ଦେଶରେ କରୋନା ପ୍ରକୋପ ଜାରି… ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା… ଗତ ଘଣ୍ଟାରେ ସର୍ବାଧିକ ମାମଲା… ବିଶ୍ୱରେ ଆମେରିକା ପରେ ବ୍ରାଜିଲ ବଢୁଛି ସଂଖ୍ୟା… ଏପଟେ ହ୍ର।ଇଡୋକ୍ସିକ୍ଲୋରୋକୁଇନ୍ର ଟ୍ରାଏଲ ପାଇଁ ମନାକଲା ଡବ୍ଲୁଏଚଓ
ନିଜର ସନ୍ତାନର କାମକୁ ନେଇ ଅଶାନ୍ତିରେ ରହିବେ… ଧନଲାଭର ଯୋଗ ରହିଛି
ଆଜିର ପଞ୍ଚାଙ୍ଗ
ମେ ୨୬, ୨୦୨୦ ମସିହା, ବୃଷ ୧୩ ଦିନ,
୧୯୪୨ଶକାଦ୍ଦଃ,୧୪୨୭ ସାଲ୍, ୨୦୭୭ ସମ୍ବତ୍
ଜ୍ୟେଷ୍ଠ ମାସ,ଶୁକ୍ଳପକ୍ଷ,ଚତୁର୍ଥୀ ତିଥି, ମଙ୍ଗଳବାର
ଆର୍ଦ୍ରା ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି
ଯୋଗିନୀ ନୈଋତ ଦିଗରେ ରହିବେ ରାତି ୧ ଟା ୧୨ ପର୍ଯ୍ୟନ୍ତ
ଏହା ପରେ ଯୋଗିନୀ ଦକ୍ଷିଣେ ରେ ରହିବେ
ମକର ରାଶିର ଘାତବାର
ବିଛା,କୁମ୍ଭ ରାଶି ମହିଳାଙ୍କର ଘାତଚନ୍ଦ୍ର
ଶୁଭ ସମୟ- ଦିନ ୮ ଟା ୪୬ ଠାରୁ ଦିନ ୧୧ ଟା ୧୮
ଅଶୁଭ ସମୟ- ସକାଳ ୬ ଟା ୪୮ ରୁ ଦିନ ୮ ଟା ୨୬ ମଧ୍ୟରେ
ଆଜି ମୂଳା ବାଇଗଣ ଖାଇବା ମନା
ମେଷ ରାଶି
ଅଶ୍ୱନୀ- ଅନୁଭୂତିରୁ ଅନେକ ଶିକ୍ଷା ଲାଭ ହେବ
ଦ୍ୱିଜା- ପରିବାରରେ ନୂଆ ଅତିଥିଙ୍କ ଆଗମନ କୁ ନେଇ ଖୁସି ରହିବେ
କୃତ୍ତିକା- ଭୂମି କିଣାବିକାରେ ଅର୍ଥ କାରବାର କରନ୍ତୁ ନାହିଁ
ଗୁଡ ଓ ଅଟା ପିମ୍ପୁଡିଙ୍କୁ ଖାଇବାକୁ ଦେବେ
ବୃଷ ରାଶି
କୃତ୍ତିକା- ଛୋଟ କଥାକୁ ନେଇ ପରିବାର ଅଶାନ୍ତି ଦେଖାଦେବ
ରୋହିଣୀ- ସୋସିଆଲ ମେଡିଆରେ ପ୍ରଶଂସା ମିଳିବ
ମୃଗଶିରା- ଭାବପ୍ରବଣ ସହିତ କେହି ଧୋକା ଦେବେ , ସତର୍କ ରୁହନ୍ତୁ
ଦହି ଜଳରେ ସ୍ନ।ନ କରିଲେ ଶୁଭ ରହିବ
ମିଥୁନ ରାଶି
ମୃଗଶିରା- ସଭାସମିତିରେ ପ୍ରଶଂସା ମିଳିବ
ଆର୍ଦ୍ରା- ଦିନଟିରେ ସତର୍କତା ଅବଲମ୍ବନ କରନ୍ତୁ , ବିପଦ ରହିଛି
ପୁନର୍ବସୁ- ଜମିକୁ ନେଇ ବିବାଦ ଦେଖାଦେଇପାରେ, ଜଗିରଖି ଚଳନ୍ତୁ
ନିଜର ଇଛାକୁ ଏକ ବରପଚ୍ରରେ ସିନ୍ଦୁରରେ ଲେଖି ସ୍ରୋତ ନଦୀରେ ଭସାଇ ଦିଅନ୍ତୁ
କର୍କଟ ରାଶି
ପୁନର୍ବସୁ- ପୂର୍ବରୁ ରହଥିବା ପାରିବାରିକ ସମସ୍ୟା ସମାଧାନ ହେବ
ପୁଷ୍ୟ।- ଅଚାନକ ଧନଲାଭର ଯୋଗ ରହିଛି
ଅଶ୍ଳେଷା- ଫୋନ, ଗାଡି କିଣାକିଣି ପାଇଁ ସୁଯୋଗ ମିଳିବ, ଫାଇଦା ନିଅନ୍ତୁ
ବେଲପତ୍ରରେ ସିନ୍ଦୁର ଲଗାଇ ମା’ଦୁର୍ଗାଙ୍କୁ ଅର୍ପଣ କରନ୍ତୁ
ସିଂହ ରାଶି
ମଘା- ପରିଶ୍ରମ ଯୋଗୁ ମିଳିଥିବା ଧନର ସଦୁପୋଯୋଗ କରନ୍ତୁ
ପୂର୍ବା ଫାଲଗୁନି- ସାମାଜିକ ପ୍ରତିଷ୍ଠା ପାଇପାରନ୍ତି
ଉତ୍ତରାଫାଲଗୁନି- ଅନାବଶ୍ୟକ ଚିନ୍ତା ମନକୁ ଆହୁରି ଅଶାନ୍ତି କରିଦେବ
ଶ୍ରୀଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ
କନ୍ୟା ରାଶି
ଉତ୍ତରଫାଲଗୁନି- ଅଫିସରେ ଯୁକ୍ତିତର୍କ ହୋଇପାରେ, ସତର୍କ ରହିବେ
ହସ୍ତା- କିଛି ସୁନା ହଜିଯିବାର ସମ୍ଭାବନା ରହିଛି
ଚିତ୍ରା- ଭାତୃ ବିବାଦ ବହୁତ କଷ୍ଟ ଦେବ, ସମାଧାନ ପାଇଁ ଚେଷ୍ଟା କରନ୍ତୁ
ଦୁର୍ଗା କବଚ ପାଠ ଆପଣଙ୍କୁ ଶୁଭ ଫଳ ଆଣିଦେବ
ତୁଳା ରାଶି
ଚିତ୍ରା – ସନ୍ତାନ ଚିନ୍ତା ଲାଗିରହିବ,
ସ୍ୱାତୀ- ଶରୀରରେ ଆଘାତ ଲାଗିପାରେ, ଜଗିରଖି ଚଳନ୍ତୁ
ବିଶାଖା- ଧନ ଲାଭର ସୂଚନା ରହିଛି
