ନନ୍ଦିଘୋଷ ବ୍ୟୁରୋ: ବରିଷ୍ଠ ଅଭିନେତ୍ରୀ ତଥା ସମାଜବାଦୀ ସାଂସଦ ଜୟା ବଚ୍ଚନଙ୍କ ଏକ ୩୦ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କ ସହ ସେଲଫି ନେବାକୁ ଯାଉଥିବା ଜଣେ ଯୁବକଙ୍କୁ ସେ ଧକ୍କା ମାରୁଛନ୍ତି । ଯୁବକ ଜଣକ ତାଙ୍କ ସହ ସେଲଫି ନେବାକୁ ଯାଉଥିବାବେଳେ ଠେଲି ଦେଇଥିଲେ । ଏହା କହିଥିଲେ କି, ତୁମେ ଏ କଣ କରୁଛ ? ପରେ ଲାଲୁ ଯାଦବଙ୍କ ଝିଅ ମଧ୍ୟ କିଛି କହିଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । କନିସିଷ୍ଟ୍ୟୁସନ କ୍ଲବରେ ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି । ତେବେ ସେଲଫି ନେଉଥିବା ଏହି ଯୁବକଙ୍କ ଠେଲି ଦେଇଥିଲେ ଜୟା । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଏହାକୁ ନେଇ ବିଭିନ୍ନ କମେଣ୍ଟମାନ କରୁଥିବା ଦେଖିବାକୁ ମିଳିଛି । ଖରାପ ଭାଷାରେ କିଛି ୟୁଜର୍ସ ମଧ୍ୟ ଗାଳି କରୁଥିବା ଦେଖିବାକୁ ମିଳିଛି । ଜଣେ ୟୁଜର୍ସ ଲେଖିଛନ୍ତି କି, ତୁମ ଗର୍ବ ଅହଂକାର ରହିଲେ ହେଲା । ସେପଟେ ଭିଡିଓଟି ସୋସିଆଲ ଭାଇରାଲ ହେଉଥିବାବେଳେ ଜୟାଙ୍କ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
ଏ ସବୁ ଦେଶରେ ଦେଖିବାକୁ ମିଳନ୍ତିନି ବୁଲା କୁକୁର, ଜାଣନ୍ତୁ କେମିତି କଲେ ସମସ୍ୟାର ସମାଧାନ
ନନ୍ଦିଘୋଷ ବ୍ୟୁରୋ: କୁକୁର କାମୁଡ଼ିବା ଓ ରେବିଜ ରୋଗ ବଢ଼ିବାକୁ ନେଇ ସୁପ୍ରିମକୋର୍ଟ କଠୋର ହୋଇଛନ୍ତି । ୮ ସପ୍ତାହ ମଧ୍ୟରେ ରାସ୍ତାରୁ ବୁଲା କୁକୁରଙ୍କୁ ହଟାଇବା ଡଗ୍ ସେଲଟରରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କିଛି ଲୋକ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିବା ବେଳେ ପଶୁ ଅଧିକାର ସଙ୍ଗଠନ PETA ଇଣ୍ଡିଆ କହିଛି ଏହା କୌଣସି ବୈଜ୍ଞାନିକ ସମାଧନ ନୁହେଁ କି ସ୍ଥାୟୀ ସମାଧାନ ବି ନୁହେଁ । ସେମାନଙ୍କ ମତରେ ବୁଲା କୁକୁରଙ୍କୁ ହଟାଇବା ବଦଳରେ ମୂଳ କାରଣ ଉପରେ କାମ କରାଯିବା ଆବଶ୍ୟକ । କୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାରୀ ଏଜେନ୍ସିମାନେ କାମ ଆରମ୍ଭ କରି ଦେଇଛନ୍ତି । ଏବେ ପ୍ରଶ୍ନ ଉଠୁଛି, ବିଶ୍ବର ଏମିତି କେଉଁ ଦେଶ ଅଛନ୍ତି ଯେଉଁମାନେ ଏହି ସମସ୍ୟାର ସମାଧାନ କରିପାରିଛନ୍ତି ? ଆଉ ସବୁଠାରୁ ବଡ଼ ପ୍ରଶ୍ନ ହେଲା ସେମାନେ ଏହା କେମିତି କଲେ ? ଆସନ୍ତୁ ଜାଣିବା ଏ ସମ୍ପର୍କରେ…
ଭୁଟାନ

ଭାରତର ପଡୋଶୀ ଦେଶ ଭୁଟାନ ୨୦୨୩ରେ ବୁଲା କୁକୁରଙ୍କୁ ଶତ ପ୍ରତିଶତ ବନ୍ଧ୍ୟାକରଣ କରିବା ନେଇ ପ୍ରଥମ ଦେଶ ବନିଗଲା । ଏମିତି କରିବା ପାଇଁ ଭୁଟାନ ସରକାର ୨୦୨୧ରେ ସାରା ଦେଶରେ ଏକ୍ସିଲେଟେଡ ଡଗ୍ ପପୁଲେସନ ମ୍ୟାନେଜମେଣ୍ଟ ଓ ରିବେଜ କଣ୍ଟ୍ରୋଲ ପ୍ରୋଗ୍ରାମ ଆରମ୍ଭ କରିଥିଲା । ତେବେ ନସବନ୍ଦି ଓ ଭେକ୍ସିନେସନ କାର୍ଯ୍ୟକ୍ରମ ପ୍ରାୟ ୧୪ ବର୍ଷ ଧରି ଭିନ୍ନ ଭିନ୍ନ ସମୟରେ ଚାଲିଥିଲା । ୨୦୨୧ରୁ ୨୦୨୩ ମଧ୍ୟରେ ପ୍ରାୟ ୧.୫ ଲକ୍ଷରୁ ଅଧିକ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ ପ୍ରାୟ ୨୯ କୋଟି ଟଙ୍କାର ବଜେଟ ରଖାଯାଇଥିଲା ।
ମେକ୍ସିକୋ

ମେକ୍ସିକୋ ବୁଲା କୁକୁରଙ୍କୁ କଣ୍ଟ୍ରୋଲ କରିବାକୁ ମାନବୀୟ ପଦ୍ଧତି ଆପଣାଇଥିଲା । ଦେଶ ମଧ୍ୟରେ NTVR କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଅର୍ଥାତ ଟ୍ରାପ-ନ୍ୟୁଟର-ଭାକ୍ସିନେଟ-ରିଟର୍ଣ୍ଣ । ଏଥିରେ କୁକୁରଙ୍କୁ ଧରିବା, ସେମାନଙ୍କ ବନ୍ଧ୍ୟାକରଣ କରିବା ରିବେଜ ଭ୍ୟାକ୍ସିନ ଲଗାଇବା ଓ ଟ୍ୟାଗ ଲଗାଇ ସେମାନଙ୍କୁ ସେମାନଙ୍କ ପୁରୁଣା ସ୍ଥାନରେ ଛାଡି ଦିଆଯାଉଥିଲା । ଗତ ୫ ବର୍ଷରେ ସରକାର ଏହି କାର୍ଯ୍ୟକ୍ରମ ଜରିଆରେ ୨୩ ମିଲିୟନ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୧୯୦ କୋଟି ) ଟଙ୍କା ଖର୍ଚ୍ଚ କରିଥିଲେ ।
ନେଦରଲ୍ୟାଣ୍ଡ

