spot_img
Home Blog Page 7143

କେଉଁ ରାଶିରେ ଆଜି ଘାତ ଚନ୍ଦ୍ର ଆଉ ଘାତ ବାର ରହିଛି…?

ଆଜିର ଦିନ..

 ୮ ମେ’ ୨୦୨୦ ମସିହା, ମେଷ ୨୬ ଦିନ

୧୯୪୨ ଶକାଦ୍ଦ,୧୪୨୭ ସାଲ୍‌, ୨୦୭୭ ସମ୍ବତ‌

ଜ୍ୟେଷ୍ଠ ମାସ, ଶୁକ୍ଳପକ୍ଷ, ପ୍ରତିପଦା ତିଥି, ଶୁକ୍ରବାର ।

ବିଶାଖା ନକ୍ଷତ୍ର, ସକାଳ ୮ଟା ୪୦ ମିନିଟ୍‌ ପର୍ଯ୍ୟନ୍ତ, ଏହା ପରେ ଅନୁରାଧା ନକ୍ଷତ୍ର ।

ବିଛା ରାଶିରେ ଚନ୍ଦ୍ର ରହିବେ ।

ଆଜି ଯ଼ୋଗିନୀ ଦିନ ଗୋଟାଏ ପର୍ଯ୍ୟନ୍ତ ପୂର୍ବ ଦିଗରେ ଏବଂ ଦିନ ଗୋଟାଏ ପରେ ଉତ୍ତର-ବାୟବେ କୋଣରେ ରହିବେ ।

ଆଜି ଉତ୍ତରବାୟୁ କୋଣକୁ ଯାତ୍ରା ନିଷେଧ ।

ଘାତଚନ୍ଦ୍ର- କନ୍ୟା ଓ ମକର ରାଶିର ମହିଳାଙ୍କ ପାଇଁ ।

ଘାତବାର- ବିଛା, ଧନୁ, ମୀନ ରାଶିର ମହିଳାଙ୍କ ପାଇଁ ।

ଶୁଭ ସମୟ- ଦିନ ୧୨ଟା ଠାରୁ ଦିନ ଗୋଟାଏ ପର୍ଯ୍ୟନ୍ତ, ଦିନ ୪ଟା ୨୫ ମିନିଟ୍‌ଠାରୁ ସନ୍ଧ୍ୟା ୫ଟା ୧୮ ମିନିଟ୍‌ ପର୍ଯ୍ୟନ୍ତ

ଅଶୁଭ ସମୟ- ଦିନ ୧୦ଟା ୩୦ ରୁ ଦିନ ୧୨ଟା ପର୍ଯ୍ୟନ୍ତ

ମେଷରାଶି-

ଅଶ୍ୱିନୀ ନକ୍ଷତ୍ର- ଆପଣଙ୍କର ସକାରତ୍ମକ ଚିନ୍ତାଧାରା ଅନ୍ୟ ବ୍ୟକ୍ତିକୁ ପ୍ରଭାବିତ କରିବ ।

ଦ୍ୱିଜା ନକ୍ଷତ୍ର- ନିଜର ପ୍ରଫେସନକୁ ନେଇ ଚିନ୍ତା ବଢିବ ।

କୃତ୍ତିକାନକ୍ଷତ୍ର- ଆର୍ଥିକସ୍ଥିତିରେ ସୁଧାର ଆସିବ, ନିଜ କର୍ମକୁ ନେଇ ଖୁସି ରହିବେ ।

ଆଜି ପକ୍ଷୀମାନଙ୍କୁ ମସୁର ଡାଲି ଖାଇବାକୁ ଦିଅନ୍ତୁ ।

ବୃଷରାଶି-

କୃତ୍ତିକା ନକ୍ଷତ୍ର- ଆପଣଙ୍କ ପାଇଁ କିଛି ପରିବର୍ତ୍ତନ ଆସିପାରେ, ଯାହା କିଛି ନିଷ୍ପତ୍ତି ନେବା ପାଇଁ ବାଧ୍ୟ କରିବ ।

ରୋହିଣୀ ନକ୍ଷତ୍ର – ଅନେକ ଦିନ ଧରି ପ୍ରତୀକ୍ଷା କରିଥିବା କିଛି ଖବରର ଶୁଭ ସୂଚନା ପାଇବେ ।

ମୃଗଶିରା-ମା’, ବାପାଙ୍କର ଆଶିର୍ବାଦ୍‌ ପାଇବେ ।

ମିଥୁନ ରାଶି-

ମୃଗଶିରା ନକ୍ଷତ୍ର- ନିଜର ବ୍ୟବସାୟ ଓ କର୍ମକୁ ନେଇ ଚିନ୍ତା ବଢିବ, ବୟସ୍କ ବ୍ୟକ୍ତିଙ୍କର ପରାମର୍ଶ ନିଅନ୍ତୁ ।

ଆର୍ଦ୍ରା ନକ୍ଷତ୍ର- ଘରେ ଖୁସିର ବାତାବରଣ ରହିବ, ନୂଆ କାମ ପାଇଁ ଯ଼ୋଜନା କରିବେ ।

ପୁନର୍ବସୁ ନକ୍ଷତ୍ର- କିଛି ଶୁଭ ଖବର ପାଇପାରନ୍ତି ।

ପିମ୍ପୁଡିକୁ କିଛି ବୁଟ ଡାଲି ଗୁଣ୍ଡ କିମ୍ବା ଚିନି ଖାଇବାକୁ ଦିଅନ୍ତୁ ।

କର୍କଟ ରାଶି-

ପୁନର୍ବସୁ ନକ୍ଷତ୍ର- ଅଟକିଥିବା କାର୍ଯ୍ୟ ସହଜରେ ହୋଇଯିବ ।

ପୁଷ୍ୟା ନକ୍ଷତ୍ର – ନିଜ କାମକୁ ନେଇ ସନ୍ତୁଷ୍ଟ ହେବେ, ଗୁରୁଜନଙ୍କର ପରାମର୍ଶରେ ସଫଳତା ପାଇବେ ।

ଅଶ୍ଲେଷା ନକ୍ଷତ୍ର- ଦିନରେ ବିଶେଷ ଯ଼ତ୍ନଶୀଳ ହୋଇ ଚଳନ୍ତୁ ।

ନିଜ ପୂଜା ଘରେ ମହାଦେବଙ୍କ ନିକଟରେ କିଛି ମିଶ୍ରି ଭୋଗ ଲାଗି କରନ୍ତୁ ।

ସିଂହ ରାଶି-

ମଘାନକ୍ଷତ୍ର- ଆର୍ଥିକସ୍ଥିତି ପୂର୍ବାପେକ୍ଷା ଭଲ ରହିବ, ପିତା, ମାତାଙ୍କର ସହଯ଼ୋଗ ପାଇବେ ।

ପୂର୍ବା ଫାଲଗୁନୀ ନକ୍ଷତ୍ର- ନିଜର କାର୍ଯ୍ୟ ଓ ପରିବାରକୁ ନେଇ ଚିନ୍ତା ବଢିବ, ବନ୍ଧୁଙ୍କର ପରାମର୍ଶ ମନରେ ଆଘାତ ଦେବ ।

ଉତ୍ତରା ଫାଲଗୁନୀ ନକ୍ଷତ୍ର- ମନର ଭାବନାକୁ ଜୀବନସାଥୀଙ୍କ ସହ ବାଣ୍ଟନ୍ତୁ, ମନରେ ଶାନ୍ତି ପାଇବେ ।

