ନନ୍ଦିଘୋଷ ବ୍ୟୁରୋ: ପୁଣି ପାତ୍ରପଡା ଓଭରବ୍ରିଜ ଉପରେ ଦୁର୍ଘଟଣା । ବାଇକ ଆରୋହୀଙ୍କୁ ପିଟିଲା ଟ୍ରକ। ବାଇକ ଆରୋହୀ ଗୁରୁତର । ଟ୍ରକ୍ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଲା ଡ୍ରାଇଭର । ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଘଟିଛି ଦୁର୍ଘଟଣା। ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ । ଠିକ ସେହି ସ୍ଥାନରେ ଗତ ଶନିବାର ରାତିରେ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଯାଇଥିଲା ମା’ ଓ ୮ ବର୍ଷୟା କୁନି ଝିଅର ଜୀବନ । ସେପଟେ ଗାଡିଟିକୁ ଜବତ କରି ଅଧିକ ତଦନ୍ତ କରୁଛି ପୋଲିସ ।
ଜଣାପଡ଼ିଲା ଇସ୍ରାଏଲ ପାଖରେ କାହିଁକି ଅସହାୟ ହୋଇଗଲା ଇରାନ, ଘରେ ବସିଥିଲେ ୨୧ ହଜାର ଗୁପ୍ତଚର
ନନ୍ଦିଘୋଷ ବ୍ୟୁରୋ: ଜୁନରେ ଇସ୍ରାଏଲ ଓ ଇରାନ ମଧ୍ୟରେ ହୋଇଥିବା ୧୨ ଦିନିଆ ଯୁଦ୍ଧରେ ଇରାନ ଭିତରେ ପଶି ଇସ୍ରାଏଲ ବହୁତ କ୍ଷତି କରିଥିଲା । ଇରାନର ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କ ସୁରକ୍ଷିତ ସ୍ଥାନରେ ହିଁ ହତ୍ୟା କରିଥିଲା ଇସ୍ରାଏଲ । ଯାହାକୁ ନେଇ ସାରା ବିଶ୍ବରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ପ୍ରଶଂସା କରାଯାଉଛି । ମୋସାଦ ଇରାନ ଭିତରେ ଇରାନୀ ଅଧିକାରୀ ଓ ନେତାଙ୍କୁ ହତ୍ୟା କରିବା ପାଇଁ ଗୁପ୍ତ ଜାଲ ବିଛାଇ ଥିଲା ।
ମଙ୍ଗଳବାର ଇରାନ ପୋଲିସ ପକ୍ଷରୁ କୁହାଯାଇଛି, ଇସ୍ରାଏଲ ସହ ଯୁଦ୍ଧ ବେଳେ ୨୧ ହଜାର ସନ୍ଦିଗ୍ଧ ଲୋକଙ୍କୁ ଗିରଫ କରାଯାଇଛି । ସାଧାରଣ ଲୋକଙ୍କ ସୂଚନା ଆଧାରରେ ଏହି ଗିରଫଦାରୀ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଇରାନ ନ୍ୟାୟପାଳିକା ଗିରଫଦାରୀକୁ ନେଇ ଭିନ୍ନ ମତ ରଖିଛି । ପ୍ରାୟ ଦୁଇ ହଜାର ଲୋକଙ୍କୁ ଗିରଫ କରାଯାଇଥିବା ନ୍ୟାୟପାଳିକା ସୂଚନା ଦେଇଛନ୍ତି ।
