ବିଶାଖାପଟଣାରେ ବିଶାକ୍ତ ଗ୍ୟାସ ଲିକ୍ ହୋଇ ୩ ମୃତ: ଖାଲି ହେଲା ୫ଟି ଗାଁ, ଉଦ୍ଧାର କାର୍ଯ୍ୟରେ ନୌସେନା

1 min read

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ ଏକ ଫାର୍ମା କମ୍ପାନୀରେ ବିଶାକ୍ତ ଗ୍ୟାସ୍ ଲିକ୍ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ସକାଳେ ଏହି ଅଘଟଣା ଘଟିଛି । ଗ୍ୟାସ ଲିକ ପରେ ସମଗ୍ର ସହରରେ ଉତ୍ତେଜନା ଦେଖାଦେଇଛି । ଅବସ୍ଥା ଏପର୍ଯ୍ୟନ୍ତ ନିୟନ୍ତ୍ରଣରେ ନଥିବା ସୂଚନା ମିଳିଛି । ସ୍ଥାନୀୟ ପ୍ରଶାସନ ଏବଂ ନୌସେନା କାରଖାନା ନିକଟ ଗ୍ରାମଗୁଡିକୁ ସ୍ଥାନାନ୍ତର କରିଛନ୍ତି ।

ସରକାରୀ ଡାକ୍ତରଖାନାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣଙ୍କ ଅବସ୍ଥା ଗୁରୁତର ଥିବା  । ଏଥିରେ ମୁଖ୍ୟତଃ ଛୋଟ ପିଲା ରହିଛନ୍ତି | କୁହାଯାଉଛି ଯେ ୧୫୦-୧୭୦ ଜଣଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ବ୍ୟତୀତ ଅନେକ ଲୋକଙ୍କୁ ଗୋପାଳପୁରମର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କୁହାଯାଉଛି ଯେ ଆର.ଆର ଭେଙ୍କଟାପୁରମରେ ଅବସ୍ଥିତ ବିଶାଖା ଏଲଜି ପଲିମର କମ୍ପାନୀରୁ ବିପଜ୍ଜନକ ବିଷାକ୍ତ ଗ୍ୟାସ ଲିକ ହୋଇଛି । ଏହି ବିଷାକ୍ତ ଗ୍ୟାସ ଯୋଗୁଁ କାରଖାନାରରୁ ତିନି କିଲୋମିଟର ଯାଏ ସ୍ଥାନ ପ୍ରଭାବିତ ହୋଇଛି | ଏହି ସମୟରେ ପାଞ୍ଚଟି ଗାଁକୁ ସ୍ଥାନାନ୍ତର କରାଯାଇଛି । ଶତାଧିକ ଲୋକ ମୁଣ୍ଡବିନ୍ଧା, ବାନ୍ତି ଏବଂ ଶ୍ୱାସ ନେବାରେ ଅସୁବିଧା ସହିତ ହସ୍ପିଟାଲରେ ପହଞ୍ଚୁଛନ୍ତି ।

ତେବେ ଗ୍ୟାସ ଲିକ ହେବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ସମ୍ପ୍ରତି ବିଶାଖାପାଟନମ୍ ଜିଲ୍ଲା ମାଜିଷ୍ଟ୍ରେଟ୍ ଭି. ବିନୟ ଚାନ୍ଦ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି । ସେ କହିଛନ୍ତି ଯେ ଦୁଇ ଘଣ୍ଟା ମଧ୍ୟରେ ଏହି ଅବସ୍ଥା ନିୟନ୍ତ୍ରଣକୁ ନିଆଯାଇଥିଲା । କିଛି ଲୋକଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି, ସେମାନଙ୍କୁ ଅମ୍ଳଜାନ ସହାୟତା ଦିଆଯାଉଛି ।

Leave a Reply