ମା’ଙ୍କୁ ପ୍ରଣାମ କରି ଦିନର କାମ ଆରମ୍ଭ କରନ୍ତୁ ।

କନ୍ୟା ରାଶି-

ଉତ୍ତରା ଫାଲଗୁନୀ ନକ୍ଷତ୍ର- ଇଛା ରଖୁଥିବା କାମକୁ ପୁରା କରିବାରେ ସକ୍ଷମ ରହିବେ ।

ହସ୍ତା ନକ୍ଷତ୍ର- ଋଣ ଦାତାଙ୍କର ଚାପ ଯ଼ୋଗୁ ମନ ଆହୁରି ଅଶାନ୍ତ ରହିବ ।

ଚିତ୍ରା ନକ୍ଷତ୍ର- ଦିନଟି ସୁଖରେ କଟିବ ।

ପକ୍ଷୀଙ୍କୁ କିଛି ଖାଦ୍ୟ ଦିଅନ୍ତୁ ।

ତୁଳା ରାଶି-

ଚିତ୍ରା ନକ୍ଷତ୍ର- ପାରିବାରିକ ସମସ୍ୟାର ସମାଧାନ ଅତି ସହଜରେ ହୋଇଯିବ ।

ସ୍ବାତୀ ନକ୍ଷତ୍ର- ଦିନଟିରେ କିଛି ସମସ୍ୟା ଆସିପାରେ, ଶରୀର ପ୍ରତି ଧ୍ୟାନ ରଖନ୍ତୁ ।

ବିଶାଖା ନକ୍ଷତ୍ର- ପରିବାରର ସହଯ଼ୋଗ ଯ଼ୋଗୁ ଦିନଟି ଶୁଭ ରହିବ ।

ଭଗବାନ ଶ୍ରୀବିଷ୍ଣୁଙ୍କୁ ହଳଦିଆ ଫୁଲରେ ପୂଜା କରନ୍ତୁ ।

ବିଛା ରାଶି-

ବିଶାଖା ନକ୍ଷତ୍ର- ପରିବାରର ବୟସ୍କ ବ୍ୟକ୍ତିଙ୍କ ପରାମର୍ଶାନୁସାରେ କାର୍ଯ୍ୟ କରନ୍ତୁ ।

ଅନୁରାଧା ନକ୍ଷତ୍ର- ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ, କ୍ଷମାଶୀଳ ହେବା ଭଲ ଅଟେ ।

ଜ୍ୟେଷ୍ଠା ନକ୍ଷତ୍ର- ନୂଆ କାମ ପାଇଁ ଶୁଭ ସମୟ ରହିଛି ।

ହନୁମାନଙ୍କୁ କଦଳୀ ଭୋଗ ଲଗାନ୍ତୁ ।

ଧନୁରାଶି-

ମୂଳାନକ୍ଷତ୍ର- କୌଣସି ଦୁଃଖଦ ଖବର ମନକୁ କଷ୍ଟ ଦେବ, ଧର୍ଯ୍ୟ ରଖି କାମ କରନ୍ତୁ ।

ପୂର୍ବାଷାଢା ନକ୍ଷତ୍ର- କମ୍‌ ପରିଶ୍ରମରେ ବଡ ସଫଳତା ପାଇବେ ।

ଉତ୍ତରଷାଢା- ଧାର୍ମିକ କାର୍ଯ୍ୟରେ ସମୟ କଟିବ ।

ନିଜ ଠାକୁର ଘରେ ମହାଦେବଙ୍କୁ ୧୧ଟା ବେଲ ପତ୍ର ଅର୍ପଣ କରନ୍ତୁ ।

ମୃକର ରାଶି-

ଉତ୍ତରାଷାଢା ନକ୍ଷତ୍ର- କର୍ମକ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ ପାଇଁ ଯ଼ତ୍ନଶୀଳ ହୁଅନ୍ତୁ ।

ଶ୍ରବଣା ନକ୍ଷତ୍ର- ମନର ଭାବନାକୁ ନିଜ ଜୀବନସାଥୀଙ୍କୁ କହିବା ହିଁ ଉତ୍ତମ ରହିବ ।

ଧନିଷ୍ଠା ନକ୍ଷତ୍ର- ନିଜର କର୍ତ୍ତବ୍ୟନିଷ୍ଠା ଓ ନିଶ୍ବାର୍ଥପର କାମ ପାଇଁ ପ୍ରଶଂସିତ ହେବେ ।

ବ୍ରାହ୍ମଣଙ୍କୁ କିଛି ଫଳ ଦାନ କରନ୍ତୁ ।

କୁମ୍ଭ ରାଶି-

ଧନିଷ୍ଠା ନକ୍ଷତ୍ର- କିଛି ଜରୁରୀ କାମ ପାଇଁ ବ୍ୟସ୍ତତା ବଢିବ, ଧର୍ଯ୍ୟ ରଖନ୍ତୁ ।

ଶତଭିଷା ନକ୍ଷତ୍ର- କୌଣସି କାର୍ଯ୍ୟ କରିବା ପୂର୍ବରୁ ବଡମାନଙ୍କର ପରାମର୍ଶ ନିଅନ୍ତୁ ।

ପୂର୍ବାଭାଦ୍ରପଦ ନକ୍ଷତ୍ର- ପ୍ରେମ କରୁଥିଲେ ଦିନଟି ଭଲ ରହିଛି ।

ମା’ଙ୍କୁ ପ୍ରଣାମ କରି ଘରୁ ବାହାରନ୍ତୁ ।

ମୀନ ରାଶି-

ପୂର୍ବାଭାଦ୍ରପଦ ନକ୍ଷତ୍ର – ସମାଜରେ ମାନସମ୍ମାନ ବଢିବ ।

ଉତ୍ତରାଭାଦ୍ରପଦ ନକ୍ଷତ୍ର- ନିଜ ଚେଷ୍ଟାରେ ସଫଳତା ପାଇଲେ ମଧ୍ୟ ଅର୍ଥ ବାଧା ରହିବ ।

ରେବତୀ ନକ୍ଷତ୍ର- ନୂଆ ବିଚାର ଓ କାର୍ଯ୍ୟରେ ସଫଳତା ପାଇବେ ।

ଭୋକିଲାକୁ ଖାଦ୍ୟ ଦିଅନ୍ତୁ ଆଜିର ଦିନରେ ।

କୋଭିଡ-୧୯ କ’ଣ, ତେଜରାତି ପଦାର୍ଥ କିପରି ନିରାପଦ ଭାବେ କିଣିବେ? ପଢ଼ନ୍ତୁ ଏଭଳି କିଛି ପ୍ରଶ୍ନର ଉତ୍ତର

ଭୁବନେଶ୍ୱର: ଭୟଙ୍କର ଭୂତାଣୁ କରୋନାକୁ ନେଇ ପ୍ରାୟ ସମସ୍ତେ ଭୟଭୀତ । କେବଳ ସତର୍କ ରହି ନିଜକୁ ଏହି ଭୂତାଣୁ କବଳରୁ ରକ୍ଷା କରିହୁଏ । ଏହାର ପ୍ରତିକାର ନେଇ କୌଣସି ଔଷଧ ବାହାରିନଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ । ଏଭଳି କିଛି ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ୩୧ଟି ସମ୍ଭାବ୍ୟ ପ୍ରଶ୍ନର ଉତ୍ତର ରଖିଛନ୍ତି ନବୀନ ପଟ୍ଟନାୟକ ।

ପ୍ରଶ୍ନ:- କରୋନା ଭାଇରସ୍‌ କ’ଣ?

ମଣିଷଙ୍କ ମଧ୍ୟରେ ରୋଗ ସୃଷ୍ଟି କରୁଥିବା ଏକ ବୃହତ୍ତର ଭାଇରସ ପରିବାର ଏହା ହେଉଛି ଅଂଶ ବିଶେଷ। ନିକଟରେ ଆବିଷ୍କୃତ କରୋନା ଭାଇରସ୍‌ କୋଭିଡ୍‌-୧୯ ରୋଗ ସୃଷ୍ଟି କରିଥାଏ

ପ୍ରଶ୍ନ:- କୋଭିଡ୍‌-୧୯ କ’ଣ?

ନିକଟରେ ଆବିଷ୍କୃତ କରୋନା ଭାଇରସ୍‌ ସଂକ୍ରମଣରୁ ସୃଷ୍ଟି ହେଉଥିବା ସଂକ୍ରାମକ ରୋଗ ହେଉଛି କୋଭିଡ୍‌-୧୯ । କୋଭିଡ-୧୯ ବର୍ତ୍ତମାନ ମହାମାରୀର ରୂପ ନେଇଛି ଏବଂ ସାରା ବିଶ୍ୱର ଅଧିକାଂଶ ଦେଶ ଏଥିରେ ସଂକ୍ରମିତ ହୋଇଛି ।

ପ୍ରଶ୍ନ:- କୋଭିଡ-19ର ଲକ୍ଷଣ କ’ଣ?