ପୋଲିସ ପ୍ରବକ୍ତା ସଇଦ ମୋଣ୍ଟାଜେରଲାମାହଦି ସରକାରୀ ଗଣମାଧ୍ୟମକୁ କହିଛନ୍ତି, ଏହି ଗିରଫଦାରୀ ରାଷ୍ଟ୍ରୀୟ ଆପତ୍ତିକାଳୀନ ଲାଇନ୍ ୧୧୦ରେ ହୋଇଥିବା ୭୮୫୦ ରିପୋର୍ଟ ଆଧାରରେ କରାଯାଇଛି । ୧୨ ଦିନର ଯୁଦ୍ଧରେ ସାଧାରଣ ଲୋକଙ୍କ କଲରେ ୪୧ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ୨୧ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ।
ମୋସାଦ ଏଜେଣ୍ଟଙ୍କୁ ଧରିବାକୁ ୪୦ ହଜାର ପୋଲିସ ମୁତୟନ
ମୋଣ୍ଟାଜେରଲାମାହଦି କହିଛନ୍ତି, ଯୁଦ୍ଧ ସମୟରେ ପୂରା ଦେଶରେ ହଜାରେରୁ ଅଧିକ ଚେକପୋଷ୍ଟ ନିର୍ମାଣ କରାଯାଇଥିଲା । ରାସ୍ତା ଘଟ ଉପରେ ୨୪ ଘଣ୍ଟା ନଜର ରଖାବାକୁ ୪୦ ହଜାରରୁ ଅଧିକ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ସେ କହିଛନ୍ତି, ବେଆଇନ ଭାବେ ଇରାନରେ ପଶିଥିବା ୨୭୭୪ ଜଣ ବିଦେଶୀଙ୍କୁ ଗିରଫ କରାଯାଇଛି । ଫୋନ ଯାଞ୍ଚ ପରେ ୩୦ଟି ବିଶେଷ ସୁରକ୍ଷା ମାମଲା ରୁଜୁ କରାଯାଇଥିବା ବେଳେ ଗୁପ୍ତଚରୀ ସନ୍ଦେହରେ ୨୬୧ ଲୋକ ଓ ବେଆଇନ ଫିଲ୍ମିଂ ପାଇଁ ୧୭୨ ଜଣଙ୍କୁ ଗିରଫ କରାଯାଇଛି ।
ବିଗ୍ ବସରେ ଠକାମୀ, ଏମିତି କହିଲେ ପ୍ରିୟଙ୍କା…
ନନ୍ଦିଘୋଷ ବ୍ୟୁରୋ : ସଲମାନ ଖାନଙ୍କ ଦ୍ବାରା ହୋଷ୍ଟ କରାଯାଉଥିବା ବିଗବସ୍ ସାରା ଭାରତରେ ବେଶ ପ୍ରସିଦ୍ଧ । ଏହି ଶୋ’ର ଡିମାଣ୍ଡ କେବଳ ଭାରତ ନୁହେଁ ସାରା ବିଶ୍ବରେ ମଧ୍ୟ ରହିଛି । ତେବେ ଏହି ଶୋ’ରେ ସ୍ମାମ୍ ହେଉଥିବା ଭଳି ଅଭିଯୋଗ ଆସିଛି । ଅଭିନୀତ ଗୁପ୍ତା ନାମକ ଜଣେ ଯୁବକ ଆଣିଛନ୍ତି ଅଭିଯୋଗ । ସେ ପ୍ରିୟଙ୍କା ବାନାର୍ଜୀଙ୍କ ନାମରେ ଅଭିଯୋଗ ଆଣିଥିବାବେଳେ ଏହାର ଉତ୍ତର ରଖିଛନ୍ତି ପ୍ରିୟଙ୍କା । ଅନିଭନୀତ ଅଭିଯୋଗ ଆଣିଛନ୍ତି କି, ମୋତେ ଏହି ଶୋ’ରେ ନେବା ପାଇଁ ମିଛ ପ୍ରତିଶୃତି ଦିଆଯାଇଛି । ପ୍ରିୟଙ୍କା କହିଛନ୍ତି କି, କେବଳ ଲାଇମଲାଇଟକୁ ଆସିବା ପାଇଁ ଏଭଳି କରୁଛନ୍ତି ।