ମା’ଦୁର୍ଗାଙ୍କୁ ଧ୍ୟାନର ସହ ପୂଜା କରନ୍ତୁ
ବିଛା ରାଶି
ବିଶାଖା- ବନ୍ଧୁଙ୍କ ଦ୍ଵାରା ସାହାଯ୍ୟ ସହଯୋଗ ପାଇପାରନ୍ତି
ଅନୁରାଧା- ନିଜର ସନ୍ତାନର କାମକୁ ନେଇ ଅଶାନ୍ତିରେ ରହିବେ
ଜ୍ୟେଷ୍ଠା- ମାତାପିତାଙ୍କ ଆଶିର୍ବାଦ ଓ ଉପହାର ପ୍ରାପ୍ତି
ହନୁମାନଷ୍ଟକ ପାଠ କରନ୍ତୁ
ଧନୁ ରାଶି
ମୂଳା- ଦୂର ଯାତ୍ରାଠାରୁ ଦୂରେଇ ରୁହନ୍ତୁ
ପୂର୍ବାଷାଢା- ନାରୀଙ୍କଠାରୁ ବଦନାମ ହେବାକୁ ପଡିପାରେ
ଉତ୍ତରାଷାଢା- ବିଦ୍ୟାର୍ଥି ମାନଙ୍କର ପାଠପଢାରେ ଉନ୍ନତି ରହିବ
ଛୋଟ ପିଲାଙ୍କୁ ମିଠା ବାଣ୍ଟନ୍ତୁ
ମକର ରାଶି
ଉତ୍ତରାଷାଢ- ରୋଷେଇ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ
ଶ୍ରବଣା- ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ
ଧନିଷ୍ଠା- ପସନ୍ଦର ବିବାହ ପ୍ରସ୍ତାବ ଠିକ ହେବ
ନାରୀକୁ ପ୍ରସାଧନ ସାମଗ୍ରୀ ଉପହାର ଦିଅନ୍ତୁ
କୁମ୍ଭ ରାଶି
ଧନିଷ୍ଠା- କାହାରି ଇର୍ଷାରେ ସମାଲୋଚିତ ହେବେ
ଶତଭିଷା- ପାରିବାରିକ ଝଡ ସ୍ନେହର ରୂପ ନେବ
ପୂର୍ବଭାଦ୍ରପଦ- କିଛି ସୌଖୀନ ଜିନିଷ କିଣିବାର ସୁଯୋଗ ପାଇବେ
ମାଛକୁ ଅଟାଗୁଳା ଦିଅନ୍ତୁ
ମୀନ ରାଶି
ପୂର୍ବଭାଦ୍ରପଦ- ଅନେକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ
ଉତ୍ତରଭାଦ୍ରପଦ- ନୂତନ କାର୍ଯ୍ୟ ପାଇଁ ସୁଯୋଗ ମିଳିବ
ରେବତୀ- ମେଡିଆରେ ଥିଲେ ସଫଳତା ପାଇବେ
ଡାଲଚିନି ପାଖରେ ରଖନ୍ତୁ
ଜ୍ୟୋତିର୍ବିଦ୍ ପ୍ରଜ୍ଞା ତ୍ରିପାଠୀ
ଯୋଗାଯୋଗ- 8984684801
ବଲିଉଡ ତାରକାଙ୍କ ଇଦ୍ ପାଳନ, ଫିକା କରିଦେଇଛି ଲକ୍ଡାଉନ୍…
ମୁମ୍ବାଇ: ଲକ୍ଡାଉନ୍ ଯୋଗୁଁ ସାରା ଦେଶରେ ଫିକା ପଡ଼ିଯାଇଛି ଇଦ୍ ପାଳନ । ଯେଉଁଠି ମିଠା, ସୁସ୍ୱାଦୁ ଖାଦ୍ୟ ସହ ବନ୍ଧୁ ମିଳନ ହେଉଥିଲା ସେଠି ପୁରା ଖାଁ ଖାଁ ଦେଖାଯାଇଛି । ଲକ୍ଡାଉନ୍ ଯୋଗୁଁ ନିରାଡମ୍ବର ଭାବେ ଘରେ ବସି ଇଦ୍ ପାଳନ କରିଛନ୍ତି ମୁସଲମାନ ଭାଇ ଓ ଭଉଣୀମାନେ । ନାଘରକୁ କେହି ବନ୍ଧୁ ବାନ୍ଧବ ଆସିଛନ୍ତି ନା ନିଜେ କୁଆଡ଼େ ଘରୁ ବହାରକୁ ଯାଇଛନ୍ତି । କେବଳ ନିଜ ପରିବାର ସହିତ ପାଳନ କରିଛନ୍ତି ଇଦ୍ ।
Eid Mubarak 🙏 Wishing everyone peace, prosperity, good health & safety.#StayHomeStaySafe
— Ajay Devgn (@ajaydevgn) May 25, 2020
ତେବେ ବଲିଉଡରୁ ଟିଭି ପର୍ଯ୍ୟନ୍ତ ସବୁଠି ଏହି ଭଳି ନିରାଡମ୍ବର ଭାବେ ଇଦ୍ ପାଳନ କରାଯଇଛି । କଳାକାରମାନେ ନିଜ ଅନ୍ଦାଜରେ ଇଦ୍ ମୁବାରକ୍ ଜଣାଇଛନ୍ତି । ସୋମବାର ଚଳଚ୍ଚିତ୍ର ରାପ ମାଧ୍ୟମରେ ବଲିଉଡ ତାରକାମାନେ ସମ୍ପୂର୍ଣ୍ଣ ଭିନ୍ନ ଷ୍ଚାଇଲରେ ଇଦ୍ ପାଳନ କରିଥିବା ଦେଖାଯାଇଛି । ଅନେକ ଷ୍ଚାର ମଧ୍ୟ ସେମାନଙ୍କର ଫଟୋ ଇଦ୍ ଉପଲକ୍ଷେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଓ ଫ୍ୟାନ୍ସମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
https://twitter.com/ActressAsin/status/1264741845583593473