କୋଭିଡ-୧୯ ସାଧାରଣ ଲକ୍ଷଣ ହେଉଛି ଜ୍ୱର, ଶୁଖିଲା କାଶ ଏବଂ ଥକାପଣ। କେତେକ ରୋଗୀଙ୍କ କ୍ଷେତ୍ରରେ ଦେହହାତ, ବିନ୍ଧା, ଦରଜ, ନାକ ରୁନ୍ଧି ହୋଇଯିବା, ଗଳାକୁଣ୍ଡାଇବା ତଥା ତରଳ ଝାଡା ଆଦି ଲକ୍ଷଣ ପ୍ରକାଶ ପାଇଥାଏ

ପ୍ରଶ୍ନ:- ସଙ୍ଗରୋଧ ଅର୍ଥ କ’ଣ?

(କ)- କୋଭିଡ-୧୯ ରୋଗୀ ସଂଙ୍ଗରୋଧରେ ରହିବା ଦ୍ଵାରା ତାର ପରିବାର ସଦସ୍ୟ ସାହି ପଡ଼ିଶା, ସାଙ୍ଗସାଥୀ ତଥା ବନ୍ଧୁ ବାନ୍ଧବଙ୍କ ସଂକ୍ରମଣ ଭୟ ରହିବ ନାହିଁ।

(ଖ) ଜ୍ୱର କାଶ ଓ କୋଭିଡ-୧୯ର ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତି ଘରେ ଅନ୍ୟମାନଙ୍କଠାରୁ ଅଲଗା ରହିବା, ଅଫିସ, ସ୍କୁଲ ତଥା ସର୍ବସାଧାରଣ ସ୍ଥାନକୁ ନଯିବା ହେଉଛି ସଂଘରୋଧ

(ଗ) ଏହା ଜଣେ ସ୍ୱେଚ୍ଛାକୃତ ଭାବେ ଗ୍ରହଣ କରିପାରିବ ବା ନିଜର ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ରହିପାରିବେ।

(ଘ) ନିଜର ଲକ୍ଷଣ ଉପରେ ନଜର ରଖିବା ଜରୁରୀ

ପ୍ରଶ୍ନ:- ନିଜେ ଅଲଗା ରହିବାର ଅର୍ଥ କ’ଣ?

ଅଲଗା ରହିବାର ଅର୍ଥ ହେଉଛି କୋଭିଡ-୧୯ର ଲକ୍ଷଣ ଥାଇ ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଅଲଗା ରଖିବା । ଯାହାଦ୍ଵାରାକି ରୋଗ ବ୍ୟାପିବାକୁ ରୋକାଯାଇ ପାରିବ

ପ୍ରଶ୍ନ:- ସଙ୍ଗରୋଧ ଏବଂ ଶାରିରୀକ ଦୂରତ୍ୱ ମଧ୍ୟରେ ତଫାତ କ’ଣ ?

ଉ- ସଙ୍ଗରୋଧ ହେଉଛି ଅସୁସ୍ଥ ନଥିଲେ ମଧ୍ୟ କୋଭିଡ୍‌-୧୯ ରୋଗୀ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଅଲଗା ରଖିବା ଏବଂ ସେମାନଙ୍କ କାର୍ଯ୍ୟାକଳପକୁ ନିୟନ୍ତ୍ରିତ କରିବା। ଏହାର ମୂଳ ଲକ୍ଷ୍ୟ ହେଉଛି ଲକ୍ଷଣ ପ୍ରକାଶ ପାଉଥିବା ସମୟରେ ଯେପରି ରୋଗ ନବ୍ୟାପିବ, ସେଥିପାଇଁ ତାଙ୍କୁ ଅନ୍ୟ ମାନଙ୍କଠାରୁ ଅଲଗା ରଖିବା ।

ଶାରିରୀକ ଦୂରତ୍ୱକୁ ଅର୍ଥ ଅନ୍ୟମାନଙ୍କଠାରୁ ନିରାପଦ ଦୂରତ୍ୱରେ ଚଳପ୍ରଚଳ କରିବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ ଅନୁଯାୟୀ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କଠାରୁ ଏକ ମିଟର ବା ତିନି ଫୁଟ ଦୂରରେ ଚଳପ୍ରଚଳ ହେଲେ ରୋଗ ବ୍ୟାପି ପାରିବ ନାହିଁ ।

ପ୍ରଶ୍ନ:- ପ୍ରତ୍ୟେକ ସଂକ୍ରମିତ ଲୋକଙ୍କଠାରେ ଲକ୍ଷଣ ଦେଖାଯାଏ କି?

ଉ- କେତେକ ଲୋକ ସଂକ୍ରମିତ ହୋଇଥିଲେ ମଧ୍ୟ ସେମାନଙ୍କଠାରେ ବହୁତ୍‌ କମ୍‌ ଲକ୍ଷଣ ଥାଏ

ପ୍ରଶ୍ନ:- ଯଦି ମୋର କୋଭିଡ୍‌-୧୯ ଲକ୍ଷଣ ପ୍ରକାଶ ପାଏ ତେବେ ମୁଁ କ’ଣ କରିବି ଏବଂ ମୁଁ କେତେବେଳେ ଡାକ୍ତରୀ ପରାମର୍ଶ ନେବି?

ଉ- ଯଦି ଆପଣଙ୍କର ଅଳ୍ପ କାଶ ବା ଅଳ୍ପ ଜ୍ୱର ଆଦି ଛୋଟ ଛୋଟ ଲକ୍ଷଣ ଦେଖା ଦେଉଥାଏ, ଆପଣ ଘରେ ରୁହନ୍ତୁ , ଅଲଗା ରୁହନ୍ତୁ ଏବଂ ପ୍ରକାଶିତ ଲକ୍ଷଣଗୁଡିକ ଉପରେ ନଜର ରଖନ୍ତୁ। ସରକାରଙ୍କର ସଙ୍ଗରୋଧ ନିୟମାବଳୀକୁ ପାଳନ କରନ୍ତୁ।

ପ୍ରଶ୍ନ:- ଶ୍ୱାସ କିମ୍ବା ଛାତିରେ ଯନ୍ତ୍ରଣା ଅନୁଭବ କରିଲେ କ’ଣ କରିବେ ?

ଉ- ଯିଦ ଆପଣ ଶ୍ୱାସ କଷ୍ଟ ଅନୁଭବ କରୁଥାନ୍ତି ବା ଛାତିରେ ଯନ୍ତ୍ରଣା ଅନୁଭବ କରୁଥାନ୍ତି। ତେବେ ତୁରନ୍ତ ଡାକ୍ତରୀ ପରାମର୍ଶ କରନ୍ତୁ। ଯଦି ସମ୍ଭବ ତେବେ ଆପଣ ଆପଣଙ୍କର ଚିକିତ୍ସକଙ୍କ ସହିତ ଆଗୁଆ କଥା ହୁଅନ୍ତୁ। ସେ ଆପଣଙ୍କୁ ଉପଯ଼ୁକ୍ତ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ମାର୍ଗଦର୍ଶନ ଦେଇପାରିବେ ।

ପ୍ରଶ୍ନ:- କୈାଣସି ଲକ୍ଷଣ ନଥିବା ଜଣେ ବ୍ୟକ୍ତିଙ୍କଠାରୁ କୋଭିଡ-19 ବ୍ୟାପିପାରିବ କି?

ହଁ । ସାଧାରଣତଃ ଜ୍ୱର ତଥା ଥକାପଣ ଆଦି ଲକ୍ଷଣ ଥିବା ବ୍ୟକ୍ତିର କାଶ, ଛିଙ୍କ ସମୟରେ ବାହାରୁଥିବା କଣିକାରୁ କୋଭିଡ-୧୯ ବ୍ୟାପିଥାଏ । ଅଳ୍ପ କାଶ ହେଉଥିବା ଏବଂ ଅସୁସ୍ଥ ଅନୁଭବ କରୁଥିବା ବ୍ୟକ୍ତିଠାରୁ ମଧ୍ୟ କୋଭିଡ-୧୯ ବ୍ୟାପିବାର ସମ୍ଭାବନା ଥାଏ ।

ପ୍ରଶ୍ନ:-ଆଦୌ ଲକ୍ଷଣ ନଥିବା ଲୋକଙ୍କଠାରୁ ଏହି ରୋଗ ବ୍ୟାପିବାର ଲକ୍ଷଣ ଥାଏ କି ?

