ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି
ଦେଶରେ ବଢୁଛି କରୋନା… ୪୨ ହଜାରରୁ ଅଧିକ ଆକ୍ରାନ୍ତ, ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ: ଦେଶରେ ଏବେ ୧୨ ଦିନରେ ଦୁଇ ଗୁଣା ହେଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ପଜିଟିଭ ସଂଖ୍ୟା ୪୨ ହଜାର ଟପିଲା । ୧୦ ହଜାର ୬୦୦ ରୁ ଅଧିକ ଲୋକ କରୋନାମୁକ୍ତ ହୋଇଛନ୍ତି । ମହାରାଷ୍ଟ୍ରରେ ୧୨ ହଜାର ୨୯୬ କରୋନା ଆକ୍ରାନ୍ତ ଥିବା ବେଳେ ଗୁଜରାଟରେ ୫ ହଜାର, ଦିଲ୍ଲୀରେ ୪ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିଭଳି ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ତାମିଲନାଡୁରେ ଆକ୍ରାନ୍ତଙ୍କ ସ୍ଥିତି ସଙ୍ଗୀନ ରହିଛି । ମହାରାଷ୍ଟ୍ରରେ ସବୁଠୁ ଅଧିକ ରହିଛି କରୋନା ମୃତ୍ୟୁ ସଂଖ୍ୟା । ତେବେ କେରଳ ପାଇଁ ଆଶ୍ବସ୍ତିର ଖବର ଆସିଛି । ଦେଶରେ ପ୍ରଥମେ କେରଳରୁ ଭାଇରସ ତାଣ୍ଡବ ଆରମ୍ଭ କରିଥିବା ବେଳେ ରାଜ୍ୟରେ ଏବେ ଆୟତ୍ତରେ ରହିଛି ଏହି ଭାଇରସ୍ ।
ଏବେ ସକ୍ରିୟ ମାମଲା ୯୪ ରହିଛି । ଯାହା ଓଡ଼ିଶାଠୁ ବି କମ୍ । ୪୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏପଟେ ଦେଶରେ ଆହୁରି ଅଧିକ ଟେଷ୍ଟ କରିବା ପାଇଁ ସରକାର ୬୦ ଲକ୍ଷ ୩୦ ପିସିଆର କିଟ୍ ମଗାଇଛନ୍ତି । ଦକ୍ଷିଣ କୋରିଆ, ଜର୍ମାନୀ, ଆମେରିକା ଓ ଚୀନ ଏହି କିଟ୍ ଭାରତକୁ ଦେବେ । ମେ’ ୧୦ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ କିଟ୍ ଦେଶରେ ପହଁଚିବ । ସେପଟେ ବିଶ୍ବରେ ୩୫ ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୫ ହଜାର ଟପିଛି । କେବଳ ଆମେରିକାରେ ୧୧ ଲକ୍ଷ ୬୦ ହଜାର ପାର ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ଜର୍ମାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆୟତ୍ତକୁ ଆସିବା ପରେ ଦୀର୍ଘ ୪୮ଦିନ ପରେ ଆଜି ବିଭିନ୍ନ ସହରରେ ଲକ୍ଡାଉନ୍ ପ୍ରତ୍ୟାହାର କରାଯାଇଛି ।
ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି
ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ତେବେ, ଆକ୍ରାନ୍ତ ଜଣଙ୍କ କେଉଁଆଡ଼େ ଯାଇଥିଲେ, କାହା ସଂସ୍ପର୍ଶରେ ଆସିଛନ୍ତି ତାହା ଜଣାପଡ଼ିନାହିଁ ।