ରବିବାର ଇଦ୍ର ଚାନ୍ଦ ଦେଖାଗଲା ଏବଂ ସମସ୍ତେ ଏହି ବିଶେଷ ଉତ୍ସବରେ ପରସ୍ପରକୁ ଅଭିନନ୍ଦନ ଜଣାଇଲେ । ଯଦିଓ ସାରା ବିଶ୍ୱରେ ଲୋକମାନେ କରୋନା ଭାଇରସ୍ ଦ୍ୱାରା ଅସୁବିଧାରେ ପଡିଛନ୍ତି । ହେଲେ ଏହି ମୁହୂର୍ତ୍ତ ପାଇଁ ସମସ୍ତ ଅସୁବିଧାକୁ ସାମାଜିକ ଦୂରତା ରଖି ଇଦ୍ ପର୍ବ ପାଳନ କରିଛନ୍ତି ।
Eid Mubarak beautiful people ! ❤️ pic.twitter.com/Fpjtz5hi4T
— Hrithik Roshan (@iHrithik) May 25, 2020
ଏହି ଅବସରରେ ଅଭିନେତା ଅନୁପମ ଖେର କହିଛନ୍ତି ଯେ, ବଲିଉଡ୍ରେ ସେ ୩୬ ବର୍ଷ ପୂରଣ କରିଛନ୍ତି ସତ, ହେଲେ ଆଜି ବି ତାଙ୍କର ପ୍ରଥମ ଚଳଚ୍ଚିତ୍ର ମନେ ରଖିଛନ୍ତି । ସେ ୮୦ ଦଶକରେ ଚଳଚ୍ଚିତ୍ର ଜଗତକୁ ଆସିଥିଲେ । ଏବଂ ସେବେଠାରୁ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି କେତେ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି ଏବଂ କେଉଁ ଭୁମିକାରେ ନିଜକୁ ପ୍ରଦର୍ଶିତ କରିଛନ୍ତି ।
https://twitter.com/AnupamPKher/status/1264763029507334144
ସେହିପରି ବଲିଉଡ୍ ଅଭିନେତା ସୋନୁ ସୁଦ୍ ପ୍ରବାସୀ ଶ୍ରମିକଙ୍କ ନିଜର ହୃଦୟ ଖୋଲିଦେଇଛନ୍ତି । ପ୍ରତିଦିନ ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ସେ ନିଜେ ଯାତ୍ରା ଖର୍ଚ୍ଚ କରି ସେମାନଙ୍କୁ ଘରକୁ ପଠାଉଛନ୍ତି । ସୋସିଆଲ ମିଡିଆରେ ସୋନୁଙ୍କୁ ସଥିପାଇଁ ଅନେକ ପ୍ରଶଂସା ମିଳିଛି ।
मेरे प्यारे श्रमिक भाइयों और बहनों. अगर आप मुंबई में है और अपने घर जाना चाहते हैं तो कृपया इस नंबर पर कॉल करें
18001213711
और बताएं आप कितने लोग हैं, कहाँ हैं अभी, और कहां जाना चाहते हैं. मैं और मेरी टीम जो भी मदद कर पाएंगे हम जरूर करेंगे. pic.twitter.com/Gik2eSCiQZ— sonu sood (@SonuSood) May 25, 2020
ସେହିପରି ଭେଟେରାନ ଅଭିନେତା ଅନିଲ କପୁର 33 ବର୍ଷର ଚଳଚ୍ଚିତ୍ର ଶ୍ରୀ ଭାରତର ମଜାଳିଆ ଉପନ୍ୟାସକୁ ମନେ ପକାଇଛନ୍ତି । ବଲିଉଡ ଅଭିନେତା ଅନିଲ କପୁର ତାଙ୍କ ଚମତ୍କାର କ୍ୟାରିୟରରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । କମେଡି ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ଆକ୍ସନ୍ ପର୍ଯ୍ୟନ୍ତ ସବୁ ଚରିତ୍ରରେ ଅଭନୟ କରିଛନ୍ତି ସେ । ହେଲେ ଫିଲ୍ମ ଶ୍ରୀ ଭାରତ ଅନିଲ କପୁରଙ୍କ କ୍ୟାରିୟରରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇ ରହିଯାଇଛି ।
ମିଶନଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ପିତୃ ବିୟୋଗ
ଭୁବନେଶ୍ୱର: ମିଶନଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍ଙ୍କ ପିତା ଅକ୍ଷୟ କୁମାର ରାଉତଙ୍କ ସୋମବାର ପରଲୋକ ଘଟିଛି । ସ୍ୱର୍ଗତ ରାଉତ ଜଣେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଭାବେ ବେଶ ପରିଚତ । ୧୯୭୨ ମସିହାରେ ସେ ଏସ୍ସିବିରୁ ଡାକ୍ତରୀ ଶିକ୍ଷା ସମାପ୍ତ କରିଥିଲେ । ଜାମ୍ସେଦପୁର ଟାଟା ନଗରରେ ସେ ଶିଶୁରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିଲେ । ଅସୁସ୍ଥ ହେବା କାରଣରୁ ତାଙ୍କୁ ଭୁବନେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ହେବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁରେ ପରିବାର ଓ ବନ୍ଧୁ ପରିଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ମାଆ ବାପା ଚାଲିଗଲା ପରେ ଏବେ ଭରସା ସାନ ଭଉଣୀ… ହେଲେ ସେ ହାଇଦ୍ରାବାଦକୁ କାମ କରିବାକୁ ଯାଇ ଫସିଯାଇଛି…
ନବରଙ୍ଗପୁର: କରୋନା ଉଜାଡ଼ିଦେଇଛି ପରିବାର । ତିନିବର୍ଷ ତଳେ ବାପା ଚାଲିଯାଇଥିଲେ, ଏବେ ମାଆ ଚାଲିଗଲା । ଘରେ ଏକା ବଡ଼ ଉଭଣୀ । ଦୂର ରାଇଜକୁ ସାନ ଭଉଣୀ ରୋଜଗାର ପାଇଁ ଯାଇ ଆଉ ଫେରିପାରୁନି । ଟଙ୍କା ପାଇଁ ହାଇଦ୍ରାବାଦରେ ବନ୍ଧା ପଡିଛି ତାର ନୀରିହ ଜୀବନ । ଆଉ ସାନ ଭଉଣୀକୁ ମୁକୁଳାଇବାକୁ ବ୍ଲକ ପ୍ରଶାସନକୁ ନିବେଦନ କରିଛି ବଡ ଭଉଣୀ ।

କରୋନା ଜ୍ୱାଳାରେ ଜାଳିହେଉଛନ୍ତି ଖଟିଖିଆ । ନବରଙ୍ଗପୁର ଚନ୍ଦାହାଣ୍ଡି କେନାଲ୍ ସାହିରେ ଦେଖିବାକୁ ମିଳିଛି କରୁଣ ଦୃଶ୍ୟ । ଅନାଦି ଚୌହ୍ଵାନ୍ ନାମକ ମହିଳା ସ୍ୱାମୀ ଚାଲିଯିବା ପରେ ୨ ଝିଅଙ୍କୁ ଧରି ବହୁ କଷ୍ଟରେ ଚଳୁଥିଲେ । ପରିବାର ଚଳାଇବା ସହ ନିଜର ଖର୍ଚ୍ଚ ଉଠାଇବା ପାଇଁ ୨ ଝିଅ ଓ ମାଆ ରୋଜଗାର କରିବାକୁ ଅଣ୍ଟା ଭିଡ଼ିଲେ । ଗାଁରେ ରହିଲେ କାମ ମିଳିବନି । ଯଦି ମିଳିବ ତାହା ପେଟକୁ ଦାନା ଯୋଗାଡ଼ କରିବାରେ ନିୟଣ୍ଟିଆ ପଡ଼ିଯିବ । ସେଥିପାଇଁ ଦୂର ରାଇଜକୁ ଯାଇ ରୋଜଗାର କରିବାକୁ ଚିନ୍ତା କରିଥିଲେ ମାଆ ଓ ଝିଅ ।

ତେବେ ସାନଝିଅ ଓ ମାଆ ହାଇଦ୍ରାବାଦର ଇଟାଭାଟିରେ କାମ କରିବା ପାଇଁ ମନସ୍ତ କଲେ, କାମ ପାଇଁ ମଧ୍ୟ ଗଲେ । ହେଲେ ମାଆର ଅଗ୍ରୀମ ଟଙ୍କା ପାଇଁ ସେଠାରେ ବନ୍ଧା ପଡ଼ିଗଲା ସାନ ଝିଅ । ହଠାତ୍ ମାଆ ଅନାଦିଙ୍କ ଦେହ ଖରାପ ହେବାରୁ ସେ ମାଲିକ ଠାରୁ କିଛି ଅଗ୍ରୀମ ଆଣିଥିଲେ । ଅଗ୍ରୀମ ଟଙ୍କା ନେଇ ନିଜ ଗାଁକୁ ଚିକିତ୍ସା ପାଇଁ ଚାଲିଆସିଲେ । ଆଣିଥିବା ଟଙ୍କା ମୋ ସାନ ଝିଅ ସୁଝିବ । ଏହା କହି ମାଲିକ ପାଖାରେ ଝିଅକୁ ଛାଡ଼ି ଆସିଲା ମାଆ । ତେବେ ଘରକୁ ଆସିବା ପରେ ଅନାଦିଙ୍କ ଦେହ ବହୁତ ଖରାପ ହୋଇଥିଲା । ବଡ ଝିଅ ଧାର କରଜ କରି ମାଆର ଚିକିତ୍ସା କରାଇଲା । ହେଲେ ସତ ଚେଷ୍ଟା ପରେ ଶେଷରେ ୪ ତାରିଖରେ ଆଖି ବୁଜିଥିଲା ମାଆ ଅନାଦି ।

ମାଆକୁ ହରାଇ ଏକା ହୋଇପଡିଛି ବଡ ଝିଅ ପ୍ରିୟଙ୍କା । ଏହାସହ ବାହାର ରାଇଜରେ ଫସିଥିବା ସାନଭଉଣୀକୁ ଫେରାଇ ଅଣିବାକୁ ପ୍ରଶାସନକୁ ବାରମ୍ବାର ନେହୁରା ମଧ୍ୟ ହେଉଛି । ସେପଟେ ପ୍ରଶାସନ ତରଫରୁ ଅସହାୟ ପରିବାରକୁ ପ୍ରାଥମିକ ପର୍ଯ୍ୟାୟରେ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଯୋଗାଇ ଦିଆଯାଇଛି । ସେପଟେ ସରକାର ତଥା ପ୍ରଶାସନ ଏହି ପରିବାର ପ୍ରତି ସହାୟତାର ହାତ ବଢାଇବା ସହ ସାନ ଝିଅଙ୍କୁ ଫେରାଇ ଆଣିବାକୁ ଦାବି ହେଉଛି ।
କୃଷି ଯନ୍ତ୍ରାଂଶ ଦୁର୍ନୀତି ମାମଲା: ରାତି ଅଧିଆ ଚାଷୀଙ୍କୁ ଧାନରୁଆ ମେସିନ୍ ଦେଲା ଶୀତଲ ଆଗ୍ରୋ ଇନପୁଟ୍ କଂପାନୀ !