କେତେକ ରିପୋର୍ଟ କହୁଛି , ଯେ ଆଦୌ ଲକ୍ଷଣ ନଥିବା ରୋଗୀଟାରୁ ମଧ୍ୟ ଏହି ଭାଇରସ୍‌ ବ୍ୟାପିଥାଏ

ପ୍ରଶ୍ନ:- ଯଦି ଅସୁସ୍ଥାତର ସାମାନ୍ୟ ଲକ୍ଷଣ ଦେଖା ଦିଏ ତେବେ ଆପଣ କ’ଣ କରିବେ ?

ଯ଼ଦି ଆପଣ ଅସୁସ୍ଥ ହୋଇଥାନ୍ତି ଏବଂ ଆପଣଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖା ଦେଇଥାଏ, ତେବେ ଆପଣ ନିଶ୍ଚିତ ଭାବରେ ସଙ୍ଗରୋଧରେ ରହିବେ ।

ପ୍ରଶ୍ନ:- ଯଦିବା ଆପଣ ଭାବୁଥାନ୍ତି ଯେ ଆପଣ କୈାଣସି କୋଭିଡ-19 ରୋଗୀ ସଂସ୍ପର୍ଶରେ ଆସିନାହାନ୍ତି, କିନ୍ତୁ ଆପଣଙ୍କଠାରେ କିଛି ଲକ୍ଷଣ ଦେଖାଦେଇଛି, ତେବେ ଆପଣ କ’ଣ କରିବେ ?

ଉ- ଆପଣ ନିଜେ ନିଜକୁ ସଙ୍ଗରୋଧ ଅବସ୍ଥାରେ ରଖନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟ ଉପରେ ସତର୍କ ଦ୍ରୁଷ୍ଟି ଦେବେ । ରୋଗର ପ୍ରାଥମିକ ଅବସ୍ଥାରେ, ସାମାନ୍ୟ ଲକ୍ଷଣ ଥିବା ଅବସ୍ଥାରେ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ଆଶଙ୍କା ଅଧିକ। ତେଣୁ ଖୁବ୍‌ଶୀଘ୍ର ସଙ୍ଗରୋଧ ସବୁଠାରୁ ନିରାପଦ।

ପ୍ରଶ୍ନ:- ଯଦି ଆପଣଙ୍କ ପାଖରେ କୈାଣସି କୋଭିଡ-19 ଲକ୍ଷଣ ନାହିଁ, କିନ୍ତୁ ଆପଣ ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାର ଆଶଙ୍କା କରୁଛନ୍ତି, ତେବେ ଏ କ୍ଷେତ୍ରରେ ଆପଣ କ’ଣ କରିବେ ?

ଉ- ଏ କ୍ଷେତ୍ରରେ ଆପଣ 14 ଦିନ ସଙ୍ଗରୋଧରେ ରହିବେ ।

ପ୍ରଶ୍ନ:- ଗୁରୁତର ଅସୁସ୍ଥ ନଥିବା ଲୋକଙ୍କ ପାଇଁ ସଙ୍ଗରୋଧ ବ୍ୟବସ୍ଥା କିପରି କରାଯିବ ?

ଉ- ଉତ୍ତମ ଭାବରେ ବାୟୁ ଚଳାଚଳ କରୁଥିବା ପ୍ରଶସ୍ତ କକ୍ଷ ସଙ୍ଗରୋଧ ପାଇଁ ଉପଯ଼ୁକ୍ତ । ଏଥିରେ ଅଲଗା ଶୌଚାଳୟ ରହୁଥିବା ଆବଶ୍ୟକ। ହାତ ଧୋଇବାର ଅସୁବିଧା ମଧ୍ୟ ରହିଥିବା ଆବଶ୍ୟକ।

ପ୍ରଶ୍ନ:- ମୋତେ ଅସୁସ୍ଥ ଲାଗିଲେ କ’ଣ କରିବି?

ଉ-  ଅଳ୍ପ ଜ୍ୱର, କାଶ, ମୁଣ୍ଡବିନ୍ଧା ଲକ୍ଷଣ ଥିଲେ ଭଲ ହେବା ପର୍ଯ୍ୟନ୍ତ ଘରେ ରୁହନ୍ତୁ, ଅଲଗା ରୁହନ୍ତୁ। ମୁହଁରେ ମାସ୍କ ପିନ୍ଧନ୍ତୁ।

ଯଦି ଜ୍ୱର, କାଶ ସହିତ ଶ୍ୱାସକଷ୍ଟ ହେଉଥାଏ, ତେବେ ଫୋନ୍‌ ଯ଼ୋଗେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ଏବଂ ତାଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତୁ।

ପ୍ରଶ୍ନ:- ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ କିଭଳି ସତର୍କତା ଅବଲମ୍ବନ କରିବା ଦରକାର ?

ଉ- ଯେତେବେଳେ ଆପଣ ଡାକ୍ତରୀ ପରାମର୍ଶ ପାଇଁ ଯାଉଛନ୍ତି, ଯଥା ସମ୍ଭବ ମାସ୍କ ବ୍ୟବହାର କରିବା। ଅନ୍ୟ ମାନଙ୍କଠାରୁ ଏକ ମିଟର ରହିବା। କୈାଣସି ଜିନିଷ ହାତରେ ଛୁଇଁଲା ପରେ ପରିସ୍କାର କରି ହାତ ଧୋଇବେ।

ପ୍ରଶ୍ନ:- କୋଭିଡ୍‌-19 କିପରି ବ୍ୟାପେ ?

ଉ- ସଂକ୍ରମଣ ଦ୍ଵାରା ହିଁ କୋଭିଡ୍‌-୧୯ ବ୍ୟାପିଥାଏ। ମୁଖ୍ୟତଃ କଥା କହିବା, କାଶିବା, ଛିଙ୍କବା ସମୟରେ ରୋଗୀର ନାକ, ପାଟିରୁ ବାହାରୁଥିବା ଛୋଟ ଛୋଟ କଣିକା ଦ୍ଵାରା ହିଁ ଏହା ଅନ୍ୟମାନଙ୍କୁ ବ୍ୟାପିଥାଏ

ପ୍ରଶ୍ନ:- ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆମେ କାହିଁକି ୧ ମିଟର ବା ୩ ଫୁଟ୍‌ ଦୂରତା ରଖିବା ?

ଉ- ଏହି କଣିକା ଗୁଡିକ ତୁଳନାତ୍ମକଭାବେ ଓଜନିଆ ଥିବାରୁ ଏହା ବେଶୀଦୂର ଯାଇ ନପାରିବାରୁ ତଳେ ପଡିଯାଇଥାଏ । ଯଦି ଜଣେ ନିଶ୍ୱାସ ନେବା ସମୟରେ ଏହି କଣିକା ସଂସ୍ପର୍ଶରେ ଆସେ, ତେବେ ସେ ସଂକ୍ରମିତ ହୋଇଥାଏ । ତେଣୁ ଅନ୍ୟମାନଙ୍କଠାରୁ ଆମେ ସବୁବେଳେ ଅନ୍ତତଃପକ୍ଷେ ଏକ ମିଟର ବା ୩ ଫୁଟ ଦୂରତା ରହିବା ଆବଶ୍ୟକ।

ଏହି ଭୂତାଣୁ କିଭଳି ଭାବେ ଟବୁଲ, କବାଟ ହ୍ୟାଣ୍ଡେଲ, ଡୋର୍‌ ନବ୍‌, ମୋବାଇଲ ତଥା ଅନ୍ୟ ଯେ କୌଣସି ଜାଗାରୁ କିପରି ସଂକ୍ରମିତ ହୋଇଥାଏ?

ଯେତେବେଳେ ଜଣେ ଲୋକ ଏଗୁଡ଼ିକୁ ଛୁଇଁବା ପରେ ତାର ଆଖି, ନାକ ବା ପାଟିରେ ହାତ ମାରିଥାଏ, ସେତେବେଳେ ସେ ସଂକ୍ରମତ ହୋଇଥାଏ ।

ଏହି ସଂକ୍ରମଣରୁ ରକ୍ଷାପାଇବା ନିମନ୍ତେ କ’ଣ ପଦକ୍ଷେପ ନିଆ ଯାଇପାରେ?

