ଆଜିଠୁ ବିଦେଶରୁ ଫେରିବେ ପ୍ରବାସୀ… ପ୍ରଥମ ପର୍ଯ୍ୟାୟରେ କେରଳ, କୋଚୀ ପହଞ୍ଚିବ ବିମାନ…

1 min read

ନୂଆଦିଲ୍ଲୀ: ଆଜିଠୁ କେନ୍ଦ୍ର ସରକାରଙ୍କ ମିଶନ୍‌ ‘ବନ୍ଦେ ଭାରତ’ରେ ବିଦେଶରେ ଫସିରହିଥିବା ପ୍ରବାସୀଙ୍କୁ ଫେରାଇ ଅଣାଯିବ । ଏନେଇ ଆଜି ବିଦେଶ ଯାତ୍ରା କରିବ ଭାରତୀୟ ବିମାନ । ସପ୍ତାହକ ପର୍ଯ୍ୟନ୍ତ ଘର ବାହୁଡା ଚାଲିବ । ପ୍ରଥମ ପର୍ଯ୍ୟାୟରେ କେରଳ କୋଚିରେ ପହଞ୍ଚିବ ବିମାନ । ଏଥିରେ ଦୁଇ ଶହ ଜଣ ବିଦେଶରୁ ଫେରିବା ନେଇ ସୂଚନା ରହିଛି । ସମସ୍ତ ପ୍ରବାସୀଙ୍କୁ ଫେରାଇ ଆଣିବାକୁ ବିଦେଶ ଯାତ୍ରା କରିବ ମୋଟ୍‌ ୬୪ ବିମାନ ଓ ୩ଟି ପାଣି ଜାହାଜ । ଗତ କିଛିଦିନ ତଳେ ପ୍ରାୟ ଏକ ଲକ୍ଷରୁ ଅଧିକ ପ୍ରବାସୀ ଭାରତ ଫେରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ନିବଦେନ କରିଥିଲେ । ଏହାପରରେ ସରକାର ୧୩ ଦେଶରେ ଫସିରହିଥିବା ପ୍ରବାସୀଙ୍କୁ ଆଣିବା ପାଇଁ ବିମାନ ଓ ପାଣି ଜାହାଜର ବ୍ୟବସ୍ଥା କରିଛନ୍ତି।

ହେଲେ ସମସ୍ତ ଫେରନ୍ତାଙ୍କ ପାଇଁ କେନ୍ଦ୍ର ସରକାର କିଛି ସର୍ବନିମ୍ନ ଦର ନିର୍ଦ୍ଦ।ରଣ କରିଛନ୍ତି । ୟୁରୋପରୁ ଫେରିବାକୁ ହେଲେ ୫୦ ହଜାର ଓ ଆମେରିକାରୁ ଫେରିବାକୁ ହେଲେ ୧ଲକ୍ଷ ଟଙ୍କାର ଦର ସ୍ଥିର କରାଯାଇଥିବା ସୂଚନା ଦିଆଯାଇଛି । ଲଣ୍ଡନରୁ ମୁମ୍ବାଇ କିମ୍ବା ଅହମ୍ମଦାବାଦ୍‌, ବେଙ୍ଗାଲୁରୁ, ଦିଲ୍ଲୀ ଆସିବାକୁ ହେଲେ ୫୦ ହଜାର ଟଙ୍କା ଦେବାକୁ ପଡିବ । ସେହଭିଳି ଚିକାଗୋରୁ ହାଇଦ୍ରାବାଦ୍‌ କିମ୍ବା ଦିଲ୍ଲୀ ପାଇଁ ପ୍ରବାସୀଙ୍କୁ ଏକ ଲକ୍ଷ ଟଙ୍କା ଦେବାକୁ ପଡିବ । ପ୍ରଥମ ପର୍ଯ୍ୟାୟରେ ଆମେରିକା, କୁଏତ୍‌ , ଫିଲପାଇନ୍ସ, ବାଙ୍ଗଲାଦେଶ, ବ୍ରିଟେନ୍‌, ସାଉଦିଆରବ, ମାଲେସିଆ, ୟୁଏଇକୁ ପଠାଯିବ ବିମାନ୍‌ । ପ୍ରତି ବିମାନରେ ସାମାଜିକ ଦୂରତାକୁ ଗରୁତ୍ବ ଦିଆଯାଇ ଦୁଇ ଶହରୁ ୩ ଶହ ଲୋକଙ୍କୁ ଆଣିବାକୁ ଅନୁମତି ଦିଆଯାଇଛି ।

ପ୍ରାଥମିକ ଭାବେ ଚିନ୍ତାଗ୍ରସ୍ତ ଲୋକ, ଗର୍ଭବତୀ, ବୃଦ୍ଧ-ବୃଦ୍ଧା ଓ ଶ୍ରମିକଙ୍କୁ ଗୁରୁତ୍ବ ଦିଆଯିବ । ସମସ୍ତ ଫେରନ୍ତା ଭାରତକୁ ଆସିବା ପରେ ୧୪ ଦିନିଆ କ୍ବାରେଣ୍ଟାନ୍‌ରେ ରହିବାକୁ ଏସ୍‌ଓପି ଜାରି ହୋଇଛି । ଯେଉଁମାନେ ଆସିବେ ସେମାନେ ସମସ୍ତେ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ଅପିଲ୍‌ କରାଯାଇଛି । ସେପଟେ ଭାରତ ଫେରିବାକୁ ଥିବା ପ୍ରବାସୀଙ୍କ ପାଇଁ ସମସ୍ତ ବିମାନ ବନ୍ଦରକୁ ସାଇଟାଇଜ୍‌ କରାଯାଉଛି । ପ୍ରତି ଫାଟକରେ ଥର୍ମାଲ ଟେଷ୍ଟ ବ୍ୟବସ୍ଥା କରାଯାଇଛି ।

Leave a Reply