ରଥ ନିର୍ମାଣକୁ କେନ୍ଦ୍ର ଗୃହ ବିଭାଗର ଅନୁମତି: ରଥଯାତ୍ରା ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର

1 min read

ଭୁବନେଶ୍ୱର: ରଥ ନିର୍ମାଣକୁ ମିଳିଲା ଅନୁମତି । ରଥ ଖଳାରେ ହୋଇପାରିବ ରଥ ନିର୍ମାଣ । କିଛି ସର୍ତ୍ତ ସହ ରଥ ନିର୍ମାଣକୁ ଅନୁମତି ଦେଇଛି କେନ୍ଦ୍ର ଗୃହ ବିଭାଗ । ରଥଖଳା କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନାହିଁ  । ବଡ଼ଦାଣ୍ଡ ଓ ରଥଖଳା ମଧ୍ୟରେ କପଡ଼ା ଲଗାଇ  କରାଯିବ ରଥ ନିର୍ମାଣ । ଏଥିସହିତ ଲକ୍‌ଡାଉନ୍‌ ନେଇ ସମସ୍ତ ନିୟମ ପାଳନ ସହ ରଥ ନିର୍ମାଣ ପାଇଁ ଅନୁମତି ଦେଇଛି କେନ୍ଦ୍ର ଗୃହ ବିଭାଗ । ଏ ନେଇ  ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ତେବେ ରଥଯାତ୍ରା ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ସେହି ସମୟର ପରିସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ ରାଜ୍ୟ ସରକାର ।

ସୂଚନା ଯୋଗ୍ୟ ଯେ, ଗତ ମଇ ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଏମ ମିଟିଂ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଥିଲା । ରଥଖଳା କୌଣସି ପବ୍ଳିକ୍ ପ୍ଳେସ୍‌ ହୋଇନଥିବାରୁ ଏଠାକୁ କୌଣସି ସାଧାରଣ ଲୋକ ଆସିବାର ଆଶଙ୍କା ନାହିଁ । ଏଣୁ ଏଠାରେ ଧାର୍ମିକ ଏକତ୍ରୀକରଣ ହେବ ନାହିଁ । ଏଥିସହିତ ଭାରତ ସରକାରଙ୍କ ଲକ୍‌ଡାଉନ୍‌ ଗାଇଡଲାଇନ୍‌ ଏବଂ କୋଭିଡ-୧୯ ମୁକାବିଲା ନେଇ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ପାଳନ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ପରେ ଏହି ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ସହ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନେଇ ଅନୁମତି ମଗାଯାଇଥିଲା । ପରେ ରାଜ୍ୟ ସରକାର ଏ ନେଇ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ଲୋଡ଼ିଥିଲେ । ତେବ ରଥ ନିର୍ମାଣ ନେଇ ନାନା ଆଶା ଆଶଙ୍କା ମଧ୍ୟରେ ଗୁରୁବାର ଏ ନେଇ ଅନୁମତି ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଯାହାକୁ ନେଇ ଜଗନ୍ନାତ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ନକରିବା ସହ ଲକ୍‌ଡାଉନ୍‌ ନିୟମ ପାଳନର ସର୍ତ୍ତ ସହ ଅନୁମତି ଦେଇଛନ୍ତି କେନ୍ଦ୍ର ଗୃହ ବିଭାଗ ।

 

Leave a Reply