ସଂକ୍ରମଣ ଠାରୁ ରକ୍ଷା ପାଇବା ନିମନ୍ତେ ବାରମ୍ୱାର ପାଣି ଓ ସାବୁନ ତଥା ଆଲ୍‌କୋହଲ ଭିତ୍ତିକ ସାନିଟାଇଜର ନିୟମିତ ବ୍ୟବଧାନରେ ହାତ ସଫା କରିବା ଅତ୍ୟନ୍ତ ଜରୁରୀ  ।

କିଏ ସଂକ୍ରମିତ ଆମେ ଜାଣି ନାହୁଁ, ତେଣୁ ଆମେ କିପରି ଅନ୍ୟମାନଙ୍କୁ ଓ ନିଜକୁ ସଂକ୍ରମଣରୁ ରୋକିପାରିବୁ?

କ) ନିୟମିତ ବାରମ୍ୱାର ହାତ ଧୋଇବା ଏବଂ କାଶିବା, ଛିଙ୍କିବା ସମୟରେ ମୁହଁ ଓ ନାକରେ ଟିସୁ ପେପର ବ୍ୟବହାର କରିବା, ତାକୁ ଢ଼ାଙ୍କୁଣି ଥିବା ବାକ୍ସରେ ପକାଇବା ସବୁଠାରୁ ବଡ଼ ସୁରକ୍ଷା ।

ଖ) କାଶିବା ଓ ଛିଙ୍କିବା ସମୟରେ ହାତର କହୁଣୀ ବ୍ୟବହାର କରିବା ଦ୍ୱାରା ସଂକ୍ରମଣକୁ ମଧ୍ୟ ରୋକାଯାଇ ପାରିବ । ଅନ୍ୟ ଜଣଙ୍କ ଠାରୁ ସବୁବେଳେ ଏକ ମିଟର ବା ତିନି ଫୁଟ ଦୂରରେ ରୁହନ୍ତୁ ।

ଗ) ଯେହେତୁ ଆମେ ଜାଣି ନାହୁଁ କିଏ ସଂକ୍ରମିତ ହୋଇଛି, ତେଣୁ ଆମେ ସବୁବେଳେ ଅନ୍ୟମାନଙ୍କ ଠାରୁ ସାମାଜିକ ଦୂରତ୍ୱ ରକ୍ଷା କରିବା ଜରୁରୀ ।

ପ୍ରଶ୍ନ: ଯଦି କୋଭିଡ-୧୯ ଦ୍ୱାରା ସଂକ୍ରମିତ ଜଣେ ବ୍ୟକ୍ତିଙ୍କର ଘନିଷ୍ଠ ସମ୍ପର୍କରେ ଆସେ ତେବେ ମୁଁ କ’ଣ କରିବି?

କୋଭିଡ ୧୯ ରୋଗୀର ଘନିଷ୍ଠ ସମ୍ପର୍କରେ ଆସିଥିବା ବ୍ୟକ୍ତି ସଂକ୍ରମିତ ହେବାର ବହୁତ ସମ୍ଭାବନା ରହିଛି । ତେଣୁ ଏ କ୍ଷେତ୍ରରେ ଆପଣ ନିଜ ଘରେ ସଙ୍ଗରୋଧ ଅବସ୍ଥାରେ ରହିବା ଆବଶ୍ୟକ ।

ପ୍ରଶ୍ନ: ଛୋଟ ପିଲା ଏବଂ କିଶୋରମାନେ ଏହି ରୋଗ ଦ୍ୱାରା ସଂକ୍ରମିତ ହେବାର ଭୟ ଅଛି କି?

ହଁ । ଛୋଟ ପିଲା ଓ କିଶୋରମାନେ ମଧ୍ୟ ଅନ୍ୟମାନଙ୍କ ପରି ଏହି ରୋଗରେ ସଂକ୍ରମିତ ହେଉଛନ୍ତି ଏବଂ ଗୁରୁତର ଅବସ୍ଥାକୁ ଯିବାର ମଧ୍ୟ ଉଦାହରଣ ରହିଛି । ତେଣୁ ଛୋଟ ପିଲା ଓ କିଶୋର ସମସ୍ତେ ସରକାରଙ୍କର ନିୟମାବଳୀ ମାନି ଚଳିବା ଉଚିତ୍ ।

ପ୍ରଶ୍ନ: ମୁଁ ହାତକୁ କାହିଁକି ଧୋଇବି?

ନିୟମିତ ଭଲ ଭାବେର ବାରମ୍ୱାର ହାତକୁ ସାବୁନ ଅଥବା ଆଲ୍‌କୋହଲିଭିତ୍ତିକ ସାନିଟାଇଜର ଦ୍ୱାରା ସଫା କରିଲେ, ଏହା ହାତରେ ଥିବା ଭାଇରସ୍‌କୁ ମାରି ଦେବ ।

ପ୍ରଶ୍ନ: ମୁଁ ଅନ୍ୟମାନଙ୍କ ସାଙ୍ଗରେ ମିଳାମିଶା କରିପାରିବି  କି?

ନା ଅନ୍ୟମାନଙ୍କ ଠାରୁ ୩ ଫୁଟ ଦୂରତା ରକ୍ଷା କରନ୍ତୁ । ଏହାଦ୍ୱାରା ଅନ୍ୟର କାଶ ବା ଛିଙ୍କର ଆପଣଙ୍କର ପାଖରେ ପହଞ୍ଚି ପାରିବନାହିଁ ।  ଏବଂ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ

ପ୍ରଶ୍ନ:- ତେଜରାତି ପଦାର୍ଥ କିପରି ନିରାପଦ ଭାବେ କିଣିବେ?

ଯେତେବେଳେ ତେଜରାତି ଦ୍ରବ୍ୟ କିଣିବେ, ସେତେବଳେ ଅନ୍ୟମାନଙ୍କଠାରୁ ୧ ମିଟର ଦୂରତ୍ୱ ରଖିବା ସହିତ ନିଜର ଆଖି, ନାଖ ଓ ପାଟିକୁ ଛୁଇଁବାରୁ ବିରତ ରୁହନ୍ତୁ ।

ପ୍ରଶ୍ନ:- ତେଜରାତି ପଦାର୍ଥ କିଣି ଘରେ ପହଞ୍ଚିବା ପରେ କ’ଣ କରିବେ?

ତେଜରାତି ପଦାର୍ଥ କିଣି ଘରେ ପହଞ୍ଚିବା ପରେ ନିଜ ହାତକୁ ଭଲଭାବରେ ଧୁଅନ୍ତୁ ଏବଂ ଜିନିଷ ପତ୍ର ବ୍ୟବହାର କଲାବେଳେ ବା ତାକୁ ସାଇତି ରଖିବା ସମୟରେ ମଧ୍ୟ ହାତକୁ ବିଶୋଧଡ଼ କରନ୍ତୁ ।

ଭାରତର ଆକାଶରେ ବର୍ଷର ଶେଷ ସୁପର ମୁନ୍, ମାସକ ପରେ ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର: ଆଜି ସୂର୍ଯ୍ୟାସ୍ତ ସହ ଆକାଶରେ ଦେଖିବାକୁ ମିଳିଛି ସୁପରମୁନ୍ । ଏହା ହେଉଛି ଚଳିତ ବର୍ଷର ଶେଷ ସୁପର ମୁନ୍ । ଲକଡାଉନ୍ କାରଣରୁ ଘରେ ବନ୍ଦ ଥିବା ଭାରତୀୟ ଆଜି ସୁପର ମୁନକୁ ଦେଖିଛନ୍ତି । ପ୍ରଦ୍ୟୁଷଣ କମ୍‌ କାରଣରୁ ସୁପରମୁନ୍ ସ୍ପଷ୍ଟ ଭାବେ ଦେଖାଯାଉଥିଲା ।  ପୁଣିଥରେ କହି ରଖୁଛୁ ଏହା ବର୍ଷର ଶେଷ ସୁପରମୁନ୍ ।

