spot_img
Home Blog Page 7057

ପ୍ରତିଦିନ ୬ ହଜାର ସଂକ୍ରମିତ,୩ ହଜାର ହେଉଛନ୍ତି ସୁସ୍ଥ କିନ୍ତୁ ଚିନ୍ତା ବଢାଉଛି ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ମାମଲା କ୍ରମାଗତ ଭାବେ ବଢିବାରେ ଲାଗିଛି । କେବେ ଦେଶରେ ସମୁଦାର କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ ଲକ୍ଷ ପାଖାପାଖି ପହଞ୍ଚିଛି । ଏବଂ ଦେଶରେ ୪ହଜାରରୁ ଅଧିକ ଲୋକ ପ୍ରାଣ ହାରିସାରିଲେଣି । ଗତ ସପ୍ତାହରେ କରୋନା ମାମଲା ତୀବ୍ର ଗତିରେ ବଢିବାରେ ଲାଗିଛି ଏବଂ ଏହି ସପ୍ତାହରେ ସଂକ୍ରମିତଙ୍କ ସଂଖ୍ୟା ୬ହଜାରକୁ ଡେଇଛି । କିନ୍ତୁ ଏହି ମଧ୍ୟରେ ଏମିତି ବି ଖବର ଆସିଛି ଯେଉଁଠି ହଜାର ସଂଖ୍ୟାରେ ଲୋକ ସଂକ୍ରମଣରୁ ସୁସ୍ଥ ମଧ୍ୟ ହୋଇଛନ୍ତି ।

ଯଦି ଆମେ ଗତ ସପ୍ତାହର ସଂଖ୍ୟାକୁ ଦେଖିବା ତେବେ ଦେଶରେ ପାଖାପାଖି ୨୦ହଜାରରୁ ଅଧିକ ଲୋକ କରୋନାଭାଇରସ ମହାମାରୀକୁ ଦୂରେଇ ଦେଇଛନ୍ତି । ଯଦିଓ ଏହି ସମୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ବି ବଢିଛି କିନ୍ତୁ ଏବେ ଦେଶରେ କରୋନା ପରୀକ୍ଷଣ ମଧ୍ୟ ପ୍ରତ୍ୟେକ ଦିନ ୧ଲକ୍ଷରୁ ଅଧିକ ହେଉଛି ।

୨୬ ମେ-୬୩୮୭ ନୂଆ ସଂକ୍ରମିତ, ସୁସ୍ଥ ହୋଇଛନ୍ତି ୩୯୩୬

୨୫ମେ-୬୪୧୪ ନୂଆ ସଂକ୍ରମିତ, ସୁସ୍ଥ ହୋଇଛନ୍ତି ୩୦୧୪

୨୪ମେ- ୭୧୧୧ ନୂଆ ସଂକ୍ରମିତ, ସୁସ୍ଥ ହୋଇଛନ୍ତି ୩୨୮୫

୨୩ମେ- ୬୬୬୫ ନୂଆ ସଂକ୍ରମିତ, ସୁସ୍ଥ ହୋଇଛନ୍ତି ୨୫୭୬

୨୨ମେ- ୬୫୩୬ ନୂଆ ସଂକ୍ରମିତ, ସୁସ୍ଥ ହୋଇଛନ୍ତି ୩୨୮୦

୨୧ମେ- ୬୦୨୩ ନୂଆ ସଂକ୍ରମିତ, ସୁସ୍ଥ ହୋଇଛନ୍ତି ୩୧୩୧

୨୦ମେ- ୫୭୨୦ ନୂଆ ସଂକ୍ରମିତ, ସୁସ୍ଥ ହୋଇଛନ୍ତି ୩୧୧୩

ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ଦ୍ୱାରା ଜାରି କରାଯାଇଥିବା ନୂଆ ତଥ୍ୟକୁ ଦେଖିବା ତେବେ, ମଙ୍ଗଳାବର ପର୍ଯ୍ୟନ୍ତ ଦେଶରେ କରୋନା ଭାଇରସର ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୫୧୭୬୭ ରହିଛି । ଏହାମଧ୍ୟରୁ ୮୩୦୦୪ଜଣ ଆକ୍ଟିଭ୍ ଅଛନ୍ତି ଏବଂ ୬୪୪୨୫ଜଣ ସୁସ୍ଥ ହୋଇଛନ୍ତି ।

ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୧୬୭ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ଅନୁସାରେ, ଦେଶରେ କରୋନା ଭାଇରସରେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୪୨ ପ୍ରତିଶତରେ ରହିଛି । ଯାହା ଦେଶ ପାଇଁ ଏକ ସକରାତ୍ମକ ଖବର । ଏନ୍ୟପଟେ ଯଦି ଆମେ ପୁରା ଦୁନିଆର ସୁସ୍ଥହେବାର ସଂଖ୍ୟାକୁ ଦେଖିବା ସୁସ୍ଥତା ମାମଲାରେ ଭାରତ ୧୧ତମ ସ୍ଥାନରେ ରହିଛି । ଯେଉଁଠାରେ ଲୋକ ତିବ୍ର ଗତିରେ ସୁସ୍ଥ ହୋଉଛନ୍ତି ।

କହିରଖୁଛୁ ଯେ, ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ କ୍ରମାଗତ ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଯଦିଓ ଏବେ ଯେଉଁ କରୋନାର ଯେଉଁ ନୂଆ ମାମଲା ସାମ୍ନାକୁ ଆସୁଛି ସେମାନଙ୍କର ଲକ୍ଷଣ ହୁଏତ ବହୁତ କମ୍ ନହେଲେ ଲକ୍ଷଣ ବିହିନ ହେଉଛି । ଏହି କାରଣ ପାଇଁ ହିଁ କରୋନା ଭାଇରସରୁ ସଂକ୍ରମିତ ଖୁବ ଶିଘ୍ର ସୁସ୍ଥ ହୋଉଛନ୍ତି ।

ଇତିହାସରେ କେବେ ଓଡ଼ିଶା ଆସିନାହାନ୍ତି ପଙ୍ଗପାଳ, ଯଦି ଆସନ୍ତି ତେବେ ଆପଣାନ୍ତୁ ଏହି ଉପାୟ…

ଭୁବନେଶ୍ୱର: ଓଡ଼ିଶା ଆସିବେନି ପଙ୍ଗପାଳ । ଚାଷୀମାନେ ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ । ଚାଷୀଙ୍କୁ ଏଭଳି ଆଶ୍ୱସନା ଦେଇଛନ୍ତି କୃଷି ବିଶେଷଜ୍ଞ ତଥା OUAT ଡିନ୍‌ ଲଳିତ ମୋହନ ଗଡ଼ନାୟକ । ସେ କହିଛନ୍ତି ଓଡ଼ିଶାକୁ କେବେ ବି ପଙ୍ଗପାଳ ଆସିବାର କୌଣସି ଇତିହାସ ନାହିଁ । ତେଣୁ ଓଡ଼ିଶା ଚାଷୀଙ୍କୁ ଡରିବାରେ କିଛି ନାହିଁ । ତେବେ ପଙ୍ଗପାଳଠାରୁ ଫସଲକୁ ସୁରକ୍ଷା ଦେବାକୁ ହେଲେ ସେଥିରେ ନିମ୍ବ ତେଲ ବ୍ୟବହାର କରନ୍ତୁ ବୋଲି ଲଳିତ ମୋହନ କହିଛନ୍ତି ।

