ଅମ୍ଫାନ୍‌ ନୁହେଁ ଉମ୍‌-ପୁନ୍, କାହିଁକି ଏଭଳି ନାମ କରଣ ?

1 min read

ଭୁବନେଶ୍ୱର: ଏଣିକି ଅମ୍ଫାନ୍‌ ନୁହେଁ ଉମ୍‌-ପୁନ୍‌ । ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ମୁହାଁ ସାମୁଦ୍ରିକ ଝଡ଼ ଅମ୍ଫାନ ଏକ ଭିନ୍ନ କାରଣରୁ ଚର୍ଚ୍ଚିତ ହୋଇଛି । ଏହାକୁ କେବଳ ଅମ୍ଫାନ ବୋଲି କୁହାଯାଉ ନାହିଁ । ଲିଖିତ ଭାବେ ଏହି ସାମୁଦ୍ରିକ ଝଡ଼କୁ ଅମ୍ଫାନ କୁହାଯାଉଥିବା ବେଳେ, ଉଚ୍ଚାରଣ ଦୃଷ୍ଟିରୁ ଏହାକୁ ଉମ୍-ପୁନ୍ ବୋଲି କୁହାଯିବ । ଏ ସମ୍ପର୍କିତ କେତେକ ତଥ୍ୟ ଆଧାର କରି ରବିବାର ଏହି ସୂଚନା ଦିଆଯାଇଛି ।

ନିକଟ ଅତୀତରେ ସଙ୍ଗଠିତ ହୋଇ ତାଣ୍ଡବ ରଚିଥିବା ଏକାଧିକ ସାମୁଦ୍ରିକ ଝଡ଼ର ଉଚ୍ଚାରଣ ଏବଂ ନାମ ସମାନ ରହିଥିଲା । ହେଲେ ଅମ୍ଫାନରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି । ସାଧାରଣତଃ ଯେଉଁ ସ୍ଥାନରୁ ବତ୍ୟାର ଉତ୍ପତି ହୋଇଥାଏ ସେଠାକାର ବୈଜ୍ଞାନିକ ଏହାର ନାମ କରଣ କରିଥାନ୍ତି ନିଜ ଭାଷାରେ । ତେଣୁ ସାଧାରଣତଃ ଆମେ ଏହି ବତ୍ୟାକୁ ଅମ୍ଫାନ୍‌ ବେଲି ଉଚାରଣ କରୁଥିବା ବେଳେ ଏହାର ଉଚ୍ଚାରଣ ଉମ୍‌-ପୁନ୍‌ ବୋଲି ସ୍ପଷ୍ଟ କରାଯାଇଛି ।

ଗତ ଏପ୍ରିଲ ମାସରେ ଆଇଏମ୍‌ଡି ଦ୍ୱାରା ୧୬୯ ସାମୁଦ୍ରିକ ଝଡର ନାମ ପ୍ରକାଶ କରାଯାଇଥିଲା । ୧୩ ଗୋଟି ଦେଶ ପକ୍ଷରୁ ୧୩ ଗୋଟି ପସ୍ତାବ ପରେ ଏପରି ନାମକରଣ କରାଯାଇଛି । ନିକଟରେ ନାମକରଣ କରାଯାଇଥିବା ଅମ୍ଫାନ ମଧ୍ୟ ତନ୍ମଧ୍ୟରୁ ଅନ୍ୟତମ । ଏହା ବଙ୍ଗୋପ ସାଗରର ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଛି ।

Leave a Reply