ବଲାଙ୍ଗିରରେ ପୁଣି ୨ କରୋନା ସଂକ୍ରମିତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୮୩୦କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।  ବଲାଙ୍ଗିରରେ ପୁଣି ୨ କରୋନା ସଂକ୍ରମିତ ଚିହ୍ନଟ । ଦୁଇ ଜଣ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତଗତ ବନ୍ଧପଡ଼ା ପଞ୍ଚାୟତ ଅଞ୍ଚଳର । ଆକ୍ରାନ୍ତ ଦୁଇ ଜଣ ସୁରତ  ଫେରନ୍ତା ବୋଲି ଜଣାପଡ଼ିଛି । ଗତ ୮ତାରିଖରେ ସୁରତରୁ ଫେରି ଥିଲେ ଦୁଇଜଣ  । ସୁରତରୁ ଫେରି କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।

ସଂକ୍ରମିତ ଚିହ୍ନଟ ହେବା ପରେ ଦୁଇ ଜଣଙ୍କୁ ଭୁବନେଶ୍ୱର କିମସ୍ କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତରୀତ କରାଯାଇଛି । ଏହାସହ ବଲାଙ୍ଗିରରେ ସଂକ୍ରମିତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଗତକାଲି ବଲାଙ୍ଗିରରୁ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଙ୍କ ସୂଚନା ଦେଇଛନ୍ତି । ତେବେ ଓଡ଼ିଶାରେ ଏବେ କରୋନା ମୋଟ ସଂଖ୍ୟା ୮୩୦ ଥିବା ବେଳେ ସକ୍ରିୟ ରହିଛନ୍ତି ୬୦୬ । ସେହିଭଳି ୨୨୦ଜଣ ସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି ।

କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟ ସବୁ ଜୋନ୍‌ରେ ଗଡ଼ିବ ବସ୍

Leave a Reply