ମିଲ୍କ ମୁନ୍ ବା ସୁପର ମୁନ୍

ଆଜି ଯେଉଁ ସୁପର ମୁନ୍ ଦେଖିବାକୁ ମିଳିଥିଲା ତାହା ବର୍ଷ ଶେଷର ସୁପର ମୁନ ବୋଲି କୁହାଯାଉଛି । ପୁଣିଥରେ ଆକାଶରେ ସୁପର ମୁନ୍ ୨୭ ଏପ୍ରିଲ ୨୦୨୧ରେ ଦେଖିବାକୁ ମିଳିବ । ଆଜି ଚନ୍ଦ୍ରମା ପୃଥିବୀର ନିକଟତର ହୋଇଥିଲା । ତେଣୁ ଚନ୍ଦ୍ର ଆକାରରେ ବଡ ଓ ଉଜ୍ୱଳ ନଜର ଆସିଥିଲା । ଯାହାକୁ ସୁପରମୁନ୍ ବୋଲି କୁହାଯାଏ । ଏହି ସମୟରେ ଚନ୍ଦ୍ର ଅନ୍ୟଦିନ ଅପେକ୍ଷା ୧୪ ପ୍ରତିଶତରୁ ୩୦ ପ୍ରତିଶତ ବଡ ନଜର ଆସିଥାଏ । ସାଧାରଣତଃ ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଦୂରତା ୩,୮୪,୪୦୦ କିଲୋମିଟର ହୋଇଥାଏ ।କିନ୍ତୁ ସୁପର ମୁନ୍ କାଳରେ ଏହି ଦୂରତା କମିକରି ୩,୬୧,୧୮୪ କିଲୋମିଟର ରହିଥାଏ ।

ମାସକ ପରେ ଚନ୍ଦ୍ର ଗ୍ରହଣ

ସୁପର ମୁନ୍ ଦେଖାଯିବାର ମାସକ ପରେ ଆସିବ ଚନ୍ଦ୍ର ଗ୍ରହଣ । ଏହି ଗ୍ରହଣ ରାତିରେ ଆରମ୍ଭ ହେବ ଯାହା ଭାରତରେ ଦେଖାଯିବ । ଏହାପରେ ଜୁନ୍ ୨୧ରେ ସୂର୍ଯ୍ୟ ପରାଗ ହେବ ।

ପୃଥିବୀ ପ୍ରଦିକ୍ଷଣ କରିବା ବେଳେ ଯେତେବେଳେ ଚନ୍ଦ୍ର ପୃଥିବୀ ପାଖ ଦେଇଯାଇଥାଏ,ସେହି ସ୍ଥିତିକୁ ସୁପର ମୁନ୍ କୁହାଯାଇଥାଏ । ଏହି ଦିନ ଚନ୍ଦ ଅଧିକ ବଡ ଦେଖାଯାଇଥାଏ । ଏହା ସହ ଚନ୍ଦ୍ର ଏହି ସମୟରେ ଉଜ୍ୱଳ ନଜର ଆସିଥାଏ । ଏହାକୁ ମଧ୍ୟ ଫ୍ଲାୱାର ମୁନ୍ ବୋଲି କୁହାଯାଇଥାଏ କାରଣ ଏହି ସମୟରେ ଫୁଲ ଫୁଟିଥାନ୍ତି ।

ରଥ ନିର୍ମାଣକୁ କେନ୍ଦ୍ର ଗୃହ ବିଭାଗର ଅନୁମତି: ରଥଯାତ୍ରା ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର

ଭୁବନେଶ୍ୱର: ରଥ ନିର୍ମାଣକୁ ମିଳିଲା ଅନୁମତି । ରଥ ଖଳାରେ ହୋଇପାରିବ ରଥ ନିର୍ମାଣ । କିଛି ସର୍ତ୍ତ ସହ ରଥ ନିର୍ମାଣକୁ ଅନୁମତି ଦେଇଛି କେନ୍ଦ୍ର ଗୃହ ବିଭାଗ । ରଥଖଳା କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନାହିଁ  । ବଡ଼ଦାଣ୍ଡ ଓ ରଥଖଳା ମଧ୍ୟରେ କପଡ଼ା ଲଗାଇ  କରାଯିବ ରଥ ନିର୍ମାଣ । ଏଥିସହିତ ଲକ୍‌ଡାଉନ୍‌ ନେଇ ସମସ୍ତ ନିୟମ ପାଳନ ସହ ରଥ ନିର୍ମାଣ ପାଇଁ ଅନୁମତି ଦେଇଛି କେନ୍ଦ୍ର ଗୃହ ବିଭାଗ । ଏ ନେଇ  ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ତେବେ ରଥଯାତ୍ରା ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ସେହି ସମୟର ପରିସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ ରାଜ୍ୟ ସରକାର ।

ସୂଚନା ଯୋଗ୍ୟ ଯେ, ଗତ ମଇ ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଏମ ମିଟିଂ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଥିଲା । ରଥଖଳା କୌଣସି ପବ୍ଳିକ୍ ପ୍ଳେସ୍‌ ହୋଇନଥିବାରୁ ଏଠାକୁ କୌଣସି ସାଧାରଣ ଲୋକ ଆସିବାର ଆଶଙ୍କା ନାହିଁ । ଏଣୁ ଏଠାରେ ଧାର୍ମିକ ଏକତ୍ରୀକରଣ ହେବ ନାହିଁ । ଏଥିସହିତ ଭାରତ ସରକାରଙ୍କ ଲକ୍‌ଡାଉନ୍‌ ଗାଇଡଲାଇନ୍‌ ଏବଂ କୋଭିଡ-୧୯ ମୁକାବିଲା ନେଇ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ପାଳନ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ପରେ ଏହି ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ସହ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନେଇ ଅନୁମତି ମଗାଯାଇଥିଲା । ପରେ ରାଜ୍ୟ ସରକାର ଏ ନେଇ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ଲୋଡ଼ିଥିଲେ । ତେବ ରଥ ନିର୍ମାଣ ନେଇ ନାନା ଆଶା ଆଶଙ୍କା ମଧ୍ୟରେ ଗୁରୁବାର ଏ ନେଇ ଅନୁମତି ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଯାହାକୁ ନେଇ ଜଗନ୍ନାତ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ନକରିବା ସହ ଲକ୍‌ଡାଉନ୍‌ ନିୟମ ପାଳନର ସର୍ତ୍ତ ସହ ଅନୁମତି ଦେଇଛନ୍ତି କେନ୍ଦ୍ର ଗୃହ ବିଭାଗ ।

 

୨୪ ଘଣ୍ଟାରେ ଗଞ୍ଜାମରୁ ୨୪, ଖୋର୍ଦ୍ଧାରୁ ଆଉ ୩

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୧୯ରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାରୁ ଆଉ ୭ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦେଇଛି ।

ବାଲେଶ୍ୱରରୁ ଆଉ ୨, ଜଗତସିଂହପୁରରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ

ସକାଳେ ଗଞ୍ଜାମ ଜିଲ୍ଲାରୁ ୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏବେ ଆଉ ୭ ଜଣ ଚିହ୍ନଟ ହେବା ପରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି ।

ଗଞ୍ଜାମରେ ଚିହ୍ନଟ ୭ ଜଣ ସଂକ୍ରମିତ ସୁରତ ଫେରନ୍ତା । ସେମାନଙ୍କ ନିକଟରେ କରୋନାର ଲକ୍ଷଣ ରହିଛି । ସମସ୍ତେ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୪୩, ୪୮, ୨୫, ୨୯, ୩୯, ୨୫ ଓ ୬୦ ବର୍ଷ । ସେହିପରି ରାଜଧାନୀର ମଞ୍ଚେଶ୍ୱରରୁ ୩୬ ବର୍ଷୀୟ ପୁରୁଷ, ଭିଏସ୍ଏସ୍ ନଗରରୁ ୩୪ ବର୍ଷୀୟ ପୁରୁଷଙ୍କ ସହ ସୂର୍ଯ୍ୟନଗରରୁ ୬୭ ବର୍ଷୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ ୫୦ ସଂକ୍ରମିତଙ୍କ ମଧ୍ୟରୁ ୧୬ଟି ସକ୍ରିୟ ମାମଲା ରହିଥିବା ବେଳେ ୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଛି । ଏବେ ୧୫୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୬୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

କମିଶନରେଟ୍ ପୋଲିସର ‘ଶୋଲେ’ କାର୍ଟୁନ: କମିଶନର କହିଲେ,କରୋନା ଯୋଦ୍ଧାଙ୍କ ପ୍ରତି ରହିଛି ସମ୍ମାନ

ଭୁବନେଶ୍ୱର: କମିଶନରେଟ୍ ପୋଲିସର ଭୂତ ଟ୍ୱିଟକୁ ନେଇ ସମାଲୋଚନା ଥମିନି । ଆଉ ଏକ ଟ୍ୱିଟ୍ କରି ବିବାଦକୁ ବଢ଼ାଇଛନ୍ତି ପୋଲିସ କମିଶନର  ।   ସନ୍ଧ୍ୟା ୭ଟା ପରେ ବାହାରୁଥିବା ସମସ୍ତେ ଭୂତ । କମିଶନରେଟ୍ ପୋଲିସର କାର୍ଟୁନକୁ ତୀବ୍ର ସମାଲୋଚନା କରାଯାଉଛି ।

ଟ୍ୱିଟ୍ କରି କର୍ଫ୍ୟୁ, କଟକଣା ନାଁରେ କମିଶନରରେଟ ପୋଲିସର ହିଟଲରି ଶାସନ !

