spot_img
Home Blog Page 7160

ଛେଳିଠାରୁ ପନିପରିବା ସବୁ ହେଲେ କରୋନା ପଜିଟିଭ, ଜାଣନ୍ତୁ କେଉଁଠି…

ଦାର୍ ଏ ସଲାମ(ତାଞ୍ଜାନିଆ): ବାଦୁଡ଼ି, ମଣିଷ, କୁକୁର, ବାଘୁଣୀ ଏବଂ ବିଲେଇ ପରେ ଏବେ କରୋନା ଭାଇରସର ନୂଆ ଶୀକାର ହୋଇଛନ୍ତି ଛେଳି । ଆଫ୍ରିକାର ଏକ ଦେଶରେ ଛେଳି ଏବଂ ଫଳ ଦେହରେ କରୋନା ପଜିଟିଭ ପାଇବେ ପରେ ସେଠାକାର ରାଷ୍ଟ୍ରପତି ଏବେ ଚିନ୍ତାରେ । ତେବେ ଆସନ୍ତୁ ଜାଣିବା ସେ କେଉଁ ଦେଶ ଯେଉଁଠି ଛେଳି ଏବଂ ଫଳ,ପନିପରିବା ମଧ୍ୟ ହୋଇଛନ୍ତି କରୋନା ଭାଇରସ ପଜିଟିଭ ।

ଏହି ଦେଶ ହେଉଛି ତଞ୍ଜାନିଆ । ଏଠାରେ ରବିବାର ଏକ ଛେଳି ଏବଂ ଏକ ବିଶେଷ ପ୍ରକାରର ଫଳ ପଁପଁ (PawPaw) ଦେହରେ କରୋନା ଭାଇରସ ଥିବା ସ୍ପଷ୍ଟ କରାଯାଇଛି । ଏହାପରେ ଦେଶର ରାଷ୍ଟ୍ରପତି ଜନ୍ ମାଗୁଫୁଲୀ କହିଛନ୍ତି ଯେ, ଟେଷ୍ଟ କିଟରେ ନିଶ୍ଟୟ କିଛି ଭୁଲ ଥାଇପାରେ ତେଣୁ ଏହାର ଯାଞ୍ଚ ହେବା ଆବଶ୍ୟକ ।

 

ଅବଶ୍ୟ କିଛି ଦିନ ପୂର୍ବେ କରୋନା ଭାଇରସ ମାମଲାକୁ ଲୁଚାଇବା ଅଭିଯୋଗରେ ତାଞ୍ଜାନିଆ ରାଷ୍ଟ୍ରପତିଙ୍କୁ ଅନେକ ନିନ୍ଦା ଶୁଣିବାକୁ ପଡ଼ିଥିଲା । କାରଣ ଏହି ସମୟରେ କରୋନା ମାମଲା ଲୁଚାଇବା ସହିତ ମାଗୁଫଲୀ ନିଜ ଦେଶବାସୀଙ୍କୁ ଏମିତି କିଛି କଥା କହିଥିଲେ ଯେଉଁଥିପାଇଁ ସେ ଲୋକହସାର ଶୀକାର ହୋଇଥିଲେ । ସେ କହିଥିଲେ ଯେ, ‘ଆପଣମାନେ ପ୍ରାର୍ଥନା କରନ୍ତୁ ଯେ, ଆପଣମାନେ ଭାଇରସର ଶୀକାର ନହୁଅନ୍ତୁ ।’

 

ରାଷ୍ଟ୍ରପତି ଜନ୍ ମାଗଫୁଲୀ କହିଛନ୍ତି ଯେ, ବିଦେଶରୁ ଆସିଥିବା ଟେଷ୍ଟ କିଟ୍ ରେ କିଛି ଅସୁବିଧା ରହିଛି । ଏହା ସମ୍ଭବ ନୁହେଁ ଯେ, ପଁପଁ ଫଳ ଏବଂ ଛେଳି ପାଖରେ କରୋନା ପଜିଟିଭ ଦେଖାଦେବ । ଦେଶର ସେନାଙ୍କୁ ଟେଷ୍ଟ କିଟର ଯାଞ୍ଚ କରିବା ପାଇଁ ରାଷ୍ଟ୍ରପତି କହିଛନ୍ତି । କାରଣ ସାମ୍ପଲ ଯାଞ୍ଚ କରୁଥିବା ଲୋକମାନେ ମଣିଷଙ୍କ ବ୍ୟତୀତ ଅନ୍ୟ ସାମ୍ପଲ ଗୁଡ଼ିକର ମଧ୍ୟ ଯାଞ୍ଚ କରୁଥିଲେ । ଏହି ସାମ୍ପଲ ଛେଳି, ପଁପଁ ଫଳ ଠାରୁ ନିଆଯାଇଥିଲା । ଏହି ସାମ୍ପଲଗୁଡ଼ିକୁ ମଣିଷଙ୍କ ନାମ ଏବଂ ବୟସ ଦିଆଯାଇଥିଲା । ଏହାପରେ ସାମ୍ପଲର ଯାଞ୍ଚ କରିବା ପାଇଁ ତାଞ୍ଜାନିଆ ଲାବୋରେଟରୀକୁ ପଠାଯାଇଥିଲା । ଯେଉଁଠାରେ ଛେଳି ଏବଂ ପଁପଁ ଫଳ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ବର୍ତ୍ତମାନ ରାଷ୍ଟ୍ରପତି ମାଗୁଫୁଲୀଙ୍କ ସୂଚନା ଅନୁଯାୟୀ, ଏହି ଯାଞ୍ଚକୁ ନେଇ ହୋଇଥିବା ଅସୁବିଧାରୁ ଜଣାପଡୁଠି ଯେ, ଆମ ଦେଶରେ ଅନେକ ଲୋକ କରୋନା ଭାଇରସ ସଂକ୍ରମିତ ନୁହନ୍ତି । କିନ୍ତୁ ଆମକୁ ଦ୍ୱିତୀୟ ଥର ଏହି ଭୁଲର ଯାଞ୍ଚ କରିବାକୁ ପଡ଼ିବ ।