ଅନ୍ୟପଟେ ଓୟୁଏଟି ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ବର୍ତ୍ତମାନ ପଙ୍ଗପାଳ ରାଜସ୍ଥାନ ଅତିକ୍ରମ କରି ମଧ୍ୟପ୍ରଦେଶରେ ପହଞ୍ଚିଥିବା ଜଣାପଡ଼ିଛି । ତେଣୁ ସେମାନେ ଓଡ଼ିଶା ଆସିବାର ମଧ୍ୟ ସମ୍ଭାବନା ରହିଛି । ତେବେ ପଙ୍ଗପାଳ ଆକ୍ରମଣରୁ ଫସଲକୁ ରକ୍ଷା କରିବା ପାଇଁ ଅନେକ ପରାମର୍ଶ ମଧ୍ୟ ଦିଆଯାଇଛି ।

୧.ପ୍ରଥମେ କୁହାଯାଇଛି ପଙ୍ଗପାଳଙ୍କୁ ନେଇ ନିୟମିତ ଭାବେ ଦିଆଯାଉଥିବା କୃଷି ପରାମର୍ଶଗୁଡ଼ିକୁ ଭଲ ଭାବେ ଚାଷୀମାନେ ଶୁଣନ୍ତୁ ଏବଂ ସେହି ଅନୁସାରେ କାର୍ଯ୍ୟ କରନ୍ତୁ ।

୨.ସୀମାବର୍ତ୍ତୀ ରାଜ୍ୟରେ ପଙ୍ଗପାଳ ଯଦି ପହଞ୍ଚିଯାଆନ୍ତି ତେବେ ଫସଲରେ ପ୍ରତିଷେଧକ ଭାବେ ୫ ପ୍ରତିଶତ ନିମ୍ବମଞ୍ଜି ଉଦ୍ଧୃତାଂଶର ଦ୍ରବଣକୁ ଏକର ପ୍ରତି ୨୦୦ ଲିଟର ହିସାବରେ ଉପରବେଳା ସିଞ୍ଚନ କରନ୍ତୁ ।

୩.ଏହା ବଦଳରେ ବଜାରରେ ମିଳୁଥିବା ୩୦୦ ପିପିଏମ୍‌ର ନିମ୍ବ ଆଧାରିତ କୀଟବିଷକୁ ଏକର ପ୍ରତି ଏକ ଲିଟର ହିସାବରେ ୨୦୦ ଲିଟର ପାଣିରେ ମିଶାଇ ଉପରବେଳା ସିଞ୍ଚନ କରାଯାଇପାରେ ।

୪.ପଙ୍ଗପାଳ ଦଳ ଫସଲ କିଆରୀରେ ପହଞ୍ଚିଯାଇଥିଲେ । ସେଗୁଡ଼ିକୁ ବିଭିନ୍ନ ଉପାୟରେ ଯଥା, ଟିଣ ବାଡ଼େଇ କଣ୍ଟାଯୁକ୍ତ ଡାଳରେ ବାଡ଼େଇ ଘଉଡ଼ାଇବାକୁ ଚେଷ୍ଟା କରନ୍ତୁ ।

୫.ସନ୍ଧ୍ୟା ସମୟରେ ପଙ୍ଗପାଳ ବସିଥିବା ବଡ଼ ବଡ଼ ଗଛ ତଳେ ପଲିଥିନ୍‌ ଜରି ବିଛାଇ ଡାଳ ଗୁଡ଼ିକୁ ହଲାଇଦେଲେ ସେମାନେ ଗଛରୁ ଖସିପଡ଼ିବେ । ସେଗୁଡ଼ିକୁ ସଂଗ୍ରହକରି କିରାସିନି ମିଶାଇ ପାଣିରେ ବୁଡ଼ାଇ ମାରି ଦିଅନ୍ତୁ ।

୬.ଏତଦ୍‌ବ୍ୟତୀତ କୀଟମାନଙ୍କ ଦ୍ୱାରା ଆକ୍ରାନ୍ତ ଫସଲ ଉପରେ ନିମ୍ବ ଆଧାରିତ କୀଟନାଶକ ସିଞ୍ଚନ କରନ୍ତୁ । କିମ୍ବା ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‌ ୫୦ ଇ.ସି.କୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଏହି ସବୁ ପନ୍ଥା ଆପଣାଇବା ଦ୍ୱାରା ପଙ୍ଗପାଳଙ୍କଠାରୁ ଫସଲକୁ ସୁରକ୍ଷ ଦିଆଯାଇପାରିବ ବୋଲି ଓୟୁଏଟି ପକ୍ଷରୁ କୁହାଯାଇଛି ।

ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଓ କାଶ୍ମିରୀ ହିନ୍ଦୁଙ୍କୁ ନେଇ ଏମିତି କହିଲେ ପାକ୍ କ୍ରିକେଟର ଆଫ୍ରିଦି

ଇସ୍ଲାମାବାଦ: ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି ପୁଣି ଥରେ ଭାରତ ବିରୋଧରେ ବୟାନ ଦେଇଛନ୍ତି । ଆଫ୍ରିଦି ପୁଣି କାଶ୍ମୀରକୁ ଏବଂ ଭାରତୀୟ ବାୟୁସେନାର  କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ନେଇ କଡ଼ା ଆଭିମୁଖ୍ୟ ଦେଇଛନ୍ତି । ଗୋଟିଏ ପାକିସ୍ତାନ ଚ୍ୟାନେଲ ସହ କଥାବାର୍ତ୍ତା କରୁଥିବା ସମୟରେ ସାହିଦ ଆଫ୍ରିଦି କହିଛନ୍ତି ଯେ, କାଶ୍ମୀରରେ ମୁସଲମାନଙ୍କ ବ୍ୟତୀତ ଯଦି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେଉଥିବ ତେବେ ତାହା ବିରୁଧରେ ମଧ୍ୟ ସେ ସ୍ୱର ଉଠାଇବେ । କେବଳ ସେତିକି ନୁହେଁ ସାହିଦ ଆଫ୍ରିଦି ଯେତେବେଳେ ଭାରତୀୟ ବାୟୁସେନାର କମାଣ୍ଡର ଉପରେ କମେଣ୍ଟ କଲେ ସେତେବେଳେ ସେ ସବୁ ସୀମା ଲଂଘିଗଲେ ।

ସାହିଦ ଆଫ୍ରିଦି କହିଲେ, ପାକିସ୍ତାନ ସୈନ୍ୟ ସବୁବେଳେ ସକାରତ୍ମକ ରହିଛନ୍ତି । ୟାଠୁ ବଡ଼ ଉଦାହରଣ କଣ ହୋଇପାରେ ଯେତେବେଳେ ଭାଇ ଜଣେ ଆମପାଖକୁ ଉଡ଼ିଉଡ଼ି ଆସିଲେ ଆମେ ତାଙ୍କୁ ଚାହା ପିଆଇ ସମ୍ମାନର ସହ ଫେରାଇଦେଲୁ । ଆମେ ଯାହାକୁ ଆକାଶରୁ ତଳକୁ ପକାଇଲୁ ଭାରତ ତାକୁ ବି ହିରୋ କରିଦେଲା । ଏହାଠାରୁ ଅଧିକ ଆମେ ସେମାନଙ୍କ ପାଇଁ କଣ କରିପାରିବୁ । ସେ ଏହା ମଧ୍ୟ କହିଲେ ଯେ, ଆମେ ସବୁ ବେଳେ ସମ୍ପର୍କ ସୁଧାରିବାକୁ ଚାହୁଁ । ରାଜନୀତିରେ କେବେ ଧର୍ମକୁ ଟାଣିବା କଥା ନୁହେଁ । କଥା କେବଳ ଧର୍ମର ନୁହେଁ କଥା ହେଉଛି ମାନବିକତାର ।