ଭୁବନେଶ୍ୱର: ଉପାନ୍ତରେ କୃଷି ଯନ୍ତ୍ରାଂଶ ଦୁର୍ନୀତି ମାମଲା ଏବେ ରୋଚକ ମୋଡ଼କୁ ଆସିଛି । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଅକଳରେ ପଡ଼ିଯାଇଛନ୍ତି ସ୍ଥାନୀୟ ପ୍ରଶାସନ ଓ କଂପାନୀ କର୍ତ୍ତୃପକ୍ଷ । ରାତି ଅଧିଆ ଅଭିଯୋଗକାରୀ ଚାଷୀଙ୍କୁ ହାତଗଣତି ଯନ୍ତ୍ରାଂଶ ପ୍ରଦାନ କରିଛନ୍ତି । ମାତ୍ର ଏବେବି ଶତାଧିକ ଚାଷୀଙ୍କ ସବସିଡି ଟଙ୍କା ନେଇ ଧାନରୁଆ ଯନ୍ତ୍ର କଂପାନୀ ଦେଉନଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ବିଧାୟକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିବା ବେଳେ ବିତରଣ କଂପାନୀ ମଧ୍ୟ ରଖିଛି ପ୍ରତିକ୍ରିୟା ।
ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ କୃଷି ଯନ୍ତ୍ରାଂଶ ଦୁର୍ନୀତି ମାମଲାର ନୂଆ ମୋଡ଼ ଆସିଛି । ଚାଷୀଙ୍କଠାରୁ ଅଭିଯୋଗ ପାଇ ସିରିଜ୍ ଖବର ପ୍ରସାରଣ ପରେ ଚେତିଛନ୍ତି କଂପାନୀ କର୍ତ୍ତୃପକ୍ଷ । ନିଜର ସୁରକ୍ଷା ପାଇଁ ଧର୍ମକୁ ଆଖିଠାର ମାରି ରାତି ଅଧିଆ କିଛି ଚାଷୀଙ୍କୁ କଂପାନୀ କର୍ତ୍ତୃପକ୍ଷ ଯନ୍ତ୍ରାଂଶ ଦେଇଛନ୍ତି । ମାତ୍ର ଏବେବି ଶତାଧିକ ଲୋକ ନିଜ ଯନ୍ତ୍ରାଂଶ ଅପେକ୍ଷାରେ ଥିବା ବେଳେ ସେମାନଙ୍କୁ କେବେ ମିଳିବ ତାର ଉତ୍ତର କାହା ପାଖରେ ନାହିଁ। ନବରଙ୍ଗପୁର ବିଧାୟକ ଏ ମାମଲାରେ କୃଷି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏକ କମିଟି ଦ୍ଵାରା ତଦନ୍ତ କରାଇବାକୁ ଲିଖିତ ଅପିଲ୍ କରିବେ ବୋଲି କହିଛନ୍ତି।
ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକର ଅଞ୍ଚଳଗୁମା ପଞ୍ଚାୟତରେ ୧୩୦ରୁ ଅଧିକ ଚାଷୀ, ଯ଼ନ୍ତ୍ରପାତି ପାଇଁ ପଞ୍ଚିକରଣ କରିଥିଲେ । ମାତ୍ର ସେମାନଙ୍କୁ ଯ଼ନ୍ତ୍ରପାତି ଦିଆନଯାଇ ସରକାର ଦେଉଥିବା ସବ୍ସିଡି ଟଙ୍କା ହଡ଼ପ କରାଯାଇଥିବା ଅଭିଯ଼ୋଗ ହୋଇଛି। ଚାଷୀଙ୍କୁ ମେସିନ ନଦେଇ ସବ୍ସିଡି ଟଙ୍କା ତାଙ୍କ ନାଁରେ କରି ସପ୍ଲାୟର ଓ ଏଜେଣ୍ଟ ମାଲେମାଲ ହୋଇଛନ୍ତି । ମହାଦୁର୍ନୀତିର ପର୍ଦ୍ଦ।ଫାସ ହେବା ପରେ ତତ୍ପର ହୋଇଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ। କିନ୍ତୁ ଯନ୍ତ୍ରାଂଶ ରିହାତି ଦରରେ ଯୋଗାଇ ଦେବା ନେଇ ଯେଉଁ ଗାଇଡଲାଇନ ରହିଛି ତାର ଉଲ୍ଲଂଘନ ସଂପର୍କରେ ପ୍ରଶାସନ ପୁରା ଚୁପ୍ । କୋରାପୁଟ ଜିଲ୍ଲାପାଳ ଘଟଣାର ଅନୁଧ୍ୟାନ କରୁଥିବା କହିଛନ୍ତି।
ଯନ୍ତ୍ରାଂଶ ଦେବାର ଚୁକ୍ତି କରିଥିବା ଶୀତଲ ଆଗ୍ରୋ ଇନପୁଟ କଂପାନୀର ନିର୍ଦ୍ଦେଶକ କହିଛନ୍ତି ସେମାନେ କିଛି ଭୁଲ୍ କରିନାହାଁନ୍ତି, ତଦନ୍ତ ହେଲେ ସବୁ ସ୍ପଷ୍ଟ ହେବ। ପୂର୍ବରୁ ଶୀତଲ ଆଗ୍ରୋ କଂପାନୀର ନିର୍ଦ୍ଦେଶକଙ୍କ ନାଁରେ ଅପରାଧିକ ମାମଲା ରହିଥିବା ବେଳେ ପୁଣିଥରେ ସେହି କଂପାନୀକୁ ବିତରଣ ନେଇ ଅନୁମତି ଦେଲା କିଏ ବୋଲି ସବୁଠି ପ୍ରଶ୍ନ ।
ଗୋଟିଏ ଦିନରେ ଓଡ଼ିଶା ଫେରିଲେ ୩୦ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ: ଏଯାବତ୍ ଓଡ଼ିଶା ଫେରିଲେଣି ୨ଲକ୍ଷ ୮୬ ହଜାର ୨୦ ଜଣ
ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଇ ଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ସୋମବାର ୩୦ ହଜାର ୬୧୬ ଜଣ ଓଡ଼ିଆ ଭାଇ ଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୨ଲକ୍ଷ ୮୬ ହଜାର ୨୦ ଜଣ ପ୍ରବାସୀ ଓଡ଼ିଶା ଫେରିଛନ୍ତି । ସେମାନେ ବସ୍, ଟ୍ରେନ ଓ ଅନ୍ୟ ଯାନବାହନରେ ଆସିଛନ୍ତି । ଅପରପକ୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଟକି ରହିଥିବା ୧୦୯୮ ଜଣ ଅନ୍ୟ ରାଜ୍ୟର ଶ୍ରମଜୀବୀଙ୍କୁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ଶ୍ରମିକ ଏକ୍ସପ୍ରେସ ଟ୍ରେନ୍ରେ ସେମାନଙ୍କ ରାଜ୍ୟକୁ ପଠାଯାଇଛି ।