ରବିବାର ସୁଦ୍ଧା ଚାଞ୍ଜାନିଆରେ ସର୍ବମୋଟ ୪୮୦ ମାମଲା ସାମ୍ନାକୁ ଆସିଛି ଏବଂ ୧୭ ଜଣ ସଂକ୍ରମିକ ଏଥିରେ ମୃତ୍ୟୁବରଣ କଲେଣି । କିନ୍ତୁ ଦେଶର ରାଜଧାନୀ ଦାର-ଏ-ସଲାମରେ ପ୍ରଶାସନ ତରଫରୁ ପ୍ରତିଦିନ ଏକ କରୋନା ଅପଡେଟ ବୁଲେଟିନ ମଧ୍ୟ ଜାରି କରାଯାଉନି ।

ରାଷ୍ଟ୍ରପତି ମାଗୁଫୁଲୀ କହିଛନ୍ତି ଯେ, ସେ ଏକ ପ୍ଲେନ୍ ମାଡାଗାସ୍କର ପଠାଇବେ ସେଠାରୁ ପ୍ରାକୃତିକ ଔଷଧ ଆଣିବା ପାଇଁ ଯାହାଫଳରେ କରୋନା ଭାଇରସର ସଂକ୍ରମଣ ରୋକାଯାଇପାରିବ ବୋଲି ଦାବି କରିଛନ୍ତି ରାଷ୍ଟ୍ରପତି ମାଗୁଫୁଲୀ

ସଂଘରୋଧ ନିୟମ ଭାଙ୍ଗିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ଡିଜିପି

ଭୁବନେଶ୍ୱର: ଲକଡାଉନ୍ ଲାଗି ରହିଥିବା ବେଳେ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ । କିନ୍ତୁ, କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେମାନେ ନିୟମ ଭାଙ୍ଗୁଥିବା ଦେଖାଯଉଛି । କେତେବେଳେ କ୍ୱାରେଣ୍ଟାଇନ ସେଣ୍ଟରରୁ ଖସି ପଳାଉଛନ୍ତି ତ କେବେ ଦିଆଯାଇଥିବା ଖାଦ୍ୟକୁ ଫିଙ୍ଗୁଛନ୍ତି । କ୍ୱାରେଣ୍ଟାଇନରେ ଥିବା ଅମାନିଆ ଏଭଳି ଆଚରଣକୁ ବରଦାସ୍ କରାଯିବନି । ନିୟମ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ ବୋଲି ପୋଲିସ ଡିଜି ଅଭୟ ଟ୍ୱିଟ୍ କରିଛନ୍ତି ।

କ୍ୱାରେଣ୍ଟାଇନରେ ଥିବା ପ୍ରବାସୀ ନିୟମ ଉଲ୍ଲଂଘନ କଲେ ସହ୍ୟ କରାଯିବନାହିଁ । ସହୃଦୟତାର ସହ ସେମାନଙ୍କୁ ଆମେ ଦେଉଥିବା ସୁବିଧା, ସୁଯୋଗକୁ ଅପବ୍ୟବହାର କରନ୍ତୁନି । ଯଦି, କେହି ବିଶୃଙ୍ଖଳିତ ଆଚରଣ କରେ ତାକୁ କଠୋର ଭାବ ଦମନ କରାଯିବ ବୋଲି ଜିଡି କଡ଼ା ଚେତାବନୀ ଦେଇଛନ୍ତି । ଏଥିସହ କ୍ୱାରେଣ୍ଟାଇନ୍ ନିୟମ ପାଳନ ପାଇଁ ଅପିଲ୍ କରିଛନ୍ତି ଅଭୟ ।

କ୍ୱାରେଣ୍ଟାଇନ ଭଙ୍ଗକାରୀ ଅମାନିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସ ଫେରନ୍ତା ଅମାନିଆଙ୍କୁ ତାଗିଦ୍ କରିଥିଲେ । ସମସ୍ତଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ କହିବା ସହ କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

 

ସିଲଭର ଲେକ୍ ଜିଓ ପ୍ଲାଟଫର୍ମରେ ୧% ଅଂଶଧନ ୫୬୫୫.୭୫ କୋଟିରେ କିଣିଲା

ନୂଆଦିଲ୍ଲୀ: ଆମେରିକାର ଘରୋଇ ଇକ୍ୱିଟି କମ୍ପାନୀ ସିଲଭର ଲେକ୍ ପାର୍ଟନର୍ସ ରିଲାଏନ୍ସର ଜିଓ ପ୍ଲାଟଫର୍ମରେ ଏକ ପ୍ରତିଶତ ଅଂଶଧନ କିଣିଛି। ସିଲଭର ଲେକ୍ ଜିଓ ପ୍ଲାଟଫର୍ମରେ ୫,୬୫୫.୭୫ କୋଟି ଟଙ୍କାର ନିବେଶ କରିବ । ଏହି ନିବେଶରେ ଜିଓ ପ୍ଲାଟଫର୍ମ ଅଂଶଧନ ୪.୯୦ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ ମୂଲ୍ୟ ୫.୧୫ ଲକ୍ଷ କୋଟି ହୋଇଛି । ଏନେଇ ରିଲାଏନ୍ସ ଏବଂ ଜିଓ କହିଛି ଯେ, ଏହି ନିବେଶ ଫେସବୁକ୍ ଦ୍ୱାରା କରାଯାଇଥିବା ନିବେଶର ଅଂଶଧନର ୧୨.୫ ପ୍ରତିଶତ ପ୍ରିମିୟମକୁ ଦର୍ଶାଏ ।

ଋଣମୁକ୍ତ ହେବାର ଯୋଜନା

ରିଲାଏନ୍ସ୍ର ଉପରେ ବର୍ତ୍ତମାନ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ଋଣ ବାକି ଅଛି । ଗତ ବର୍ଷ ଅଗଷ୍ଟରେ ମୁକେଶ ଅମ୍ବାନୀ କହିଥିଲେ ଯେ ତାଙ୍କ କମ୍ପାନୀ ୧୮ ମାସ ଅର୍ଥାତ୍ ମାର୍ଚ୍ଚ ୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ ଋଣମୁକ୍ତ ହେବ । ସେଥିପାଇଁ କମ୍ପାନୀ ପାଣ୍ଠି ସଂଗ୍ରହ ପାଇଁ ସମସ୍ତ ପ୍ରକାର ପ୍ରୟାସ କରୁଛି । ଏବଂ ଏଥିପାଇଁ ରିଲାଏନ୍ସ ଦେଶର ସର୍ବ ବୃହତ ରାଇଟସ୍ ଇସୁର ଘୋଷଣା କରିଛି ଯାହାର ମୂଲ୍ୟ ୫୩,୧୨୫ କୋଟି ଟଙ୍କା ରହିଛି ।

ଜିଓ-ଫେସବୁକ୍ ମଧ୍ୟରେ ଚୁକ୍ତି

ଏଠାରେ ସୂଚନା ଯୋଗ୍ୟ ଯେ, ଫେସବୁକ୍ ସହିତ ଚୁକ୍ତି ହେବାର ଦୁଇ ସପ୍ତାହରୁ ମଧ୍ୟ କମ୍ ସମୟରେ ଏହା ହେଉଛି ଜିଓର ଫେସବୁକ୍ ସହ ଦ୍ୱିତୀୟ ଚୁକ୍ତି । ଏହାପୂର୍ବରୁ, ସୋସିଆଲ ମିଡିଆର ବିଶାଳ ଆମେରିକୀୟ କମ୍ପାନୀ ଫେସବୁକ ଏପ୍ରିଲ ୨୨ରେ ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗ୍ରୁପ୍ କମ୍ପାନୀ ଜିଓ ପ୍ଲାଟଫର୍ମର ୯.୯୯ ପ୍ରତିଶତ ଅଂଶଧନ କିଣିବା ପାଇଁ ୫.୭ ବିଲିୟନ ଡ଼ଲାର୍ ଅର୍ଥାତ୍ ୪୩,୫୭୪ କୋଟି ଟଙ୍କା ନିବେଶ କରିବାନେଇ ସ୍ୱାକ୍ଷର କରିଥିଲା।

ତିନି କୋଟି ଦୋକାନୀ ହେବେ ଉପକୃତ

ଜିଓର ବିଶ୍ୱ ସ୍ତରୀୟ ଡିଜିଟାଲ୍ କନେକ୍ଟିଭିଟି ପ୍ଲାଟଫର୍ମର ଏବଂ ଭାରତୀୟ ଲୋକଙ୍କ ସହ ଫେସବୁକର ସମ୍ବନ୍ଧିତ ମିଳିତ ଶକ୍ତି, ଆପଣଙ୍କ ସମସ୍ତଙ୍କ ପାଇଁ  ଭବିଷ୍ୟତରେ ନୂତନ ଉଦ୍ଭାବନ ଆଣିବ । ଜିଓ ମାର୍ଟ ଏବଂ ଜିଓର ନୂତନ ଡିଜିଟାଲ୍ ବ୍ୟବସାୟ ପ୍ଲାଟଫର୍ମକୁ ହ୍ୱାଟସ୍ ଆପର ସହଯୋଗ ମିଳିବା ଦ୍ୱାରା ଏହାର ଫାଇଦା ମିଳିପାରିବ । ତିନି କୋଟି ଦୋକାନୀ ଏହି ସୁବିଧା ପାଇବେ। ଏହା ଉଭୟ ଦୋକାନୀ ଏବଂ ଗ୍ରାହକଙ୍କୁ ଶୀଘ୍ର ଏବଂ ଭଲ ଡିଜିଟାଲ୍ କାରବାର ପ୍ଲାଟଫର୍ମ ଯୋଗାଇବ । ଅର୍ଥାତ ଗ୍ରାହକମାନେ ଘର ନିକଟରେ ଥିବା ସ୍ଥାନୀୟ ଦୋକାନରୁ ପ୍ରତିଦିନ ସହଜରେ ସାମଗ୍ରୀ ବିତରଣ ଏବଂ ଅର୍ଡର କରିବାରେ ସକ୍ଷମ ହେବେ।

