spot_img
Home Blog Page 7147

କରୋନା ଆକ୍ରାନ୍ତ କନିକା କପୁରଙ୍କ ସହ ଗୋଟିଏ ପାର୍ଟିରେ ଥିଲେ ବସୁନ୍ଧରା ରାଜେ ଓ ତାଙ୍କ ସାଂସଦ ପୁଅ

ନୂଆଦିଲ୍ଲୀ: ବଲିଉଡ୍ ଗାୟିକା କରିନା କପୁରଙ୍କୁ କରୋନା । ବର୍ତ୍ତମାନ ସେ ଲକ୍ଷ୍ନୌ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କିଛି ଦିନ ଫ୍ଲୁରେ ପୀଡ଼ିତ ଥିବା କନିକା ଗତ ୧୫ ତାରିଖରେ ଲଣ୍ଡନରୁ ଫେରିଥିଲେ । ତାପରେ ସେ ଲକ୍ଷ୍ନୌର ଏକ ପଞ୍ଚ ତାରକା ହୋଟେଲରେ ଆୟୋଜିତ ଏକ ପାର୍ଟିରେ ମଧ୍ୟ ସାମିଲ୍ ହୋଇଥିଲେ । ଯେଉଁ ପାର୍ଟିରେ ସାମିଲ୍ ହୋଇଥିଲେ ପାଖାପାଖି ୪ ଶହ ଲୋକ । ଏହି ପାର୍ଟିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ତାଙ୍କ ପୁଅ ତଥା ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ ମଧ୍ୟ ଥିଲେ । କନିକା ରବିବାର ଲଣ୍ଡନରୁ ଫେରିଥିବା ବେଳେ ସେହିଦିନ ହିଁ ପାର୍ଟି ଆୟୋଜିତ ହୋଇଥିଲା ।

ଏହି ବଲିଉଡ ଗାୟିକାଙ୍କ କରୋନା ରିପୋର୍ଟ ପଜିଟିଭ୍, ଲଣ୍ଡନରୁ ଆସି ଲୁଚାଇଥିଲେ… ଫାଇଫ୍ ଷ୍ଟାର ହୋଟେଲରେ ଦେଇଥିଲେ ପାର୍ଟି !

ଏହି ଖବର ପରେ କନିକା ରହୁଥିବା ଆପାର୍ଟମେଣ୍ଟରେ ଲୋକ କିଛିଟା ଭୟଭୀତ ହୋଇପଡ଼ିଛନ୍ତି । ଅନ୍ୟପଟେ ଗୁରୁବାର ଓ ଶୁକ୍ରବାର ସଂସଦ ଆସିଥିବା ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ କନିକାଙ୍କ ଠାରେ କରୋନା ପଜିଟିଭ୍ ଖବର ଜାଣିବା ପରେ ଆଇସୋଲେସନରେ ଅଛନ୍ତି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ମଧ୍ୟ ହୋମ୍ ଆଇସୋଲଲେସନରେ ଥିବା ଜଣାପଡ଼ିଛି ।

ଟିଏମସି ସାଂସଦ ଡେରେକ ବ୍ରାୟନ କରୋନା ପାଇଁ ସଂସଦ ଅଧିବେଶନ ସ୍ଥଗିତ ରଖିବାକୁ ଦାବି କରିଛନ୍ତି । ବ୍ରାୟନଙ୍କ ବ୍ୟତୀତ ଅନ୍ୟକିଛି ସାଂସଦ ମଧ୍ୟ ଗୃହକୁ ସ୍ଥଗିତ ରଖିବାକୁ ଦାବି କରିଛନ୍ତି । କିନ୍ତୁ, ସଂସଦ ଅଧିବେଶନ ଏପ୍ରିଲ ୩ ତାରିଖ ଯାଏଁ ଚାଲିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି ।

ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେଲେ ବାଗଚୀ

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ନୂଆ କଟକଣା। ଗୋଟିଏ ସ୍ଥାନରେ ୭ ଜଣରୁ ଅଧିକ ରହିପାରିବେନି । ବହୁ ଲୋକ ସମାଗମ ହେଉଥିବା ହୋଟେଲ୍‌ ଗୁଡ଼ିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗାଡ଼ି ଚଳାଚଳ ଉପରେ ମଧ୍ୟ ଲଗାଯାଇଛି କଟକଣା । ସହରାଞ୍ଚଳରେ ଅଟୋ ଓ ଟ୍ୟାକ୍ସି ଚଳାଚଳ ନିୟନ୍ତ୍ରଣ କରାଯିବ । ଦିନେ ଛାଡ଼ି ଦିନେ ଚାଲିବ ଅଟୋ ଓ ଟ୍ୟାକ୍ସି। ସେହିପରି ହୋଟେଲ ଗୁଡ଼ିକ ପାଳନ କରିବେ ସାମାଜିକ ଦୂରତ୍ୱ ନିୟମ। ଏହି ସୂଚନା ଦେଇଛନ୍ତି କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ସ୍ଥିତିରେ ପରିବର୍ତ୍ତନ ନହେବା ଯାଏଁ ଏହି କଟକଣା ବଳବତ୍ତର ରହିବ । ବନ୍ଦ ରହିବ ସରକାରୀ ସମାରୋହ, ଜୟନ୍ତୀ ଆଦି ସାମୂହିକ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ ମାନିବା ପାଇଁ ପରାମର୍ଶ ଦିଆଯାଇଛି ।

ବିଶ୍ୱର ୧୮୨ଟି ଦେଶରେ କରୋନା ବ୍ୟାପିଥିବା ବେଳେ ୨ ଲକ୍ଷ ୪୬ ହଜାର ୫୨୨ ଜଣ ଏଥିରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ୨୦୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଥମ ସଂକ୍ରମିତ ଇଟାଲୀ ଫେରନ୍ତା ଯୁବକ ଭଲ ଅଛନ୍ତି । କାଲି ରାଜ୍ୟର ଆଉ ଜଣେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଦ୍ୱିତୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ୪୬ ଜଣ ଆସିଛନ୍ତି । ୪୬ ଜଣଙ୍କ ମଧ୍ୟରୁ ୪୩ ଜଣଙ୍କ ସହ ଯୋଗାଯୋଗ ହୋଇଛି । ସଂକ୍ରମିତଙ୍କ ପରିବାର ଉପରେ ଚାପ ନପକାଇବାକୁ ଦିଆଯାଇଛି ଚେତାବନୀ । ଚାପ ପକାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବିଦେଶୀ ପର୍ଯ୍ୟଟକଙ୍କ ସହ ଖରାପ ବ୍ୟବହାର ନକରିବାକୁ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ପରାମର୍ଶ ଦେଇଛନ୍ତି । ସମସ୍ତ SC/ST ହଷ୍ଟେଲ ମାର୍ଚ୍ଚ ୨୫ରୁ ଜୁନ୍‌ ୧୫ ଯାଏଁ ବନ୍ଦ ରହିବ । ସେହି ଛାତ୍ରଛାତ୍ରୀଙ୍କୁ ୩ ମାସର ଷ୍ଟାଇପେଣ୍ଡ ଆଗୁଆ ଦିଆଯିବ ।

ବନ୍ଦ ରହିବ ବାର୍, ରେଷ୍ଟୁରାଣ୍ଟ: ଖୋଲା ରହିବ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ

ଭୁବନେଶ୍ୱର: ସମସ୍ତ ରେଷ୍ଟୁରାଣ୍ଟ , ବାର୍, କଫି ସପ୍‌, କ୍ୟାଣ୍ଟିନ୍‌ ଏବଂ ଯେଉଁଠରେ ଅଧିକ ସଂଖ୍ୟାରେ ଲୋକ ଏକତିତ୍ର ହୁଅନ୍ତି ସେସବୁ ବନ୍ଦ କରାଯିବ । ଏହା ସହ ସମସ୍ତ ହୋଟେଲକୁ ଅତିଥିଙ୍କ ମଧ୍ୟରେ ୨ ମିଟରର ସାମାଜିତ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି ।

ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ଗ୍ରାହକଙ୍କୁ ଖାଇବା ବଦଳରେ ପାର୍ସଲ ନେବା ପାଇଁ ପ୍ରୋତ୍ସାହିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ୟାକ୍ସି ଓ ଅଟୋକୁ ନିୟନ୍ତ୍ରଣ କରାଯିବ । ଦିନେ ଛଡ଼ା ଦିନେ ସହରାଞ୍ଚଳ ସମସ୍ତ ଟ୍ୟାକ୍ସ ଓ ରିକ୍ସାଗୁଡ଼ିକୁ ଚଳାଚଳ କରିବ ।

ସବୁ ମଲ୍‌ ଖାଦ୍ୟ ସାମଗ୍ରୀ ରୋଷେଇ ପରିବା ମାଛ ମାଂସ ଓ ଦୈନଦିନ ଆବଶ୍ୟକ ସାମଗ୍ରୀ ବ୍ୟବହାର କରାଯିବ । ଗୋଟିଏ ୭ଜଣଠାରୁ ଅଧିକ ଏକାଠି ହେବାକୁ ଦିଆଯିବନାହିଁ । ମ୍ୟୁନିସିପାଲଟି କମିଶନର, ପୋଲିସ କମିଶନର, ଜିଲ୍ଲାପାଳ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବେ ।

ଏହି ବଲିଉଡ ଗାୟିକାଙ୍କ କରୋନା ରିପୋର୍ଟ ପଜିଟିଭ୍, ଲଣ୍ଡନରୁ ଆସି ଲୁଚାଇଥିଲେ… ଫାଇଫ୍ ଷ୍ଟାର ହୋଟେଲରେ ଦେଇଥିଲେ ପାର୍ଟି !

ମୁମ୍ବାଇ: କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା କରିଛି ସତ କିନ୍ତୁ ଲୋକେ ସତର୍କ ରହିବା ଏପର୍ଯ୍ୟନ୍ତ ଶିଖି ପାରିଲେ ନାହିଁ । ବଲିଉଡର ପ୍ରାୟ ସମସ୍ତ ସେଲିବ୍ରିଟି ନିଜ ନିଜ ଷ୍ଟାଇଲରେ କରୋନାକୁ ଏଡାଇବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ଆଣିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏମିତି ବି କିଛି ଅଛନ୍ତି ଯେଉଁମାନଙ୍କ ପାଇଁ ବାକି ଲୋକଙ୍କ ଜୀବନ ବାଜିରେ ଲାଗୁଛି ।  ନିକଟରେ ସେହିିଭଳି ଜଣେ ବଲିଉଡ ଗାୟିକାଙ୍କ ଦାୟିତ୍ୱହୀନତା ଦେଖିବାକୁ ମିଳିଛି । ଏହି ଗାୟୀକା ଜଣକ ବିଦେଶରୁ ଫେରିଲେ,ଏୟାରପୋର୍ଟରେ କିନ୍ତୁ ଯାଂଚ ନକରି ଚମ୍ପଟ୍ ମାରିଲେ । ଆଉ ଏବେ ଜଣା ପଡୁଛି କରୋନା ପଜିଟିଭ୍ ଏହି ଗାୟୀକାଙ୍କ ପାଇଁ ଆହୁରି କିଛି କରୋନା ଦ୍ୱାରା ପ୍ରଭାବିତ ହୋଇଥାଇ ପାରନ୍ତି ।