ପ୍ରିୟଙ୍କା କହିଛନ୍ତି କି, ମୁଁ ଭୋପାଳରେ ଡକ୍ଟର ଅଭିନୀତ ଗୁପ୍ତାଙ୍କୁ ଭେଟିଥିଲି। ମୁଁ ପର୍ସୋନା ମିସେସ୍ ଇଣ୍ଡିଆ ନାମକ ଏକ ବିୟୁଟି କଣ୍ଟେଷ୍ଟରେ ଯୋଗ ଦେଇଥିଲି । ଯେତେବେଳେ ମୁଁ ଏହି ପ୍ରତିଯୋଗିତା ପାଇଁ ଭୋପାଳ ଯାଇଥିଲି, ମୁଁ ଅଭିନୀତଙ୍କୁ ଭେଟିଥିଲି। ମୋର ତାଙ୍କ ସହିତ ଭଲ ବନ୍ଧୁତା ଥିଲା। ସେ ପ୍ରସିଦ୍ଧ ହେବାକୁ ଚାହୁଁଥିଲେ। ଆମେ ତାଙ୍କୁ ଆମ କମ୍ପାନୀ ‘ପର୍ସୋନା ମିସେସ୍ ଇଣ୍ଡିଆ’ର ଜୁରି ସଦସ୍ୟ ଭାବରେ ମୁମ୍ବାଇକୁ ଡାକିଥିଲୁ। ତାଙ୍କୁ ନିଜର ପିଆର କରିବାକୁ ପଡିଲା, ତେଣୁ ଆମେ ତାଙ୍କୁ ପ୍ରଚାର ପାଇଁ ପ୍ରତିଶ୍ରୁତି ଦେଇଥିଲୁ ଯାହାଦ୍ୱାରା ସେ ଗଣମାଧ୍ୟମରେ ପ୍ରସିଦ୍ଧ ହୋଇପାରିବେ। ଆମେ ତାଙ୍କର ସମସ୍ତ ଖର୍ଚ୍ଚ ବହନ କଲୁ ଏବଂ ସେ କିଛି ଅଡିସନ୍ ମଧ୍ୟ ନେଲୁ। ବଦଳରେ, ମୁଁ କିମ୍ବା ମୋ ଦଳର କେହି ତାଙ୍କଠାରୁ କୌଣସି ଟଙ୍କା ନେଇ ନ ଥିଲୁ।
ଚୀନ ସହ ଆମେରିକା ସମ୍ପର୍କ ଖରାପ ନକରିବାର ୫ଟି କାରଣ, ଟ୍ରମ୍ପ ବଢ଼ାଇଲେ ଟାରିଫ ଡେଡଲାଇନ୍
ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ଏକ୍ସଟ୍ରା ଟାରିଫ ଲଗାଇବା ନିଷ୍ପତ୍ତିକୁ ୯୦ ଦିନ ପାଇଁ ଘୁଞ୍ଚାଇ ଦେଇଛନ୍ତି । ସୋସିଆଲ ମିଡିଆରେ ଟ୍ରମ୍ପ ପୋଷ୍ଟ କରି କହିଛନ୍ତି, ଆମେରିକା ଚୀନ ଟାରିଫକୁ ୯ ନଭେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ବର୍ତ୍ତମାନ ଆମେରିକା ଚୀନ ଉପରେ ୩୦ ପ୍ରତିଶତ ଟାରିଫ ଲଗାଇଛି । ଏପ୍ରିଲରେ ଆମେରିକା ଚୀନ ଉପରେ ୨୪୫ ପ୍ରତିଶତ ଟାରିଫ ଲଗାଇବାକୁ ଧମକ ଦେଇଥିଲା । ଏହାର ଜବାବରେ ଚୀନ ଆମେରିକା ଉପରେ ୧୨୫ ପ୍ରତିଶତ ଟାରିଫ ଲଗାଇବାକୁ କହିଥିଲା ।
ଟାରିଫକୁ ନେଇ ଦୁଇ ଦେଶ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ହଠାତ ଟ୍ରମ୍ପଙ୍କ ଚୀନ ଉପରେ ଏତେ ଦୟା କାହିଁକି ଦେଖାଇଲେ । ତେବେ ବିଶେଷଜ୍ଞଙ୍କ ମତରେ ଟ୍ରମ୍ପଙ୍କ ୟୂ-ଟର୍ଣ୍ଣ ଏମିତି ନୁହେଁ । ଆମେରିକା ଯେତେ ଧମକ ଦେଲେ ବି ଆମେରିକା କେତେ ପରିମାଣରେ ଚୀନ ଉପରେ ନିର୍ଭରଶୀଳ ତାହା ତଥ୍ୟ କହୁଛି । ଏମିତି ସ୍ଥିତିରେ ବେପାରରେ ଚୀନ ସହ ପଙ୍ଗା ନେବା ଆମେରିକା ପାଇଁ ମହଙ୍ଗା ପଡ଼ିପାରେ । ଏହାସହ ଆମେରିକୀୟ କମ୍ପାନୀଙ୍କ ବିରୋଧ ମଧ୍ୟ ଏକ କାରଣ ବୋଲି କୁହାଯାଉଛି ।