ଜିଲ୍ଲାରେ ମୋଟ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫ ଜଣ ସୁସ୍ଥ ହୋଇଥିବା ବେଳେ ୬ ଜଣଙ୍କ ଚିକିତ୍ସା ଚାଲିଛି । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୬୩ରେ ପହଞ୍ଚିଛି । ରାଜ୍ୟରେ ୬୦ ଜଣ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୧୦୨ ଜଣଙ୍କ ଚିକିତ୍ସା ଚାଲିଛି, ଜଣଙ୍କ ମୃତ୍ୟୁ ହୋଇଛି ।

ଏପ୍ରିଲ୍ ୧୧ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ କରି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏପ୍ରିଲ୍ ୨୦ରେ ଜଣେ, ଏପ୍ରିଲ୍ ୨୫ରେ ୩, ଏପ୍ରିଲ ୨୭ରେ ୪ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଜଣଙ୍କ ନମୁନା ପଜିଟିଭ୍ ଆସିଛି ।
ସଫଳତା ପାଇଁ ଅଧିକ ସଂଘର୍ଷ କରିବାକୁ ପଡିବ… ଅଟକିଥିବା କାର୍ଯ୍ୟରେ ବାଧା ଆସିବ
ଆଜିର ପଞ୍ଚାଙ୍ଗ
ମେ ୪, ୨୦୨୦ ମସିହା, ମେଷ ୨୨ ଦିନ
୧୯୪୨ ଶକାଦ୍ଦ,୧୪୨୭ ସାଲ୍,୨୦୭୭ ସମ୍ବତ୍
ବୈଶାଖ ମାସ,ଶୁକ୍ଳପକ୍ଷ,ସୋମବାର
ଉତ୍ତରାଫାଲଗୁନୀ ନକ୍ଷତ୍ର, କନ୍ୟା ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି
ଯୋଗିନୀ ଆଜି ନୈଋତ ଦିଗରେ ରହୁଥିବାରୁ ନୈଋତ ଦିଗକୁ ଯାତ୍ରା କରିବା ନିଷେଧ
ଘାତଚନ୍ଦ୍ର- ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କ ପାଇଁ
ଘାତବାର- ମିଥୁନ ରାଶିମାନଙ୍କ ପାଇଁ
ଶୁଭ ସମୟ- ଦିନ ୧୦ଟା ୨୫ ମିନିଟ ଠାରୁ ଦିନ ୧ଟା
ଦିନ ୩ଟା ଠାରୁ ସନ୍ଧ୍ୟା ୫ଟା ୧୫ ମିନିଟ୍
ଅଶୁଭ ସମୟ- ସକାଳ ୭ଟା ୩୦ ମିନିଟ୍ ଠାରୁ ୯ଟା ପର୍ଯ୍ୟନ୍ତ
ଆଜି ପୋଇ ଖାଇବା ନିଷେଧ
ମେଷ ରାଶି
ଅଶ୍ବିନୀ ମେଷ- ଆପଣଙ୍କୁ କୈାଣସି ଶୁଭ ସମାଚାର ମିଳିପାରେ
ଦ୍ବିଜା ମେଷ- ଅଟକିଥିବା କାର୍ଯ୍ୟରେ ବାଧା ଆସିବ
କୃତ୍ତିକା ମେଷ- କର୍ମକ୍ଷେତ୍ରକୁ ନେଇ କୈାଣସି ଶୁଭ ସୂଚନା ପାଇବେ
ବୃଷ ରାଶି
କୃତ୍ତିକା- ସହକର୍ମୀଙ୍କ ସହଯୋଗ ପାଇବେ,ପାରିବାରିକସ୍ଥିତି ଭଲ ରହିବ
ରୋହିଣୀ- ଭାଗ୍ୟ ଆପଣଙ୍କ ସପକ୍ଷରେ ରହୁଥିବାରୁ କାମ ସବୁ ଭଲରେ ହୋଇଯିବ
ମୃଗଶିରା- ପ୍ରତୀକ୍ଷା କରିଥିବା କାର୍ଯ୍ୟରେ ସଫଳତା ପାଇବେ
