ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ତେବେ, ଆକ୍ରାନ୍ତ ଜଣଙ୍କ କେଉଁଆଡ଼େ ଯାଇଥିଲେ, କାହା ସଂସ୍ପର୍ଶରେ ଆସିଛନ୍ତି ତାହା ଜଣାପଡ଼ିନାହିଁ ।

ଜିଲ୍ଲାରେ ମୋଟ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫ ଜଣ ସୁସ୍ଥ ହୋଇଥିବା ବେଳେ ୬ ଜଣଙ୍କ ଚିକିତ୍ସା ଚାଲିଛି । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୬୩ରେ ପହଞ୍ଚିଛି । ରାଜ୍ୟରେ ୬୦ ଜଣ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୧୦୨ ଜଣଙ୍କ ଚିକିତ୍ସା ଚାଲିଛି, ଜଣଙ୍କ ମୃତ୍ୟୁ ହୋଇଛି ।

ଏପ୍ରିଲ୍ ୧୧ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ କରି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏପ୍ରିଲ୍ ୨୦ରେ ଜଣେ, ଏପ୍ରିଲ୍ ୨୫ରେ ୩, ଏପ୍ରିଲ ୨୭ରେ ୪ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଜଣଙ୍କ ନମୁନା ପଜିଟିଭ୍ ଆସିଛି ।

କାଲିଠୁ ଆରମ୍ଭ ହେବ ଲକ୍‌ଡାଉନ୍‌ 3.0: ଜାଣନ୍ତୁ କଣ ରହିବ କଟକଣା

Leave a Reply