ଏପରିକି କମିଶନରେଟ୍ ପୋଲିସ ମନ୍ଦିର ମାଳିନୀ ସହରକୁ ଭୂତ ସହର କହିବାକୁ ଲୋକେ ପସନ୍ଦ କରିନଥିଲେ । ବିଂଶ ଶତାବ୍ଦୀରେ କମିଶନରେଟ୍ ପୋଲିସ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ଅନେକ କମେଣ୍ଟ ଦେଇଛନ୍ତି । କରୋନା ଯୋଦ୍ଧା ରାତି ୭ଟା ପରେ ମଧ୍ୟ କାମ କରୁଥିବା ବେଳେ ସେମାନଙ୍କୁ ଭୂତର ଆଖ୍ୟା ଦେବା ନେଇ ସୋସିଆଲ୍ ମିଡିଆରେ ଲୋକେ କମିଶନରେଟ୍ ପୋଲିସକୁ ପ୍ରଶ୍ନ କରିଥିଲେ । ବୁଲେଇ ବଙ୍କେଇ ଏହାର ଉତ୍ତର ରଖିଛନ୍ତି ସିପି । ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଏହାକୁ ନେଇ ପ୍ରଶ୍ନ ଉଠିବା ଅନୁଚିତ୍ ବୋଲି ଲେଖିଛନ୍ତି । ଆମେ ଜରୁରୀକାଳୀନ ସେବାରେ ନିୟୋଜିତ ଲୋକ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ସମ୍ମାନ ଜଣାଉଥିବା ଲେଖିଛନ୍ତି ।

କିନ୍ତୁ, ପୋଲିସ ବ୍ୟତୀତ ଆଉ କିଏ କରୋନା ଯୋଦ୍ଧା ? କରୋନା ଯୋଦ୍ଧା ସନ୍ଧ୍ୟା ୭ଟା ପରେ ରାସ୍ତାକୁ ବାହାରିଲେ ସେମାନେ କଣ ଭୂତ ? ଏସବୁ ପ୍ରଶ୍ନର ଉତ୍ତର ଦେଉନାହାଁନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । କେବଳ ଟ୍ୱିଟ୍ ପରେ ଟ୍ୱିଟ୍ କରି ଅନଲାଇନରେ ଆଇନ୍ କାନୁନର ପାଠ ପଢ଼ାଉଛନ୍ତି । ଯାହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।

ଟ୍ୱିଟ୍ କରି କର୍ଫ୍ୟୁ, କଟକଣା ନାଁରେ କମିଶନରରେଟ ପୋଲିସର ହିଟଲରି ଶାସନ !

କରୋନା ଆକ୍ରାନ୍ତରେ ଦୁଇ ବିଏସ୍‌ଏଫ୍‌ ଯବାନ ମୃତ, ୨୩୦ଟି ସକ୍ରିୟ ମାମଲା

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ର ଦୁଇ ଜଣ ଯବାନ କରୋନା ଆକ୍ରାନ୍ତ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ବିଏସ୍‌ଏଫ୍‌ ପକ୍ଷରୁ ଗୁରୁବାର ଏକ ବିବୃତ୍ତି ଜାରି କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି । ବିଏସ୍‌ଏଫ୍‌ ଏକ ବିବୃତ୍ତି ଜାରି କରି କହିଛି ଯେ, ଚିକିତ୍ସା ସମୟରେ ଜଣେ ଯବାନ କରୋନା ସଂକ୍ରମିତ ହୋଇଥିଲେ । ମେ ୪ରେ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଜଣେ ଯୁବାନଙ୍କର ମୃତ୍ୟୁ ହୋଇଥିଲା । ଏହି ଯବାନଙ୍କୁ ୩ ମେ’ରେ ଏଠାରେ ଭର୍ତ୍ତି କରାଯାଇଥିଲା ।

ବିବୃତ୍ତିରେ କୁହାଯାଇଛି ଯେ, ଆରମ୍ଭରୁ ଯବାନଙ୍କୁ ସାଧାରଣ ୱାର୍ଡରେ ଭର୍ତ୍ତି କରାଯାଇଥିଲା, ପରେ ୪ ମେ’ରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ଯବାନଙ୍କ ମୃତ୍ୟୁ ପରେ ତାଙ୍କ କରୋନା ପରୀକ୍ଷା କରାଯାଇଥିଲା। ବୁଧବାର ରିପୋର୍ଟ ଆସିବା ପରେ ସେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି ।

 

ବିଏସଏଫ ଯବାନଙ୍କ ମୃତ୍ୟୁକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ବିଏସ୍‌ଏଫ୍‌ର ଦୁଇ ବୀର ଯବାନଙ୍କ ମୃତ୍ୟୁରେ ଗଭୀର ଯନ୍ତ୍ରଣା ଅନୁଭବ କରିଛନ୍ତି । ତାଙ୍କର ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଶାହ । ଏହାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଭଗବାନ ସେମାନଙ୍କୁ ଏହି ଦୁଃଖକୁ ସାମ୍ନା କରିବାକୁ ଶକ୍ତି ଦିଅନ୍ତୁ । ଓମ୍ ଶାନ୍ତି ଶାନ୍ତି ବୋଲି କହିଛନ୍ତି ଶାହ ।

ବର୍ତ୍ତମାନ ସୁଦ୍ଧା ୧୯୫ ଜଣ ବିଏସ୍‌ଏଫ୍‌ ଯବାନ କରୋନା ଆକ୍ରାନ୍ତ ହୋଇସାରିଛନ୍ତି । ଆଜି ୬୪ଟି ନୂଆ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଦୁଇ ଜଣ ଯବାନ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି, ଏବେ ୨୩୦ଟି ସକ୍ରିୟ ମାମଲା ରହିଛି।

ରାଜ୍ୟରେ ୫୦ ହଜାର ଟପିଲା କରୋନା ଟେଷ୍ଟିଂ: ଆହୁରି ୧୧ଟି ଲାବ୍ରୋଟୋରୀ ଖୋଲିବାକୁ ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କୋଭିଡ ଟେଷ୍ଟିଂ । ଗତ ୨ ମାସରେ ତଳେ ରାଜ୍ୟର କେବଳ ଆରଏମ୍‌ଆରସିରେ ପରୀକ୍ଷା ହେଉଥିଲା । ସେତେବେଳେ ଦିନକୁ ଗୋଟିଏ ପରୀକ୍ଷଗାରାରେ କେବଳ ୧୦ଟି ସାମ୍ପଲ ଟେଷ୍ଟିଂ ହୋଇପାରୁଥିଲା । ୧ ମାସ ତଳେ ଦୈନିକ ୨୫୦ ଟେଷ୍ଟିଂ ଓ ୧୫ ଦିନ ତଳେ ୧୦୦୦ କୋଭିଡ ଟେଷ୍ଟିଂ ହେଉଥିବା ବେଳେ ଆଜି ୮ଟି ଲାବ୍ରୋଟରୀରେ ୩ହଜାରୁ ଅଧିକ କୋଭିଡ ଟେଷ୍ଟିଂ କରିପାରୁଛୁ । ଆଗକୁ ଆହୁରି ୧୧ଟି ଲାବ୍ରୋଟୋରୀ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଏଯାବତ୍‌ ମୋଟ ୫୦ ହଜାର ୫୧୪ ଟି କୋଭିଡ ଟେଷ୍ଟ ହୋଇପାରିଛି । ଆଗାମୀ ଦିନରେ ଏହା ଆହୁରି ବଢ଼ିବ । ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୯୮୩ଟି ଟେଷ୍ଟ ହେଉଥିବା ବେଳେ ଓଡ଼ିଶାରେ ୧୧୫୫ ଜଣଙ୍କ ଟେଷ୍ଟିଂ କରାଯାଉଛି । ଜାତୀୟ ହାର ତୁଳନାର ଓଡ଼ିଶାରେ ଅଧିକା ଟେଷ୍ଟି କରାଯାଉଛି ବୋଲି ସୂଚନା ଦେଇଛନ୍ତି ଏନ୍‌ଏଚ୍ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ବୈଜ୍ଞାନିକ ଓ ରିସର୍ଚ୍ଚରମାନେ ରାତି ଅନିଦ୍ରା ହୋଇ ଲାବ୍ରୋଟୋଣୀ ଟେଷ୍ଟିଂ କରିବା ଯୋଗୁଁ ରାଜ୍ୟରେ ଏତେ ସଂଖ୍ୟାରେ ଟେଷ୍ଟିଂ ହୋଇପାରିଛି । ଏଣୁ ସାଇଣ୍ଟିସ୍‌, ରିସର୍ଚ୍ଚରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏନ୍ଏଚ୍ଏମ୍‌ ନିର୍ଦ୍ଦେଶିକା  ।