ଆମଦାନୀ ରିପୋର୍ଟ ଅନୁସାରେ ଆମେରିକା ଅଧିକାଂଶ ଦ୍ରବ୍ୟ ତିନୋଟି ଦେଶରୁ ମଗାଇଥାଏ । ପ୍ରଥମରେ ମେକ୍ସିକୋ, ଦ୍ବିତୀୟରେ ଚୀନ ଓ ତୃତୀୟରେ କାନାଡା ରହିଛି । ଏମିତି ନୁହେଁ ଯେ, ଉତ୍ପାଦନରେ ଆମେରିକା ବହୁତ ପଛରେ ଅଛି । ହେଲେ ଚୀନକୁ ବେପାର ସହଯୋଗୀ କରି ବେପାର କରିବାକୁ ଆମେରିକା ବାଧ୍ୟ । ଏମିତି ହେବା ପଛରେ ରହିଛି ୫ଟି ବଡ଼ କାରଣ । ଆସନ୍ତୁ ଜାଣିବା ଏହି ସବୁ କାରଣ ସମ୍ପର୍କରେ ଯେଉଁଥି ପାଇଁ ଆମେରିକା ଚୀନ ସହ ଟାରିଫ ଓ୍ବାରରୁ ବଞ୍ଚିବାକୁ ଚାହୁଁଛି ।
ଶସ୍ତା ଜିନିଷ ଚୀନର ଶକ୍ତି
ଚୀନରେ ଶ୍ରମ ଶସ୍ତା । ଜନସଂଖ୍ୟ ଅଧିକ । ଅର୍ଥାତ, କମ୍ପାନୀମାନଙ୍କୁ କମ ଦରମାରେ କାମ କରିବାକୁ ଲୋକ ମିଳୁଛନ୍ତି । ଫଳରେ ଉତ୍ପାଦନରେ କମ ଖର୍ଚ୍ଚ ହୋଇତାଏ । ଏହା ହିଁ ଚୀନର ସବୁଠାରୁ ବଡ଼ ଶକ୍ତି । ଯାହାର ଲାଭ ଚୀନ ସବୁ ବେଳେ ଉଠାଇ ଥାଏ ଓ ସାରା ବିଶ୍ବରେ ଚୀନ ସାମଗ୍ରୀର ମୂଲ୍ୟ ଅନ୍ୟ ଦେଶମାନଙ୍କ ତୁଳନାରେ ଶସ୍ତା ହୋଇଥାଏ ।
ଉତ୍ପାଦନ ଅଧିକ ଓ ଦୃଢ଼ ସପ୍ଲାଇ ଚେନ୍
ବହୁତ ପରିମାଣରେ ଚୀନ ସାମଗ୍ରୀ ଉତ୍ପାଦନ କରିଥାଏ । ଏହାର ସବୁଠାରୁ ବଡ଼ ଶକ୍ତି ହେଲା ମାନବ ସମ୍ବଳ । ଯାହା ଚୀନ ପାଖରେ ପ୍ରଚୁର ପରିମାଣରେ ରହିଛି । ଚୀନରୁ ଆମେରିକାରେ ସାମଗ୍ରୀ ପହଞ୍ଚିବାକୁ ଅଧିକ ସମୟ ଲାଗୁଥାଇ ପାରେ । ହେଲେ ଉତ୍ପାଦନ କ୍ଷମତା ଓ ବନ୍ଦର ନେଟଓ୍ବର୍କ ବଡ଼ ଭୂମିକା ନିଭାଇଥାଏ । ଦୁଇ ଦେଶ ମଧ୍ୟରେ ସ୍ଥାୟୀ ବେପାର ମାର୍ଗ ଓ ଭିତ୍ତିଭୂମି ସୁଦୃଢ଼ । ଯାହା ଦୁଇ ଦେଶ ମଧ୍ୟରେ ପରସ୍ପର ପ୍ରତି ନିର୍ଭରତାକୁ ବଢ଼ାଇଥାଏ ।
ଆମେରିକୀୟ କମ୍ପାନୀଙ୍କ ନିବେଶ