ଗୋମାତାଙ୍କୁ ଶାଗ ଖାଇବାକୁ ଦିଅନ୍ତୁ
ମିଥୁନ ରାଶି
ମୃଗଶିରା- କୈାଣସି ଘରୋଇ ବିଷୟରେ ଆଲୋଚନାରେ ସାମିଲ ହୋଇପାରନ୍ତି
ଆର୍ଦ୍ରା ମିଥୁନ- ସାମାଜିକ ସ୍ତରରେ ଲୋକଙ୍କୁ କିଛି ସାହାଯ୍ୟ କରନ୍ତୁ
ପୁର୍ନବସୁ- ଅର୍ଥ ବାଧକ ରହିବ, ପ୍ରତି କାମରେ ସତର୍କ ରୁହନ୍ତୁ
ବ୍ରାହ୍ମଣଙ୍କୁ ବସ୍ତ୍ର ସହ ଦକ୍ଷିଣା କିଛି ଦାନ କରନ୍ତୁ
କର୍କଟ ରାଶି
ପୁର୍ନବସୁ- କିଛି ଜରୁରୀ କାମ ଯୋଗୁ ବ୍ୟସ୍ତ ରହିପାରନ୍ତି,ନୂଆ ଯୋଜନା ପ୍ରସ୍ତୁତ କରନ୍ତୁ
ପୁଷ୍ୟ। କର୍କଟ- ଆପଣଙ୍କର ଚିନ୍ତାଧାରାକୁ ପରିବାର ଲୋକ ବିରୋଧ କରିପାରନ୍ତି
ଅଶ୍ଲେଷା- ଧାର୍ମିକ ଭାବନାରେ ସମୟ କଟିବ
ଶ୍ରୀଗଣେଷଙ୍କୁ ମିଶ୍ରି ସହ କାଜୁ ଭୋଗ ଲଗାନ୍ତୁ
ସିଂହ ରାଶି
ମଘା- ସ୍ବାସ୍ଥ୍ୟ ପ୍ରତି ବିପଦ ରହିଛି,ଆମିଷ ଖାଆନ୍ତୁ ନାହିଁ
ପୂର୍ବାଫାଲଗୁନି- ବୟସ୍କ ବ୍ୟକ୍ତିଙ୍କ ସହ ପରାମର୍ଶ କରି କାର୍ଯ୍ୟ କରନ୍ତୁ
ଉତ୍ତରାଫାଲ୍ଗୁନି- ଅପରାହ୍ନରେ କିଛି ଖୁସି ଖବର ପାଇପାରନ୍ତି
ମାଟି ପାତ୍ରରେ କିଛି ଜଳ ପକ୍ଷୀମାନଙ୍କ ଉଦ୍ଦେଶ୍ୟରେ ରଖନ୍ତୁ
କନ୍ୟା ରାଶି
ଉତ୍ତରାଫାଲଗୁନି-କୈାଣସି ବି ନିଷ୍ପତ୍ତି ଜୀବନସାଥୀଙ୍କ ପରାମର୍ଶରେ ହିଁ ନିଅନ୍ତୁ
ହସ୍ତା କନ୍ୟା- ନିଜର କ୍ୟାରିୟରକୁ ନେଇ ନୂଆ ରଣନୀତି ପ୍ରସ୍ତୁତ କରିବେ
ଚିତ୍ରା କନ୍ୟା- ଆପଣଙ୍କର ଭାବନା ଓ ବିଚାର ସକାରତ୍ମକ ରହିବ
ଗରିବ ବ୍ୟକ୍ତିଙ୍କୁ କିଛି ଲଡୁ ବାଣ୍ଟନ୍ତୁ
ତୁଳା ରାଶି
ଚିତ୍ରା- ନିଜର ପ୍ରେମ ସଂପର୍କ ଅତି ମଧୁର ରହିବ
ସ୍ବାତୀ ନକ୍ଷତ୍ର- ଆର୍ଥିକସ୍ଥିତିକୁ ନେଇ ମନ ଖରାପ ରହିପାରେ
ବିଶାଖା ନକ୍ଷତ୍ର- ନିଜର କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ
ମା’ଗାୟତ୍ରୀଙ୍କ ମନ୍ତ୍ର ୫୪ ଥର ପାଠ କରନ୍ତୁ
ବିଛା ରାଶି
ବିଶାଖା- ନୂଆ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ
ଅନୁରାଧା- କାର୍ଯ୍ୟରେ କିଛି ବାଧା,ପ୍ରତିବନ୍ଧକ ଆସିବା ଯୋଗୁ ଚିନ୍ତା ବଢିଯିବ
ଜ୍ୟେଷ୍ଠା- ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ, ନିଜ କାମରେ ପ୍ରଶଂସା ପାଇବେ
ଶ୍ରୀଗଣେଶାୟ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ
ଧନୁ ରାଶି
ମୂଳା ନକ୍ଷତ୍ର- ଆର୍ଥିକସ୍ଥିତି ଠିକ୍ ରହିବ ନାହିଁ
ପୂର୍ବାଷାଢା- ନିଜର ଚିନ୍ତାଧାରାରେ ଅନ୍ୟକୁ ପ୍ରଭାବିତ କରିବେ