ଏହା ବ୍ୟତିତ ସାହିଦ ଆଫ୍ରିଦି ଭାରତୀୟ କ୍ରିକେଟର ହରଭଜନ ସିଂହ ଏବଂ ଯୁବରାଜ ସିଂଙ୍କ ପ୍ରତିକ୍ରିୟାର ଯବାବ ଦେଇ କହିଛନ୍ତି ଯେ, ହରଭଜନ ସିଂହ ଏବଂ ଯୁବରାଜ ସିଂହ ମୋ ଫାଉଣ୍ଡେସନ ପାଇଁ ଯାହା କଲେ ତାହା ପାଇଁ ମୁ ସବୁବେଳେ ସେଥିପାଇଁ କୃତଜ୍ଞ । କିନ୍ତୁ ସବୁଠୁ ବଡ଼ ସମସ୍ୟା ହେଲା ସେମାନେ ବାଧ୍ୟତାମୂଳକ ପରିସ୍ଥିତିରେ ବଞ୍ଚୁଛନ୍ତି । ସେମାନେ ବାଧ୍ୟ ହୋଇ ସେଠାରେ ରହୁଛନ୍ତି । ମୋତେ ଜଣା ଅଛି ଯେ, ଲୋକ ସେଠାରେ କଣ ଅନୁଭବ କରୁଛନ୍ତି । ଆଗକୁ  ମୁଁ ଆଉ କିଛି କହିବିନ ।

କହିରଖୁଛୁ ଯେ, ନିକଟରେ ସାହିଦ ଆଫ୍ରିଦି ପିଓକେ ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କହିଥିଲେ କରୋନାଠୁ ବଡ଼ ରୋଗ ମୋଦିର ହୃଦୟ ଏବଂ ମୁଣ୍ଡରେ ଅଛି ଏବଂ ସେ ରୋଗ ଧର୍ମର ରୋଗ । ଏହି ରୋଗକୁ ନେଇ ସେ ରାଜନୀତି କରୁଛନ୍ତି ଏବଂ ଏହି ରୋଗ କାରଣରୁ ସେ ଆମର କାଶ୍ମୀରି ଭାଇ-ଭଉଣୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ତାଙ୍କୁ ଜବାବ ଦେବାକୁ ପଡ଼ିବ ।

ଆଫ୍ରିଦିଙ୍କ ଏହି ବୟାନ ପରେ ଯୁବରାଜ ସିଂହ ଏବଂ ହରଭଜନ ସିଂହ ତାଙ୍କଠାରୁ ନିଜକୁ ଅଲଗା କରିଥିଲେ ।  ପୂର୍ବତନ କ୍ରିକେଟରଙ୍କ ଏଭଳି ନିନ୍ଦନୀୟ ବୟାନ ପରେ ଯୁବରାଜ ସିଂ ଏବଂ ହରବଚନ ସିଂ ତାଙ୍କ ସମ୍ପର୍କ ଭାଙ୍ଗି ଦେଇଛନ୍ତି । ଏହାପୂର୍ବରୁ ହରଭଜନ ଏବଂ ଯୁବରାଜ କରୋନା ସଙ୍କଟ ସମୟରେ ଆଫ୍ରିଦିଙ୍କ ଫାଉଣ୍ଡେସନକୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ ।

ଲକଡାଉନ ଫେଲ ବୟାନକୁ ନେଇ ରବିଶଙ୍କରଙ୍କ ଯବାବ,ରାହୁଲ ମିଥ୍ୟା ପ୍ରଚାର କରନ୍ତୁ ନାହିଁ

ନୂଆଦିଲ୍ଲୀ: ଲକଡାଉନ୍ ଫେଲ ହୋଇଛି ବୋଲି ମଙ୍ଗଳବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଇଥିବା ବୟାନର ଉତ୍ତର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ । ବୁଧବାର ଦିନ ସାମ୍ବାଦିକ ସମ୍ମିଳନୀରେ ରବିଶଙ୍କର କହିଛନ୍ତି ଯେ, ରାହୁଲ ଆଧାରହୀନ ଆରୋପ ଲଗାଇ ମିଥ୍ୟା ପ୍ରଚାର କରୁଛନ୍ତି । ସେ ଲକଡାଉନକୁ ନେଇ ଦେଇଥିବା ବୟାନ ମିଛ ଅଟେ ।

ରବିଶଙ୍କର ଉଦାହରଣ ଦେଇ କହିଥିଲେ ଯେ, ଦୁନିଆର ଟପ୍ ୧୫ ଦେଶଙ୍କ ମୋଟ ଜନସଂଖ୍ୟା ହେଉଛି ୧୪୨ କୋଟି । ଭାରତର ଜନସଂଖ୍ୟା ହେଉଛି ୧୩୭ କୋଟି । ଏହି ୧୫ ଦେଶରେ ୩ ଲକ୍ଷ ୪୩ ହଜାରରୁ ଅଧିକ ବ୍ୟକ୍ତି କରୋନା ଭାଇରସ କାରଣରୁ ପ୍ରାଣ ହରାଇଥିବା ବେଳେ ଭାରତରେ କେବଳ ୪ ହଜାର ଲୋକଙ୍କ ମୃତ୍ୟୁ ହୋଇଛି ।

ସେ କହିଛନ୍ତି ଯେ, ଗାନ୍ଧି କେବଳ ମିଛ ପ୍ରଚାର କରୁଛନ୍ତି । ଏବେ କରୋନାର କୌଣସି ଭ୍ୟାକ୍ସିନ୍ ନାହିଁ । ଲକଡାଉନ୍ ହିଁ ଏକମାତ୍ର ଉପାୟ । ରାହୁଲ ଗାନ୍ଧି ଦେଶର ଏକତାକୁ ନଷ୍ଟ କରୁଥିବା ବ୍ୟକ୍ତିଙ୍କୁ ଶୁଭେଛା ଜଣାଉଛନ୍ତି । କରୋନା ପରିସ୍ଥିତି ଆସିବା ଦିନଠାରୁ ରାହୁଲ ଦେଶର ସଂକଳ୍ପକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି ।

ସେହିଭଳି ରାହୁଲଙ୍କ ନିର୍ବାଚନୀକ୍ଷେତ୍ର ବାୟନାଡ ମଡେଲକୁ କେବେ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପ୍ରସଂଶା କରିନାହିଁ ଓ ଏବେ ତାହା କରୋନା ହଟସ୍ପଟ୍ ବୋଲି ରବିଶଙ୍କର କହିଛନ୍ତି ।

ନ୍ୟାୟ ଯୋଜନା ବାବଦରେ ରାହୁଲ ବାରମ୍ବାର କହୁଛନ୍ତି କିନ୍ତୁ ତାକୁ କ’ଣ ପାଇଁ ନିଜ ଦଳ ଶାସିତ ରାଜ୍ୟରେ ପ୍ରଥମେ ଲାଗୁ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ରବିଶଙ୍କର ।

ଆରୋଗ୍ୟ ସେତୁ ଆପକୁ ନେଇ ସେ କହିଛନ୍ତି ଯେ, ଏବେ ଏହାକୁ ଓପନ୍ ସୋର୍ସ କରିଦିଆଯାଇଛି । ବିଶ୍ୱରେ ଏହାର ପ୍ରଶଂସା ହେଉଛି ।  ୧୧ କୋଟି ଲୋକ ଏହାକୁ ବ୍ୟବହାର କରୁଛନ୍ତି । ଏଥିରେ ଯେଉଁ ଡାଟା ଆସୁଛି ତାହା ୧୮୦ ଦିନରେ ଫେରି ଯାଉଛି ବୋଲି ସେ କହିଛନ୍ତି ।

 

ଯେତେବେଳେ ରାହୁଲ ହାଭାର୍ଡ ପ୍ରଫେସରଙ୍କୁ ପାଚାରିଲେ,ଭାଇ ଏ ଭ୍ୟାକ୍ସିନ୍ କେବେ ଆସିବ ?

