କାଲିଠୁ ଟ୍ୱିନ୍ ସିଟିରେ ଗଡ଼ିବ ମୋ ବସ୍‌, କେଉଁ ରୁଟରେ ବସ୍‌ ଚାଲିବ ଜାଣନ୍ତୁ

1 min read

ଭୁବନେଶ୍ୱର: ଟ୍ୱିନ୍ ସିଟି ବାସୀଙ୍କ ପାଇଁ ଖୁସି ଖବର । ମଙ୍ଗଳବାର ୨୬ ତାରିଖରୁ ଆରମ୍ଭ ହେବ ମୋ ବସ୍ ସେବା । ରାଜ୍ୟ ସରକାରଙ୍କ ଅନୁମତିଚ ପରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ମୋ ବସ୍ ସେବା । ତେବେ ଏହା କେବଳ ସକାଳ ୭ ରୁ ସନ୍ଧ୍ୟା ୭ଟା ଯାଏଁ ୭ଟି ରୁଟରେ ଚାଲିବ  । ବିନା ଏସି ବସ୍‌ ଏହି ରୁଟରେ ଚାଲିବ ବୋଲି ସ୍ଥିର ହୋଇଛି । ଆଗାମୀ ଦିନରେ ଆହୁରି ଅଧିକା ରୁଟରେ ବସ୍ ଚଳାଚଳ କରିବ ବୋଲି ପ୍ରବନ୍ଧକ ଦିପ୍ତୀ ମହାପାତ୍ର କହିଥିଲେ । ଏୟାରପୋର୍ଟ-ସିଡିଏ, ନନ୍ଦନବିହାର-ଲିଙ୍ଗିପୁର ରୁଟରେ ବସ୍‌ ଚାଳିବ । ସେହିଭଳି ମାଷ୍ଟରକ୍ୟାଣ୍ଟିନ- ସିଡିଏ, ମାଷ୍ଟରକ୍ୟାଣ୍ଟିନ- ଖୋର୍ଦ୍ଧା ରୁଟରେ ଚାଲିବ ମୋ ବସ୍‌ । ମାଣ୍ଟରକ୍ୟାଣ୍ଟିନ-ସମ ହସ୍ପିଟାଲ, ଡୁମୁଡୁମା- ମଞ୍ଚେଶ୍ୱର ଏବଂ ମାଷ୍ଟରକ୍ୟାଣ୍ଟିନରୁ ଏମସ୍‌ ମଧ୍ୟରେ ଚଳାଚଳ କରିବ ମୋ ବସ୍‌ ।

ବସ୍‌ରେ  ଯେତିକି ସିଟ ରହିଛି ସେତିକି ଲୋକ ଯାଇପାରିବେ । ବସ୍‌ ଭିତରେ ଛିଡ଼ା ହୋଇ ଯାଇପାରିବେ ନାହିଁ ଯାତ୍ରୀ ବୋଲି ଶ୍ରୀ ମହାପାତ୍ର ଜଣାଇଥିଲେ । ଏଥିପାଇଁ ସମସ୍ତ ଗାଇଡ୍ ଓ କ୍ୟାପଟେନ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସିଟ୍ ଖାଲି ନଥିଲେ ଯାତ୍ରୀଙ୍କୁ ଉଠାଯିବ ନାହିଁ । ଯାତ୍ରୀମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ରହିଛି ବୋଲି ସୂଚନା ଦିଆଯାଇଛି । ବିନା ମାସ୍କ ପିନ୍ଧିଥିବା ଯାତ୍ରୀ ବସ୍‌ ଭିତରେ ଯାତ୍ରା କରିପାରିବେ ନାହିଁ ବୋଲି କଡ଼ା ନିଷ୍ପତ୍ତି ରହିଛି ।

ଯାତ୍ରୀମାନେ ନିଜର ଯତ୍ନ ନିଅନ୍ତୁ ଏବଂ ଯାତ୍ରା ସମୟରେ ନିଜ ସାନିଟାଇଜର ନିଜ ସାଥିରେ ରଖନ୍ତୁ ବୋଲି କ୍ରୁଟ୍ ପକ୍ଷରୁ ପରାମର୍ଶ ଦିଆଯାଇଛି । ଟିକେଟର ସଠିକ୍ ମୁଲ୍ୟ ମୁତାବକ ଖୁଚୁରା ଦେବାକୁ ବିଶେଷ ଅନୁରୋଧ କରାଯାଇଛି । ଆଗାମୀ ଦିନରେ ଡିଜିଟାଲ୍ ଟିକେଟ ବୁକିଂ ସେବାକୁ ଅଧିକାରୁ ଅଧିକା ସମୃଦ୍ଧ କରିବା ପାଇଁ ଏବଂ ନୋଟ ପ୍ରଚଳନକୁ କମ୍ କରିବା ପାଇଁ କ୍ରୁଟ୍ ତରଫରୁ ଚେଷ୍ଟା ଚାଲିଥିବା କୁହାଯାଇଛି । ଖୁବଶୀଘ୍ର TAP & PAY CARD,QR Code ର ସେବା ଆରମ୍ଭ ହେବା ନେଇ କୁହାଯାଇଛି ।

Leave a Reply