ଉତ୍ତରାଷାଢା- ଅଟକିଥିବା କାର୍ଯ୍ୟକୁ ପୁରା କରିବାରେ ସଫଳ ରହିବେ
ମା’ଗାୟତ୍ରୀ ମନ୍ତ୍ରକୁ ୧୧ ଥର ପାଠ କରନ୍ତୁ
ମକର ରାଶି
ଉତ୍ତରାଷାଢା- ଘରୋଇ କାର୍ଯ୍ୟରେ ପରିବାରର ସହଯୋଗ ପାଇବେ
ଶ୍ରବଣା- ସାମାଜିକ କ୍ଷେତ୍ରରେ ଲୋକସଂପର୍କ ବଢିବ
ଧନିଷ୍ଠା- ସଫଳତା ପାଇଁ ଆଜି ଅଧିକ ସଂଘର୍ଷ କରିବାକୁ ପଡିବ
ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ
କୁମ୍ଭ ରାଶି
ଧନିଷ୍ଠା- ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ,ମନୋରଞ୍ଜନରେ ସମୟ କାଟିବେ
ଶତଭିଷା- ଘରଖର୍ଚ୍ଚ ନିୟନ୍ତ୍ରଣ ବାହାରକୁ ଯାଇପାରେ ସତର୍କ ରୁହନ୍ତୁ
ପୂର୍ବଭାଦ୍ରପଦ- ବୟସ୍କ ବ୍ୟକ୍ତିଙ୍କର ପରାମର୍ଶରେ କାର୍ଯ୍ୟ କରନ୍ତୁ
ଘରୁ ବାହାରିବା ବେଳେ ମା’ଙ୍କୁ ପ୍ରଣାମ କରନ୍ତୁ
ମୀନ ରାଶି
ପୂର୍ବଭାଦ୍ରପଦ- କଳା ସଂଗୀତ ପ୍ରତି ଧ୍ୟାନ ଦେଲେ ଭଲ ରହିବ
ଉତ୍ତରଭାଦ୍ରପଦ- ପରିଶ୍ରମର ସଂପୂର୍ଣ୍ଣ ପାରିଶ୍ରମିକ ହେବ
ରେବତୀ- ଧାର୍ମିକ କାର୍ଯ୍ୟ ହିଁ ଆପଣଙ୍କୁ ଶାନ୍ତି ଦେବ
ଭଗବାନ ଶ୍ରୀବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରନ୍ତୁ
ଜ୍ୟୋତିର୍ବିଦ୍ – ପ୍ରଜ୍ଞା ତ୍ରିପାଠୀ
ଲକ୍ଡାଉନ୍ ସମୟରେ ମଦ ପରିବର୍ତ୍ତେ ସାନିଟାଇଜର ପିଉଛନ୍ତି ନିଶାଖୋର
ଭୋପାଳ: ଲକ୍ଡାଉନ୍ ଯୋଗୁଁ ସମଗ୍ର ଦେଶରେ ମଦ ଦୋକାନ ବନ୍ଦ ରହିଛି । ଅନ୍ୟ ରାଜ୍ୟ ଭଳି ମଧ୍ୟପ୍ରଦେଶରେ ମଦ ଏବଂ ସମସ୍ତ ନିଶାଦ୍ରବ୍ୟ ଦୋକାନ ଲକଡାଉନ୍ ପାଇଁ ବନ୍ଦ ରହିଛି। ତେବେ ଏନେଇ ମଧ୍ୟପ୍ରଦେଶର ଏକ ଖବର ସାମ୍ନାକୁ ଆସିଛି । ଲକଡାଉନ୍ ସମୟରେ ମଦର ଅଭାବ ଯୋଗୁଁ ସାନିଟାଇଜର ପିଉଛନ୍ତି ମଦ୍ୟପ । ସୂଚନାଯୋଗ୍ୟ ଯେ, କୋଭିଡ-୧୯ ପାଇଁ ସରକାର ନିର୍ଦ୍ଦେଶାବଳୀ ଅନୁଯାୟୀ ସାନିଟାଇଜରରେ ପାଖାପାଖି ୭୦ ପ୍ରତିଶତ ଆଲ୍କହଲ୍ ମାତ୍ରା ରହିବା ବାଧ୍ୟତାମୂଳକ ଅଟେ। ଏଣୁ ଏଭଳି ସାନିଟାଇଜରକୁ ନିଶା ଭାବେ ବ୍ୟବହାର କରୁଛନ୍ତି ନିଶାଖୋର ।
ତେବେ ଭୋପାଲରେ ଜଣେ ଡାକ୍ତରଙ୍କ ଅଭିଯୋଗ ଅନୁସାରେ ମଦ୍ୟପମାନେ ନିଶା ପାଇଁ ସାନିଟାଇଜର ବ୍ୟବହାର କରୁଛନ୍ତି। ଯାହା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ । ଏହା ଏକ ବଡ଼ ସମସ୍ୟା। ସେ କହିଛନ୍ତି ଯେ, ସେ ଜଣେ ୧୮ ବର୍ଷର ଝିଅକୁ ଚିକିତ୍ସା କରିଥିଲେ ଯିଏ ସାନିଟାଇଜର ପିଇଥିଲା। ତେବେ ଡାକ୍ତରଙ୍କ କହିବା ଅନୁସାରେ ସବୁ ସାନିଟାଇଜର ବୋତଲରେ ଚେତାବନୀ ଦିଆଯିବା ଉଚିତ । ବଜାରରେ ତିନି ପ୍ରକାରର ସାନିଟାଇଜର ଉପଲବ୍ଧ ବୋଲି ସେ କହିଛନ୍ତି।
ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲାରେ ଜଣେ ବ୍ୟକ୍ତି ସାନିଟାଇଜରରୁ ମଦ ତିଆରି କରି ତାହା ଅଧିକା ଦାମ୍ ରେ ବିକ୍ରି କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ । ଏଥି ସହ ମଧ୍ୟପ୍ରଦେଶର ଅବକାରୀ ଅଧିକାରୀ କହିଛନ୍ତି ଯେ, ସାନିଟାଇଜରକୁ ମଦ୍ୟପାନ କରାଯାଉଥିବା ସେ ଜାଣି ନାହାଁନ୍ତି। ସେ କହିଥିଲେ, ‘ସାନିଟାଇଜର ତାଙ୍କ ଅଧୀନରେ ନାହିଁ। ତଥାପି, ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଯେ, ସାନିଟାଇଜର ପିଇବା ଅନୁଚିତ୍ ।
ସୁରତ୍ରୁ ଫେରିବା ବାଟରେ ମହିଳାଙ୍କ ପ୍ରସବ: ରାସ୍ତାକଡ଼ରେ ଶିଶୁକୁ ଜନ୍ମଦେଲେ ମହିଳା
ଭଦ୍ରକ: ସୁରତରୁ ଘରକୁ ଫେରିବା ବାଟରେ ମହିଳାଙ୍କ ପ୍ରସବ । ରାସ୍ତାକଡ଼ରେ ଶିଶୁକୁ ଜନ୍ମ ଦେଇଛନ୍ତି ଭଦ୍ରକ ଜିଲ୍ଲା କୁବେରା ଅଞ୍ଚଳର ଜଣେ ମହିଳା । ତେବେ ବର୍ତ୍ତମାନ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି । ଗର୍ଭବତୀ ଥିବା ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ସହ ସୁରତ୍ରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ରେ ଆସୁଥିଲେ । ଆସିବା ବାଟରେ ମୁମ୍ୱାଇ-ନାଗପୁର ଜାତୀୟ ରାଜପଥ ମଝିରେ ମହିଳା ଜଣଙ୍କ ପ୍ରସବ ଜନିତ ଯନ୍ତ୍ରଣା ଅନୁଭବ କରିଥିଲେ । ଯନ୍ତ୍ରଣା ଅନୁଭବ କରିବା ପରେ ସେ ବସ୍ରୁ ଓହ୍ଲାଇ ଯାଇଥିଲେ । ସେଠାରେ ରାସ୍ତା କଡ଼ରେ ହିଁ ଶିଶୁକୁ ଜନ୍ମ ଦେଇଥିଲେ । ପରେ ବସ୍ଟି ସେମାନଙ୍କୁ ସେଠାରେ ଛାଡ଼ି ଅନ୍ୟ ଯାତ୍ରୀଙ୍କ ସହ ଗନ୍ତବ୍ୟ ପଥ ଅଭିମୁଖେ ବାହାରିଥିଲା । କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।
ମେଡିକାଲରେ ଭର୍ତ୍ତି ହେବା ପରେ ସ୍ୱାମୀ-ସ୍ତ୍ରୀ ନିଜ ନବଜାତକ ସହ ଫଟୋ ଉଠାଇ ପଠାଇବା ସହ ସେମାନେ ସୁସ୍ଥ ଥିବା ଜଣାଇଛନ୍ତି । ତେବେ ସେମାନେ ଆସୁଥିବା ବସ୍ଟି ଅଧା ବାଟରେ ସେମାନଙ୍କୁ ଛାଡ଼ି ଆସିଯାଇଥିବା ବେଳେ ସେମାନେ ଏବେ ମେଡିକାଲରେ ରହିଛନ୍ତି । ସେମାନେ ଏବେ ଘରକୁ କିଭଳି ଆସିବେ ସେ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।