ପଦ୍ମଭୂଷଣ ପ୍ରଫେସର ଶ୍ରୀନାଥ ରେଡ୍ଡୀ । ଏମ୍ସ ଦିଲ୍ଲୀ କାର୍ଡିଓଲୋଜି ଡପାର୍ଟମେଣ୍ଟ । ହେଡ୍ ବର୍ତ୍ତମାନ ଆମେ ଜାଣିପାରୁନି । ଚେଷ୍ଟ ଚାଲିଛି ।  ସେ ସମୟ ପର୍ଯ୍ୟନ୍ତ ୩ଟି ଅସ୍ତ୍ର ରହିଛି । ମାସ୍ ପିନ୍ଧନ୍ତୁ, ସାମାଜିକ ଦୂରତ୍ୱ, ହାତ ଧୋଇବା । ଏସବୁ କରିବା କଷ୍ଟ ହେବ କିନ୍ତୁ ଏହା ସବୁଠାରୁ ସଫଳ ସହ ସହଜ ମୁକାବିଲା ।

ବାଲେଶ୍ୱରରୁ ଆଉ ୨, ଜଗତସିଂହପୁରରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୨୦୯ରେ ପହଞ୍ଚିଛି । ବାଲେଶ୍ୱରରୁ ଆଜି ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରରୁ ଜଣେ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ଏନେଇ ସୂଚନା ଦେଇଛନ୍ତି ।

୨ ଆକ୍ରାନ୍ତଙ୍କ ସହ ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ଜଗତସିଂହପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ବାଲେଶ୍ୱରରେ ୨୨ ସକ୍ରିୟ ମାମଲା ଥିବା ବେଳେ ୫ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜଗତସିଂହପୁର ଆକ୍ରାନ୍ତ ଜଣଙ୍କ ୭୦ ବର୍ଷୀୟ ପୁରୁଷ । ସେ କୋଲକାତାରୁ ଫେରିଥିଲେ, ତାଙ୍କ ଠାରେ କରୋନାର କିଛି ଲକ୍ଷଣ ନାହିଁ । ବାଲେଶ୍ୱରର ୨ ଆକ୍ରାନ୍ତ ସୁରତ ଫେରନ୍ତା । ୨୬ ବର୍ଷ ଓ ୨୯ ବର୍ଷ ପୁରୁଷ, ସେମାନଙ୍କ ଠାରେ ମଧ୍ୟ କରୋନାର ଲକ୍ଷଣ ନାହିଁ ।

ରାଜ୍ୟରେ ୨୦୯ ଆକ୍ରାନ୍ତଙ୍କ ମଧ୍ୟରୁ ୬୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୪୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ଗୋଟିଏ ଦିନରେ ଗଞ୍ଜାମରୁ ୧୭, ମୟୂରଭଞ୍ଜରୁ ୪, ବାଲେଶ୍ୱରରୁ ୨, ଜଗତସିଂହପୁରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗୋଟିଏ ଦିନରେ ୪ହଜାର ୨୨୫ ଜଣ ପ୍ରବାସୀ ଓଡ଼ିଆ ଓଡ଼ିଶା ଫେରିଛନ୍ତି

ଭୁବନେଶ୍ୱର: ଭୂତାଣୁ ଭୟରେ ଭିଟାମାଟି ମୁହାଁ ପ୍ରବାସୀ । ପ୍ରତିଦିନ ଓଡ଼ିଶା ଫେରୁଛନ୍ତି ପ୍ରବାସୀ ଓଡ଼ିଆ । ଲକଡାଉନ୍ ପରଠାରୁ ଏଯାବତ୍‌ ରାଜ୍ୟକୁ ମୋଟ ୩୯ ହଜାର ୭୬୫ ଜଣ ଓଡ଼ିଶା ଫେରିଲେଣି । ବସ୍ ଓ ଟ୍ରେନ୍ ସମେତ ଅନ୍ୟ ଯାନବାହନ ସହାୟତାରେ ଓଡ଼ିଶା ଫେରିଛନ୍ତି । ତେବେ ବର୍ଡର ଚେକ୍‌ ପଏଣ୍ଟରେ ଚେକିଂ ପରେ ଅଧା ରାସ୍ତାରେ ବସ୍‌ରୁ ଓହ୍ଲାଇ ନିଜ ନିଜ ଜିଲ୍ଲାକୁ ଯାଉଛନ୍ତି ପ୍ରବାସୀ । ଜନସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଏଭଳି ଓହ୍ଲାଇବାକୁ ବାରଣ କରାଯାଇଛି । ଯଦି ଏଭଳି କିଛି ଘଟେ ସମ୍ପୃକ୍ତ ଗାଡ଼ିକୁ ଅଟକ ରଖାଯିବ ସହ ଚାଳକକୁ ମଧ୍ୟ ଅଟକ ରଖାଯାଇ ଅନୁସନ୍ଧାନ କରାଯିବ ବୋଲି କରୋନା ସମ୍ପର୍କିତ ପ୍ରେସମିଟରେ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ ।

ଅପରପକ୍ଷରେ ଓଡ଼ିଶାରେ ରହିଥିବା ବାହାର ରାଜ୍ୟର ଶ୍ରମିକମାନଙ୍କ ପାଇଁ ଇ-ପାସ୍‌ ବ୍ୟବସ୍ଥା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିବା ଲୋକେ ରାଜ୍ୟ ସରକାରଙ୍କ covid-19.odisha.gov.inରେ ଆବେଦନ କରିପାରିବେ । ସରକାରଙ୍କ ଅନୁମତି ପରେ ତାଙ୍କୁ ଇମେଲ୍ କିମ୍ୱା ଏସ୍‌ଏମ୍‌ଏସ୍‌ ଜରିଆରେ ପାସ୍‌ ପ୍ରଦାନ କରାଯିବ । ଯେଉଁଥିରେ ଫେରିଯିବା ପାଇଁ ସେ ବ୍ୟବହାର କରୁଥିବା ବାହନ ସହ ଅନ୍ୟାନ୍ୟ ବିବରଣୀ ଉଲ୍ଲେଖ ରହିବ ।

ରାଜ୍ୟରେ କୋଭିଡ-୧୯ ମୁକାବିଲା ନେଇ ୬୭୯୮ ଗ୍ରାମପଞ୍ଚାୟତରେ ୧୨ ହଜାର ୪୧୬ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ କରାଯାଇଛି । ଯେଉଁଠାରେ ୫ଲକ୍ଷ ଶଯ୍ୟାର ବ୍ୟବସ୍ଥା ହୋଇଛି । ମାଇ୬ ଠାରୁ ମଇ୭ ମଧ୍ୟରେ ରାଜ୍ୟରେ କୋଭିଡ-୧୯ ନିୟମ ଉଲ୍ଲଘଂନ ଅଭିଯୋଗରେ ମୋଟ ୨୪ ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ ୨୩ଟି ମାମଲା ଲକ୍‌ଡାଉନ୍ ନିୟମ ଉଲ୍ଲଘଂନ ନେଇ ହୋଇଥିବା ବେଳେ ଅନ୍ୟ ଗୋଟିଏ ମାମଲା ହୋମ୍‌କ୍ୱାରେଣ୍ଟାଇନ୍‌ ସମ୍ପର୍କିତ ରହିଛି  ।