spot_img
Home Blog Page 7095

ସରକାରୀ କ୍ଷେତ୍ରରୁ କିଛି ପାଇବାର ସମ୍ଭାବନା ରହିଛି… ନୂତନ କାର୍ଯ୍ୟରେ ସଫଳତା ପାଇବେ

ମେ ,୨୦୨୦ ମସିହା, ବୃଷ ୫ ଦିନ

୧୯୪୨ ଶକାଦ୍ଦଃ,  ସାଲ୍‌, ୨୦୭୭ ସମ୍ବତ୍‌

ଜ୍ୟେଷ୍ଠା ମାସ, କୃଷ୍ଣପକ୍ଷ,ଏକାଦଶୀ ତିଥି ,ସୋମବାର

ଉତ୍ତରଭାଦ୍ରନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର ରହିବେ

ଯୋଗିନୀ ରହିବେ ଦିନ ୩ ଟା ୧୨ ମିନିଟ୍‌ ପର୍ଯ୍ୟନ୍ତ ଆଗ୍ନେୟ କୋଣରେ

ଏହା ପରେ ନୈରତରେ ରହିବେ

ଅଗ୍ନି କୋଣକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର- ଧନୁ ରାଶି ପୁରୁଷ, ତୁଳା ରାଶିର ମହିଳାଙ୍କ ପାଇଁ

ଘାତବାର- ମିଥୁନ ରାଶି

ଅଶୁଭ ସମୟ- ସକାଳ ୬ଟା ୪୯ ରୁ ଦିନ ୮ ଟା ୨୭ ମଧ୍ୟରେ

ଶୁଭ ସମୟ- ସକାଳ ୬ ଟା ୫୬ ମଧ୍ୟରେ ଏବଂ ଦିନ ୮ ଟା ୪୦ ରୁ ଦିନ ୧୧ ଟା ୧୭ ମଧ୍ୟରେ

ମେଷ ରାଶି

କର୍ମ କ୍ଷେତ୍ରରେ ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ

ଦ୍ୱିଜା- ମାନସିକ ସ୍ଥିରତା ରହିବା ଯୋଗୁ ସବୁ କାମ ଠିକ୍‌ ରେ ହେବ

କୃତ୍ତିକା- ଆବଶ୍ୟକ ଅନୁଯାୟୀ ଟଙ୍କା ଖର୍ଚ୍ଚ କରିବେ

ଆବଶ୍ୟକ ଅନୁଯାୟୀ ଟଙ୍କା ଖର୍ଚ୍ଚ କରିବେ

ବୃଷ ରାଶି

କୃତ୍ତିକା ବୃଷ- ନୂତନ କାର୍ଯ୍ୟରେ ସଫଳତା ପାଇବେ

ରୋହିଣୀ- ବିଦ୍ୟାକ୍ଷେତ୍ରରେ ପ୍ରଶଂସା ପାଇବେ

ମୃଗଶିରା- ଅଟକି ଥିବା କାର୍ଯ୍ୟକୁ ନେଇ ଅନୁତାପ କରିବେ

ଗାଈକୁ ଘାସ ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା ମିଥୁନ- ରାଜନୀତି ଓ ସଭାସମିତିରେ  ପ୍ରଶଂସା ପାଇବେ

ଆଦ୍ରା- ବନ୍ଧୁଙ୍କର କିଛି ଭୁଲ୍‌ ଖବର ଆପଣଙ୍କୁ ଚିନ୍ତାଗ୍ରସ୍ତ କରିଦେବ

ପୁନର୍ବସୁ- ପୂର୍ବରୁ ଖରାପ ରହିଥିବା ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ

ଆଜି ମା’ଙ୍କୁ କିଛି କ୍ଷୀରି ପ୍ରସାଦ ଭାବରେ ଅର୍ପଣ କରନ୍ତୁ

କର୍କଟ ରାଶି

ପୁନର୍ବସୁ – ସାମ୍ବାଦିକ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ

ପୁଷ୍ୟ।- ପରିବାରରେ କୈାଣସି ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଯୋଜନା ହେବ

ଅଶ୍ଳେଷା- ସାଧାରଣ କଥାକୁ ନେଇ କର୍ମକ୍ଷେତ୍ରରେ କଳହ ଦେଖାଦେବ

ମହୁଜଳ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ

ସିଂହ ରାଶି

ମଘାସିଂହ- ବିଭିନ୍ନ କାରଣକୁ ନେଇ ମନରେ ବିରକ୍ତି ଦେଖାଦେବ

ପୂର୍ବାଷାଢା- ସରକାରୀ କ୍ଷେତ୍ରରୁ କିଛି ପାଇବାର ସମ୍ଭାବନା ରହିଛି

ଉତ୍ତରଷାଢା- ଶରୀର ଅସୁସ୍ଥ ରହିଥିଲେ ସେଥିରେ କିଛି ପରିବର୍ତ୍ତନ ଆସିପାରେ

ଗାୟତ୍ରୀମନ୍ତ୍ର ୯ ଥର ପାଠ

କନ୍ୟା ରାଶି

ଉତ୍ତରାଷାଢା- କିଛି ଖୁସି ଖବର ସହ ଉପହାର ପାଇବାର ଯୋଗ ରହିଛି

ହସ୍ତା- ଅର୍ଥରେ ଉନ୍ନତି କାରଣରୁ ଖୁସିରେ ରହିବେ

ଚିତ୍ରା- ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କର ସାହାଯ୍ୟ ନେଇ ପାରନ୍ତି