ୟୁରୋପର ଏକମାତ୍ର ଦେଶ ନେଦରଲ୍ୟାଣ୍ଡ, ଯେଉଁଠି ଗୋଟିଏ ବି ବୁଲା କୁକୁର ଦେଖିବାକୁ ପାଇବେ ନାହିଁ । ହେଲେ ବିଂଶ ଶତାବ୍ଦୀ ବେଳକୁ ଏଠାରେ ବୁଲା କୁକୁର ବହୁ ସଂଖ୍ୟାରେ ଥିଲେ । ଆରମ୍ଭରୁ ସରକାର କୁକୁରଙ୍କୁ ମାରିବା ପଟ୍ଟାମଜଲ ନିୟମ ଓ ଡଗ ଟ୍ୟାକ୍ସ ପରି ପଦକ୍ଷେପ ନେଇଥିଲେ । ହେଲେ ଟ୍ୟାକ୍ସରୁ ବର୍ତ୍ତିବା ପାଇଁ ଲୋକେ ଅଧିକରୁ ଅଧିକ କୁକୁର ରାସ୍ତାକୁ ଛାଡି ଦେଇଥିଲେ । ବାଂଶ ଶତାବ୍ଦୀ ଶେଷ ବେଳକୁ ପଶୁଙ୍କ ଉପରେ ଅତ୍ୟାଚାରକୁ ଅପରାଧ ଘୋଷଣା କରାଯିବା ସହ ତିନିଟି ବଡ଼ ପରିବର୍ତ୍ତନ କରାଯାଇଥିଲା । ଷ୍ଟାରରୁ କିଣା ଯାଇଥିବା କୁକୁର ଉପରେ ଅଧିକ ଟ୍ୟାକ୍ସ, CNVR କାର୍ଯ୍ୟକ୍ରମ (ଧରିବା, ବନ୍ଧ୍ୟାକରଣ, ଟିକାକରଣ ଓ ଛାଡିବା) ଏବଂ କୁକୁର ପୋଲିସ ଫୋର୍ସ ଗଠନ କରାଯାଇଥିଲା । ଯାହା ପଶୁଙ୍କ ନିର୍ଯାତନା ଦେଉଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିଲା ଓ ଜୀବଜନ୍ତୁଙ୍କୁ ଉଦ୍ଧାର କରୁଥିଲା ।
ଜାପାନ

ଜାପାନରେ ଆନିମଲ ଓ୍ବେଲଫେୟର ନିୟମ ବହୁତ ଶକ୍ତ । ଏଠାରେ ବୁଲା କୁକୁରଙ୍କୁ ଧରି କ୍ବାରେଣ୍ଟିନରେ ରଖାଯାଏ । ଏହାପରେ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରାଯାଇଥାଏ । ଭେଟନାରୀ ଡାକ୍ତର କମ ଖର୍ଚ୍ଚରେ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ କରୁଛନ୍ତି । ଏପରି କରିବାର କାରଣ ବୁଲା କୁକୁରଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରାଯାଇପାରି । ଏଠାରେ ଦୟା ମୃତ୍ୟୁର ମଧ୍ୟ ଅନୁମତି ରହିଛି । ହେଲେ କେବଳ ରୋଗଗ୍ରସ୍ତ କିମ୍ବା ବିପଦଜ୍ଜନକ କୁକୁରଙ୍କ ପାଇଁ । କିଛି ଅଞ୍ଚଳ ଯେମିତିକି ଟୋକିଓରେ ଗ୍ୟାସ ଚାମ୍ବରରେ କୁକୁରଙ୍କୁ ଛାଡି ମରାଯାଇଥାଏ । ତେବେ ଏହି ନିୟମକୁ ବହୁତ ସମାଲୋଚନା କରାଯାଇଥାଏ । କାରଣ ଏଥିରେ କୁକୁରକୁ ମରିବାକୁ ପ୍ରାୟ ୧୫ ମିନିଟ ନିର୍ଯାତନା କହିବାକୁ ପଡିଥାଏ ।