ମାମୁ ଘର କୂଅରେ ବୁଡ଼ି ପୁଅ ସହ ଆଖି ବୁଜିଲା ମାଆ

ଢେଙ୍କାନାଳ: ଲକ୍‌ଡାଉନ୍‌‌ ଚାଲିଥିବାରୁ ମାମୁଁ ଘରେ ଅଟକି ରହିଥିଲେ ମାଆ ପୁଅ । ୩ ବର୍ଷର ଛୁଆକୁ ନେଇ ଶ୍ୱଶୁର ଘର ଯିବାକୁ ମାଆ ସାହାସ ଜୁଟାଇ ପାରିନଥିଲା । ଲକ୍ଡ଼ାଉନ ଖୋଲିବା କ୍ଷଣି ତୁରନ୍ତ ପୁଅକୁ ନେଇ ଶାଶୁଘରକୁ ଫେରିଯିବେ ବୋଲି କହିଥିଲେ ।

ହେଲେ ଆଜି ଘଟିଯାଇଥିଲା ଏକ ଅଭାବନୀୟ ଘଟଣା । ଖେଳୁଥିବା ବେଳେ ହଠାତ୍ କୂଅରେ ଖସି ପଡ଼ିଥିଲା ପୁଅ । କହନ୍ତି ପିଲାଙ୍କ ଜୀବନ ରକ୍ଷା ପାଇଁ କିଛି ବି କରିପାରେ ମା’ । ଯାହାକି ଏଥିରୁ ସ୍ପଷ୍ଟ ଜଣାପଡ଼ିଛି । ନିଜ ପୁଅକୁ କୂଅରେ ପଡ଼ିବାର ଦେଖି ମା’ କେମିତି ବା ସମ୍ଭାଳି ପାରିଥାନ୍ତି । ପୁଅକୁ ବଞ୍ଚେଇବା ପାଇଁ କୂଅକୁ ଡେଇଁ ପଡ଼ିଲା ମା’ ।

ହେଲେ, ଦୁର୍ଭାଗ୍ୟବଶତଃ ମା’ ବଞ୍ଚାଇ ପାରିନଥିଲା ପୁଅକୁ । ଆଉ ନିଜେ ମା’ ମଧ୍ୟ ବୁଡ଼ିଯାଇଥିଲା କୂଅରେ । ଗୋଟିଏ କୂଅରେ ଦୁହିଁଙ୍କ ଜୀବନ ଚାଲିଗଲା । ଏଭଳି ଅଭାବନୀୟ ଘଟଣା ଘଟିଛି ପରଜଙ୍ଗ ଥାନା ତୋରଡାନାଳୀ ଗାଁରେ । ଗ୍ରାମବାସୀ ମାଆ ପୁଅଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ମୃତକ ହେଉଛନ୍ତି ଡିହଡୋଳ ଗାଁର ଜୟନ୍ତୀ ସାହୁ ଓ ତାଙ୍କର ୩ ବର୍ଷର ପୁଅ ପ୍ରିନ୍ସ ସାହୁ ।

Amazon-Flipkart ଆରମ୍ଭ କଲା ଲଗଜରୀ ଜିନିଷର ହୋମ୍ ଡେଲିଭରୀ, କିନ୍ତୁ ଏହି ସବୁ ସହରରେ ଦେଖାଦେଇପାରେ ସମସ୍ୟା

ନୂଆଦିଲ୍ଲୀ: ଲଲଡାଇନ 3.0 ରେ ଇ-କମର୍ସ କମ୍ପାନୀ ଗୁଡ଼ିକୁ ଲଗଜରୀ ଜିନିଷ ଗୁଡ଼ିକର ହୋମ ଡେଲିଭରୀ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଏଥିରେ ଅନେକ ପ୍ରକାର ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି । Amazon-Flipkart ପରି ଇ- କମର୍ସ କମ୍ପାନୀ ଗୁଡ଼ିକ ରେଡ୍ ଜୋନରେ ଡେଲୀଭରୀ କରିପାରିବେ ନାହିଁ ।