କ୍ୱାରେଣ୍ଟାଇନ୍ ସେଣ୍ଟରରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ, ଖାଦ୍ୟ ଫେରାଇଲେ ଅନ୍ତେବାସୀ
ବ୍ରହ୍ମପୁର: ଖାଦ୍ୟ ଦେବାରେ ବିଳମ୍ୱ କରିବା ସହ ନିମ୍ନମାନର ଖାଦ୍ୟ ଦେଇଥିବା ଅଭିଯୋଗରେ ଖାଦ୍ୟ ଫୋପାଡ଼ି ଦେଇଛନ୍ତି କ୍ୱାରେଣ୍ଟାଇନ୍ରେ ଥିବା ପ୍ରବାସୀ ଓଡ଼ିଆ । ଗଞ୍ଜାମ ଜିଲ୍ଲା ସୁବୁଳିଆ ସ୍ଥିତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କ୍ୱାରେଣ୍ଟାଇନରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ଅଭିଯୋଗ ହେଲା ଯେ, ସେମାନଙ୍କୁ ଦିନ ୧୨ଟାରେ ଖାଇବାକୁ ଦିଆଯାଇଛି । ଖାଇବାରେ ଭାତ ଡାଲି ଓ ଆଚାର ଦେଉଛନ୍ତି । ଯାହାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି । ଏଭଳି ଖାଦ୍ୟ ଖାଇବାକୁ ବାରଣ କରିବା ସହ ସାମୁହିକ ଭାବେ ଖାଦ୍ୟ ଫୋପାଡ଼ି ଦେଇଥିଲେ କ୍ୱାରେଣ୍ଟାଇନ୍ରେ ରହିଥିବା ପ୍ରବାସୀ ।
https://www.facebook.com/NandighoshaTV/videos/2548741585225286/
ଗତକାଲି ରାତିରେ ମଧ୍ୟରେ ସମାନ ପ୍ରକାର ଖାଦ୍ୟ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପ୍ରବାସୀ । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଉଛି । ଭିଡିଓ ସୋସିଆଲ୍ ମିଡିଆାରେ ଭାଇରଲ୍ ହେବା ପରେ ପ୍ରବାସୀଙ୍କ ଏଭଳି ଆଚରଣକୁ ସାଧାରଣରେ ନାପସନ୍ଦ କରିଛନ୍ତି । ଅପରପକ୍ଷରେ ରାଗପୁର ଆଦର୍ଶ ବିଦ୍ୟାଳୟରେ ଖୋଲାଯାଇଥିବା ଅନ୍ୟ ଏକ କ୍ୱାରେଣ୍ଟାଇନ୍ ସେଣ୍ଟର ତାଲା ଭାଙ୍ଗି ଚମ୍ପଟ୍ ମାରିଛନ୍ତି ପ୍ରାୟ ୨ଶହ ଲୋକ । ପ୍ରଶ୍ନ ଉଠୁଛି, କେମିତି କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଫେରାର ହେଲେ ଅନ୍ତେବାସୀ ? କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଢିଲା ଥିଲା କି ସୁରକ୍ଷା ବ୍ୟବସ୍ଥା? କରୋନାର ଭୟାବହତା ଭିତରେ ଏ କିଭଳି ଦାୟିତ୍ୱହୀନତ? ତେବେ ରବିବାର ୨ ଜଣ ସୁରତ୍ ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରବାସୀଙ୍କ ଏଭଳି ଆଚରଣ ଲୋକଙ୍କୁ ଚିନ୍ତିତ କରିଛି । ସେମାନେ ଏଭଳି କରିବା ଦ୍ୱାରା ନିଜ ସହିତ ନିଜ ପରିବାର ଓ ସମାଜକୁ ବିପଦ ମଧ୍ୟକୁ ଠେଲିଦେଉଛନ୍ତି ।
