ଭାରତର ଆକାଶରେ ବର୍ଷର ଶେଷ ସୁପର ମୁନ୍, ମାସକ ପରେ ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର: ଆଜି ସୂର୍ଯ୍ୟାସ୍ତ ସହ ଆକାଶରେ ଦେଖିବାକୁ ମିଳିଛି ସୁପରମୁନ୍ । ଏହା ହେଉଛି ଚଳିତ ବର୍ଷର ଶେଷ ସୁପର ମୁନ୍ । ଲକଡାଉନ୍ କାରଣରୁ ଘରେ ବନ୍ଦ ଥିବା ଭାରତୀୟ ଆଜି ସୁପର ମୁନକୁ ଦେଖିଛନ୍ତି । ପ୍ରଦ୍ୟୁଷଣ କମ୍‌ କାରଣରୁ ସୁପରମୁନ୍ ସ୍ପଷ୍ଟ ଭାବେ ଦେଖାଯାଉଥିଲା ।  ପୁଣିଥରେ କହି ରଖୁଛୁ ଏହା ବର୍ଷର ଶେଷ ସୁପରମୁନ୍ ।

ମିଲ୍କ ମୁନ୍ ବା ସୁପର ମୁନ୍

ଆଜି ଯେଉଁ ସୁପର ମୁନ୍ ଦେଖିବାକୁ ମିଳିଥିଲା ତାହା ବର୍ଷ ଶେଷର ସୁପର ମୁନ ବୋଲି କୁହାଯାଉଛି । ପୁଣିଥରେ ଆକାଶରେ ସୁପର ମୁନ୍ ୨୭ ଏପ୍ରିଲ ୨୦୨୧ରେ ଦେଖିବାକୁ ମିଳିବ । ଆଜି ଚନ୍ଦ୍ରମା ପୃଥିବୀର ନିକଟତର ହୋଇଥିଲା । ତେଣୁ ଚନ୍ଦ୍ର ଆକାରରେ ବଡ ଓ ଉଜ୍ୱଳ ନଜର ଆସିଥିଲା । ଯାହାକୁ ସୁପରମୁନ୍ ବୋଲି କୁହାଯାଏ । ଏହି ସମୟରେ ଚନ୍ଦ୍ର ଅନ୍ୟଦିନ ଅପେକ୍ଷା ୧୪ ପ୍ରତିଶତରୁ ୩୦ ପ୍ରତିଶତ ବଡ ନଜର ଆସିଥାଏ । ସାଧାରଣତଃ ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଦୂରତା ୩,୮୪,୪୦୦ କିଲୋମିଟର ହୋଇଥାଏ ।କିନ୍ତୁ ସୁପର ମୁନ୍ କାଳରେ ଏହି ଦୂରତା କମିକରି ୩,୬୧,୧୮୪ କିଲୋମିଟର ରହିଥାଏ ।

ମାସକ ପରେ ଚନ୍ଦ୍ର ଗ୍ରହଣ

ସୁପର ମୁନ୍ ଦେଖାଯିବାର ମାସକ ପରେ ଆସିବ ଚନ୍ଦ୍ର ଗ୍ରହଣ । ଏହି ଗ୍ରହଣ ରାତିରେ ଆରମ୍ଭ ହେବ ଯାହା ଭାରତରେ ଦେଖାଯିବ । ଏହାପରେ ଜୁନ୍ ୨୧ରେ ସୂର୍ଯ୍ୟ ପରାଗ ହେବ ।

ପୃଥିବୀ ପ୍ରଦିକ୍ଷଣ କରିବା ବେଳେ ଯେତେବେଳେ ଚନ୍ଦ୍ର ପୃଥିବୀ ପାଖ ଦେଇଯାଇଥାଏ,ସେହି ସ୍ଥିତିକୁ ସୁପର ମୁନ୍ କୁହାଯାଇଥାଏ । ଏହି ଦିନ ଚନ୍ଦ ଅଧିକ ବଡ ଦେଖାଯାଇଥାଏ । ଏହା ସହ ଚନ୍ଦ୍ର ଏହି ସମୟରେ ଉଜ୍ୱଳ ନଜର ଆସିଥାଏ । ଏହାକୁ ମଧ୍ୟ ଫ୍ଲାୱାର ମୁନ୍ ବୋଲି କୁହାଯାଇଥାଏ କାରଣ ଏହି ସମୟରେ ଫୁଲ ଫୁଟିଥାନ୍ତି ।

Leave a Reply