ରେଡ୍ ଜୋନକୁ ଛାଡ଼ିଦେଲେ ବାକି ଜୋନରେ Amazon, Flipkart ପରି ଇ-କମର୍ସ କମ୍ପାନୀ ଅର୍ଡର ନେବା ଆରମ୍ଭ କରିସାରିଲେଣି । ଦିଲ୍ଲୀ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ପୁଣେ, ବାଙ୍ଗାଲୁରୁ, ଅହମଦାବାଦ ପରି ଅନେକ ସହର ଗୁଡ଼ିକୁ ରେଡ୍ ଜୋନରେ ରଖାଯାଇଛି । ତେଣୁ ଏହି ଅଞ୍ଚଳର ଲୋକମାନେ ଅନଲାଇନ କୌଣସି ଜିନିଷ ଅର୍ଡର କଲେ ତାହା ନଟ୍ ଡିଲିଭରେବଲ ବୋଲି ଦେଖାଦେବ ।

ପ୍ରସ୍ତୁତ ଅଛନ୍ତି ଇ-କମର୍ସ କମ୍ପାନୀ-

ସୁରକ୍ଷା ବ୍ୟବସ୍ଥା ସହିତ ଯତ୍ନର ସହ ଡେଲିଭରୀ କରିବା ପାଇଁ ଇ-କମର୍ସ କମ୍ପାନୀ ଗୁଡ଼ିକ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି  । ବିଭିନ୍ନ ପ୍ରକାର ଜିନିଷ ସହିତ କଣ୍ଟାକ୍ଟଲେସ୍ ଜେଲିଭରୀ ପାଇଁ ବ୍ୟବସ୍ଥା କରାଯାଇଛି , ଯେଉଁଥିରେ ଜେଲିଭରୀ ଏଜେଣ୍ଟ ମାନେ ଘର ବାହାରେ ଜିନିଷ ରଖି ଆସିବେ ।

ଇ-ବାଣିଜ୍ୟ ବିଜନେସ୍ ସହିତ ଜଡିତ ଅଧିକାରୀମନଙ୍କ କହିବା ଅନୁଯାୟୀ, ଅନଲାଇନ୍ ବିକ୍ରେତାମାନଙ୍କର ଏକ ଛୋଟ ଅଂଶ ମେ ୪ ତାରିଖରୁ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରିବାରେ ସକ୍ଷମ ହେବ କାରଣ ଅନେକ ରାଜ୍ୟ ଇ-ବାଣିଜ୍ୟ କମ୍ପାନୀଗୁଡିକ ପାଇଁ ଏପର୍ଯ୍ୟନ୍ତ ସେମାନଙ୍କ ନିର୍ଦ୍ଦେଶାବଳୀ ଜାରି କରିନାହାଁନ୍ତି ଏବଂ ବହୁ ସଂଖ୍ୟକ ବିକ୍ରେତା ରେଡ୍ ଜୋନ୍ ରେ ଅଛନ୍ତି | ଶୁକ୍ରବାର ଦିନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଲକଡାଉନ୍ ଦୁଇ ସପ୍ତାହ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି, କିନ୍ତୁ ଅରେଞ୍ଜ ଜୋନ୍ ଏବଂ ଗ୍ରୀନ୍ ଜୋନ୍ ରେ କିଛି ଆରାମ ପ୍ରଦାନ କରାଯିବ ବୋଲି ମଧ୍ୟ କହିଛନ୍ତି ।

 

ଗ୍ୟାସ ଏଜେନ୍ସି କର୍ମଚାରୀଙ୍କ ଠାରୁ ଲୁଟିନେଲେ ୧୦ ଲକ୍ଷ ୮୦ ହଜାର ଟଙ୍କା

ଭଦ୍ରକ: ଭୂତାଣୁ ଭୟରେ ଘରେ ବନ୍ଦୀ ହୋଇ ରହିଛି ମଣିଷ । ଜୀବନକୁ କରୋନା ଯୁଦ୍ଧରେ ବାଜି ଲଗାଇ କିଛି ଯୋଦ୍ଧା ଯୋଗାଉଛନ୍ତି ଅତ୍ୟାବଶ୍ୟକୀୟ ସେବା । ଏହି ଯୋଦ୍ଧାଙ୍କୁ ଟାର୍ଗେଟ୍ କରିଛନ୍ତି ଲୁଟେରା । ତିହିଡ଼ି ବ୍ଲକ ଜିଝାରପୁର ରେଳ ଲାଇନ୍ ନିକଟରେ ଆକ୍ରମଣ ହୋଇଛି ।

ପାଳିଆବିନ୍ଧା ରାଉତ ଗ୍ରାମୀଣ ଗ୍ୟାସ୍ ଏଜେନ୍ସିର କର୍ମଚାରୀ ପ୍ରମୋଦ ଭଞ୍ଜଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ଟଙ୍କା ଡିପୋଜିଟ୍ କରିବାକୁ ପ୍ରମୋଦ ୟୁକୋ ବ୍ୟାଙ୍କ ଯାଉଥିଲେ । ଜିଝାରପୁର ରେଳ ଷ୍ଟେସନ ନିକଟରେ ନମ୍ବରବିହୀନ ଆପାଚି ବାଇକରେ ଆସି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିବା ସହ ୧୦ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

