଋଷି କପୁରଙ୍କୁ ୨୫ଜଣଙ୍କ ଉପସ୍ଥିତିରେ ଅନ୍ତିମ ବିଦାୟ ଦିଆଯାଇଥିଲା । ଲକଡାଉନ୍ ଯୋଗୁଁ ତାଙ୍କ ଝିଅ ରିଦ୍ଧିମା କପୁର  ଅନ୍ତିମ ସଂସ୍କାରରେ ପହଞ୍ଚିପାରିନଥିଲେ ।

ତେବେ ଦିଲ୍ଲୀ ପୋଲିସ ମୁମ୍ବାଇ ଯିବାକୁ ଅନୁମତି ଦେଇଥିଲା। କିନ୍ତୁ ଦିଲ୍ଲୀରୁ ମୁମ୍ବାଇରେ ପହଞ୍ଚିବାକୁ ସମୟ ଲାଗୁଥିବାରୁ ରିଦ୍ଧିମା ଶେଷ ଥର ପାଇଁ ତାଙ୍କ ପିତାଙ୍କୁ ଦେଖିପାରିନଥିଲେ । ବର୍ତ୍ତମାନ ସେ ଶୀଘ୍ର ମୁମ୍ବାଇରେ ପହଞ୍ଚିବାକୁ ଯାଉଛନ୍ତି । ରିଦ୍ଧିମା କପୁର ତାଙ୍କ ଇନଷ୍ଟାଗ୍ରାମରେ ଏନେଇ ପୋଷ୍ଟ କରିଛନ୍ତି । ରିଦ୍ଧିମା ଲେଖିଛନ୍ତି, driving home ma. enroute mumbai. । ରିଦ୍ଧିମା ମୁମ୍ବାଇ ଆସୁଥୁବା ବେଳେ ରାସ୍ତାସାରା ବାପା ଋଷି କପୁରଙ୍କୁ ମନେ ପକାଉଥିବାର ଦେଖାଯାଇଛି । ସେ ତାଙ୍କ ପୋଷ୍ଟରେ ବାରମ୍ବାର ଲେଖୁଥିଲେ ଯେ, ପାପା, ତୁମେ ମୋର ବହୁତ ମନେପଡୁଛ । ତୁମେ ପୁଣି ଫେରି ଆସନା ?

ରିଦ୍ଧିମାଙ୍କ ଏହି ପୋଷ୍ଟଗୁଡିକରେ, ସେ ତାଙ୍କ ବାପାଙ୍କୁ ଫେରି ଆସିବାକୁ ବାରମ୍ବାର ଲେଖିଛନ୍ତି । ରିଦ୍ଧିମା ବହୁତ ମନ ଦୁଃଖ କରିଛନ୍ତି । ରିଦ୍ଧିମା କପୁର ତାଙ୍କ ପିତାଙ୍କ ସହିତ ଅତି ନିକଟତର ଥିଲେ।

ରିଦ୍ଧିମା କପୁର ମୁମ୍ବାଇରେ ନ ଥିବାରୁ ବାପାଙ୍କୁ ଅନ୍ତିମ ଦର୍ଶନ କରିପାରିନଥିଲେ । ଋଷିଙ୍କ ଅନ୍ତିମ ସଂସ୍କାରର ଅନେକ ଫଟୋ ସାମ୍ନାକୁ ଆସିଛି । ସେଥିରେ ଆଲିଆ ଏବଂ ରିମା ଜୈନ ରିଦ୍ଧିମାଙ୍କୁ ଭିଡିଓ କଲ ଜରିଆରେ ଋଷିଙ୍କ ଶେଷ ଦର୍ଶନ କରାଉଛନ୍ତି । ବାପାଙ୍କ ମୃତ୍ୟୁ ପରେ ରିଦ୍ଧିମା ନିଜେ ଏବଂ ଋଷି କପୁରଙ୍କ ଏକ ଫଟୋ ସେୟାର କରି ଲେଖିଥିଲେ – ପାପା, ମୁଁ ତୁମକୁ ସବୁଦିନ ପାଇଁ ଭଲପାଇବି । ଭଗବାନ ତୁମର ଆତ୍ମାକୁ ଶାନ୍ତି ଦିଅନ୍ତୁ ମୋର ଶକ୍ତିଶାଳୀ ଯୋଦ୍ଧା  । ମୁଁ ପ୍ରତିଦିନ ତୁମକୁ ମନେ ପକାଇବି ।

ମୁଁ ପ୍ରତିଦିନ ଆପଣଙ୍କ ଭିଡିଓ କଲକୁ ବହୁତ ମନେ ପକାଇବି । ଆମେ ପୁଣିଥରେ ଭେଟିବା । ମୁଁ ତୁମକୁ ବହୁତ ଭଲ ପାଏ  । ‘ତୁମରଲ ମୁଷ୍କ । ‘

Leave a Reply