ଦକ୍ଷିଣ କୋରିଆ
ସାଉଥ କୋରିଆରେ ପୋଷ ପ୍ରାଣୀଙ୍କୁ ଛଡ଼ାଯିବା ସଂଖ୍ୟା ନିୟମିତ ଭାବେ ବଢ଼ିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବାକୁ ସରକାର ବୁଲା ବିଲେଇଙ୍କ ପାଇଁ TNR (ଟ୍ରାପ-ନ୍ୟୁଟର-ରିଟର୍ଣ୍ଣ) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଅର୍ଥାତ ବିଲେଇଙ୍କୁ ଧରିବା, ବନ୍ଧ୍ୟାକରଣ କରିବ ପୁଣି ତାଙ୍କୁ ତାଙ୍କ ପୁରୁଣା ସ୍ଥାନରେ ଛାଡିଦେବା ।
SIR ପ୍ରସଙ୍ଗ : ତେଜସ୍ବୀଙ୍କ ପାଇଁ ଫାଇଦା ହେବ ନା ମହଙ୍ଗା
ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ହେବା ପୂର୍ବରୁ ବିହାର ରାଜନୀତି ବେଶ ସରଗରମ ହେବାରେ ଲାଗିଛି । ନୀତିଶ କୁମାରଙ୍କ ସରକାରକୁ ହଟାଇ ନୂଆ ସରକାର ଗଠନ କରିବା ଲକ୍ଷ୍ୟରେ ରହିଛି ଇଣ୍ଡି ମେଣ୍ଟ । ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରୁଛନ୍ତି । ତେବେ ବିହାରରେ ଅନେକ ଗୁଡ଼ିଏ ମୁଦ୍ଦା ରହିଥିବା ଭୋଟ୍ ଚୋରି ଓ SIR କୁ ପ୍ରସଙ୍ଗ କରିଛନ୍ତି ତେଜସ୍ବୀ । ତେବେ ଏହା ତାଙ୍କ ଲାଗି ଫାଇଦା ହେବ ନା ମହଙ୍ଗା ସାବ୍ୟସ୍ତ ହେବ ଏହାକୁ ନେଇ ବେଶ ଚର୍ଚ୍ଚା ଆଲୋଚନା ଦେଖିବାକୁ ମିଳିଛି । ବିହାରରେ ଏବେ ଯାଏ ୬୫ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ ପଡ଼ିଥିବା ସୂଚନା ମିଳିଛି । ଯାହାକୁ ନେଇ ତେଜସ୍ବୀ ରଣନୀତି ପ୍ରସ୍ତୁତ କରିଛନ୍ତି ।
ଅଗଷ୍ଟ ୧୭ରୁ ଏଭଳି ବିଭିନ୍ନ ପ୍ରସଙ୍ଗ ନେଇ ତେଜସ୍ବୀ ଯାଦବ ଏବଂ ରାହୁଲ ଗାନ୍ଧୀ ଭୋଟ ଅଧିକାର ଯାତ୍ରା ଏବଂ ବିହାର ବନ୍ଦ ଭଳି ପଦକ୍ଷେପ ନେବାକୁ ଯାଉଛନ୍ତି । ନିର୍ବାଚନ କମିଶନ SIR କରି ମୃତ ଭୋଟର ଏବଂ ଜାଲ ଭୋଟରଙ୍କୁ ବାଦ ଦେଇଥିବା କହୁଛନ୍ତି । ସେପଟେ ମହାଗଠବନ୍ଧନ ପକ୍ଷରୁ ଅଭିଯୋଗ କରାଯାଇଛି କି, ଦଳିତ, ଆଦିବାସୀଙ୍କୁ ଜାଣିଶୁଣି ଭୋଟର ତାଲିକାରୁ ବାଦ କରାଯାଇଛି । ଏକ ନିଦ୍ଧିଷ୍ଟ ବର୍ଗର ୩୫ ଲକ୍ଷ ଭୋଟରଙ୍କୁ ବାଦ ଦିଆଯାଇଥିବା ଭଳି ଅଭିଯୋଗ ମଧ୍ୟ ହୋଇଛି । ବିଜେପି ଏବଂ ଜେଡିୟୁ ଜାଣିଶୁଣି ଏଭଳି କରିଛି । ସେପଟେ ଆରଜେଡି ପକ୍ଷରୁ କୁହାଯାଉଛି ଏହା ଜାଣିଶୁଣି କରାଯାଇଛି । ଆମକୁ ଦୁର୍ବଳ କରିବା ଏବଂ ଆମ ଭୋଟରଙ୍କୁ ଜାଣିଶୁଣି ତାଲିକାରୁ କଟାଯାଇଛି । ଯାହାକୁ ନେଇ ଆନ୍ଦୋଳନ କରାଯାଉଛି । ତେବେ ଏହା କ୍ଷତି ପହଞ୍ଚାଇବ ଜେଡିୟୁକୁ ବୋଲି ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହେଉଛି ।
BLAକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
ନନ୍ଦିଘୋଷ ବ୍ୟୁରୋ ; ପାକିସ୍ତାନକୁ ଆମେରିକାର ଆଉ ଏକ ଉପହାର। ବିଶେଷ କରି ପାକିସ୍ତାନର ଆର୍ମି ଚିଫ୍ ଫିଲ୍ଡ ମାର୍ଶାଲ ଅସିମ ମୁନିରଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ। ବଲୁଚ୍ ଲିବରେସନ ଆର୍ମିକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି ଆମେରିକା। ପାକିସ୍ତାନରୁ ଅଲଗା ହୋଇ ବଲୁଚିସ୍ତାନ ଓ ଗିଲଗିଟ୍ ଅଞ୍ଚଳକୁ ନେଇ ସ୍ଵତନ୍ତ୍ର ରାଷ୍ଟ୍ର ଗଠନ ପାଇଁ ସଶସ୍ତ୍ର ସଂଗ୍ରାମ ଚଲାଇଛି ବଲୁଚ ଲିବରେସନ ଆର୍ମି। ପାକିସ୍ତାନର ଅଭିଯୋଗ ଅନୁସାରେ ପାକିସ୍ତାନ ମାଟିରେ ଏହି ସଂଗଠନ ବହୁତ ଥର ଆକ୍ରମଣ ବି କରିଛି। ପାକିସ୍ତାନ ଆର୍ମି ବି ଏହାର ଶିକାର ହୋଇଛି। ବର୍ତ୍ତମାନ ଆମେରିକା ବିଏଲଏକୁ ଆତଙ୍କବାଦୀ ସଂଗଠନ ଘୋଷଣା ଦ୍ଵାରା ପାକିସ୍ତାନକୁ ବହୁତ ଫାଇଦା ମିଳିବ। ଯଦିଓ ପାକିସ୍ତାନ ହେଉଛି ବିଶ୍ଵ ଆତଙ୍କବାଦର କେନ୍ଦ୍ରସ୍ଥଳ, ବର୍ତ୍ତମାନ ଏବେ ବିଶ୍ଵକୁ ପାକିସ୍ତାନ ବାର୍ତ୍ତା ଦେବ ଯେ, ସେ ମଧ୍ୟ ଆତଙ୍କବାଦର ଶିକାର ହେଉଛି। ବିଏଲଏକୁ ଆତଙ୍କବାଦୀ ସଂଗଠନ ଘୋଷଣା କରି ପାକିସ୍ତାନକୁ ଓ ପାକିସ୍ତାନର ଆର୍ମି ଚିଫ୍ ଙ୍କୁ ଖୁସି କରିବାକୁ ଚାହୁଁଛି ଆମେରିକା। ପାକିସ୍ତାନକୁ ମିଳିଛି ଏକ ବଡ଼ କୂଟନୈତିକ ବିଜୟ। ବିଶେଷ କରି