ଗୋ ମାତାଙ୍କୁ କଦଳୀ ଖାଇବାକୁ ଦିଅନ୍ତୁ

ତୁଳା ରାଶି

ଚିତ୍ରା – ଆପଣ ଆଜି କାହାର ଈର୍ଷାର କାରଣ ହୋଇପାରନ୍ତି, କେହି କ୍ଷତି ମଧ୍ୟ କରିପାରନ୍ତି

ସ୍ୱାତୀ- ରାଜନୀତିରେ ଗଠନ ମୂଳକ କାର୍ଯ୍ୟ କରିବାର ସୁଯୋଗ ପାଇବେ

ବିଶାଖା- ଭାଇ ଭଉଣୀ ସହିତ ପୂର୍ବରୁ ଥିବା ମନୋମାଳିନ୍ୟ ଦୂର ହେବ

ପେପରରେ ଶ୍ରୀରାମ ୧୦୮ ଥର ଲେଖନ୍ତୁ

ବିଛା ରାଶି

ବିଶାଖା ବିଛା- ବରିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟ ଯୋଗୁ ଅନେକ କିଛି ସମାଧାନ ହୋଇଯିବ

ଅନୁରାଧା- ସମ୍ପତ୍ତି ମାମଲାରେ ମଧ୍ୟସ୍ଥତା କରିବାର ସୁଯୋଗ ପାଇପାରନ୍ତି

ଜ୍ୟେଷ୍ଠା- ଯଶ, ପ୍ରତିଷ୍ଠା ମିଳିବ

ତେଜପତ୍ର କିଛି ମନ୍ଦିରରେ ଦାନ କରନ୍ତୁ

ଧନୁ ରାଶି

ମୂଳା- ସନ୍ତାନମାନଙ୍କ ଉନ୍ନତିରେ ଖୁସି ରହିବେ

ପୂର୍ବାଷାଢ- ଆପଣଙ୍କ ପ୍ରତିଦ୍ୱନ୍ଦୀଙ୍କୁ ନେଇ ସମସ୍ୟା ଦେଖାଦେବ

ଉତ୍ତରାଷାଢା- ଆପଣଙ୍କ ସହନଶୀଳତା ଯୋଗୁ ପ୍ରଶଂସା ପାଇବେ

ଶିବଲିଙ୍ଗରେ ଦୁଦୁରା ଫୁଲ ଅର୍ପଣ କରନ୍ତୁ

ମକର ରାଶି

ଉତ୍ତରାଷାଢା- ସମାଜ ସେବା ଯୋଗୁ ମାନ ସମ୍ମାନରେ ବୃଦ୍ଧି ହେବ

ଶ୍ରବଣା- ସୋସିଆଲ ମେଡିଆରେ ଅନେକ ସଫଳତା ପାଇବେ

ଧନିଷ୍ଠା- କୈାଣସି ପୁରୁଷ ଆପଣଙ୍କ ଭାଗ ବଦଳାଇ ଦେବେ

ନମଃ ଶିବାୟ ୧୦୮ ଥର ଜପ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା – ଅର୍ଥର ଅଭାବ ଅନୁଭବ କରିବେ

ଶତଭିଷା- କାମକୁ ନେଇ ପ୍ରଶଂସା ପାଇବେ

ପୂର୍ବଭାଦ୍ରପଦ- ଖର୍ଚ୍ଚ ଅଧିକ ଯୋଗୁ ଚିନ୍ତାରେ ରହିବେ

ତୁଳସୀ ବୃକ୍ଷ ମୂଳରେ ଚିନି କିଛି ଅର୍ପଣ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ- ବନ୍ଧୁଙ୍କ ସହିତ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ

ଉତ୍ତରାଭାଦ୍ରପଦ- ପୁରୁଣା କଥାକୁ ନେଇ ଅନୁତପ୍ତ ହେବେ

ରେବତୀ- କର୍ମରେ ଅନେକ ଖୁସି

ମିଠାଦହି ଖାଇ ଘରୁ ବାହାରନ୍ତୁ

ଜ୍ୟୋତିର୍ବିଦ୍‌- ପ୍ରଜ୍ଞା ତ୍ରିପାଠୀ

ଯୋଗାଯୋଗ-8984684801

 

 

 

 

ମାଆର ଯନ୍ତ୍ରଣା ଆଗେରେ ଉଭେଇଗଲା ପୁଅର କୁଆଁ କୁଆଁ ଡ଼ାକ, ନବ ଜନ୍ମିତ ପୁଅକୁ ରାସ୍ତାରେ ଛାଡ଼ି ଚାଲିଗଲା ମାଆ…