ଏହି ଦାୟିତ୍ୱହୀନ ଗାୟୀକା ହେଉଛନ୍ତି କନିକା କପୁର । ଆଉ ସେ କରୋନା ଦ୍ୱାରା ପ୍ରଭାବିତ ବୋଲି ଜଣା ପଡିଛି । କନିକା କପୁର ବଲିଉଡର ଜଣେ ଚର୍ଚ୍ଚିତ ଗାୟିକା ଏବଂ ସେ ରବିବାର ଲଣ୍ଡନରୁ ଫେରିଛନ୍ତି। ବୋବି ଡଲ ଗୀତ ଗାଇବା ପରେ ସେ ଖୁବ ଚର୍ଚ୍ଚାରେ ଥିଲେ । ଏବେ ତାଙ୍କୁ ଲକ୍ଷ୍ନୋ ୱାର୍ଡରେ ରଖାଯାଇଛି। ସେ କିଛି ଦିନ ପୂର୍ବରୁ ଲଣ୍ଡନରୁ ଫେରିଥିଲେ। ସେ କରୋନାଭାଇରସରେ ପୀଡିତ ଥିବା ନେଇ ଲୁଚାଇ ରଖିଥିଲେ। ବିମାନବନ୍ଦରରେ ଥିବା ବାଥରୁମରେ ଲୁଚି ଅଧିକାରୀଙ୍କଠାରୁ ରକ୍ଷା ପାଇ ବାହାରକୁ ଆସିଥିଲେ। କେବଳ ସେତିକି ନୁହେଁ, ସେ ସହରର ଏକ ବଡ ହୋଟେଲରେ ରହି ସେଠାରେ ଏକ ଗ୍ରାଣ୍ଡ ପାର୍ଟି ମଧ୍ୟ ଦେଇଥିଲେ।

ଗୋଟେଆଡେ ସରକାର ସାଧାରଣ ନାଗରିକଙ୍କ ମଧ୍ୟରେ କରୋନା ନେଇ ସଚେତନତା ଆଣିବାକୁ ଚେଷ୍ଟା କରୁଛନ୍ତି ଏବଂ ସଜାଗ ରହିବାକୁ ପରାମର୍ଶ ଦେଉଛନ୍ତି ଅନ୍ୟପଟେ ଜଣେ ସେଲିବ୍ରିଟି ଏଭଳି ଦାୟିତ୍ୱହୀନ କାର୍ଯ୍ୟ କରିଛନ୍ତି । ଲକ୍ଷ୍ନୋରେ ଏବେ ୯ ଟି କରୋନା ସକରାତ୍ମକ ମାମଲା ସାମନାକୁ ଆସିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଘରୁ ବାହାରିବାକୁ ମନା କରିଛନ୍ତି । ଅଧିକାଂଶ ଲୋକେ ଘରୁ ରହି ମଧ୍ୟ କାମ କରୁଛନ୍ତି । ଲୋକଙ୍କ ସହ ଯୋଗାଯୋଗ କମ କରିବାକୁ, ସାମାଜିକ ସ୍ଥାନରେ ଏକାଠି ନରହିବାକୁ ମଧ୍ୟ ନିବେଦନ କରିଛନ୍ତି। ଏବଂ ଯାହାର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଅସୁବିଧା ହେଉଛି ଯେମିତିକି ଜ୍ୱର, ଥଣ୍ଡା, କାଶ ତାଙ୍କୁ ଡାକ୍ତର ପରାମର୍ଶ କରିବାକୁ ମଧ୍ୟ କୁହାଯାଇଛି ।

ୟୁନିୟନ୍ ବ୍ୟାଙ୍କ୍‌ରେ ଜମା ହେବ ମହାପ୍ରଭୁଙ୍କ ଟଙ୍କା

ପୁରୀ: ୟୁନିୟନ୍‌ ବ୍ୟାଙ୍କରେ ଜମା ହେବ ମହାପ୍ରଭୁଙ୍କ ଟଙ୍କା । ୩୫୨ କୋଟି ଟଙ୍କା ୟୁନିୟନ୍‌ ବ୍ୟାଙ୍କ୍‌ରେ ଜମା ରହିବ । ଏନେଇ ୫.୭୫%ର ସୁଧ ଦେବ ୟୁନିୟନ୍‌ ବ୍ୟାଙ୍କ୍‌ । ୩ ବର୍ଷ ପାଇଁ ଜମା ରହିବ ଟଙ୍କା । ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଜମା ହେବ ଟଙ୍କା ।

