କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ, ଖାଦ୍ୟ ଫେରାଇଲେ ଅନ୍ତେବାସୀ

1 min read

ବ୍ରହ୍ମପୁର: ଖାଦ୍ୟ ଦେବାରେ ବିଳମ୍ୱ କରିବା ସହ ନିମ୍ନମାନର ଖାଦ୍ୟ ଦେଇଥିବା ଅଭିଯୋଗରେ ଖାଦ୍ୟ  ଫୋପାଡ଼ି ଦେଇଛନ୍ତି କ୍ୱାରେଣ୍ଟାଇନ୍‌ରେ ଥିବା ପ୍ରବାସୀ ଓଡ଼ିଆ । ଗଞ୍ଜାମ ଜିଲ୍ଲା ସୁବୁଳିଆ ସ୍ଥିତ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କ୍ୱାରେଣ୍ଟାଇନରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ଅଭିଯୋଗ ହେଲା ଯେ, ସେମାନଙ୍କୁ ଦିନ ୧୨ଟାରେ ଖାଇବାକୁ ଦିଆଯାଇଛି । ଖାଇବାରେ ଭାତ ଡାଲି ଓ ଆଚାର ଦେଉଛନ୍ତି । ଯାହାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି । ଏଭଳି ଖାଦ୍ୟ ଖାଇବାକୁ ବାରଣ କରିବା ସହ ସାମୁହିକ ଭାବେ ଖାଦ୍ୟ ଫୋପାଡ଼ି ଦେଇଥିଲେ କ୍ୱାରେଣ୍ଟାଇନ୍‌ରେ ରହିଥିବା ପ୍ରବାସୀ ।

https://www.facebook.com/NandighoshaTV/videos/2548741585225286/

ଗତକାଲି ରାତିରେ ମଧ୍ୟରେ ସମାନ ପ୍ରକାର ଖାଦ୍ୟ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପ୍ରବାସୀ । ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଉଛି । ଭିଡିଓ ସୋସିଆଲ୍ ମିଡିଆାରେ ଭାଇରଲ୍ ହେବା ପରେ ପ୍ରବାସୀଙ୍କ ଏଭଳି ଆଚରଣକୁ ସାଧାରଣରେ ନାପସନ୍ଦ କରିଛନ୍ତି । ଅପରପକ୍ଷରେ ରାଗପୁର ଆଦର୍ଶ ବିଦ୍ୟାଳୟରେ ଖୋଲାଯାଇଥିବା ଅନ୍ୟ ଏକ କ୍ୱାରେଣ୍ଟାଇନ୍ ସେଣ୍ଟର ତାଲା ଭାଙ୍ଗି ଚମ୍ପଟ୍‌ ମାରିଛନ୍ତି ପ୍ରାୟ ୨ଶହ ଲୋକ । ପ୍ରଶ୍ନ ଉଠୁଛି, କେମିତି କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଫେରାର ହେଲେ ଅନ୍ତେବାସୀ ? କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ଢିଲା ଥିଲା କି ସୁରକ୍ଷା ବ୍ୟବସ୍ଥା? କରୋନାର ଭୟାବହତା ଭିତରେ ଏ କିଭଳି ଦାୟିତ୍ୱହୀନତ? ତେବେ ରବିବାର ୨ ଜଣ ସୁରତ୍ ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରବାସୀଙ୍କ ଏଭଳି ଆଚରଣ ଲୋକଙ୍କୁ ଚିନ୍ତିତ କରିଛି । ସେମାନେ ଏଭଳି କରିବା ଦ୍ୱାରା ନିଜ ସହିତ ନିଜ ପରିବାର ଓ ସମାଜକୁ ବିପଦ ମଧ୍ୟକୁ ଠେଲିଦେଉଛନ୍ତି ।

Leave a Reply