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ବୁଧବାର ଦିନ କରୋନା ଭାଇରସକୁ ନେଇ ବିଶ୍ୱର ଦୁଇ ଜଣ ଏକ୍ସପର୍ଟଙ୍କ ସହ କଥା ହୋଇଥିଲେ । ଏହି ସମୟରେ ସେ କରୋନା ଭାଇସର ପ୍ରଭାବ,ଲକଡାଉନ୍ କାରଣରୁ ଅର୍ଥନୀତି ଉପରେ ପଡିଥିବା ପ୍ରଭାବ ଉପରେ ଚର୍ଚ୍ଚା ହୋଇଥିଲା । ଆଲୋଚନା କାଳରେ ରାହୁଲ ଗାନ୍ଧି ହାଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଶିଶ ଝାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ,ତାହା ବି ହିନ୍ଦିରେ ନିଜ ଅନ୍ଦାଜରେ । ରାହୁଲ ଗାନ୍ଧି ପଚାରିଥିଲେ ଯେ,ଭାଇ କୁହନ୍ତୁ ଭ୍ୟାକ୍ସିନ୍ କେବେ ଆସିବ? ଉତ୍ତରରେ ପ୍ରଫେସର ଝା କହିଥିଲେ ଯେ, ତିନି ଦେଶର ଆଶା ଯେ, ଖୁବଶୀଘ୍ର ଆସିବ କିନ୍ତୁ ଆସନ୍ତା ବର୍ଷ ସୁଧା ଭ୍ୟାକ୍ସିନ୍ ଆସିଯିବ ବୋଲି ପୁରା ଆଶା ଅଛି । ତେବେ ଭାରତକୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡିବ । କାରଣ ଭାରତରେ ୫୦ କୋଟିରୁ ଅଧିକ ଭ୍ୟାକ୍ସିନ୍ ତିଆରି କରିବାକୁ ପଡିବ ।

ଉଲ୍ଲେଖନୀୟ ଯେ, ଏବେ ଆମେରିକା, ବ୍ରିଟେନ୍,ଇସ୍ରାଏଲ ଭଳି ଦେଶରେ ଭ୍ୟାକ୍ସିନକୁ ନେଇ କାମ ଚାଲୁଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ମଧ୍ୟ ଏହାର ଟେଷ୍ଟିଂ ଆରମ୍ଭ ହୋଇଗଲାଣି । ଚଳିତ ବର୍ଷ ଶେଷ ସୁଧା ଭ୍ୟାକ୍ସିନ୍ ଆସିଯିବ ବୋଲି ଆଶା କରାଯାଉଛି ।

ତେବେ ବିଶେଷଜ୍ଞଙ୍କ କହିବା ହେଉଛି ଭ୍ୟାକ୍ସିନ୍ ଆସିବା ପରେ ବିପୁଳ ମାତ୍ରାରେ ତାହାକୁ ପ୍ରସ୍ତୁତ କରିବା ସବୁଠୁ ବଡ ଚ୍ୟାଲେଂଜ୍ ହେବ ।

ଅନ୍ୟପକ୍ଷରେ ଭାରତରେ ମଧ୍ୟ ଅନେକ ଟିମ୍ ଭ୍ୟାକ୍ସିନ୍ ତିଆରି କରିବାରେ ଲାଗିଛନ୍ତି । ଭାରତ ସରକାର ଏହି ଟିମଗୁଡିଙ୍କୁ ସାହାଯ୍ୟ କରୁଛନ୍ତି । ତେଣୁ ଭାରତ ଯଦି କରୋନା ଭାଇରସ ଟୀକା ପ୍ରଥମେ ତିଆରି କରେ ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ବିଶେଷଜ୍ଞଙ୍କ ସହ ଆଲୋଚନା କାଳରେ ରାହୁଲ କହିଥିଲେ ଯେ, ଭାଇରସ ଓ ଲକଡାଉନ୍ କାରଣରୁ ଲୋକ ରୋଜଗାର ହରାଇଛନ୍ତି  । କରୋନା କାରଣରୁ ଦୁନିଆ ବଦଳିଯିବ । କିନ୍ତୁ ଏହା ଲୋକଙ୍କୁ ଏକାଠି କରିବାରେ ସାହାଯ୍ୟ କରିଛି । କାରଣ ଏବେ ସମସ୍ତେ ଜାତି ଧର୍ମ ଭୁଲି କରୋନା ମୁକାବିଲା ପାଇଁ କାମ କରୁଛନ୍ତି ।

 

ଭାତର-ଚିନ ସୀମା ବିବାଦ: ଗୋଟେ ଇଞ୍ଚ ବି ପଛକୁ ଘୁଞ୍ଚିବନି ଭାରତ,ଯବାବ ଦେବାକୁ ପ୍ରସ୍ତୁତ ଭାରତୀୟ ସେନା

ନୂଆଦିଲ୍ଲୀ: ପୂର୍ବ ଲଦାଖ ସୀମାରେ ଆକ୍ରମଣାତ୍ମକ ଢଙ୍ଗ ଦେଖାଉଛି ଚୀନ । ଏବେ ସେମାନଙ୍କୁ ସଠିକ୍ ଜବାବ ଦେବା ପାଇଁ ଭାରତ ପୂରା ପ୍ରସ୍ତୁତି  କରିସାରିଛି । ଚୀନ ବିରୁଧରେ କୂଟନୀତିକ ସହ ରଣନୀତିକ ଯୋଜନା ମଧ୍ୟ ପ୍ରସ୍ତୁତ ରହିଛି । ଭାରତ ଏବଂ ଚୀନ ସେନା ମଧ୍ୟରେ ତିକ୍ତତା ବଢିବା ପରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସୁରକ୍ଷା ଚକ୍ରର ‘ଟପ୍ ୫’ଙ୍କ ସହ କଥାବାର୍ତ୍ତା କରିଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ ବିପିନ ରାବତ ଏବଂ ୩ଟି ସେନାର ପ୍ରମୁଖମାନs ବୈଠକରେ ସାମିଲ ଥିଲେ । ଏବଂ ଆଜି ଚାଲିଥିବା ଆର୍ମି କମାଣ୍ଡର କନଫରେନ୍ସ ଚୀନ ସୀମାରେ ଥିବା କମାଣ୍ଡରମାନେ ନିଜର ଯୋଜନା ସାମ୍ନାରେ ରଖିବେ । ଏହି କନଫରେନ୍ସରେ ଚିନକୁ କିପରି ଜବାବ ଦିଆଯାଇପାରିବ ସେନେଇ ଆଲୋଚନା ହେବ ।