ଶ୍ରୀମନ୍ଦିର କର୍ପସ ଫଣ୍ଡ ସହ ଟେମ୍ପଲ ଫଣ୍ଡ୍‌ ଟଙ୍କା ଜମା ପାଇଁ ଜାତୀୟକରଣ ବ୍ୟାଙ୍କମାନଙ୍କଠାରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଆଜି ଏହା ଖୋଲାଯିବା ପରେ ପ୍ରଥମ ସ୍ଥାନରେ ୟୁନିଅନ୍‌ ବ୍ୟାଙ୍କ୍‌ ରହିଥିଲା । ଏଥିରେ ୫.୪୦% ସହ ଦ୍ୱିତୀୟ ସ୍ଥାନରେ ଇଣ୍ଡିଆନ୍‌ ବ୍ୟାଙ୍କ ଓ ତୃତୀୟରେ କାନାଡ଼ା ବ୍ୟାଙ୍କ ରହିଥିଲା । ସେମାନେ ୫.୭୫% ସୁଧ ଦେବାକୁ ଅରାଜି ହେବାରୁ ମହାପ୍ରଭୁଙ୍କ ସମସ୍ତ ଟଙ୍କା ୟୁନିଅନ୍‌ ବ୍ୟାଙ୍କ୍‌ରେ ଜମା ହେବ ।

ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହେବେ ୫ ଲକ୍ଷ ନୂଆ ହିତାଧିକାରୀ

ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହେବେ ୫ ଲକ୍ଷ ନୂଆ ହିତାଧିକାରୀ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଅନୁମୋଦନ । ଏନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । ସେହିପରି କରୋନା ନେଇ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଚିନ୍ତା କରିବାର କିଛି କାରଣ ନାହିଁ ।

ବଜାରରେ ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି । କଳାବଜାରି ରୋକିବା ପାଇଁ ଯୋଗାଣ ବିଭାଗ ତୀକ୍ଷ୍ଣ ନଜର ରଖିଛି । ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଗଜପତିରେ କରୋନା ଗୁଜବ ପ୍ରଚାର କରି ଜଣେ ଗିରଫ

ଗଜପତି: ପୂର୍ବରୁ କରୋନା ଭାଇରସକୁ ନେଇ ଗୁଜବ ପ୍ରଚାର କରି ୬ଜଣ ବ୍ୟକ୍ତି ଗିରଫ ହୋଇଥିଲେ । କରୋନା ସଚେତନତାକୁ କଡ଼ାକଡ଼ି କରାଯାଇଥିଲେ ମଧ୍ୟ କିଛି ବ୍ୟକ୍ତି ଏହାକୁ ନେଇ ଗୁଜବ ପ୍ରଚାର କରିବାରେ ଲାଗିଛନ୍ତି ।

ଗଜପତି ଜିଲ୍ଲା ମୋହନା ବ୍ଲକରେ ଆଜି ଆଉ ଜଣେ ବ୍ୟକ୍ତି କରୋନା ଗୁଜବ ପ୍ରତାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫ ଯୁବକ ଜଣଙ୍କ ହେଉଛନ୍ତି ମୋହନା ବ୍ଲକ ମଳାସପଦର ଗ୍ରାମର ସୂର୍ଯ୍ୟ ପ୍ରଧାନ ।

ବେତାକସିଂ ଗ୍ରାମର ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ବୋଲି ହୋଇଥିବା ଗୁଜବକୁ ନେଇ ଫେସବୁକରେ ପ୍ରଚାର କରିଥିଲେ । ତାଙ୍କୁ ପରବର୍ତ୍ତୀ ସମୟରେ ମୋହନା ପୋଲିସ ମିଛ କରୋନା ଗୁଜବ ପ୍ରଚାର କରିବା ଅଭିଯୋଗରେ ଗିରଫ କରିଛି ।