ସୁସ୍ଥ ହେଲେ ଆଉ ୪ କରୋନା ଆକ୍ରାନ୍ତ: ଏଯାବତ୍ ସୁସ୍ଥ ହେଲେଣି ୬୦ ରୋଗୀ
ଭୁବନେଶ୍ୱର: ସୁସ୍ଥ ହେଲେ ରାଜ୍ୟର ଆଉ ୪ କରୋନା ଆକ୍ରାନ୍ତ । ସେମାନଙ୍କ କୋଭିଡ-୧୯ ଟେଷ୍ଟ ନେଗେଟିଭ୍ ଆସିଛି । ସେମାନଙ୍କ ମଧ୍ୟରୁ ୩ ଜଣ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଜଣେ ବାଲେଶ୍ୱର ଜିଲ୍ଲାର । ଏଥିସହିତ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି ।
Four more patients have recovered and tested negative for COVID-19.
They include three from Bhadrak district and one from Balasore district.
Odisha's recovered cases now stand at 60.
— H & FW Dept Odisha (@HFWOdisha) May 3, 2020
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଏଯାବତ୍ ରାଜ୍ୟରେ ମୋଟ ୧୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ଜଣ ସୁସ୍ଥ ହେବା ପରେ ଏବେ ମୋଟ ୧୦୨ ଜଣ କରୋନା ରୋଗୀ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
୨ ପଜିଟିଭ୍ ଚିହ୍ନଟ ହେବା ପରେ ଅରେଞ୍ଜ ଜୋନ୍ରେ ସାମିଲ ହେଲା ଗଞ୍ଜାମ ଜିଲ୍ଲା, ପଢ଼ନ୍ତୁ ଆପଣଙ୍କ ଜିଲ୍ଲା କେଉଁ ଜୋନ୍ରେ
ବ୍ରହ୍ମପୁର:ରାଜ୍ୟ ସରକାରଙ୍କ ପକ୍ଷରୁ ଜାର ହୋଇଛି ନୂଆ ଜୋନ୍ ତାଲିକା । ଏଥିରେ ୧୧ଟି ଜିଲ୍ଲା ଅରେଞ୍ଜ ଜୋନ୍ରେ ସାମିଲ ହୋଇଥିବା ବେଳେ ୧୯ ଜିଲ୍ଲା ଗ୍ରୀନ୍ ଜୋନ୍ରେ ରହିଛି । ଏଥିରେ ପୂର୍ବରୁ ଗ୍ରୀନ୍ ଜୋନ୍ରେ ଥିବା ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଜିଲ୍ଲାରେ ସାମିଲ କରାଯାଇଛି । ଗତକାଲି ସୁଦ୍ଧା ଜଣେ ବି କରୋନା ପଜିଟିଭ୍ ଚିହ୍ନଟ ହୋଇନଥିବା ବେଳେ ରବିବାର ୨ ଜଣ ସୁରତ୍ ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟ ସରକାର ଜୋନ୍ ତାଲିକାରେ ପରିବର୍ତ୍ତନ କରିବା ସହ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଜୋନ୍ରେ ସାମିଲ କରିଛନ୍ତି । ଅପରପକ୍ଷରେ ଭୁବନେଶ୍ୱର ମହାନଗର ନିଗମକୁ ରେଡ୍ ଜୋନ୍ରେ ସାମିଲ କରିଛନ୍ତି ରାଜ୍ୟ ସରକାର । ଗଞ୍ଜାମ ଜିଲ୍ଲା ଅରେଞ୍ଜ ଜୋନ୍ରେ ସାମିଲ ହେବା ପରେ ଗ୍ରୀନ୍ ଜୋନ୍ ଯୋଗୁଁ ଯେଉଁ ସବୁ କଟକଣାରେ କୋହଳ ହୋଇଥିଲା ତାହା ବଳବତ୍ତର ରହିବ ନାହିଁ । ଗଞ୍ଜାମ ଜିଲ୍ଲାରେ ସୋମବାର ଠାରୁ ଅରେଞ୍ଜ ଜୋନ୍ ଅନୁଯାୟୀ କଟକଣା ଲାଗୁ ହେବ ।