ସୁନ୍ଦରଗଡ଼: କରୋନା ପାଇଁ କଳା ମଚ୍‌ ମଚ୍‌ ରାସ୍ତାରେ ଲେଖି ହେଉଛି  ଗୋଟିଏ ପରେ ଗୋଟିଏ କରୁଣ ଚିତ୍ର । ଲକ୍‌ଡାଉନରେ ରାସ୍ତା ପାଲଟିଛି ପ୍ରବାସୀଙ୍କ ଦୁଃଖର ମୁକ ସାକ୍ଷୀ । କାରଣ ଏହି ଭିତରେ ପ୍ରବାସୀଙ୍କ ଝାଳ ଏବଂ କୋହଫଟା ଲୁହରେ ଭିଜୁଛି ଦେଶର ସବୁ ରାସ୍ତା । କେତେବେଳେ ଭିଟାମାଟିକୁ ଯାତ୍ରା ଟ୍ରକ୍‌ ଚକା ତଳେ ଅଟକି ଯାଉଛିତ ପୁଣି କେତେବେଳେ ଭୋକିଲା ପେଟରେ ପାଦେ ଆଗଉନି ପାଦ । ପାଞ୍ଚ ଇଞ୍ଚର ପକେଟରେ ପାଞ୍ଚ ଟଙ୍କାଟେ ନଥିବାରୁ ରାସ୍ତାର ଧୁଳିରେ ଉଭେଉ ଯାଉଛି ଘରକୁ ଲେଉଟିବାର ସ୍ୱପ୍ନ । ତେବେ ଏଇ ଭିତରେ ରାସ୍ତାରେ ଆଙ୍କି ହୋଇଛି ଆଉଗୋଟିଏ କରୁଣ କାହାଣୀର ମାନଚିତ୍ର । ଯନ୍ତ୍ରଣା ଆଗରେ ହାର ମାନିଛି ମାଆର ମମତା ଆଉ ଉଭେଇ ଯାଇଛି କୁଆଁ କୁଆଁ ଡ଼ାକ । 

ଥକିଲା ପାଦରେ ଗର୍ଭକୁ ଧରି ଆଉ କେତେ ବାଟ ବା ଚାଲିଥାନ୍ତା । ଯେତେବେଳେ ପାଦର ଯନ୍ତ୍ରଣାଠାରୁ ଗର୍ଭର ଯନ୍ତ୍ରଣା ଅଧିକ ହେବାକୁ ଲାଗିଲା ସେତବେଳେ ବିଚ୍‌ ରାସ୍ତା ଉପରେ ସୁଭିଲା କୁଆଁ କୁଆଁ ଡ଼ାକ । ହେଲେ ମାଆର ଖୁସି ଯେମିତି ତାର ଯନ୍ତ୍ରଣା ଆଗରେ ମଉଳି ଯାଇଥିଲା । ଶିଶୁ ପୁତ୍ରକୁ ଜନ୍ମ ଦେଇ ମଧ୍ୟ ସବୁ ଖୁସିକୁ ପାଛୋଟି ଦେଇଥିଲା ମାଆ । ପୁଅ ସିନା ଜନ୍ମ ହେଲା ହେଲେ ମାଆର ଯନ୍ତ୍ରଣା ସେ ଖୁସିଠାରୁ ଅଧିକ ବଡ଼ିଯାଇଥିଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ । ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଏକ ପ୍ରବାସୀ ମହିଳା ରାସ୍ତା ଉପରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ତାପରେ ସେହି ପୁତ୍ରଟିକୁ ରାସ୍ତାରେ ଛାଡ଼ି ଚାଲିଯାଇଥିଲେ ।

ସୂଚନା ଅନୁଯାୟୀ, ଝାଡଖଣ୍ଡରୁ ଛତିଶଗଡ଼କୁ ଚାଲି ଚାଲି ୧୫ ଜଣିଆ ପ୍ରବାସୀ ଶ୍ରମିକ ତାଙ୍କ ଭିଟାମାଟିକୁ ଯାଉଥିଲେ । ସେହି ସମୟରେ ସେମାନଙ୍କ ମଧ୍ୟରୁ ଜଣଙ୍କର ଗର୍ଭ ଜନ୍ତ୍ରଣା ହୋଇଥିଲା । ଯାହାପରେ ସେ ସୁନ୍ଦରଗଡ଼ ଜିଲ୍ଲା ଚିକଟମାଟି ନିକଟ ରାସ୍ତା କଡ଼ରେ ଶିଶୁଟିକୁ ଜନ୍ମ ଦେଇଥିଲେ । କିନ୍ତୁ ଜନ୍ମ ଦେବା ପରେ ଶିଶୁ ପୁତ୍ରଟିକୁ ମାଆ ସାଙ୍ଗରେ ନନେଇ ସେହି ରାସ୍ତା ଉପରେ ଛାଡ଼ି ଚାଲିଯାଇଥିଲା । ପୁଅକୁ ଯନ୍ତ୍ରଣା ପାଇଁ ଛାଡ଼ିଲା ନା ସାଙ୍ଗରେ ଏତେବାଟ କେମିତିବା ନେଇ ଯାଇଥାନ୍ତା ସେ ନେଇ ଛାଡ଼ିଲା ତାହା ଏବେ ଅସ୍ପଷ୍ଟ ରହିଛି । ତେବେ ସୁନ୍ଦରଗଡ଼ର ଶିଶୁ ମଙ୍ଗଳ କମିଟି ଓ ଚାଇଲ୍ଡ ଲାଇନ୍ ଶିଶୁଟିକୁ‌ ଉଦ୍ଧାର କରିଛନ୍ତି ।

ଟିକ୍‌ ଟକ୍‌ କାଳ: ଭିଡିଓ ସୁଟ୍‌ ପାଇଁ ଯାଇ ବିପଦ ମୁହଁରେ ପଡ଼ିଲେ ନାବାଳକ…!