ଓ୍ବାର୍ଲ୍ଡ ଇକୋନମିକ ଫୋରମ ଅନୁସାରେ, ଆମେରିକୀୟ କମ୍ପାନୀ ଚୀନରେ ପ୍ରଚୁର ପରିମାଣରେ ନିବେଶ କରିଛନ୍ତି । ହେଲେ ଦେଖା ଦେଇଥିବା ଟାରିଫ ଓ୍ବାର ଭିତରେ ଆମେରିକୀୟ କମ୍ପାନୀମାନେ ଆଲର୍ଟ ମୁଡ଼ରେ ଅଛନ୍ତି । ୟୂଏସ-ଚୀନ ବିଜେନସ କାଉନସିଲ ସର୍ବକ୍ଷଣ ୨୦୨୫ ତଥ୍ୟ ଅନୁସାରେ, ବର୍ତ୍ତମାନ ଟାରିଫ ଦ୍ବନ୍ଦ୍ବ ମଧ୍ୟରେ ୪୮ ପ୍ରତିଶତ ଆମେରିକୀୟ କମ୍ପାନୀ ଚୀନରେ ବେପାର କରିବାକୁ ଯୋଜନା କରୁଛନ୍ତି । ଯାହା ୨୦୨୪ରେ ନିବେଶ ପାଇଁ ଯୋଜନା କରିଥିବା ୮୦ ପ୍ରତିଶତଠାରୁ ବହୁତ କମ ।
୨୦୦୧ରୁ ବଢ଼ିଛି ଆମେରିକାର ନିର୍ଭରତା
୨୦୦୧ରେ WTO ସାମିଲ ହେବା ପରେ ଆମେରିକା ବଜାର ପାଇଁ ଚୀନ ଖୋଲିଯାଇଥିଲା । ଆମେରିକୀୟ କମ୍ପାନୀମାନେ ପ୍ରଚୁର ପରିମାଣରେ ଭିତ୍ତିଭୁମି ଚୀନକୁ ସିଫ୍ଟ କରିଥିଲେ । ଦୁଇ ଦେଶ ଭିତରେ ଆମେରିକୀୟ କମ୍ପାନୀମାନେ କାରଖାନା ସ୍ଥାପନ ସହ ଆସେମ୍ବ୍ଲିଂ ପ୍ଲାଣ୍ଟରେ ଅଧିକ ପରିମାଣରେ ନିବେଶ କରିଥିଲେ । ଯାହାଦ୍ବାରା ଚୀନ ଉପରେ ନିର୍ଭରତା ଆଡୁରି ବଢ଼ିଗଲା । ଏବେ ବି କିଛି ଆମେରିକୀୟ କମ୍ପାନୀ ଉତ୍ପାଦନର କିଛି ଅଂଶ ମେକ୍ସିକୋ ଓ ଚୀନରେ ଆଉଟ ସୋର୍ସ କରିବା କାମ କରୁଛନ୍ତି ।
ଆମେରିକୀୟ ନୀତି
ଚୀନ ନିଜ ବ୍ୟବସାୟକୁ ବ୍ୟବସ୍ଥିତ ରଖିଥାଏ । ଏଠାରେ କାରଖାନା, ପାର୍ଟ ସପ୍ଲାଏ ଓ ଲଜିଷ୍ଟିକ୍ସ ହବ ସବୁ ପାଖାପାଖି ଥାଏ । ହେଲେ ଆମେରିକାରେ ଏମିତି ହୋଇ ନଥାଏ । ଏଠାରେ କିଛି ବି ବ୍ୟବସ୍ଥିତ ନହୋଇ ଭିନ୍ନ ଭିନ୍ନ ସ୍ଥାନରେ ଥାଏ । ଆମେରିକା ନିଜ କାରଖାନା କ୍ଷମତାକୁ ହାଇ ଭେଲ୍ୟୁ ଓ ହାଇଟେକ ସେକ୍ଟର ପାଇଁ ବଢ଼ାଇ ରଖିଛି । ଏପଟେ କମ ମୂଲ୍ୟର ଦ୍ରବ୍ୟ ଚୀନ ଓ ମେକ୍ସିକୋରୁ ଆମଦାନୀ କରୁଛି ।
ଆମେରିକା, ଚୀନରୁ ଏମିତି ସାମଗ୍ରୀ ଆମଦାନୀ କରିଥାଏ ଯାହାର ମୂଲ୍ୟ କମ ଥିବା ବେଳେ ଡିମାଣ୍ଡ ଅଧିକ ରହିଥାଏ । ଯେମିତିକି ବୈଦ୍ୟୁତିକ ସରଞ୍ଜାମ, ଉପକରଣ, ଖେଳନା, ଗେମ୍ କନସୋଲ । ଏସବୁ ସେହି ସାମଗ୍ରୀ ଯାହା ଆମେରିକା ଚୀନରୁ ଅଧିକ ପରିମାଣରେ ଆମଦାନୀ କରିଥାଏ । ଏହାବାଦ ଫର୍ଣ୍ଣିଚର, ପ୍ଲାଷ୍ଟିକ ପରି ଏକାଧିକ କଞ୍ଜୁମର ସାମଗ୍ରୀ ମଗାଇଥାଏ ।