କାଲିଠୁ ଘର ବାହାରେ ପଡ଼ି ରହିଛି ମୃତଦେହ, ଛୁଉଁ ନାହାଁନ୍ତି କେହି…

ସୋର: ଭୂତାଣୁ ଡର, ଶବକୁ ମିଳୁନି କାନ୍ଧ । କାଲିଠୁ ଘର ବାହାରେ ପଡ଼ିଛି ମୃତଦେହ । କୋଲକାତାରୁ ଫେରିବା ପରେ ସାମାନ୍ୟ ଥଣ୍ଡା ହୋଇଥିଲା । ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲକୁ ନେଇଥିଲେ ପରିବାର ଲୋକ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ମୃତଦେହକୁ ଗାଁକୁ ଆଣିଥିଲେ ପରିବାର ଲୋକ । ହେଲେ ମୃତଦେହ କାଲିଠାରୁ ପଡ଼ି ରହିଛି । ଏଭଳି ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଖଟ ନଗରରେ ।

ଗତ ୩୦ ତାରିଖରେ ଗାଁର ଶ୍ରୀଧର ଦଳେଇ କୋଲକାତାରୁ ଫେରିଥିଲେ । ତାଙ୍କୁ ସାମାନ୍ୟ ଥଣ୍ଡା ଜ୍ୱର ହୋଇଥିଲା । ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ଆମ୍ବୁଲାନ୍ସରେ ମୃତଦେହ ଗାଁକୁ ଅଣାଯାଇଥିଲା । ହେଲେ, କରୋନା ଭୟରେ କେହି ମୃତଦେହ ପାଖକୁ ଯାଉନଥିବା ଅଭିଯୋଗ ହୋଇଛି । ଗତକାଲିଠାରୁ ଘର ବାହାରେ ମୃତଦେହ ପଡ଼ିରହିଛି । ଏପର୍ଯ୍ୟନ୍ତ ଅନ୍ତିମ ସଂସ୍କାର ହୋଇ ପାରିନାହିଁ ।

 

ସୋନିଆ ଗାନ୍ଧୀଙ୍କ ଘୋଷଣା: ଘର ଫେରନ୍ତା ଶ୍ରମିକଙ୍କ ଟ୍ରେନ୍ ଖର୍ଚ୍ଚ ବହନ କରିବ କଂଗ୍ରେସ

ନୂଆଦିଲ୍ଲୀ: ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କ ଟ୍ରେନ୍‌ ଖର୍ଚ୍ଚ ବହନ କରିବ କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏନେଇ ଘୋଷଣା କରିଛନ୍ତି। କରୋନା ସଂକ୍ରମଣ ରୋକିବା ଲାଗି ହୋଇଥିବା ଲକ୍‌ଡାଉନ୍‌ ପାଇଁ ଲମ୍ବା ସମୟ ଧରି ଶ୍ରମିକମାନେ ରାଜ୍ୟ ବାହାରେ ଫସି ରହିଥିଲେ। ସେମାନଙ୍କୁ ନିଜ ରାଜ୍ୟକୁ ଫେରିବା ପାଇଁ କେନ୍ଦ୍ର ସରକାର ଟ୍ରେନ୍‌ ବ୍ୟବସ୍ଥା କରିଛନ୍ତି।

ତେବେ ଶ୍ରମିକ ଓ ଅନ୍ୟ ପ୍ରବାସୀଙ୍କଠାରୁ ଭଡ଼ା ନିଆଯାଉଥିବା ଜଣାପଡିଛି। ଶ୍ରମିକଙ୍କଠାରୁ ଟ୍ରେନ୍‌ ଭଡା ଆଦାୟକୁ କଂଗ୍ରେସ ବିରୋଧ କରିଛି। ତେଣୁ ବାହାର ରାଜ୍ୟରେ ଫସିରହିଥିବା ଶ୍ରମିକଙ୍କୁ କଂଗ୍ରେସ ସାହାଯ୍ୟ କରିବ। ଟ୍ରେନ୍‌ରେ ଫେରୁଥିବା ଶ୍ରମିକ ଓ ଗରିବ ଲୋକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବ ପ୍ରଦେଶ କଂଗ୍ରେସ କମିଟି।

ଦେଶର ଅର୍ଥନୀତି ଓ ଅଭିବୃଦ୍ଧିର ମେରୁଦଣ୍ଡ ହେଉଛନ୍ତି ଶ୍ରମିକ। ୧୯୪୭ ମସିହା ପରେ ଭାରତରେ ପ୍ରଥମ ଥର ପାଇଁ ଶ୍ରମିକମାନେ ହଜାର ହଜାର କିଲୋମିଟର ରାସ୍ତା ଚାଲିଚାଲି ଆସୁଥିବା କଂଗ୍ରେସ କହିଛି ।

ଜଗତସିଂହପୁର ଜିଲ୍ଲାରେ ଜାରି ହେଲା କର୍ଫ୍ୟୁ, ଘରୁ ବାହାରିଲେ କାର୍ଯ୍ୟାନୁଷ୍ଠାନ

ଜଗତସିଂହପୁର: କରୋନା ସଂକ୍ରମଣ ରୋକିବାକୁ ଲାଗୁ ହୋଇଛି ଲକଡାଉନ୍ । ଜଗତସିଂହପୁର ଜିଲ୍ଲା ପ୍ରଶାସନ ଆହୁରି କଡ଼ା ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲାରେ ଲାଗୁ ହୋଇଛି କର୍ଫ୍ୟୁ କଟକଣା । ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି । ଏନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି ।