ତେବେ ଆର୍ମି କମାଣ୍ଡରମାନଙ୍କ ବୈଠକ ଗୋଟିଏ ବର୍ଷରେ ଦୁଇଥର ହୋଇଥାଏ । ଏଥିରେ ସେନାର ୭ଜଣ କମାଣ୍ଡିଂ ଅଫିସର ଯୋଗ ଦେଇଥାନ୍ତି । ତେଣୁ ଏବେ ଅନ୍ଦାଜ ଲଗାଯାଉଛି ଯେ, ଆକ୍ରମଣାତ୍ମକ ହେଉଥିବା ଚିନ୍ ବିରୋଧରେ ରଣନୀତି ପ୍ରସ୍ତୁତ କରାଯିବ । ସବୁ ସୈନ୍ୟ ଅଧିକାରୀମାନେ ଏଥିରେ ପ୍ରୋଜେକ୍ଟ ମାଧ୍ୟମରେ ବର୍ଡର ସ୍ଥିତିକୁ ସାମ୍ନାରେ ରଖିବେ ଏବଂ ଭାରତୀୟ ସୈନିକମାନେ କଣ ପଦକ୍ଷେପ ନେଇଛନ୍ତି ସେନେଇ ସୂଚନା ଦେବେ ।

ଗୋଟେ ଇଞ୍ଚ ବି ପଛକୁ ଫେରିବନି ଭାରତ

ପ୍ରଧାନମନ୍ତ୍ରୀଙ୍କ ସହ ସିଡିଏସ, ଏନଏସଏ ଏବଂ ସେନା ପ୍ରମୁଖଙ୍କ ବୈଠକର ଏଜେଣ୍ଡା ମିଲିଟାରୀ ଏବଂ ଭାରତର ଯୁଦ୍ଧ ଦକ୍ଷତା ବୃଦ୍ଧି ଉପରେ ଥିଲା । କିନ୍ତୁ ଚୀନର ସେନା ଲଦାଖରେ କରୁଥିବା କାର୍ଯ୍ୟକଳାପ ବୈଠକର ଦିଗ ବଦଳାଇ ଦେଇଥିଲା । ସୂଚନା ଅନୁସାରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲଦ୍ଦାଖ ପରିସ୍ଥିତି ବିଷୟରେ ଜଣାଇଥିଲେ । ତେଣୁ ନିଷ୍ପତ୍ତି ନିଆଯାଇଛି ଯେ, ବର୍ଡରରେ ବିକାଶ ପାଇଁ ଯେଉଁ କାର୍ଯ୍ୟ ଚାଲିଛି ତାହା ବନ୍ଦ ହେବ ନାହିଁ । ଚୀନ ନିର୍ମାଣ ରୋକିବାର ସର୍ତ୍ତ ରଖିଛି ଯାହାକୁ ଭାରତ ଗ୍ରହଣ କରୁନାହିଁ । ସୀମାରେ ସ୍ଥିତି ବଜାୟ ରଖିବାକୁ ଭାରତ ସ୍ପଷ୍ଟ ଭାବେ କହିଛି।

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଟ୍ଟ ମଧ୍ୟ ଚିନ୍ ସୀମାର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିଛି ।

ସିଡ଼ିଏସ ପ୍ରଥମରୁ ୩ଟି ଆର୍ମିର ମୁଖ୍ୟଙ୍କୁ ନେଇ ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସହ ମଧ୍ୟ ଭେଟି ଥିଲେ । ପୈଙ୍ଗୋଗ ଝିଲ, ଗଲବା ଘାଟି, ଡେମଚୋକ ଏବଂ ଦୌଲବ ବେଗ ଅଲଡ଼ିରେ ଭାରତ ଏବଂ ଚୀର ସୈନ୍ୟ ମୁହାଁମୁହିଁ ହୋଇଥିଲେ । ଏନଏସଏ ଅଜିତ ଡୋଭାଲ ଲଗାତାର LAC ଉପରେ ହେଉଥିବା ବିକାଶ ଉପରେ ନଜର ରଖିଛନ୍ତି । ରିପୋର୍ଟ ଅନୁସାରେ ଉତ୍ତର ସିକିମ ଏବଂ ଉତ୍ତରାଖଣ୍ଡର ସୀମାରେ ଗତକିଛି ଦିନ ହେବ ଯାହା ବି କାର୍ଯ୍ୟକଳାପ ହୋଇଛି ଡୋଭାଲ ଏହା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ।

ଲଦ୍ଦାଖରେ ଆବଶ୍ୟକଠାରୁ ଅଧିକ ଫୋର୍ସ ନିୟୋଜିତ ହୋଇଛନ୍ତି ।

ଭାରତୀୟ ସେନା ଲଦ୍ଦାଖ ସୀମାରେ ଥିବା କେତେକ ସେକ୍ଟରରେ ଫୋର୍ସ ବଢାଇ ଦେଇଛନ୍ତି ଯାହାଫଳରେ ଚୀନ କୌଣସି ଆକ୍ରମଣାତ୍ମକ କାର୍ଯ୍ୟକଳାପ ନକରେ । ଚୀନ LAC ଉପରେ ନିର୍ମାଣ କାମ ଆରମ୍ଭ କରିଛି ଏବଂ ତମ୍ବୁ ମଧ୍ୟ ପକାଇଛି । ଭାରତ ମଧ୍ୟ ପୈଙ୍ଗୋଗ ହ୍ରଦ ଏବଂ ଗଲବା ଘାଟିରେ ଚିନକୁ ସମାନ ଜବାବ ଦେଇଛି । ଦୌଲତ ବାଗରେ ସେନାର ୮୧ ଏବଂ ୧୧୪ତମ ବିଗ୍ରେଡ ନିୟୋଜିତ ଅଛନ୍ତି ।

ଭାରତକୁ କାହିଁକି ଚିଡ଼ୁଛି ଚୀନ୍ ?

ଭାରତ LACରେ ଉଚ୍ଚାରେ ଥିବା ବିବାଦୀୟ ଅଞ୍ଚଳରେ ରାସ୍ତା ଏବଂ ଏୟାର କନେକ୍ଟିଭିଟିର ମାମଲାରେ ଚିନର କାର୍ଯ୍ୟକଳାପକୁ ଭାରତ ଲଗାତାର ଭାବେ ଚ୍ୟାଲେଞ୍ଜ କରିଆସିଛି । ପୂର୍ବ ଲଦାଖରେ ଚୀନର ବୃଦ୍ଧି ପାଉଥିବା ଉତ୍ତେଜନା ପଛରେ ଭିତ୍ତିଭୂମି ଦୃଷ୍ଟିରୁ ଭାରତକୁ ଆକ୍ରମଣାତ୍ମକ ହେବାକୁ ପଡିବ। ୨୫୫ କିଲୋମିଟର ଲମ୍ବା ଦାରବୁକ-ସ୍ୟୋକ-ଦୌଲତ ବେଗ ଔଲଡ଼ି(DBO) ଅର୍ଥାତ୍ DSDBO ରାସ୍ତାରେ ୩୭ ପୋଲର ନିର୍ମାଣ କରାଯାଇଛି । ଭାରତ ସୀମା ଅଞ୍ଚଳରେ ବାୟୁ ସେନାଙ୍କ ପାଇଁ ଆବଶ୍ୟକୀୟ ଭିତ୍ତିଭୁମିକୁ ଆଉ ଦୃଢ କରିବା ଦିଗରେ ଭଲ ପ୍ରଗତି ହୋଇଛି ।