ରେଡ୍ ଜୋନ୍ ତାଲିକା
ବାଲେଶ୍ୱର, ଭଦ୍ରକ, ଯାଜପୁର, ଭୁବନେଶ୍ୱର ମହାନଗର ନିଗମ
ଅରେଞ୍ଜ ଜୋନ୍ ତାଲିକା
ଖୋର୍ଦ୍ଧା (ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ) ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ଢେଙ୍କାନାଳ, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲା ।
ଗ୍ରୀନ୍ ଜୋନ୍ ତାଲିକା
ଅନୁଗୁଳ, ବରଗଡ଼, ବୌଦ୍ଧ, ସମ୍ୱଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସୋନପୁର, କଟକ ଓ ପୁରୀ ଜିଲ୍ଲା
ବାୟୁ ସେନା ପରେ ଏବେ କରୋନା ଯୋଦ୍ଧାଙ୍କୁ ସଲାମ୍ ଜଣାଇଛନ୍ତି ନୌସେନା
ପୁରୀ: ବାୟୁ ସେନା ପରେ ଏବେ କରୋନା ଯୋଦ୍ଧାଙ୍କୁ ସଲାମ୍ ଜଣାଇଛନ୍ତି ନୌସେନା । ବଙ୍ଗୋପ ସାଗରରେ ପୂର୍ବତଟ ତଟରକ୍ଷୀ ବାହିନୀଙ୍କ ପକ୍ଷରୁ ଆଜି ଓଡିଶା ଉପକୂଳରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସମୁଦ୍ର ଭିତରେ ତଟରକ୍ଷୀ ବାହିନୀର ଯୋଦ୍ଧା ଜାହାଜରେ ସବୁଜ ଆଲୋକରେ ଆଲୋକିତ କରାଯାଇଥିଲା | ଏଥିସହ ସମୁଦ୍ର ଭିତରେ ଯୁଦ୍ଧ ଜାହାଜରୁ ସବୁଜ ରଙ୍ଗର ଏଲୁମୁନେସନ ଫ୍ଲେୟାର ମାଧ୍ୟମରେ ଫୁଟାଯାଇ ଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା |

ଓଡ଼ିଶା ଉପକୂଳରେ ପାରାଦ୍ୱୀପ ଓ ପୁରୀ ଦୁଇଟି ସ୍ଥାନ ଓ ପଶ୍ଚିମବଙ୍ଗ ଉପକୂଳର ସାଗର ଆଇସଲ୍ୟାଣ୍ଡ ଠାରେ ଓପିଭି ଶ୍ରେଣୀର ଯୁଦ୍ଧ ଜାହାଜରେ ଆଜି ସନ୍ଧ୍ୟାରେ ଏପରି କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଥିଲା | ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ପୋଲିସ, ସଫେଇ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ତଥା କରୋନା ଯୁଦ୍ଧରେ ସାମିଲ ଥିବା ସମସ୍ତ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ କୋଷ୍ଟଗାର୍ଡ ପକ୍ଷରୁ ଆଜି ଏହି କାର୍ଯ୍ୟକ୍ରମ କରାଯାଇଥିଲା |

