ନନ୍ଦିଘୋଷ ବ୍ୟୁରୋ : ତୀବ୍ର ହେବାରେ ଲାଗିଛି ମଧ୍ୟପ୍ରାଚ୍ୟ ସଙ୍କଟ। ଇସ୍ରାଏଲ-ଇରାନ ମଧ୍ୟରେ ବଢୁଛି ଉତ୍ତେଜନା। ସେପଟେ ଇରାନରେ ଥିବା ୧୦ ହଜାର ଭାରତୀୟ ଛାତ୍ର, କର୍ମଚାରୀଙ୍କୁ ଭାରତ ଆଣିବା ଲାଗି ବଢିଲା ଚିନ୍ତା। ଭୌଗଳିକ କାରଣ ସମେତ ଏୟାରସ୍ପେସ କଟକଣା, କୂଟନୈତିକ ତିକ୍ତତା କାରଣରୁ ସେମାନଙ୍କୁ ଉଦ୍ଧାର କରିବା କଷ୍ଟସାଧ୍ୟ ହୋଇପାରେ। ଏହି ୧୦ ହଜାର ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୨ ହଜାର ହେଉଛନ୍ତି ଛାତ୍ର। ୬ ହଜାର ହେଉଛନ୍ତି କର୍ମଚାରୀ। ଏହା ସହ ବହୁ ସଂଖ୍ୟକ ଭାରତୀୟ ନାବିକ ବି ରହୁଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଯେପରି ଭାରତୀୟ ଛାତ୍ରଙ୍କୁ ଆଣିବା ଲାଗି ଅପରେସନ ଗଙ୍ଗା ହୋଇଥିଲା ଠିକ୍ ସେପରି ଇରାନ କ୍ଷେତ୍ରରେ ଘଟିବା ଆଶା କରାଯାଉଛି। ଭାରତୀୟଙ୍କୁ ପାକିସ୍ତାନ ଓ ଆଫଗାନିସ୍ତାନ ଦେଇ ବିମାନରେ ଆଣିବା ଠିକ୍ ହୋଇ ନପାରେ। କାରଣ ଭାରତ ଲାଗି ଏୟାର ସ୍ପେସ୍ ବନ୍ଦ କରିଛି ପାକିସ୍ତାନ। ଇରାନ ଉପରେ ଇସ୍ରାଏଲ ବିଭିନ୍ନ ଦିଗରୁ ଆକାଶମାର୍ଗରୁ ଆକ୍ରମଣ କରୁଥିବାରୁ ଭାରତୀୟ ବିମାନ ଲାଗି ଅସୁବିଧା ଆସିପାରେ। ୟୁକ୍ରେନ କ୍ଷେତ୍ରରେ ରେଳ, ରୋଡର ଆଦିର ସୁବିଧା ଥିଲା। ମାତ୍ର ଇରାନ କ୍ଷେତ୍ରରେ ତାହା ସମ୍ଭବ ନୁହେଁ। ତେହରାନ ଛାଡ଼ିବା ଲାଗି ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟମାନଙ୍କୁ ବି କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ୧୧୦ ଜଣଙ୍କୁ ଆର୍ମେନିଆ ଦେଇ ଭାରତ ଅଣାଯାଉଛି। ପ୍ରାୟ ୭୦୦ ଲୋକ କେନ୍ଦ୍ରୀୟ ଇରାନରୁ ନିରାପଦ କୁହାଯାଉଥିବା କୋମ୍ ସହରକୁ ଚାଲିଗଲେଣି। ଆର୍ମେନିଆ, ଆଜରବୈଜାନ, ତୁର୍କମେନିସ୍ତାନ, ଆଫଗାନିସ୍ତାନ ଓ ପାକିସ୍ତାନକୁ ଲାଗି ରହିଛି ଇରାନ। ଅପରେସନ ସିନ୍ଦୂରକୁ କେନ୍ଦ୍ର କରି ଭାରତ ଲାଗି ଏୟାର ସ୍ପେସ ବନ୍ଦ କରିଛି ପାକିସ୍ତାନ।
ଯବାନ ଦେବରାଜ ମହାରଣାଙ୍କ ଦ୍ଵାଦଶାହ ସ୍ମୃତିଚାରଣ ସଭାରେ ଯୋଗଦେଲେ ସାଂସଦ ମାନସ ମଙ୍ଗରାଜ
ବାଣପୁର : ବୀର ଯବାନ ଦେବରାଜ ମହାରଣାଙ୍କ ଦ୍ଵାଦଶାହ ସ୍ମୃତିଚାରଣ ସଭାରେ ଯୋଗଦେଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ଗତ ୬ ତାରିଖରେ ଭାରତୀୟ ନୌସେନାର ତଟରକ୍ଷୀ ବାହିନୀର ଯବାନ ଦେବରାଜ ମହାରଣାଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଥିଲା। ତାଙ୍କର ଦ୍ଵାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଜନ୍ମମାଟି ବାଣପୁରର ଗାଲୁଆ ଗାଁରେ ଶିକ୍ଷାବିତ ବାଳମୁକୁନ୍ଦ ଦାସଙ୍କ ଅଧକ୍ଷତରେ ସ୍ମୁତିଚାରଣ ସଭା ଅନୁଷ୍ଠିତ ହୋଇଥିଲାl ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଯୋଗଦେଇଥିଲେ। ଅନ୍ୟତମ ଅତିଥିଭାବେ ପୂର୍ବତନ ଚିଲିକା ବ୍ଳକ ଅଧକ୍ଷ ଲଳିତ ମୋହନ ପଟ୍ଟନାୟକଙ୍କ ସହ ପ୍ରମୁଖ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ। ସ୍ବର୍ଗତ ଦେବରାଜ ୧୯୯୪ ମସିହାରେ ଦେଶ ସେବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀରେ ଯୋଗ ଦେଇଥିଲେ। ସେ ତାଙ୍କର ଚାକିରୀ କ୍ଷେତ୍ରରେ ବହୁ ସମ୍ମାନ ପାଇଛନ୍ତି। କିଛି ଦିନ ହେବ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ କୋଲକାତା ସ୍ଥିତ ମିଲିଟାରୀ ଇଷ୍ଟର୍ଣ୍ଣ କମାଣ୍ଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଆଜି ପୁରୀରେ ବିଜେଡିର ଜନଜାଗରଣ ଯାତ୍ରା
ଭୁବନେଶ୍ବର : ରାଜ୍ୟରେ ଡବଲ ଇଞ୍ଜିନ ସରକାରକୁ ବର୍ଷେ ପୂରିଗଲା । ସବୁ କ୍ଷେତ୍ରରେ ବିଫଳ ରାଜ୍ୟ ସରକାର। ଏହା ବିରୋଧରେ ଆଜି ପୁରୀରେ ଜନଜାଗରଣ ଯାତ୍ରା କରିବ ବିଜେଡି । ଏଥିରେ ଯୁବ ଓ ଛାତ୍ରଙ୍କ ପାଇଁ ବେରୋଜଗାରକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ । ସରକାର ନିର୍ବାଚନୀ ପ୍ରତିଶୃତି ସରକାର ପୂରଣ କଲେନି । ବିଜେପି ସରକାର ଦେଇଥିବା ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଛି । ପ୍ରଭୁ ବଳଭଦ୍ର ପଡିଯିବା ଘଟଣା, ଆମ୍ବ ଟାକୁଆ ଖାଇ ମୃତ୍ୟୁ, ଚିକିଟି ମଦ ମୃତ୍ୟୁ, ଯୁବ-ଛାତ୍ର-ମହିଳାଙ୍କ ସମସ୍ୟା, ମହାନଦୀ, ପୋଲାଭରମ ପ୍ରସଙ୍ଗରେ ସରକାର ନିରବ ରହିବା ସହ୍ଯନୁହେଁ । ୬ ଟି ଜିଲ୍ଲାରେ ହଇଜା ବ୍ୟାପିଛି । ଓଡ଼ିଆବାସୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବିଜେପି ସରକାର। ପ୍ରତିଦିନ ୧୫ରୁ ଅଧିକ ହତ୍ୟା, ବଳାତ୍କାର ପରି ଘଟଣା ଘଟୁଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ବର୍ଷକୁ ୨ କୋଟି ଚାକିରି କୁଆଡେ ଗଲା ? ବୃତ୍ତି ଅର୍ଥ ବଜେଟରେ ରଖାଯାଇନାହିଁ । ଓବିସି ସଂରକ୍ଷଣ ମେଡିକାଲ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଲାଗୁ କରିବା ନେଇ ବ୍ୟାପକ ଜନଜାଗରଣ ସୃଷ୍ଟି କରିବ ବିଜେଡି । ବିଜେପି ସରକାରରେ ନିଯୁକ୍ତି ଓ ଆତ୍ମନିଯୁକ୍ତିର କୌଣସି ସୁଯୋଗ ନାହିଁ । ପୂର୍ବ ସରକାର ସମୟରେ ୮ ହଜାର ସ୍କୁଲ ରୂପାନ୍ତରିତ ହୋଇଥିଲା । କେନ୍ଦ୍ରରେ ୧୧ ବର୍ଷ ଭିତରେ ବଜେଟରେ ହୋଇଥିବା ବ୍ୟୟ ବରାଦର୍ ମାତ୍ର ୪୨ ପ୍ରତିଶତ ଖର୍ଚ୍ଚ ହୋଇଛି । ଏଥିରେ ବିକାଶ କେମିତି ହେବ ବୋଲି ପ୍ରଶ୍ନ କରିଛି ବିଜେଡି । ୨୦୨୪- ୨୫ ରେ ଛାତ୍ର ସଂସଦ ନିର୍ବାଚନ କଣ ପାଇଁ ଅନୁଷ୍ଠିତ ହୋଇନଥିଲା ବୋଲି ଦଳ ପ୍ରଶ୍ନ କରିଛି। ତେଣୁ ଆଜି ବିଜେଡି ଯୁବ-ଛାତ୍ର ଜନତା ଦଳ ତାର ଜନ ଜାଗରଣ ଯାତ୍ରା ଆରମ୍ଭ କରିବ।.