ଝଲସିବ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର…

ଭୁବନେଶ୍ୱର:  ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ । କରୋନା ମହାମାରୀ ଯୋଗୁଁ ପ୍ରାୟ ଅଢ଼େଇ ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହେବ । ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଚର୍ତୁପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହେବାକୁ ଯାଉଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବୁଧବାର ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍‌ଫରେନ୍‌ସିଂରେ ସମୀକ୍ଷା କରିଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୁରୀ ଓ ଭୁବନେଶ୍ୱରର ଏହି ଦୁଇଟି ପ୍ରକଳ୍ପ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଲକ୍‌ଡାଉନ୍‌ କାରଣରୁ ଉନ୍ନୟନ କାର୍ଯ୍ୟ ଦୁଇ ମାସ ବନ୍ଦ ରହିଥିଲା । ତେବେ ଏହି କାର୍ଯ୍ୟକୁ ଚଳିତ ମାସ ୨୯  ପୁନର୍ବାର ଆରମ୍ଭ କରାଯିବ । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କାର୍ଯ୍ୟସମୟରେ ସାମାଜିକ ଗୁରୁତ୍ୱ ଏବଂ ଅନ୍ୟ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ମହୋଦଧି ମାର୍କେଟ୍‌ କମ୍ପ୍ଲେକ୍ସ, ଶ୍ରୀସେତୁ, ଶ୍ରୀ ଜଗନ୍ନାଥ ବହ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ଏବଂ ମୁଷା ନଦୀର ସମ୍ପ୍ରସାରଣ ଆଦି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି । ଅଧିକାଂଶ ଜମି ଅଧିଗ୍ରହଣ ସରିଥିବା ବେଳେ ଅଳ୍ପ କେତକର ଅଧିଗ୍ରହଣ ବାକି ରହିଛି । ଆସନ୍ତା ଦୁଇରୁ ତିନି ମାସ ମଧ୍ୟରେ ଏହି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଏଥିସହ ପୁରୀ ବଡ଼ ଦାଣ୍ଡ ଉନ୍ନତିକରଣ ପ୍ରକଳ୍ପ ଶ୍ରୀଜଗନ୍ନାଥ ହେରିଟେଜ୍‌ କରିଡର ଜଗନ୍ନାଥ ସଂସ୍କୃତି କେନ୍ଦ୍ର ଏବଂ ଶ୍ରୀମନ୍ନିର ପ୍ରଶାସନ ବିଲ୍ଡିଂର ପୁନର ବିକାଶ ପ୍ରକଳ୍ପ ପାଇଁ ଡିଜାଇନ୍‌ ପ୍ରସ୍ତୁତ କରାଯାଉଛି ।

ଅନୂରୁପ ଭାବେ ଲିଙ୍ଗରାଜ ମନ୍ଦିରର ବିଭିନ୍ନ କାର୍ଯ୍ୟ ପାଇଁ ମଧ୍ୟ ବୈଠକରେ ଗୁରୁତର ଆଲୋଚନା କରାଯାଇଛି । ଏନେଇ ଆବଶ୍ୟକ ଥିବା ଜମି ଅଧିଗ୍ରହଣ କାର୍ଯ୍ୟ ଖୁବ୍‌ଶୀଘ୍ର ସରିବ । ବିଶେଷ କରି ମନ୍ଦିର ଓ ବିନ୍ଦୁ ସାଗର ମଧ୍ୟବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ ଆରମ୍ଭ କରାଯିବ । ଏସମ୍ପର୍କିତ ସମସ୍ତ କାର୍ଯ୍ୟପାଇଁ ଯୋଜନା ଓ ଡିଜାଇନ୍‌ ପ୍ରସ୍ତୁତ ସରିଛି । ବିନ୍ଦୁ ସାଗର ଓ ଅନ୍ୟାନ୍ୟ ତୀର୍ଥ ପୁଷ୍କରିଣୀକୁ ନୂତନ ବୈଷୟିକ ଜ୍ଞାନ ସହାୟତାରେ ସ୍ୱଚ୍ଛ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାର ଗୁଣାତ୍ମକମାନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କର ଭାରତୀୟ ରସାୟନ ପ୍ରତିଷ୍ଠାନ (ICI) ସହିତ ଖୁବ୍‌ ଶୀଘ୍ର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସମେତ ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ର ମୁଖ୍ୟ ଉପଦେଷ୍ଟା ଆର୍‌ ବାଲକ୍ରିଷ୍ଣନ୍‌, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠି, ଉନ୍ନୟନ କମିଶନର ସୁରେଶ ମହାପାତ୍ର, 5T ସଚିବ ଭି.କେ ପାଣ୍ଡିଆନ୍‌, ଶ୍ରୀମନ୍ଦିର ପ୍ରଶାସକ ତଥା ପୂର୍ତ୍ତ ସଚିବ କ୍ରିଷନ୍‌ କୁମାର ଏବଂ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ ଉପସ୍ଥିତ ଥିଲେ ।

ଚୀନ ଦାଦାଗିରିକୁ ଚ୍ୟାଲେଂଜ୍,ଭାରତର ଚକ୍ରବ୍ୟୁହରୁ ବାହାରିବା ମୁସ୍କିଲ !

ନୂଆଦିଲ୍ଲୀ: କରୋନା ଭାଇରସ ବାବଦରେ ଦୁନିଆକୁ ଭ୍ରମିତ କରିବା ଅଭିଯୋଗରେ ଚୀନ ଦୁନିଆରେ ଏକୁଟିଆ ପଡୁଥିବା ବେଳେ ଭାରତ ବିରୋଧରେ ପ୍ରେସର ଟାକ୍ଟିସ ଆପଣାଇଛି । ତେଣୁ ଲଦ୍ଦାଖରେ ଚୀନ ସେନାର ଗତିବିଧି ବୃଦ୍ଧି ପାଇଛି । କିନ୍ତୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନଠାରୁ ଆରମ୍ଭ କରି ଅନ୍ୟ ମଂଚରେ ଭାରତ ଚୀନ୍ ପାଇଁ ଏଭଳି ଚକ୍ରବ୍ୟୁହ ତିଆରି କରିଛି ଯେଉଁଥିରୁ ବାହାରିବା ଡ୍ରାଗନ ପାଇଁ ସହଜ ନୁହେଁ

LAC ରେ ଭାରତର ବଡ ପ୍ରସ୍ତୁତି

ଭାରତ ଲଦ୍ଦାଖ ସୀମାରେ ବଡଧରଣର ପ୍ରସ୍ତୁତି କରିଛି । ନିଜର ଭିତ୍ତିଭୂମିର ବିକାଶ କରିଛି । ସାମରିକ ଭିତ୍ତିଭୂମି ବିକାଶ କାରଣରୁ ଡ୍ରାଗନ୍ ଖପ୍ପା ଅଛି । ଲଦ୍ଦାଖରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ୩ ହଜାର ୪୮୮ କିମି ଲମ୍ବା ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲରେ ଭାରତ ସଡକପଥର ବିକାଶ ସହ ବାୟୁ ଯୋଗାଯୋଗକୁ ମଧ୍ୟ ମଜବୁତ କରିଛି । ଫଳରେ ଏହା ଚୀନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ।