ଯଦି ଏହି ସମୟରେ କେହି ବି ଘରୁ ବାହାରନ୍ତି ତାକୁ ବରଦାସ୍ତ କରାଯିବ ନାହିଁ । ଦେଖିଲା ମାତ୍ରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି । ଜିଲ୍ଲାରେ ଗାଡ଼ି ଚଳାଚଳ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି । କଇଜଙ୍ଗା ଓ ତାରପୁର ଠାରେ ଚେକ୍ ପୋଷ୍ଟ କରାଯାଇ ଚେକିଂକୁ କଡ଼ାକଡ଼ି କରାଯାଇଛି ।

 

ଲକଡାଉନ୍: କଣ ସତରେ ମଦ ଉପରେ ହିଁ ନିର୍ଭର କରେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ?

ନୂଆଦିଲ୍ଲୀ: ଲକଡାଉନ-୩.୦ ରେ  ମଦ ବ୍ୟବସାୟ ପାଇଁ ଅନୁମତି ଦିଆଯାଇଛି । ଏନେକ ବିଭିନ୍ନ ପ୍ରକାର ଚର୍ଚ୍ଚା ସୋସିଆଲ ମିଡିଆରେ ହେଉଛି, କୁହାଯାଉଛି ଯେ ରାଜ୍ୟଗୁଡ଼ିକର ଅର୍ଥବ୍ୟବସ୍ଥା ମଦ ରାଜସ୍ୱ ଉପରେ ଚାଲିଛି । ଆସନ୍ତୁ ଏହାର ସତ୍ୟତା କ’ଣ ସେ ବିଷୟରେ ଜାଣିବା ? ଏବଂ ସର୍ବଶେଷରେ, ରାଜ୍ୟଗୁଡ଼ିକ ମଦରୁ କେତେ ରୋଜଗାର କରନ୍ତି  ?

ଦୀର୍ଘ ଦିନ ଧରି ମଦ ବିକ୍ରି ବନ୍ଦ ରହିବା କାରଣରୁ  ମଦ ଶିଳ୍ପ ଚିନ୍ତାରେ ରହିଥିଲା, ତେଣୁ ହରିୟାଣା ପରି ଅନେକ ରାଜ୍ୟ ସରକାର ମଧ୍ୟ ଏହା ଦାବି କରୁଥିଲେ । କିନ୍ତୁ ରାଜସ୍ଥାନ ସରକାର ଲକଡାଉନ୍ ମଧ୍ୟରେ ଅବକାରୀ ଶୁଳ୍କ ବଢାଇ ଦେଇଛନ୍ତି । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ, ରାଜସ୍ଥାନ ନିଶ୍ଚିନ୍ତ ଥିଲା ଯେ, ଲକଡାଉନ୍ ସମୟରେ ମଦ ବିକ୍ରି ନେଇ ଅନୁମତି ମିଳିବ ।

ମଦରୁ ରାଜ୍ୟଗୁଡିକ କିପରି ରୋଜଗାର କରନ୍ତି ?

ରାଜ୍ୟଗୁଡିକର ଆୟର ମୁଖ୍ୟ ଉତ୍ସ ହେଉଛି – ରାଜ୍ୟ ଜିଏସଟି, ଜମି ରାଜସ୍ୱ, ଭ୍ୟାଟ୍ କିମ୍ବା ପେଟ୍ରୋଲ ଏବଂ ଡିଜେଲ ଉପରେ ବିକ୍ରୟ କର, ମଦ ଉପରେ ଲାଗୁ କରାଯାଉଥିବା ଏକ୍ସାଇଜ୍ ଏବଂ ଯାନ ଉପରେ ଅନ୍ୟାନ୍ୟ ଟିକସ ଇତ୍ୟାଦି । ମଦ ଉପରେ ଲାଗୁଥିବା ଏକ୍ସାଇଜ୍ ଟ୍ୟାକ୍ସ, ଅର୍ଥାତ୍ ଅବକାରୀ ଶୁଳ୍କ ରାଜ୍ୟଗୁଡିକର ରାଜସ୍ୱରେ ଏକ ବଡ଼ ଅବଦାନ ଦେଇଥାଏ ।

ମଦ ଏବଂ ପେଟ୍ରୋଲ, ଡିଜେଲକୁ GSTରୁ ବାଦ ଦିଆଯାଇଛି । ତେଣୁ ରାଜ୍ୟଗୁଡ଼ିକ ସେମାନଙ୍କ ଉପରେ ଭାରି ଟ୍ୟାକ୍ସ ଲଗାଇ ସେମାନଙ୍କର ରାଜସ୍ୱ ବୃଦ୍ଧି କରନ୍ତି । ନିକଟରେ ରାଜସ୍ଥାନ ସରକାର ମଦ ଉପରେ ଏକ୍ସାଇଜ୍ ଟ୍ୟାକ୍ସକୁ ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ଦେଶରେ ଉତ୍ପାଦିତ ବିଦେଶୀ ମଦ (ଆଇଏମ୍ଏଫ୍ଏଲ୍) ଉପରେ ଟିକସ ୩୫ ରୁ ୪୫ ପ୍ରତିଶତକୁ କରାଯାଇଛି । ସେହିଭଳି ବିୟର ଉପରେ ଟ୍ୟାକ୍ସ ମଧ୍ୟ ୪୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଅର୍ଥାତ୍ ୧୦୦ ଟଙ୍କା ବିୟର ପାଇଁ ୪୫ ଟଙ୍କାର ଟ୍ୟାକ୍ସ ଗ୍ରାହକ ସରକାରଙ୍କୁ ଦେଇଥାନ୍ତି ।