ନୟାଗଡ଼: ଏବେ ଯୁବ ପିଢ଼ିଙ୍କୁ ପାଗଳ କରିଛି ଟିକ୍‌ ଟକ୍‌ । ଚାଇନାର ଏହି ଟିକ୍ ଟକ୍‌ ଆପ୍‌କୁ ଭାରତରେ ପ୍ରରାୟ ୩୦ କୋଟି ଲୋକ ବ୍ୟବହାର କରୁଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି । ତବେ ମଜା ମଜଲିସ୍‌ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ଟିକ୍‌ ଟକ୍‌ ଯୁବ ପିଢ଼ିଙ୍କ ପାଇଁ ଅନେକ ସମୟରେ କାଳ ସାଜୁଛି । ଟିକ୍‌ ଟକ୍‌ରେ ଦୁଃସାହସିକ ଭିଡିଓ ସୁଟ୍‌ କଲାବେଳେ ଅନେକ ଥର ଜୀବନ ମଧ୍ୟ ଚାଲିଯାଇଥିବା ଦେଖାଯାଇଛି । ଆଉ କେତେବେଳେ ସେହି ଟିକ୍‌ ଟକ୍‌ ଭିଡ଼ିଓ ନିଶା ଯୁବ ପିଢ଼ିଙ୍କୁ ବିପଦରେ ପକାଇଛି ।

ତେବେ ସେଇଭଳି ଏକ ଖବର ପୁଣି ସାମ୍ନାକୁ ‌ନୟାଗଡ଼ ଜିଲ୍ଲାରୁ । ସେଠାରେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ରହିଛି ରୁଖି ପାହାଡ଼ । ଅନେକ ଜୀବଜନ୍ତୁ ମଧ୍ୟ ସେଠାରେ ରହୁଥିବା ନଜିର ରହିଛି । ତେବେ ଏସବୁକୁ ଖାତିର ନକରି ୩ ଜଣ ନାବାଳକ ଜଙ୍ଗଲରେ ଟିକ୍‌ ଟକ୍‌ ଭିଡିଓ ସୁଟ୍‌ କରିବାକୁ ଯାଇଥିଲେ । କିନ୍ତୁ ଆଉ ସେଠାରୁ ଫେରିନଥିଲେ । ଅନେକ ଖୋଜା ଖୋଜି କରିବା ପରେ ରାତି ପ୍ରାୟ ୧୧ ଟା ସମୟରେ ତାଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା ।

ରବିବାର ଅପରାହ୍ନରେ ୩ ଜଣ ନାବାଳକ ମିଶି ରୁଖୀ ପାହାଡ଼କୁ ଯାଇଥିବା ସ୍ଥାନୀୟ ଲୋକ ଦେଖିଥିଲେ । ସମୟ ଗଡ଼ିବା ସେମାନେ ଠିକ୍‌ ସମୟରେ ଘରେ ନପହଞ୍ଚିବା ଯୋଗୁଁ ପରିବାର ଲୋକ ବ୍ୟତିବ୍ୟସ୍ତ ହେଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ଖୋଜା ଖୋଜି ଆରମ୍ଭ କରିଥିଲା । ବନ କର୍ମଚାରୀ ଓ ଅଗ୍ନିସମ ବିଭାଗ ମଧ୍ୟ ସେମାନଙ୍କୁ ଖେଜା ଖୋଜିରେ ସାମିଲ ଥିଲେ । ଅନେକ ଖୋଜା ଖୋଜି ପରେ ନାବାଳଙ୍କ ସନ୍ଧାନ ମିଳିଛି । ହେଲେ ପ୍ରଥମେ ନିଖୋଜ ଖବର ଚାରିଆଡ଼େ ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲାେଡ଼ନ ସୃଷ୍ଟି ହୋଇଛି ।

ଗୋଟିଏ ଦିନରେ ପୁରୀରୁ ୧୧ କରୋନା ପଜିଟିଭ ଚିହ୍ନଟ…

ପୁରୀ: ରାଜ୍ୟରେ କରୋନା ଗ୍ରାଫ ବଢ଼ିବାରେ ଲାଗିଛି  । ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପୁରୀରୁ ପୁଣି ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ପୁରୀରେ କରୋନା ପଜିଟଭଙ୍କ ସଂଖ୍ୟା ୨୯ରେ ପହଞ୍ଚିଛି । ତେବେ ଆଜି ଦିନକ ଭିତରେ ପୁରୀରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଏହି ୪ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପିପିଲିର, ଜଣେ ହେଉଛନ୍ତି କୋଣାର୍କର ଏବଂ ଦୁଇଜଣ ହେଉଛନ୍ତି ପୁରୀ ଟାଉନର ।