ସମସ୍ତ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଷ୍ଟାମ୍ପିଂ ସହିତ ସେମାନଙ୍କୁ ଖାଦ୍ୟ ଓ ପାଣିବୋତଲ ଦିଆଯାଇଛି । କୋଭିଡ -୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରେଣ୍ଟାଇନ୍ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୬ ହଜାର ୬୨୬ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି ।

ଏଥିରେ ମୋଟ ୭ଲକ୍ଷ ୩୧ ହଜାର ୧୩୩ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ କୋଭିଡ ନିୟମ ଏବଂ ମାର୍ଗଦର୍ଶିକ ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୨୪ରୁ ମଇ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୭ଟି ମାମଲା ଦାୟର କରାଯାଇଛି । ଏଥିମଧ୍ୟରୁ ୫ଟି ମାମଲା ଲକ୍ଡାଉନ୍ ସମ୍ପର୍କିତ ହୋଇଥିବାବେଳେ ୧ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୩୧ ଜଣଙ୍କୁ ଗିରଫ କରାଯାଇଛି ।
ରବିବାର ମଧ୍ୟ ରାତ୍ରୀ ସୁଦ୍ଧା ୧ଲକ୍ଷ ୨୭ ହଜାର ୭୭୬ ଟି ନମୁନା କୋଭିଡ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୪୩୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୬୪୯ ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଏବଂ ଡିସଚାର୍ଜ ହୋଇଛନ୍ତି । ୭ଜଣ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୭୮୨ ରହିଛି । ୯୮୯ ଜଣ ହସ୍ପିଟାଲ ଆଇସୋଲେସରେ ଅଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।
କାଲିଠୁ ଟ୍ୱିନ୍ ସିଟିରେ ଗଡ଼ିବ ମୋ ବସ୍, କେଉଁ ରୁଟରେ ବସ୍ ଚାଲିବ ଜାଣନ୍ତୁ
ଭୁବନେଶ୍ୱର: ଟ୍ୱିନ୍ ସିଟି ବାସୀଙ୍କ ପାଇଁ ଖୁସି ଖବର । ମଙ୍ଗଳବାର ୨୬ ତାରିଖରୁ ଆରମ୍ଭ ହେବ ମୋ ବସ୍ ସେବା । ରାଜ୍ୟ ସରକାରଙ୍କ ଅନୁମତିଚ ପରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ମୋ ବସ୍ ସେବା । ତେବେ ଏହା କେବଳ ସକାଳ ୭ ରୁ ସନ୍ଧ୍ୟା ୭ଟା ଯାଏଁ ୭ଟି ରୁଟରେ ଚାଲିବ । ବିନା ଏସି ବସ୍ ଏହି ରୁଟରେ ଚାଲିବ ବୋଲି ସ୍ଥିର ହୋଇଛି । ଆଗାମୀ ଦିନରେ ଆହୁରି ଅଧିକା ରୁଟରେ ବସ୍ ଚଳାଚଳ କରିବ ବୋଲି ପ୍ରବନ୍ଧକ ଦିପ୍ତୀ ମହାପାତ୍ର କହିଥିଲେ । ଏୟାରପୋର୍ଟ-ସିଡିଏ, ନନ୍ଦନବିହାର-ଲିଙ୍ଗିପୁର ରୁଟରେ ବସ୍ ଚାଳିବ । ସେହିଭଳି ମାଷ୍ଟରକ୍ୟାଣ୍ଟିନ- ସିଡିଏ, ମାଷ୍ଟରକ୍ୟାଣ୍ଟିନ- ଖୋର୍ଦ୍ଧା ରୁଟରେ ଚାଲିବ ମୋ ବସ୍ । ମାଣ୍ଟରକ୍ୟାଣ୍ଟିନ-ସମ ହସ୍ପିଟାଲ, ଡୁମୁଡୁମା- ମଞ୍ଚେଶ୍ୱର ଏବଂ ମାଷ୍ଟରକ୍ୟାଣ୍ଟିନରୁ ଏମସ୍ ମଧ୍ୟରେ ଚଳାଚଳ କରିବ ମୋ ବସ୍ ।

ବସ୍ରେ ଯେତିକି ସିଟ ରହିଛି ସେତିକି ଲୋକ ଯାଇପାରିବେ । ବସ୍ ଭିତରେ ଛିଡ଼ା ହୋଇ ଯାଇପାରିବେ ନାହିଁ ଯାତ୍ରୀ ବୋଲି ଶ୍ରୀ ମହାପାତ୍ର ଜଣାଇଥିଲେ । ଏଥିପାଇଁ ସମସ୍ତ ଗାଇଡ୍ ଓ କ୍ୟାପଟେନ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସିଟ୍ ଖାଲି ନଥିଲେ ଯାତ୍ରୀଙ୍କୁ ଉଠାଯିବ ନାହିଁ । ଯାତ୍ରୀମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ରହିଛି ବୋଲି ସୂଚନା ଦିଆଯାଇଛି । ବିନା ମାସ୍କ ପିନ୍ଧିଥିବା ଯାତ୍ରୀ ବସ୍ ଭିତରେ ଯାତ୍ରା କରିପାରିବେ ନାହିଁ ବୋଲି କଡ଼ା ନିଷ୍ପତ୍ତି ରହିଛି ।