ଏହି ଘୋଷଣାର ସମୟ ହେଉଛି ବେଶ୍ ଗୁରୁତ୍ଵପୂର୍ଣ୍ଣ। ମୁନିର ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଏହାଠାରୁ ଅଧିକ କିଛି ଆଶା କରିନଥିବେ। ଜୁନ ରେ ମୁନିର ଆମେରିକା ରାଷ୍ଟ୍ରପତିଙ୍କ ସହ ଏକ ବ୍ୟକ୍ତିଗତ ମଧ୍ୟାହ୍ନ ଭୋଜନରେ ଯୋଗ ଦେବା ପରଠାରୁ ଦୁଇ ଦେଶ ମଧ୍ୟରେ ସଂପର୍କରେ ଏକ ସମୀକରଣ ସୃଷ୍ଟି ହୋଇଛି।
ଭୋଟ୍ ଚୋରି ଓ SIR କୁ ନେଇ ଆଜି ସଂସଦରେ ହଙ୍ଗାମା
ନୂଆଦିଲ୍ଲୀ : ଭୋଟ୍ ଚୋରି ଓ SIR କୁ ନେଇ ଆଜି ସଂସଦରେ ହଙ୍ଗାମା। ଉଭୟ ରାଜ୍ୟସଭା ଓ ଲୋକସଭାରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଇଣ୍ଡିଆ ମେଣ୍ଟର ସାଂସଦମାନେ ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ କରିଛନ୍ତି । ପାର୍ଲାମେଣ୍ଟର ମକରଦ୍ଵାର ଆଗରେ ଏକାଠି ହୋଇ ପ୍ରତିବାଦ କରିଛନ୍ତି ସେମାନେ। କେତେକ ସାଂସଦ ଏକ ଟି ସାର୍ଟ ପିନ୍ଧିଛନ୍ତି, ସେଥିରେ ରହିଛି ମିନ୍ତା ଦେବୀଙ୍କ ନାଁରେ ଥିବା ଜଣେ ମହିଳାଙ୍କ ଫଟୋ। ଇଲେକସନ କମିଶନଙ୍କ ଭୋଟର ତାଲିକାରେ ସେହି ମହିଳାଙ୍କ ବୟସ ୧୨୪ ବର୍ଷ ବୋଲି ଲେଖା ଯାଇଛି। ଭୋଟର ତାଲିକାରେ ପ୍ରବଳ ଜାଲିଆତି ଥିବା ଓ ଜାଣିଶୁଣି ସରକାରଙ୍କ ଇଚ୍ଛା ଅନୁସାରେ ଲୋକଙ୍କୁ ସାମିଲ କରାଯାଉଥିବା ଓ ଲୋକଙ୍କୁ ବାଦ୍ ଦିଆଯାଉଥିବା ଅଭିଯୋଗ କରିଛନ୍ତି ବିରୋଧୀ। ଗତକାଲି ସଂସଦ ଭବନରୁ ନିର୍ବାଚନ କମିଶନଙ୍କ ଅଫିସ ଯାଏ ପଦଯାତ୍ରାରେ ଯାଇଥିଲେ ବିରୋଧୀ ସାଂସଦ। କିନ୍ତୁ ବାଟରେ ପୋଲିସ ଅଟକାଇଥିଲା। ନିର୍ବାଚନ କମିଶନଙ୍କୁ ଭେଟିପାରିନଥିଲେ ସେମାନେ। ମାତ୍ର ୩୦ ଜଣଙ୍କୁ ଅନୁମତି ଦିଆଯିବ ବୋଲି କୁହାଯାଇଥିଲା। ଏଥିରେ ରାଜି ହୋଇନଥିଲେ ସେମାନେ। ଆଗରୁ ନିର୍ବାଚନ କମିଶନଙ୍କୁ ଶହ ଶହ ସାଂସଦ ଭେଟି ପାରୁଥିବା ବେଳେ ଏବେ କାହିଁକି ଭେଟି ପାରିବେନି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ସାଂସଦ।


