ମଦ ହୋମ୍ ଡେଲିଭରୀ କରିବାକୁ ପ୍ରସ୍ତୁତ ହେଉଛି Zomato !

1 min read

ନୂଆଦିଲ୍ଲୀ: ଖାଦ୍ୟ ପଦାର୍ଥର ହୋମ୍ ଡେଲିଭରି ପରେ ଏବେ ମଦକୁ ହୋମ୍ ଡେଲିଭରି କରିବାକୁ ପ୍ରସ୍ତୁତ ହେଉଛି ଜୋମାଟୋ । କାରଣ ଲକଡାଉନ୍ ପାଇଁ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବା ପରେ ଏହାର ବିକ୍ରି ବଢିବାରେ ଲାଗିଛି । ତେଣୁ ଏହି କମ୍ପାନୀ ଲାଭ ଉଠାଇବାକୁ ଚାହୁଁଛି ।

କମ୍ପାନୀର ପ୍ରସ୍ତାବ କ’ଣ ରହିଛି ?

ଗଣମାଧ୍ୟମ ଅନୁସାରେ, କମ୍ପାନୀ ମଦର ହୋମ୍ ଡେଲିଭରି ପାଇଁ  ଆନ୍ତର୍ଜାତୀୟ ସ୍ପିରିଟ୍ ଏବଂ ୱାଇନ୍ ଆସୋସିଏସନ ଇଣ୍ଡିଆ ISWAIଙ୍କୁ ପ୍ରସ୍ତାବ ଦେଇଛନ୍ତି । ଲକଡାଉନ୍ ପାଇଁ କମ୍ପାନୀର ଫୁଡ୍ ଡେଲିଭରି ବ୍ୟବସାୟ ଏକ ପ୍ରକାର ଠପ୍ ହୋଇଯାଇଛି । ତେଣୁ କମ୍ପାନୀ ଏହି ନୂଆ ବ୍ୟବସାୟ କରି ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ଚାହୁଁଛନ୍ତି । ତେବେ ଏହି କମ୍ପାନୀ ମଧ୍ୟରୁ ଜୋମାଟୋ ଫୁଡ୍ ଜେଲିଭରିକୁ ଛାଡ଼ି ରାସନ ଜିନିଷ ହୋମ ଡେଲିଭରି କ୍ଷେତ୍ରରେ ପାଦ ଦେଇଛି ।

ମଦ ଦୋକାନ ଖୋଲିଛି ଏବଂ ଏହାକୁ ନେବାକୁ ବିଭିନ୍ନ ସ୍ଥାନରେ ଲାଗିଛି ଲମ୍ବାଲାଇନ୍

ଯେତେବେଳେ ମାର୍ଚ୍ଚ ୨୫ରେ ଦେଶରେ ଲକଡାଉନ୍ ପ୍ରଥମଥର ପାଇଁ ଲାଗୁ ହୋଇଥିଲା ସେତେବେଳେ ସମସ୍ତ ମଦ ଦୋକାନକୁ ବନ୍ଦ କରି ଦିଆଯାଇଥିଲା । କିନ୍ତୁ ରାଜସ୍ୱ ପାଇଁ ରାଜ୍ୟଗୁଡ଼ିକ ମଦ ଦୋକାନ ଖୋଲିବାକୁ ଦାବି କରିଥିଲେ ଯାହାକୁ ଲକଡାଉନର ୩ୟ ପର୍ଯ୍ୟାୟରେ ଖୋଲିବାକୁ ଅନୁମତି ମିଳିଥିଲା । କିନ୍ତୁ କେତକ ରାଜ୍ୟରେ ଏବେ ପର୍ଯ୍ୟନ୍ତ ମଧ୍ୟ ମଦ ଦୋକାନ ଖୋଲାଯାଇନାହିଁ । ତେବେ ଯେଉଁସବୁ ରାଜ୍ୟରେ ମଦ ଦୋକାନ ଖୋଲିଛି ସେଠାରେ କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ ଦେଖିବାକୁ ମିଳିଛି ।

କିନ୍ତୁ ଭାରତରେ ଏବେ ପର୍ଯ୍ୟନ୍ତ ମଦର ହୋମ୍ ଡେଲିଭରିର ଅନୁମତି ମିଳିନାହିଁ । ତେଣୁ କମ୍ପାନୀଗୁଡ଼ିକ ଦାବି କରୁଛନ୍ତି ଯେ, ସରକାର ଏଥିପାଇଁ ଅନୁମତି ଦିଅନ୍ତୁ । ତେବେ ଏହି ଅନୁମତି ଯଦି ମିଳେ ତେବେ ଜୋମାଟୋ ମଦକୁ ହୋମ୍ ଡେଲିଭରି କରିବାରେ ସଫଳ ହେବ । ଆପଣଙ୍କୁ କହି ରଖୁଛୁ ଯେ, କେତେ ରାଜ୍ୟଗୁଡ଼ିକ ମଧ୍ୟ ମଦ ଉପରେ ଟିକସ ବଢାଇ ଦେଇଛନ୍ତି । ଦିଲ୍ଲୀସରକାର ମଦ ଉପରେ ୭୦ପ୍ରତିଶତ ବିଶେଷ କରୋନା ଟିକସ ବସାଇଛନ୍ତି ।

Leave a Reply