ଯାତ୍ରୀମାନେ ନିଜର ଯତ୍ନ ନିଅନ୍ତୁ ଏବଂ ଯାତ୍ରା ସମୟରେ ନିଜ ସାନିଟାଇଜର ନିଜ ସାଥିରେ ରଖନ୍ତୁ ବୋଲି କ୍ରୁଟ୍ ପକ୍ଷରୁ ପରାମର୍ଶ ଦିଆଯାଇଛି । ଟିକେଟର ସଠିକ୍ ମୁଲ୍ୟ ମୁତାବକ ଖୁଚୁରା ଦେବାକୁ ବିଶେଷ ଅନୁରୋଧ କରାଯାଇଛି । ଆଗାମୀ ଦିନରେ ଡିଜିଟାଲ୍ ଟିକେଟ ବୁକିଂ ସେବାକୁ ଅଧିକାରୁ ଅଧିକା ସମୃଦ୍ଧ କରିବା ପାଇଁ ଏବଂ ନୋଟ ପ୍ରଚଳନକୁ କମ୍ କରିବା ପାଇଁ କ୍ରୁଟ୍ ତରଫରୁ ଚେଷ୍ଟା ଚାଲିଥିବା କୁହାଯାଇଛି । ଖୁବଶୀଘ୍ର TAP & PAY CARD,QR Code ର ସେବା ଆରମ୍ଭ ହେବା ନେଇ କୁହାଯାଇଛି ।
ଯୁବରାଜ ମନେ ପକାଇଲେ ପୁରୁଣା ଦିନର କଥା,ଯେତେବେଳେ ମୋବାଇଲ ନଥିଲା…
ନୂଆଦିଲ୍ଲୀ: କ୍ରିକେଟରୁ ସେ ସନ୍ୟାସ ନେଇଯାଇଛନ୍ତି ସତ କିନ୍ତୁ ଏବେ ବି ତାଙ୍କ ପ୍ରଶଂସକ ତାଙ୍କୁ ଦେଖିବାକୁ ଚାହିଁ ବସିଛନ୍ତି ଆମେ କହୁଛୁ ଅଲରାଉଣ୍ଡର ଯୁବରାଜ ସିଂଙ୍କ କଥା । କେବେ ଇଣ୍ଡିଆ ଟିମର ଅଲରାଉଣ୍ଡର ଥିବା ଯୁବରାଜ ସିଂ ଏବେ ତାଙ୍କ ପୁରୁଣା ସ୍ମୃତିକୁ ମନେପକାଇଛନ୍ତି । ଏବଂ ଏନେଇ ସେ ସୋସିଆଲ ମିଡ଼ିଆରେ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋରେ ଯୁବରାଜ ସିଂଙ୍କ ସହ ଆଶିଷ ନେହରା,ବିରେନ୍ଦ୍ର ସହବାଗ ଏବଂ ଭିଭିଏସ ଲକ୍ଷ୍ମଣ ଏକାସାଙ୍ଗରେ ଛିଡ଼ା ହୋଇଥିବାର ଦେଖାଯାଇଛି ।

ଏହି ଫଟୋରେ ଆଶିସ ନେହରା, ବିରେନ୍ଦ୍ର ସେହବାଗ, ଭିଭିଏସ ଲକ୍ଷ୍ମଣ ଏବଂ ଯୁବରାଜ ସିଂ ପବ୍ଲିକ ଟେଲିଫୋନ ବୁଥରୁ ଫୋନ କରୁଥିବାର ନଜର ଆସିଛନ୍ତି । କହି ରଖୁଛୁ ଯେ, ଏହି ସମୟରେ ବହୁତ ଲୋକଙ୍କ ପାଖରେ ମୋବାଇଲ ଫୋନର ସୁବାଧା ନଥିଲା । ତେଣୁ ଟେଲିଫୋନ ବୁଥରେ ଲୋକଙ୍କ ଭିଡ଼ ଲାଗିଯାଇଥାଏ ।
https://twitter.com/YUVSTRONG12/status/1264596856996233216
ଯୁବରାଜ ସିଂ ନିଜର ଏହି ଫଟୋକୁ ସେୟାର କରିବା ସମୟରେ କ୍ୟାପସନରେ ଲେଖିଛନ୍ତି ଯେ,ଆପଣଙ୍କ ଅଭିଭାବକମାନେ ଯେତେବେଳେ ଆପଣଙ୍କର ଖରାପ ପଦର୍ଶନ ପରେ ଆପଣଙ୍କ ମୋବାଇଲରେ ବିଲ ଦେବାକୁ ମନା କରିଦିଅନ୍ତି । ଯଦି ଆପଣ ସେହି ପୁରୁଣା ଦିନକୁ ମନେପକାଇବେ ଯେଉଁସମୟରେ ଲୋକଙ୍କ ପାଖରେ ମୋବାଇଲ ଫୋନ ରହୁନଥିଲା । ଏହି ପୋଷ୍ଟରେ ସେ ଆଶିଷ ନେହରା,ବିରେନ୍ଦ୍ର ସେହବାଗ ଏବଂ ଭିଭିଏସ ଲକ୍ଷ୍ମଣଙ୍କୁ ଟ୍ୟାଗ କରିଛନ୍ତି ।

ଯୁବରାଜ ସିଂଙ୍କ ଏହି ପୋଷ୍ଟରେ କମେଣ୍ଟ କରି ହରବଚନ ସିଂ ପଚାରିଲେ ଫ୍ରି କଲ ? ଏବଂ ଉତ୍ତରରେ ଯୁବରାଜ ଲେଖିଲେ ‘ ଇଣ୍ଡିଆରୁ ଶ୍ରୀଲଙ୍କା ପହଞ୍ଚିବା ପରେ, ହଁ ମମି ଜୀ ମୁଁ ପହଞ୍ଚିଗଲି ଏବଂ ଅଶୁ (ନେହେରା) ବୋଧହୁଏ କହୁଥିଲେ, ଆବେ ଶୁଣ, ଯୁବରାଜ ଆସିଗଲାଣି ମୁଁ ତତେ ମ୍ୟାଚ୍ ପରେ ଫୋନ କରିବି, ରଖ । ଆପଣଙ୍କୁ କହି ରଖୁଛୁ ଯେ, ଯୁବରାଜ ସିଂ କିଛି ଦିନ ତଳେ ବାପା ହେବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡ଼ିଆରେ ଖବର ଦେଇଥିଲେ ।
ମଦ ପାଇଁ ହେଲେ ବାୟା: ସାମାଜିକ ଦୂରତାକୁ ବେଖାତିର, ଅନ୍ଲାଇନ୍ ନୁହେଁ ଅଫଲାଇନରେ ବୁହାଇଲେ ମଦ
ନନ୍ଦିଘୋଷ ବ୍ୟୁରୋ: ମଦ ବିକ୍ରି ପାଇଁ ବେପରୁଆ ହେଲେ ମଦ ଦୋକାନୀ । ସରକାରଙ୍କର କରୋନା କଟକଣା ନିୟମକୁ ସଟର ଖୋଲି ଉଡ଼ାଇଦେଲେ । ଲକଡାଉନରେ ବେଶ କିଛିଦିନ ପରେ ମଦ ବିକ୍ରୀକୁ ନେଇ ସରକାର ଅନଲାଇନରେ ମଦ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ମଦ ଚାହୁଁଥିବା ଲୋକେ ହୋମ ଡେଲିଭରିରେ ମଦ ପାଇପାରିବେ । କିନ୍ତୁ ଏଭଳି ନିଷ୍ପତ୍ତିକୁ ବେଖାତିର କରିଛନ୍ତି ମଦ ଦୋକାନୀ । ରାଜ୍ୟର ବିଭିନ୍ନ ସ୍ଥାନରେ ମଦ ଦୋକାନି ଖୁଲାମ ଖୁଲା ମଦ ବେପାର କରିବାକୁ ଲାଗିପଡ଼ିଛନ୍ତି । ପୁରା ଦୋକାନ ନଖୋଲିଲେ ବି ଅଧା ସଟରେ ଚାଲିଛି ବେଧଡ଼କ ବେପାର । ବିନା ମାସ୍କ, ବିନା ସାମାଜିକ ଦୂରତାରେ ଚାଲିଛି ମଦ ବିକା ଓ କିଣା । ପୋଲିସ ଆସିଲେ ମଧ୍ୟ ପୋଲିସ ସାମ୍ନାରେ ଚାଲିଛି ମଦ କାରବାର । ଅନ ଲାଇନରେ ମଦ ଆସିବାରେ ଲେଟ ହେଉଛି ଏବଂ ସମସ୍ତେ ଡିଜିଟାଲ ପେମେଣ୍ଟ୍ ବାବଦରେ ଜାଣି ନାହାନ୍ତି,ତେଣୁ ଅଫଲାଇନ୍ ଦୋକାନ ଖୋଲାଯାଉ ବୋଲି କହୁଛନ୍ତି ଗ୍ରାହକ । ଏଭଳି ଦୃଶ୍ୟ ଆଜି ଭୁବନେଶ୍ୱର ଏବଂ ପୁରୀରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ପୁରୀରେ ଦିନ ଦ୍ଵିପ୍ରହରରେ ବିଚ ବଜାର ର ମୁଖ୍ୟ ରାସ୍ତା ରେ ଚାଲିଛି ମଦ ବେପାର । ଭିଆଇପି ରୋଡ଼ ରେ ଥିବା ମଦ ଦୋକାନରେ ମଦ କିଣିବା ପାଇଁ ଜନ ଗହଳି ଟ୍ରାଫିକ ସମସ୍ୟା ସୃଷ୍ଟି କରିଥିଲା । ଲକଡାଉନର ବେଶ କିଛିଦିନ ପରେ ମଦ ବିକ୍ରୀକୁ ନେଇ ସରକାର ଅନଲାଇନର ବାଟ ଖୋଲିଥିବା ସତ୍ୱେ ମଧ୍ୟ ମଦ ଦୋକାନୀ ଏ ସମସ୍ଥ ନିୟମ କୁ ପୁରୀରେ କରିଛନ୍ତି ଉଲଙ୍ଘନ । ବେଆଇନ ଭାବେ ଏବଂ ବେଧଡ଼କ ଢଙ୍ଗରେ ଦୋକାନ ନ ଖୋଲି ଗଳା ବାଟରେ ଖୁଲମଖୁଲା ମଦ ବିକ୍ରୀକୁ ନେଇ ସହରରେ ଏବେ ଚର୍ଚ୍ଚା ଜୋର ଧରିଛି । ମଦ କିଣିବା ପାଇଁ ଆସିଥିବା ଲୋକମାନେ କୋଭିଡ 19 ନିୟମ କୁ ଖୁଲମଖୁଲା ଉଲଂଘନ କରିଥିବା ବେଳେ ବ୍ୟାକୁଳତା ର ସହ ମଦ କିଣିଥିବା ଦେଖିବାକୁ ମିଳିଛି । ପୋଲିସର ପେଟ୍ରୋଲିଂ ଭ୍ୟାନ୍ ଆସିଥିଲା,ଦେଖିଥିଲା କ’ଣ ଚାଲିଛି । କିନ୍ତୁ କିଣା ବିକା ସେମିତି ଚାଲିଥିଲା । ଯେମିତି କରୋନା ପୁରୀକୁ ପ୍ରବେଶ କରିନାହିଁ କି କେବେ କରିବ ନାହିଁ ।

ସେପଟେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମଦ ଦୋକାନ ଆଗରେ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବାପୁଜୀନଗର, ରସୁଲଗଡ଼, ସିଆରପି, ଡମଣା ପରି ବିଭିନ୍ନ ସ୍ଥାନରେ ମଦ ଦୋକାନ ଆଗରେ ସାମାଜିକ ଦୂରତା ନିୟମର ଉଲଙ୍ଘନ କରିଛନ୍ତି ଲୋକେ। ଡମଣା ମଦ ଦୋକନ ଆଗରେ ପ୍ରବଳ ଭିଡ଼ ଜମିଥିଲା । ଏନେଇ ଖବର ପ୍ରସାରଣ ପରେ ପୋଲିସ ଦୋକାନ ବନ୍ଦ କରିଥିଲା । ସେହିପରି ବାପୁଜୀନଗର କାଉଣ୍ଟର ଆଗରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଅନ୍ଲାଇନ୍ରେ ମଦ ବିକ୍ରି ପାଇଁ ସରକାର ଅନୁମତି ଦେଇଛନ୍ତି । ତେବେ କାଉଣ୍ଟରରୁ ମଦ କିଣିବାକୁ ଲୋକଙ୍କ ଭିଡ଼ ଜମିଥିଲା । ଏହାପରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଦୋକାନ ବନ୍ଦ କରାଯାଇଛି।
ଏସବୁ ଦେଖିଲେ ଲାଗୁଛି ଦୋକାନୀ ବିକିବା ପାଇଁ ବ୍ୟାକୁଳ ଓ ଗ୍ରାହକ ପିଇବା ପାଇଁ ତରବର । ଆଉ ତାରି ଭିତରେ ଲକଡାଉନକୁ ମାନୁଥିବା,ସାମାଜିକ ଦୂରତାକୁ ସମ୍ମାନ ୯୦ ପ୍ରତିଶତ ଲୋକଙ୍କ ସୁରକ୍ଷାକୁ ଏହି ୧୦ ପ୍ରତିଶତ ବିପଦରେ ପକାଇ ଦେଉଛନ୍ତି । ମଦ ପିଇବା ପାଇଁ ବିକଳ ହେଉଥିବା ଏହି ୧୦ ପ୍ରତିଶତଙ୍କ ପାଇଁ ଆଗକୁ ଯଦି ସ୍ଥିତି ଖରାପ ହୁଏ,ସଂକ୍ରମିତଙ୍କ ସଂଖ୍ୟା ବଢେ ତେବେ ସେହି ବିକଳ ସ୍ଥିତି ପାଇଁ କିଏ ଦାୟୀ ରହିବ ?