ନିର୍ଭୟା କେସ୍: ଫାଶୀ ଘରେ ତଳେ ଗଡି କାନ୍ଦିଲେ ଦୋଷୀ…ଜାଣନ୍ତୁ ପୁରା ଖବର

ନୂଆ ଦିଲ୍ଲୀ: ଆଜି ସମଗ୍ର ଭାରତ ପାଳୁଛି ନିର୍ଭୟା ଦିବସ । ୭ ବର୍ଷ ୩ ମାସ ୪ ଦିନ ପରେ ନିର୍ଭୟାର ୪ ଦୋଷୀଙ୍କୁ ଶେଷରେ ଆଜି ଫାଶି ଦିଆଯାଇଛି। ଆଜି ଏହି ୪ ଦୋଷୀ ପୱନ ଗୁପ୍ତା, ବିନୟ ଶର୍ମା, ମୁକେଶ ସିଂ ଏବଂ ଅକ୍ଷୟ କୁମାର ସିଂଙ୍କୁ ତିହାର ଜେଲରେ ସକାଳ ୫ଟା ୩୦ରେ ଫାଶୀ ଦିଆଯାଇଛି। ପାଖାପାଖି ୮ ବର୍ଷ ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି । ଶେଷରେ ଦୋଷୀଙ୍କ ସବୁ ଚାଲ୍‌ ଫେଲ୍ ହୋଇଥିଲା। ପୂରଣ ହେଲା ଆଶା ଦେବୀଙ୍କ ଆଶା । ତେବେ ମୃତ୍ୟୁଦଣ୍ଡ ପୂର୍ବରୁ ଜେଲରେ କ’ଣ ଘଟିଥିଲା ଜାଣନ୍ତୁ ।

ସୂଚନାଯୋଗ୍ୟ ଯେ, ସକାଳ ତିନିଟାରେ ସେମାନଙ୍କୁ ଉଠାଯାଇଥିଲା । ରିପୋର୍ଟ ଅନୁସାରେ ଏହି ଚାରିଜଣ ରାତିସାରା ଶୋଇ ପାରିନଥିଲେ । ସକାଳ ପ୍ରାୟ ୩ରେ ସେମାନଙ୍କୁ ଚା ’ଦିଆଯାଇଥିଲା, କିନ୍ତୁ ସମସ୍ତେ ଚା’ ପିଇବାକୁ ମନା କରିଦେଇଥିଲେ। ଏହା ସହ ସେମାନେ ଜଳଖିଆ ଖାଇବାକୁ ମଧ୍ୟ ମନା କରିଦେଇଥିଲେ। ଏହା ପରେ, ଚାରିଜଣଙ୍କୁ କଳା ପୋଷାକ ପିନ୍ଧିବାକୁ ଦିଆଯାଇଥିଲା । ପରେ ସମସ୍ତଙ୍କ ହାତ ପଛକୁ ବନ୍ଧା ହୋଇଥିଲା । ଏହି ସମୟରେ ୨ ଜଣ ଦୋଷୀ ହାତ ବାନ୍ଧିବାକୁ ମନା କରିଦେଇଥିଲେ । କିନ୍ତୁ ପରେ ପୋଲିସ୍ ସାହାଯ୍ୟରେ ସେମାନଙ୍କ ହାତ ବନ୍ଧା ହୋଇଥିଲା। ଫାଶୀ ଘରେ ପହଞ୍ଚିବା ପରେ ଚାରିଜଣ ଦୋଷୀ ତଳେ ପଡ଼ିଯାଇଥିଲେ। ସେମାନେ କାନ୍ଦିବା ସହ କ୍ଷମା ମାଗିବା ଆରମ୍ଭ କରିଥିଲେ। ପରେ ତାଙ୍କୁ ଜେଲ ଅଧିକାରୀଙ୍କ ସହାୟତାରେ ନିଆଯାଇଥିଲା। ଏହା ପରେ ସତର୍କତାର ସହ ଚାରିଜଣ ଅପରାଧୀଙ୍କ ବେକରେ ଦଉଡି ଗଣ୍ଠି ବନ୍ଧାଯାଇଥିଲା। ପରେ ଡାକ୍ତର ଏହି ଚାରିଜଣଙ୍କୁ ମୃତ ଘୋଷଣା କରିଥିଲେ।

ସକାଳ ୬:୪୦ରେ  ପରିବାରକୁ ଦୋଷୀଙ୍କ ମୃତ ଶରୀର ହସ୍ତାନ୍ତର କରାଯାଇଥିଲା ।ଫାଶୀ ପରେ ଡାକ୍ତରମାନେ ଚାରିଜଣଙ୍କୁ ମୃତ ଘୋଷଣା କରିଥିଲେ । ଚାରିଜଣଙ୍କ ମୃତଦେହର ଶବ ବ୍ୟବଚ୍ଛେଦ ପାଇଁ ଦିନଦୟାଲ ହସ୍ପିଟାଲକୁ ନିଆଯାଇଥିଲା । ଏହା ସହ ଶବ ବ୍ୟବଚ୍ଛେଦର ଭିଡିଓଗ୍ରାଫ ମଧ୍ୟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁସାରେ, ଫାଶୀ ପରେ ମୃତ ଦେହର ଶବ ବ୍ୟବଚ୍ଛେଦ କରିବା ଆବଶ୍ୟକ।

ନିର୍ଭୟାଙ୍କ ପିତା କହିଛନ୍ତି ଯେ, ନ୍ୟାୟ ପାଇଁ ତାଙ୍କର ଅପେକ୍ଷା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା । ଏଥିପାଇଁ ସେ ନିବେଦନ କରିଛନ୍ତି ଯେ, ଆଜିର ଦିନ ନିର୍ଭୟା ତଥା ‘ନ୍ୟାୟ ଦିବସ’ ଭାବରେ ପାଳନ କରାଯିବା ଉଚିତ୍। ନିର୍ଭୟାଙ୍କ ମାତା ଆଶା ଦେବୀ, ଦୋଷୀମାନଙ୍କୁ ଫାଶୀ ଦିଆଯିବା ପାଇଁ ଦୀର୍ଘ ଦିନ ଧରି ନ୍ୟାୟ ପାଇଁ ସଂଗ୍ରାମ କରିଆସୁଥିଲେ । ସେ କହିଛନ୍ତି ଯେ, ତାଙ୍କ ଝିଅ ଆଉ ଏହି ଦୁନିଆରେ ନାହିଁ ଏବଂ ସେ ଆଉ ଫେରିବ ନାହିଁ। ସେ ଚାଲିଯିବା ପରେ ସେମାନେ ଏହି ସଂଗ୍ରାମ ଆରମ୍ଭ କରିଥିଲେ । ଏତେ ସଂଘର୍ଷ କରିବା ପରେ ଶେଷରେ ତାଙ୍କ ଝିଅ ନ୍ୟାୟ ପାଇଛି ।

ତିହାର ଜେଲ୍ ମହାନିର୍ଦ୍ଦେଶକ ସନ୍ଦୀପ ଗୋୟଲ କହିଛନ୍ତି ଯେ, ଚାରିଜଣ ଦୋଷୀଙ୍କୁ ସକାଳ ୫:୩୦ରେ ଫାଶୀ ଦିଆଯାଇଥିଲା। ଏହାପୂର୍ବରୁ ତିହାର ଜେଲ ବାହାରେ ସୁରକ୍ଷା ବାହିନୀ ମୁତୟନ କରାଯାଇଥିଲା। ତିହାର ଜେଲ୍ ଅଧିକାରୀଙ୍କ କହିବା ଅନୁସାରେ, ଦୋଷୀ ଏପି ସିଂଙ୍କ ପରାମର୍ଶଦାତା କୋର୍ଟକୁ ଅନୁରୋଧ କରିଛନ୍ତି ଯେ ଦୋଷୀମାନଙ୍କୁ ଶେଷ ଥର ପାଇଁ ସେମାନଙ୍କ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ୫ ରୁ ୧୦ ମିନିଟ୍ ସମୟ ଦିଆଯାଉ। ହେଲେ ସୁପ୍ରିମକୋର୍ଟ ଏଥିପାଇଁ ମନା କରିଦେଇଥିଲେ । ଏହା ସହ ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ଜେଲ ନିୟମ ଏହା ଅନୁମତି ଦିଏ ନାହିଁ ଏବଂ ଏହା ଉଭୟ ପକ୍ଷ ପାଇଁ ଦୁଃଖଦ ହେବ ।