ତେବେ ଏମାନଙ୍କ ମଧ୍ୟରୁ ୩ ଜଣେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ଜଣେ ୧୫ ତାରିଖରେ ଗିରଫ ହୋଇ କୁମ୍ଭାରପଡ଼ା ଥାନାକୁ ଆସିଥିଲେ । ଏଭଳି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ । ତେବେ ଆଜି ପୁରୀ କୁମ୍ଭାରପଡ଼ା ଥାନାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଉଥିଲେ । ଅଭିଯୁକ୍ତ ଜଣକ ଅରେନ୍ଦ୍ର ପୋଖରୀ ଅଞ୍ଚଳର ହୋଇଥିବାରୁ ଉକ୍ତ ଅଞ୍ଚଳକୁ ସୁଲ କରାଯିବା ପାଇଁ କାର୍ଯ୍ୟ ଚାଲୁଛି ବୋଲି କହିଛନ୍ତି ଜିଲ୍ଲାପାଳ ।  ଏହାସହ ଅଭିଯୁକ୍ତ ପଜିଟିଭ ଜଣକ କାହା କାହା ସହ ମିସିଛନ୍ତି ସେ ନେଇ ଏବେ କଣ୍ଟାକ୍ଟ ଟ୍ରେସିଂ ଚାଲୁଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟ ସବୁ ଜୋନ୍‌ରେ ଗଡ଼ିବ ବସ୍

ଅମ୍ଫାନ୍‌ ନୁହେଁ ଉମ୍‌-ପୁନ୍, କାହିଁକି ଏଭଳି ନାମ କରଣ ?

ଭୁବନେଶ୍ୱର: ଏଣିକି ଅମ୍ଫାନ୍‌ ନୁହେଁ ଉମ୍‌-ପୁନ୍‌ । ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ମୁହାଁ ସାମୁଦ୍ରିକ ଝଡ଼ ଅମ୍ଫାନ ଏକ ଭିନ୍ନ କାରଣରୁ ଚର୍ଚ୍ଚିତ ହୋଇଛି । ଏହାକୁ କେବଳ ଅମ୍ଫାନ ବୋଲି କୁହାଯାଉ ନାହିଁ । ଲିଖିତ ଭାବେ ଏହି ସାମୁଦ୍ରିକ ଝଡ଼କୁ ଅମ୍ଫାନ କୁହାଯାଉଥିବା ବେଳେ, ଉଚ୍ଚାରଣ ଦୃଷ୍ଟିରୁ ଏହାକୁ ଉମ୍-ପୁନ୍ ବୋଲି କୁହାଯିବ । ଏ ସମ୍ପର୍କିତ କେତେକ ତଥ୍ୟ ଆଧାର କରି ରବିବାର ଏହି ସୂଚନା ଦିଆଯାଇଛି ।

ନିକଟ ଅତୀତରେ ସଙ୍ଗଠିତ ହୋଇ ତାଣ୍ଡବ ରଚିଥିବା ଏକାଧିକ ସାମୁଦ୍ରିକ ଝଡ଼ର ଉଚ୍ଚାରଣ ଏବଂ ନାମ ସମାନ ରହିଥିଲା । ହେଲେ ଅମ୍ଫାନରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି । ସାଧାରଣତଃ ଯେଉଁ ସ୍ଥାନରୁ ବତ୍ୟାର ଉତ୍ପତି ହୋଇଥାଏ ସେଠାକାର ବୈଜ୍ଞାନିକ ଏହାର ନାମ କରଣ କରିଥାନ୍ତି ନିଜ ଭାଷାରେ । ତେଣୁ ସାଧାରଣତଃ ଆମେ ଏହି ବତ୍ୟାକୁ ଅମ୍ଫାନ୍‌ ବେଲି ଉଚାରଣ କରୁଥିବା ବେଳେ ଏହାର ଉଚ୍ଚାରଣ ଉମ୍‌-ପୁନ୍‌ ବୋଲି ସ୍ପଷ୍ଟ କରାଯାଇଛି ।

ଗତ ଏପ୍ରିଲ ମାସରେ ଆଇଏମ୍‌ଡି ଦ୍ୱାରା ୧୬୯ ସାମୁଦ୍ରିକ ଝଡର ନାମ ପ୍ରକାଶ କରାଯାଇଥିଲା । ୧୩ ଗୋଟି ଦେଶ ପକ୍ଷରୁ ୧୩ ଗୋଟି ପସ୍ତାବ ପରେ ଏପରି ନାମକରଣ କରାଯାଇଛି । ନିକଟରେ ନାମକରଣ କରାଯାଇଥିବା ଅମ୍ଫାନ ମଧ୍ୟ ତନ୍ମଧ୍ୟରୁ ଅନ୍ୟତମ । ଏହା ବଙ୍ଗୋପ ସାଗରର ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଛି ।

ବଲାଙ୍ଗିରରେ ପୁଣି ୨ କରୋନା ସଂକ୍ରମିତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୮୩୦କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।  ବଲାଙ୍ଗିରରେ ପୁଣି ୨ କରୋନା ସଂକ୍ରମିତ ଚିହ୍ନଟ । ଦୁଇ ଜଣ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତଗତ ବନ୍ଧପଡ଼ା ପଞ୍ଚାୟତ ଅଞ୍ଚଳର । ଆକ୍ରାନ୍ତ ଦୁଇ ଜଣ ସୁରତ  ଫେରନ୍ତା ବୋଲି ଜଣାପଡ଼ିଛି । ଗତ ୮ତାରିଖରେ ସୁରତରୁ ଫେରି ଥିଲେ ଦୁଇଜଣ  । ସୁରତରୁ ଫେରି କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।