ଏହା ବ୍ୟତୀତ ରାଜ୍ୟଗୁଡିକ କେନ୍ଦ୍ରୀୟ GSTରୁ ଅଂଶ ଗ୍ରହଣ କରନ୍ତି | କିନ୍ତୁ କେନ୍ଦ୍ର ସରକାର ଅନେକ ମାସ ଧରି ରାଜ୍ୟମାନଙ୍କୁ GSTର ଅଂଶ ପ୍ରଦାନ କରିବାରେ ସକ୍ଷମ ହୋଇନାହାଁନ୍ତି,  ଯାହା ବିଷୟରେ ରାଜ୍ୟମାନେ ଅନେକ ଥର ଅଭିଯୋଗ କରିଛନ୍ତି।

ରାଜ୍ୟଗୁଡିକର ରାଜସ୍ୱର ଏକ ବଡ଼ ଅଂଶ ମଦ ଓ ପେଟ୍ରୋଲ, ଡିଜେଲ ବିକ୍ରିରୁ ଆସିଥାଏ । ଏହି ଦୁଇଟିର ବିକ୍ରି ବନ୍ଦ ହୋଇଯିବା କାରଣରୁ ରାଜ୍ୟଗୁଡ଼ିକର ଆର୍ଥିକ ଅବସ୍ଥା ଖରାପ ହୋଇଯାଇଥିଲା। ପରିସ୍ଥିତି ଏପରି ଥିଲା ଯେ ଅନେକ ରାଜ୍ୟକୁ ୧.୫ ରୁ ୨ ପ୍ରତିଶତରୁ ଅଧିକ ସୁଧରେ ଋଣ ନେବାକୁ ପଡିଛି ।

ମଦରୁ କେତେ ରୋଜଗାର ହୋଇଥାଏ ?

ଅଧିକାଂଶ ରାଜ୍ୟରେ ସମୁଦାୟ ରାଜସ୍ୱର ୧୫ ରୁ ୩୦ ପ୍ରତିଶତ ମଦରୁ ଆସିଥାଏ । ମଦ ବିକ୍ରୟରେ ୟୁପିର ମୋଟ ଟିକସ ରାଜସ୍ୱର ପ୍ରାୟ ୨୦ ପ୍ରତିଶତ ଅଂଶ ରହିଥାଏ । ଉତ୍ତରାଖଣ୍ଡରେ ମଧ୍ୟ ମଦ ଉପରେ ଏକ୍ସାଇଜ୍ ଟ୍ୟାକ୍ସ ମୋଟ ରାଜସ୍ୱର ପ୍ରାୟ ୨୦ ପ୍ରତିଶତ ହୋଇଥାଏ । ସମସ୍ତ ରାଜ୍ୟର କଥା କୁହାଯାଏ ତ, ଗତ ଆର୍ଥିକ ବର୍ଷରେ ସେମାନେ ମୋଟ ୨.୫ ଲକ୍ଷ କୋଟି ଟଙ୍କା ଅର୍ଥାତ୍ ମଦ ବିକ୍ରୟରୁ ଟିକସ ରାଜସ୍ୱ ଅର୍ଜନ କରିଥିଲେ ।

ମଦ ବିକ୍ରୟରୁ ୨୦୧୯-୨୦ ଆର୍ଥିକ ବର୍ଷରେ ମହାରାଷ୍ଟ୍ରରେ ୨୪,୦୦୦ କୋଟି, ଉତ୍ତରପ୍ରଦେଶ ୨୬,୦୦୦ କୋଟି, ତେଲେଙ୍ଗାନା ୨୧,୫୦୦ କୋଟି, କର୍ଣ୍ଣାଟକ ୨୦,୯୪୮ କୋଟି, ପଶ୍ଚିମବଙ୍ଗ ୧୧,୮୭୪ କୋଟି, ରାଜସ୍ଥାନ ୭,୮୦୦ କୋଟି ଏବଂ ପଞ୍ଜାବରେ ୫,୬୦୦ କୋଟି ଟଙ୍କାର ରାଜସ୍ୱ ପାଇପାରିଛି । ଦିଲ୍ଲୀ ପ୍ରାୟ ୫,୫୦୦ କୋଟି ଟଙ୍କା ଅବକାରୀ ଶୁଳ୍କ ପାଇଥିଲା । ରାଜ୍ୟର ସମୁଦାୟ ରାଜସ୍ୱର ଏହା ପ୍ରାୟ ୧୪ ପ୍ରତିଶତ । ବିହାର ଏବଂ ଗୁଜୁରାଟରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି ।