ଗୋଟିଏ ଦିନରେ ଓଡ଼ିଶା ଫେରିଲେ ୩୦ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ: ଏଯାବତ୍‌ ଓଡ଼ିଶା ଫେରିଲେଣି ୨ଲକ୍ଷ ୮୬ ହଜାର ୨୦ ଜଣ

1 min read

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଇ ଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ସୋମବାର ୩୦ ହଜାର ୬୧୬ ଜଣ ଓଡ଼ିଆ ଭାଇ ଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୨ଲକ୍ଷ ୮୬ ହଜାର ୨୦ ଜଣ ପ୍ରବାସୀ ଓଡ଼ିଶା ଫେରିଛନ୍ତି । ସେମାନେ ବସ୍, ଟ୍ରେନ ଓ ଅନ୍ୟ ଯାନବାହନରେ ଆସିଛନ୍ତି । ଅପରପକ୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଟକି ରହିଥିବା ୧୦୯୮ ଜଣ ଅନ୍ୟ ରାଜ୍ୟର ଶ୍ରମଜୀବୀଙ୍କୁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ଶ୍ରମିକ ଏକ୍ସପ୍ରେସ ଟ୍ରେନ୍‌ରେ ସେମାନଙ୍କ ରାଜ୍ୟକୁ ପଠାଯାଇଛି ।

Uttarakhand starts screening 4000 migrant labourers after 1 tests ...

ସମସ୍ତ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଷ୍ଟାମ୍ପିଂ ସହିତ ସେମାନଙ୍କୁ ଖାଦ୍ୟ ଓ ପାଣିବୋତଲ ଦିଆଯାଇଛି । କୋଭିଡ -୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରେଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୬ ହଜାର ୬୨୬ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି ।

Indian Railways distributes over 8.5 lakh cooked meals to needy ...

ଏଥିରେ ମୋଟ ୭ଲକ୍ଷ ୩୧ ହଜାର ୧୩୩ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ କୋଭିଡ ନିୟମ ଏବଂ ମାର୍ଗଦର୍ଶିକ ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୨୪ରୁ ମଇ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୭ଟି ମାମଲା ଦାୟର କରାଯାଇଛି । ଏଥିମଧ୍ୟରୁ ୫ଟି ମାମଲା ଲକ୍‌ଡାଉନ୍‌ ସମ୍ପର୍କିତ ହୋଇଥିବାବେଳେ ୧ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୩୧ ଜଣଙ୍କୁ ଗିରଫ କରାଯାଇଛି ।

117 new cases in state, with 106 in Mumbai alone

ରବିବାର ମଧ୍ୟ ରାତ୍ରୀ ସୁଦ୍ଧା ୧ଲକ୍ଷ ୨୭ ହଜାର ୭୭୬ ଟି ନମୁନା କୋଭିଡ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୪୩୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୬୪୯ ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଏବଂ ଡିସଚାର୍ଜ ହୋଇଛନ୍ତି । ୭ଜଣ କୋଭିଡ ରୋଗୀଙ୍କ  ମୃତ୍ୟୁ ହୋଇଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୭୮୨ ରହିଛି । ୯୮୯ ଜଣ ହସ୍ପିଟାଲ ଆଇସୋଲେସରେ ଅଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି  ।

Leave a Reply