ନିର୍ଭୟାଙ୍କ ମାଆ ସନ୍ତୁଷ୍ଟ ଅନୁଭବ କରି କହିଛନ୍ତି ଯେ, ତାଙ୍କ ଝିଅ ଶେଷରେ ନ୍ୟାୟ ପାଇଛି। ଏହି ଅପରାଧ ସମଗ୍ର ଦେଶରେ ଲଜ୍ଜିତ ହୋଇଥିଲା ଓ ଆଜି ଦେଶକୁ ନ୍ୟାୟ ମିଳିଛି। ତାଙ୍କ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସେଥିପାଇଁ ସେ ସମସ୍ତ ଲୋକଙ୍କୁ ବିଶେଷ କରି ସମାଜ ଏବଂ ମହିଳାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି|

କମଲନାଥ ଇସ୍ତଫା, ‘କମଳ’ ସରକାର ପାଇଁ ବାଟ ସଫା

ମଧ୍ୟପ୍ରଦେଶରେ ଗତ ୧୭ ଦିନ ଧରି ଚାଲିଥିବା ରାଜନୈତିକ ନାଟକ ଉପରେ ଶୁକ୍ରବାର ଏକରକମ ପରଦା ପଡିଛି । ଫ୍ଲୋର ଟେଷ୍ଟ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ କମଳନାଥ । ରାଜ୍ୟପାଳ ଲାଲଜୀ ଟଣ୍ଡନ୍‌ଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି କମଳନାଥ ।

ଏହା ପୂର୍ବରୁ ଏକ ସାମ୍ୱାଦିକ ସମ୍ମିଳନୀରେ ଇସ୍ତଫା ଘୋଷଣା କରିବା ସହ ତାଙ୍କ ୧୫ ମାସର କାର୍ଯ୍ୟକାଳର ଉପଲବ୍ଧି ମଧ୍ୟ ଗଣାଇଥିଲେ ।  ଏହା ସହ ବିଜେପି ବିରୋଧର ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ ମଧ୍ୟ ଆଣିଥିଲେ । ବିଜେପି ପ୍ରଥମ ଦିନରୁ ତାଙ୍କ ସରକାରକୁ ଅସ୍ଥିର କରିବାକୁ ଉଦ୍ୟମ କରିଆସୁଥିଲା ବୋଲି ସେ ଅଭିଯୋଗ କରିଥିଲେ ।

Image result for jotiraditya scindhia

ନିଜ ୧୫ ମାସ ସରକାରର ତୁଳନା ବିଜେପିର ୧୫ ବର୍ଷର ଶାସନ ସହ କରି କମଲନାଥ କହିଥିଲେ  ଯେ, ଆମ ସାଧାରଣ ଲୋକଙ୍କ ପାଇଁ କାମ କରୁଥିଲୁ । ଯାହା ବିଜେପିକୁ ପସନ୍ଦ ଆସିନଥିଲା । ବିଜେପି ଅମଳରେ ମାଫିଆ ଶାସନ ଥିଲା । ଆମେ ମାଫିଆ ରାଜର ଅନ୍ତ ପାଇଁ ଉଦ୍ୟମ କରିଥିଲୁ । ବିଜେପି କୃଶକଙ୍କ ସହ ବିଶ୍ୱାସଘାତ କରୁଥିଲା କିନ୍ତୁ ଆମେ ସେମାନଙ୍କ ପାଇଁ କାମ କରିଥିଲୁ ।

କମଲନାଥଙ୍କ ନିଶାନାରେ ବିଦ୍ରୋହୀ କଂଗ୍ରେସ ନେତା ତଥା ନୂଆକରି ବିଜେପିର ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଥିଲେ । ବିଜେପି,କଂଗ୍ରେସର ୨୨ ଜଣ ବିଧାୟକଙ୍କୁ ବନ୍ଧକ ରଖିଛି । ଜଣେ ମହାରାଜା ଓ ତାଙ୍କର ୨୨ ଜଣ ସାଥୀଙ୍କ ସହ ମିଶିକରି ବିଜେପି ଷଡ଼ଯନ୍ତ୍ର କରିଛି ବୋଲି କମଲନାଥ ଅଭିଯୋଗ କରିଛନ୍ତି ।