ଅଭିଯୁକ୍ତଙ୍କୁ କରୋନା ପରେ, କ୍ୱାରେଣ୍ଟାଇନ୍‌ରେ ପୁରା ଥାନା‌…

ପୁରୀ: ଅଭିଯୁକ୍ତଙ୍କଠାରେ କରୋନା ପଜିଠିଭ ହେଲା ଚିହ୍ନଟ । ପୁରୀ କୁମ୍ଭାରପଡ଼ା ଥାନାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଏହାପରେ ସମସ୍ତ ଷ୍ଟାଫ୍‌ଙ୍କୁ କ୍ୱାରେଣ୍ଟାଇନ୍‌କୁ ପଠାଯାଇଥିବା ସୂଚନା ମିଳୁଛି । ୨୭ରୁ ୩୦ଜଣ ଅଧିକାରୀଙ୍କୁ କ୍ୱାରେଣ୍ଟାଇନ୍‌ ହୋମକୁ ପଠାଯାଇଛି । ୨ଦିନ ତଳେ ଜଣେ ଅଭିଯୁକ୍ତଙ୍କୁ ଥାନାକୁ ଅଣାଯାଇଥିଲା । ତାଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଥିବା ଅନୁମାନ କରାଯାଉଛି । ଥାନାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ପଠାଇବା ପରେ ସମଗ୍ର ଥାନାକୁ ସାନିଟାଇଜ୍‌ କରାଯାଇଛି । ଏଥିସହ ନୂଆ କର୍ମଚାରୀ ଓ ଅଧିକାରୀ ଏଠାରେ କାମ କରିବେ।

ସୂଚନା ଅନୁଯାୟୀ, ଦୁଇ ଦିନ ପୂର୍ବରୁ ଗଣ୍ଡୋଗଳରେ ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ କରେ ଉକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ମଧ୍ୟ କରାଯାଇଥିଲା । ତାଙ୍କର ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲକୁ ପଠାଯାଇଥିଲା । ତେବେ ତାଙ୍କର ସ୍ୱାବ୍‌ ଟେଷ୍ଟ ପଜିଟିଭ ଆସିବା ପରେ ଅଭିଯୁକ୍ତଙ୍କୁ କରୋନା ହୋଇଛି ବୋଲି ଅନୁମାନ କରାଯାଉଛି । ଏନେଇ ପୁରା ଥାନାକୁ ଅଗ୍ନିସମ ବିଭାଗ ସାନିଟାଇଜ କରାଯାଇଛି ।

ସେପଟେ ସାନିଟାଇଜ ପରେ କୁମ୍ଭାରପଡ଼ା ଥାନାକୁ ନୂଆ ଅସ୍ଥାୟୀ କର୍ମଚାରୀମାନେ ଆସିବେ ବୋଲି ସୂଚନା ରହିଛି । ଅଭିଯୁକ୍ତ ଜଣକ ନରେନ୍ଦ୍ରକୋଣ ଅଞ୍ଚଳର ହୋଇଥିବାରୁ ସେ ଅଞ୍ଚଳକୁ ପୁରା ସାନିଟାଇଜ କରାଯିବ ବୋଲି କୁହାଯାଉଛି । ତେବେ ପ୍ରାଥମିକ ପର୍ଯ୍ୟାୟ ପରେ ପଜିଟିଭ ଆସିଥିବେ ଅଭିଯୁକ୍ତଙ୍କ ସହ ମିସିଥିବା ଜଜଙ୍କ ଘର ମଧ୍ୟ ସାନିଟାଇଜ ହେବାର ବ୍ୟବସ୍ଥା ରହିଛି । ତେବେ ତାଙ୍କ ସହ କିଏ କିଏ ମିସିଛନ୍ତି ତାହା ପରବର୍ତ୍ତି ମୁହୂର୍ତ୍ତରେ ତଦନ୍ତ କରାଯାଇ ଜଣାପଡ଼ିବ ବୋଲି ସୂଚନା ମିଳିଛି ।

କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟ ସବୁ ଜୋନ୍‌ରେ ଗଡ଼ିବ ବସ୍

Leave a Reply