ସଂକ୍ରମିତ ଚିହ୍ନଟ ହେବା ପରେ ଦୁଇ ଜଣଙ୍କୁ ଭୁବନେଶ୍ୱର କିମସ୍ କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତରୀତ କରାଯାଇଛି । ଏହାସହ ବଲାଙ୍ଗିରରେ ସଂକ୍ରମିତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଗତକାଲି ବଲାଙ୍ଗିରରୁ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଙ୍କ ସୂଚନା ଦେଇଛନ୍ତି । ତେବେ ଓଡ଼ିଶାରେ ଏବେ କରୋନା ମୋଟ ସଂଖ୍ୟା ୮୩୦ ଥିବା ବେଳେ ସକ୍ରିୟ ରହିଛନ୍ତି ୬୦୬ । ସେହିଭଳି ୨୨୦ଜଣ ସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି ।

କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟ ସବୁ ଜୋନ୍‌ରେ ଗଡ଼ିବ ବସ୍

ଦୀଘା ଓ ହାତୀୟା ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା, ଉତ୍ତର ଓଡ଼ିଶା ହେବ ପ୍ରଭାବିତ…

ଭୁବନେଶ୍ୱର: ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ଅମ୍ଫାନ୍‌ । ପାରାଦୀପଠାରୁ ୯୬୦ କିଲୋମିଟର ଦୂରରେ ଏହା ରହିଛି।  ଗତ ୬ ଘଣ୍ଟାରେ ଘଣ୍ଟାକୁ ୫ କିଲୋମିଟର ବେଗରେ ଏହା ଗତି କରୁଛି । ଆଗାମୀ ୨୪ଘଣ୍ଟାରେ ଏହା ତୀବ୍ରତର ହେବ । ଆସନ୍ତା ୧୨ଘଣ୍ଟା ମଧ୍ୟରେ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବ ଅମ୍ଫାନ । ଆଜି ସଂଧ୍ୟା ସୁଦ୍ଧା ରିକର୍ଭ ହେବାର ଥିଲା । ତେବେ ଏଥିପାଇଁ ଆହୁରି ୧୨ ଘଣ୍ଟା ସମୟ ଲାଗିପାରେ ।

ପାଣିପାଗ ବିଭାଗ ସୂଚନା ଅନୁସାରେ ଏହା ପଶ୍ଚିମବଙ୍ଗ ଦିଘାରୁ ବାଂଲାଦେଶ ହାତିଆ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ । ଏହାର ଗତିପଥରେ ବାରମ୍ବାର ପରିବର୍ତ୍ତନ ହେଉଛି । ଯେତେବେଳେ ଏହା ସ୍ଥଳଭାଗ ଛୁଇଁବ ଏହା ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଥିବ। ଆସନ୍ତାକାଲି ମଧ୍ୟରାତ୍ରୀରୁ ୧୯ ତାରିଖ ଦିନ ସମୁଦ୍ର ମଧ୍ୟରେ ଏକ୍ସଟ୍ରିମ୍‌ ସିଭିଅର ସାଇକ୍ଲୋନିକ ଷ୍ଟର୍ମ ହୋଇ ରହିବ । ଆସନ୍ତାକାଲି ସଂଧ୍ୟାରୁ କୋଷ୍ଟାଲ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହେବ। ୨୦ରେ ଉତ୍ତର ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷିବ ।

୧୮ ତାରିଖରେ ପବନ ବେଗ ଘଣ୍ଟାକୁ ୪୫ରୁ ୫୫ କିମି ରହିବ । ୧୯ରେ ଏହା ୭୫ରୁ ୮୦ କିଲୋମିଟରକୁ ବୃଦ୍ଧି ପାଇବ। ୨୦ ତାରିଖରେ ଏହାର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୩୫ କିଲୋମିଟର ଯାଏଁ ହେବା ସମ୍ଭାବନା ରହିଛି । ଓଡ୍ରାଫର ୧୫ଟି ଟିମ୍‌ ଓ ଏନ୍‌ଡିଆରଏଫ୍‌ର ୧୦ଟି ଟିମ୍‌କୁ ପ୍ରଭାବିତ ଜିଲ୍ଲାରେ ମୁତୟନ କରାଯାଇଛି । ଆଗକୁ ଆହୁରି କରାଯିବା ଲାଗି ବ୍ୟବସ୍ଥା କରାଯାଉଠି । ଅତ୍ୟାବଶ୍ୟକ ଜିନିଷ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି। ତେଣୁ ଲୋକଙ୍କୁ ଭୟଭୀତ ନହବୋକୁ ଏସଆରସି ପରାମର୍ଶ ଦେଇଛନ୍ତି।

