କାଲିଠୁ ଘର ବାହାରେ ପଡ଼ି ରହିଛି ମୃତଦେହ, ଛୁଉଁ ନାହାଁନ୍ତି କେହି…

ସୋର: ଭୂତାଣୁ ଡର, ଶବକୁ ମିଳୁନି କାନ୍ଧ । କାଲିଠୁ ଘର ବାହାରେ ପଡ଼ିଛି ମୃତଦେହ । କୋଲକାତାରୁ ଫେରିବା ପରେ ସାମାନ୍ୟ ଥଣ୍ଡା ହୋଇଥିଲା । ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲକୁ ନେଇଥିଲେ ପରିବାର ଲୋକ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ମୃତଦେହକୁ ଗାଁକୁ ଆଣିଥିଲେ ପରିବାର ଲୋକ । ହେଲେ ମୃତଦେହ କାଲିଠାରୁ ପଡ଼ି ରହିଛି । ଏଭଳି ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଖଟ ନଗରରେ ।

ଗତ ୩୦ ତାରିଖରେ ଗାଁର ଶ୍ରୀଧର ଦଳେଇ କୋଲକାତାରୁ ଫେରିଥିଲେ । ତାଙ୍କୁ ସାମାନ୍ୟ ଥଣ୍ଡା ଜ୍ୱର ହୋଇଥିଲା । ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ଆମ୍ବୁଲାନ୍ସରେ ମୃତଦେହ ଗାଁକୁ ଅଣାଯାଇଥିଲା । ହେଲେ, କରୋନା ଭୟରେ କେହି ମୃତଦେହ ପାଖକୁ ଯାଉନଥିବା ଅଭିଯୋଗ ହୋଇଛି । ଗତକାଲିଠାରୁ ଘର ବାହାରେ ମୃତଦେହ ପଡ଼ିରହିଛି । ଏପର୍ଯ୍ୟନ୍ତ ଅନ୍ତିମ ସଂସ୍କାର ହୋଇ ପାରିନାହିଁ ।

 

Leave a Reply