WHO କରିବ ଚୀନ୍ ବିରୋଧରେ ତଦନ୍ତ

ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ବା ହୁ’ର ଏଗଜିକ୍ୟୁଟିଭ୍ ବୋର୍ଡର ନିୟନ୍ତ୍ରଣ ଏବେ ଭାରତ ହାତରେ । କରୋନା ଭାଇରସର ଆରମ୍ଭ ବୁହାନ ସହରରେ ହୋଇଥିଲା । କିନ୍ତୁ ଚୀନ୍ ଏହାକୁ ବହୁତଦିନ ଧରି ବାକି ଦୁନିଆଠାରୁ ଲୁଚାଇ ରଖିଥିଲା । କେବଳ ଚୀନ୍ ପାଇଁ ୩ ଲକ୍ଷ ଲୋକ ଏପର୍ଯ୍ୟନ୍ତ ପ୍ରାଣ ହରାଇଲେଣି ବୋଲି ଅଭିଯୋଗ ହେଉଛି । ଚୀନ୍ ଏଥିପାଇଁ ଉତ୍ତର ଦେଉ ବୋଲି ଦାବି ହେଉଛି । ଚୀନ୍ ବିରୋଧରେ ତଦନ୍ତ ପାଇଁ ଦାବି ଜୋର ଧରିଲାଣି । ହୁ’ର ଭୂମିକାକୁ ନେଇ ସ୍ୱତନ୍ତ୍ର ତଦନ୍ତ ହେଉ ବୋଲି ଭାରତ ସମେତ ୬୨ ଦେଶ ଦାବି କରୁଛନ୍ତି ।ଯଦି ତଦନ୍ତ ହୁଏ ତେବେ ଅନେକ କଥା ପଦାକୁ ଆସିବ ବୋଲି କୁହାଯାଉଛି । ଯେଉଁ ତଥ୍ୟ ବାହାରକୁ ଆସିବ ତାହା ଚୀନ ପାଇଁ ଶୁଭଙ୍କର ହେବ ନାହିଁ ।

ତାଇୱାନ୍ ସହ ଭାରତର ସମ୍ପର୍କ ଚୀନ ପାଇଁ ଅସହନୀୟ

ତାଇୱାନା ରାଷ୍ଟ୍ରପତି ସାଇ ଇଂଙ୍ଗ୍ ବେନଙ୍କ ଶପଥ ଗ୍ରହଣ ସମାରୋହରେ ବିଜେପିର ଦୁଇ ସାଂସଦ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ । ଏହାକୁ ଚୀନ ବିରୋଧ କରିଛି । ଚୀନ ରାଷ୍ଟ୍ରଦୂତ ଏନେଇ ନିଜ ବିରୋଧ ପ୍ରକଟ କରିଛନ୍ତି ।ତାଇନୱାନ୍ ରାଷ୍ଟ୍ରପତିଙ୍କ ଶପଥ ସମାରୋହରେ ୪୧ ଦେଶର ୯୨ ପ୍ରତିନିଧି ଭର୍ଚୁଆଲି ଉପସ୍ଥିତ ଥିଲେ । ଚୀନ କେବେ ମଧ୍ୟ ତାଇୱାନକୁ ଅଲଗା ଦେଶ ଭାବେ ଗ୍ରହଣ କରେନା । ଏହା ତାଇୱାନକୁ ନିଜର ଏକ ଅଙ୍ଗ ଭାବେ ବିବେଚନା କରେ । ଭାରତ ମଧ୍ୟ ୱାନ୍ ଚାଇନା ପଲିସିରେ ବିଶ୍ୱାସ କରୁଥିଲା । କିନ୍ତୁ ଏବେ ନୂଆ ସ୍ଥିତିରେ ଭାରତ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ସମ୍ଭାବନା ରହିଛି । ତାଇୱାନକୁ ଆମେରିକାର ସମର୍ଥନ ରହିଛି । ଭାରତ ତାଇୱାନକୁ ସମର୍ଥନ କରି ଚୀନକୁ ଘେରିବାକୁ ଚେଷ୍ଟା କରୁଛି ।

ଦକ୍ଷୀଣ ଚୀନ ସାଗରରେ ଚୀନ୍ ଦାଦାଗିରିକୁ ଚ୍ୟାଲେଂଜ୍

ଦକ୍ଷୀଣ ଚୀନ୍ ସାଗରରେ ତୈଳ ଉତଖନନକୁ ନେଇ ଚୀନ୍ ଓ ମାଲେଶିଆ ମଧ୍ୟରେ ଛକାପଞ୍ଝା ଲାଗିଛି । ଏହାରି ଭିତରେ ଆମେରିକା ଓ ଅଷ୍ଟ୍ରେଲିଆର ଯୁଦ୍ଧ ଜାହଜ ସେଠାରେ ପହଂଚି ସାରିଲେଣି । ଚୀନ୍ ଦକ୍ଷୀଣ ସାଗର ଉପରେ ତା’ର ଦାବି ରଖୁଛି । ସେଠାରେ ତା’ର ଯୁଦ୍ଧପୋତ ମଧ୍ୟ ଉପସ୍ଥିତ ଅଛନ୍ତି । ବିଶ୍ୱ ସାମୁଦ୍ରିକ ପରିବହନର ୯୦ ପ୍ରତିଶତ ଦକ୍ଷୀଣ ଚୀନ୍ ସାଗର ଦେଇ ଯାଇଥାଏ । ଭାରତ ମହାସାଗରରେ ଶାନ୍ତି ଓ ସ୍ଥିରତା ପାଇଁ ଦକ୍ଷୀଣ ଚୀନ୍ ସାଗରରେ ଶାନ୍ତି ଆବଶ୍ୟକ । ଭାରତ ଏହି ପ୍ରସଙ୍ଗରେ ଏବେ ଚୁପ୍ ଅଛି । କିନ୍ତୁ ଆଗାକୁ ଏହା ଭିଏତନାମ୍,ମାଲେସିଆ,ଫିଲିପାଇନ୍ସକୁ ଏହି ମାମଲାରେ ସମର୍ଥନ କରିପାରେ ।

ଚୀନ୍ ଛାଡି ଭାରତ ଆସିବେ ବିଦେଶୀ କଂପାନୀ

ଦୁନିଆର ମାନୁଫେକ୍ଚରିଂ ହବ୍ ଭାବେ ଚୀନ୍ ଜଣାଶୁଣା ଥିଲା । କିନ୍ତୁ କରୋନା ପରେ ଚୀନ୍ ଛାଡିବାକୁ ସଜବାଜ ହେଉଛନ୍ତି ବିଦେଶୀ କଂପାନୀ । ଏହି କଂପାନୀ ସବୁ ଭାରତ ଆସିବାର ସମ୍ଭାବନା ରହିଛି । ପ୍ରାୟ ୧୦୦୦ କମ୍ପାନୀ ଭାରତରେ ନିଜ କାରଖାନା ବସାଇବା ପାଇଁ ପ୍ରାରମ୍ଭିକ ଆଲୋଚନା ସ୍ତରରେ ଥିବା ଜଣାପଡିଛି । ଯଦି ଏହି ସବୁ କଂପାନୀ ଭାରତ ଆସନ୍ତି ତେବେ ଚୀନକୁ ବଡଧରଣର ଝଟକା ଲାଗିପାରେ ।

ହଂକଂ ଚୀନକୁ ଲାଗିପାରେ ଝଟକା !

ଲଦ୍ଦାଖରେ ଭାରତକୁ ଘେରିବାକୁ ଉଦ୍ୟମ କରୁଥିବା ଚୀନକୁ ହଂକଂରେ ଝଟକା ଲାଗିଛି । ବ୍ୟାପକ ହିଂସାକୁ ଦୃଷ୍ଟିରେ ରଖି ଚୀନ୍ ସରକାର ହଂକଂରେ ଜାତୀୟ ସୁରକ୍ଷା ଆଇନକୁ ସଂସଦରେ ପେସ୍ କରିଛନ୍ତି । ଯାହା ବିରୋଧରେ ହଂକଂ ସଡକରେ ଏବେ ବ୍ୟାପକ ପ୍ରଦର୍ଶନ ହେଉଛି ।ଅନ୍ୟପକ୍ଷରେ ଚୀନ୍ ପ୍ରଦର୍ଶନକାରୀଙ୍କ ବିରୋଧରେ ବଳପ୍ରୟୋଗ କରୁଛି ।

ଏହି ସ୍ଥାନର କୁକୁଡ଼ା ଦେଉଛନ୍ତି ସବୁଜ କେଶର ଥିବା ଅଣ୍ଡା,ବୈଜ୍ଞାନିକ ଖାଦ୍ୟ ବଦଳାଇବା ପାଇଁ ଦେଲେ ପରାମର୍ଶ

ମଲ୍ଲପୁରମ: ଆପଣ କେବେ ସବୁଜ କେଶର ଥିବା ଅଣ୍ଡା ଦେଖିଛନ୍ତି କି । ଯଦି ଦେଖି ନାହାଁନ୍ତି ତେବେ ଏବେ ଦେଖି ନିଅନ୍ତୁ । ଏମିତି ଏକ ଘଟଣା ଦେଖାଦେଇଛି କେରଳର କୁକୁଡ଼ା ଚାଷୀଙ୍କ ଘରେ । ଯେଉଁଠି ତାଙ୍କ କୁକୁଡ଼ାମାନେ ସବୁଜ ରଙ୍ଗର ଅଣ୍ଡା ଦେବା ଆରମ୍ଭ କରିଦେଇଛନ୍ତି । ପୂରା ପରିବାର ଗତ କିଛି ମାସରୁ ଏହି ଅଣ୍ଡା ଖାଉଛନ୍ତି ମଧ୍ୟ । କିନ୍ତୁ ଏବେ ଏହି ସବୁଜ ରଙ୍ଗର ଅଣ୍ଡା ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ମଲ୍ଲପୁରମରେ ରହୁଥିବା ଜଣେ କୁକୁଡ଼ା ଚାଷୀ ଶିହାବୁଦ୍ଦୀନ କହିଛନ୍ତି ଯେ, କୁକୁଡ଼ା ଫାର୍ମରେ କୁକୁଡ଼ାମାନେ ସବୁଜ ଅଣ୍ଡା ଦେଉଛନ୍ତି । ସେ ଏବଂ ତାଙ୍କ ଫ୍ୟାମିଲି ଗତ ୯ମାସ ହେବ ଏହି ଅଣ୍ଡା ଖାଉଛନ୍ତି ଏବଂ ସେମାନେ ସେହି ଅଣ୍ଡା ଖାଇବା ଦ୍ୱାରା ତାଙ୍କଠାରେ କୌଣସି ସମସ୍ୟା ମଧ୍ୟ ଦେଖାଯାଇନାହିଁ । ଶିହାବୁଦ୍ଦୀନ କହିଛନ୍ତି ଯେ, କିଛି ସାପ୍ତାହ ପୂର୍ବରୁ ସେ ଏହି ସବୁଜ ରଙ୍ଗର କେଶର ଯୁକ୍ତ ଅଣ୍ଡାର ଫଟୋ ପୋଷ୍ଟ କରିଥିଲେ ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

କେରଳର ପଶୁ ବିଜ୍ଞାନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ କହିଛନ୍ତି ଯେ, କୁକୁଡ଼ାରେ ଖାଦ୍ୟ ପାଇଁ ଏମିତି ଅବସ୍ଥା ହୋଇଛି । ଯଦି ତାଙ୍କ ଖାଦ୍ୟରେ ସବୁଜ ରଙ୍ଗର ଖାଦ୍ୟ ପଦାର୍ଥ ଥାଏ ତେବେ ସେମାନଙ୍କ ଅଣ୍ଡାର କେଶର ସାବୁଜ ହୋଇଥାଇ ପାରେ । ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଏସ. ଶଙ୍କରଲିଙ୍ଗମ କହିଛନ୍ତି ଯେ, ଏଥିରୁ ସ୍ପଷ୍ଟ ହୋଇଛି ଯେ, କୁକୁଡ଼ା ମାନଙ୍କୁ କିଭିଳି ଖାଦ୍ୟ ଦିଆଯାଇପାରିବ । ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଶିହାବୁଦ୍ଦୀନଠାରୁ କୁକୁଡ଼ାମାନେ ଖାଉଥିବା ଖାଦ୍ୟ ମାଗିଥିଲେ ।

ଏହାପରେ ବୈଜ୍ଞାନିକମାନେ ଖାଦ୍ୟକୁ ପରୀକ୍ଷଣ କିରବା ପରେ ଶିହାବୁଦ୍ଦୀନକୁ କହିଲେ ଯେ, ସେହି ଖାଦ୍ୟ କୁକୁଡ଼ାକୁ ଦିଅନ୍ତୁ । ଆରମ୍ଭରୁ କୁକୁଡ଼ାମାନେ ସେହି ଖାଦ୍ୟ ଖାଇବାପରେ ଯେଉଁଅଣ୍ଡା ଦେଲେ ତାହା ସବୁଜ ରଙ୍ଗର କେଶର ଯୁକ୍ତ ଥିଲା । କିନ୍ତୁ ସପ୍ତାହେ ପରେ କୋଶରର ରଙ୍ଗ ହଳଦିଆ ହେବାରେ ଲାଗିଲା ।

ଡକ୍ଟର ଏସ ଶଙ୍କରଲିଙ୍ଗମ କହିଛିନ୍ତି ଯେ, କୁକୁଡ଼ାମାନଙ୍କୁ କେରଳରେ ସାଧାରଣ ଭାବେ କୁରୁନଥୋଡ୍ଡୀ ନାମକ ଔଷଧିୟ ଗଛ ଖାଇବାକୁ ଦିଆଯାଇଥା ଏଥିପାଇଁଅ ହିଁ ଅଣ୍ଡାର କେଶରର ରଙ୍ଗ ବଦଳିଯାଏ ।

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୯୩କୁ ବୃଦ୍ଧି

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ କୋରନା ସଂକ୍ରମିତଙ୍କ ସଂଖ୍ୟା ୧୫୯୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ୬୭ଜଣ ନୂତନ ସଂକ୍ରମିତଙ୍କ ମଧ୍ୟରୁ ୭୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଏବଂ ଅନ୍ୟ ୨ ଜଣ ସ୍ଥାନୀୟ ଲୋକ ପଜିଟିଭ ଆସିଛନ୍ତି।

ଗଞ୍ଜାମରେ ୧୦, ବାଲେଶ୍ୱର, ନୟାଗଡ଼, କଟକ ୧୧, ବଲାଙ୍ଗିରରେ ୧୬, , ଝାରସୁଗୁଡ଼ା ୬, ୨, ମୟୁରଭଞ୍ଜ ୧, କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରେ ୨ଜଣ ଲେଖାଏଁ , ଖୋର୍ଦ୍ଧା ଏବଂ ନୁଆପଡ଼ା ୧୩ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୫୯୩କୁ ବୃଦ୍ଧି ପାଇଥିବା ବେଳେ ୭୩୩ ଜଣ ସୁସ୍ଥ ହୋଇଛନ୍ତି । ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୮୫୩ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ସର୍ବାଧିକ ୩୬୮ ସଂକ୍ରମିତଙ୍କ ସହ ଗଞ୍ଜାମ ଲିଷ୍ଟର ଉପରେ ଥିବାବେଳେ ଦ୍ୱିତୀୟରେ ରହିଛି ଯାଜପୁର ଜିଲ୍ଲା ଏଠାରେ ସଂକ୍ରମିତ ସଂଖ୍ୟା ୨୪୨ ରହିଛି ଏବଂ  ୧୩୯ ସଂକ୍ରମିତଙ୍କ ସହ ବାଲେଶ୍ୱର ତୃତୀୟରେ ରହିଛି ।

ପୁଣି ୭୯ କରୋନା ସଂକ୍ରମିତ ଚିହ୍ନଟ: ସୋନପୁରକୁ ଛୁଇଁଲା କରୋନା