ଇସ୍ରାଏଲ୍‌ରେ ଚାଇନା ରାଷ୍ଟ୍ରଦୂତଙ୍କ ସନ୍ଦେହଜନକ ମୃତ୍ୟୁ…

ଇସ୍ରାଏଲରେ ଚୀନର ରାଷ୍ଟ୍ରଦୂତ ଡୁ ୱାଇଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଚାଇନା ରାଷ୍ଟ୍ରଦୂତଙ୍କ ମୃତଦେହ ହର୍ଟଜାଲିଆସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଛି । ଇସ୍ରାଏଲର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହି ଘଟଣାକୁ ନେଇ ସ୍ପଷ୍ଟ କରିଛି । ଅନ୍ୟପଟେ ଏହି ଘଟଣା ପରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଇସ୍ରାଏଲରେ ନୂତନ ସରକାରଙ୍କ ଶପଥ ଗ୍ରହଣ ପୂର୍ବରୁ ଅନେକ ବାଦ ବିବାଦ ଦେଖାଦେଇଥିବା ବେଳେ ଏହି ଖବର ସାମ୍ନାକୁ ଆସିଛି । ଖବର ଅନୁଯାୟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ତେବେ ଚୀନ୍ ଦୂତାବାସ ପକ୍ଷରୁ ଏବେ ସୁଦ୍ଧା ଏନେଇ କୌଣସି ବିବୃତ୍ତି ଦିଆଯାଇନାହିଁ ।

ଇସ୍ରାଏଲ୍ ଗଣମାଧ୍ୟମ ଅନୁଯାୟୀ ଚୀନ୍ ରାଷ୍ଟ୍ରଦୂତ ଡୁ ୱେଇଙ୍କ ଘରେ କୌଣସି ହିଂସାତ୍ମକ ଘଟଣା ଘଟିଥିବାର ଦେଖିବାକୁ ମିଳି ନାହିଁ । ତଦନ୍ତରେ ଜଡିତ ଥିବା ବ୍ୟକ୍ତିମାନେ ସନ୍ଦେହ କରୁଛନ୍ତି ଯେ, ରାଷ୍ଟ୍ରଦୂତଙ୍କ ମୃତ୍ୟୁ ହୃଦ୍‌ଘାତ ହେତୁ ହୋଇଥାଇପାରେ । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସ୍ପଷ୍ଟ କାରଣ ଜଣା ପଡିନାହିଁ ।

୫୮ ବର୍ଷୀୟ ୱାଇଙ୍କ ମୃତଦେହ ତାଙ୍କ ଶେଜରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ତାଙ୍କର ପତ୍ନୀ ଏବଂ ଗୋଟିଏ ପୁଅ ରହିଛନ୍ତି । ଫେବୃଆରୀରେ ସେ ଇସ୍ରାଏଲରେ ଚୀନ୍‌ର ଦୂତ ଭାବରେ ନିଯୁକ୍ତ ହୋଇଥିଲେ ।

ଦୀର୍ଘ ଦିନ ଧରି ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।

ଅଭିଯୁକ୍ତଙ୍କୁ କରୋନା ପରେ, କ୍ୱାରେଣ୍ଟାଇନ୍‌ରେ ପୁରା ଥାନା‌…

ପୁରୀ: ଅଭିଯୁକ୍ତଙ୍କଠାରେ କରୋନା ପଜିଠିଭ ହେଲା ଚିହ୍ନଟ । ପୁରୀ କୁମ୍ଭାରପଡ଼ା ଥାନାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଏହାପରେ ସମସ୍ତ ଷ୍ଟାଫ୍‌ଙ୍କୁ କ୍ୱାରେଣ୍ଟାଇନ୍‌କୁ ପଠାଯାଇଥିବା ସୂଚନା ମିଳୁଛି । ୨୭ରୁ ୩୦ଜଣ ଅଧିକାରୀଙ୍କୁ କ୍ୱାରେଣ୍ଟାଇନ୍‌ ହୋମକୁ ପଠାଯାଇଛି । ୨ଦିନ ତଳେ ଜଣେ ଅଭିଯୁକ୍ତଙ୍କୁ ଥାନାକୁ ଅଣାଯାଇଥିଲା । ତାଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଥିବା ଅନୁମାନ କରାଯାଉଛି । ଥାନାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ପଠାଇବା ପରେ ସମଗ୍ର ଥାନାକୁ ସାନିଟାଇଜ୍‌ କରାଯାଇଛି । ଏଥିସହ ନୂଆ କର୍ମଚାରୀ ଓ ଅଧିକାରୀ ଏଠାରେ କାମ କରିବେ।

ସୂଚନା ଅନୁଯାୟୀ, ଦୁଇ ଦିନ ପୂର୍ବରୁ ଗଣ୍ଡୋଗଳରେ ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ କରେ ଉକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ମଧ୍ୟ କରାଯାଇଥିଲା । ତାଙ୍କର ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲକୁ ପଠାଯାଇଥିଲା । ତେବେ ତାଙ୍କର ସ୍ୱାବ୍‌ ଟେଷ୍ଟ ପଜିଟିଭ ଆସିବା ପରେ ଅଭିଯୁକ୍ତଙ୍କୁ କରୋନା ହୋଇଛି ବୋଲି ଅନୁମାନ କରାଯାଉଛି । ଏନେଇ ପୁରା ଥାନାକୁ ଅଗ୍ନିସମ ବିଭାଗ ସାନିଟାଇଜ କରାଯାଇଛି ।

ସେପଟେ ସାନିଟାଇଜ ପରେ କୁମ୍ଭାରପଡ଼ା ଥାନାକୁ ନୂଆ ଅସ୍ଥାୟୀ କର୍ମଚାରୀମାନେ ଆସିବେ ବୋଲି ସୂଚନା ରହିଛି । ଅଭିଯୁକ୍ତ ଜଣକ ନରେନ୍ଦ୍ରକୋଣ ଅଞ୍ଚଳର ହୋଇଥିବାରୁ ସେ ଅଞ୍ଚଳକୁ ପୁରା ସାନିଟାଇଜ କରାଯିବ ବୋଲି କୁହାଯାଉଛି । ତେବେ ପ୍ରାଥମିକ ପର୍ଯ୍ୟାୟ ପରେ ପଜିଟିଭ ଆସିଥିବେ ଅଭିଯୁକ୍ତଙ୍କ ସହ ମିସିଥିବା ଜଜଙ୍କ ଘର ମଧ୍ୟ ସାନିଟାଇଜ ହେବାର ବ୍ୟବସ୍ଥା ରହିଛି । ତେବେ ତାଙ୍କ ସହ କିଏ କିଏ ମିସିଛନ୍ତି ତାହା ପରବର୍ତ୍ତି ମୁହୂର୍ତ୍ତରେ ତଦନ୍ତ କରାଯାଇ ଜଣାପଡ଼ିବ ବୋଲି ସୂଚନା ମିଳିଛି ।

କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟ ସବୁ ଜୋନ୍‌ରେ ଗଡ଼ିବ ବସ୍

ଲକ୍‌ଡାଉନ୍‌ ୪.୦ରେ ୩ ନୁହେଁ ୫ ଜୋନ୍‌…

ନୂଆଦିଲ୍ଲୀ: କରୋନା ଭାଇରସ୍‌ ବିସ୍ତାରକୁ ରୋକିବା ପାଇଁ କେନ୍ଦ୍ରର ମୋଦି ସରକାର ଦେଶବ୍ୟାପୀ ଲକଡାଉନ୍ ୪.୦ କୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତେବେ ଏଥର ଲକ୍‌ଡାଉନ୍‌ରେ ଦେଶରେ ୩ ବଦଳରେ ୫ଟି ଜୋନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ରେଡ୍‌ ଜୋନ୍, ଗ୍ରୀନ୍‌ ଏବଂ ଅରେଞ୍ଜ ଜୋନ୍ ବ୍ୟତୀତ ବଫର୍ ଜୋନ୍ ଏବଂ କଣ୍ଟେନ୍‌ମେଣ୍ଟ ଜୋନ୍ ଅନ୍ତର୍ଭୁକ୍ତ ।

ଏହି ପାଞ୍ଚଟି ଜୋନ୍ ଉପରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମାତ୍ର ତିନୋଟି ଜୋନ୍‌ ରହିଥିଲା । ଯଥା:- ରେଡ୍‌ ଜୋନ୍, ଗ୍ରୀନ୍ ଜୋନ୍ ଏବଂ ଅରେଞ୍ଜ ଜୋନ୍ । ରବିବାର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ଆଉ ଦୁଇ ନୂଆ ଜୋନ୍‌ ଯୋଡ଼ିବାକୁ କୁହାଯାଇଛି ।

ଏହି ଅନୁଯାୟୀ, ଲକଡାଉନ୍ ୪.୦ ସମୟରେ ମେଟ୍ରୋ ଏବଂ ବିମାନର କାର୍ଯ୍ୟକୁ ଅନୁମତି ଦିଆଯାଇ ନାହିଁ । ତେଣୁ ମେ ୩୧ ପର୍ଯ୍ୟନ୍ତ ମେଟ୍ରୋ ଚାଲିବା ଏବଂ ଘରୋଇ ତଥା ବିଦେଶୀ ଯାତ୍ରୀବାହୀ ବିମାନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ । ତେବେ ଘରୋଇ ଚିକିତ୍ସା ସେବା, ଘରୋଇ ଏୟାର ଆମ୍ବୁଲାନ୍ସ ଏବଂ ସୁରକ୍ଷା ବ୍ୟବସ୍ଥା ପାଇଁ ବିମାନ ଅନୁମତି ଦିଆଯିବ ।

ଲକ୍‌ଡାଉନ୍ ୪.୦ ସମୟରେ ସ୍କୁଲ, କଲେଜ, ରେଷ୍ଟୁରାଣ୍ଟ, ହୋଟେଲ, ସିନେମା ହଲ୍, ମଲ୍, ସୁଇମିଂ ପୁଲ୍, ପ୍ରେକ୍ଷାଳୟ ଏବଂ ବାରଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିବ । ସ୍କୁଲ ଏବଂ କଲେଜଗୁଡ଼ିକୁ ଅନ୍‌ଲାଇନ୍‌ରେ ଅଧ୍ୟୟନ କରିବାକୁ ଅନୁମତି ଦିଆଯିବ ।