ଯେତେବେଳେ ରାହୁଲ ହାଭାର୍ଡ ପ୍ରଫେସରଙ୍କୁ ପାଚାରିଲେ,ଭାଇ ଏ ଭ୍ୟାକ୍ସିନ୍ କେବେ ଆସିବ ?

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ବୁଧବାର ଦିନ କରୋନା ଭାଇରସକୁ ନେଇ ବିଶ୍ୱର ଦୁଇ ଜଣ ଏକ୍ସପର୍ଟଙ୍କ ସହ କଥା ହୋଇଥିଲେ । ଏହି ସମୟରେ ସେ କରୋନା ଭାଇସର ପ୍ରଭାବ,ଲକଡାଉନ୍ କାରଣରୁ ଅର୍ଥନୀତି ଉପରେ ପଡିଥିବା ପ୍ରଭାବ ଉପରେ ଚର୍ଚ୍ଚା ହୋଇଥିଲା । ଆଲୋଚନା କାଳରେ ରାହୁଲ ଗାନ୍ଧି ହାଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଶିଶ ଝାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ,ତାହା ବି ହିନ୍ଦିରେ ନିଜ ଅନ୍ଦାଜରେ । ରାହୁଲ ଗାନ୍ଧି ପଚାରିଥିଲେ ଯେ,ଭାଇ କୁହନ୍ତୁ ଭ୍ୟାକ୍ସିନ୍ କେବେ ଆସିବ? ଉତ୍ତରରେ ପ୍ରଫେସର ଝା କହିଥିଲେ ଯେ, ତିନି ଦେଶର ଆଶା ଯେ, ଖୁବଶୀଘ୍ର ଆସିବ କିନ୍ତୁ ଆସନ୍ତା ବର୍ଷ ସୁଧା ଭ୍ୟାକ୍ସିନ୍ ଆସିଯିବ ବୋଲି ପୁରା ଆଶା ଅଛି । ତେବେ ଭାରତକୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡିବ । କାରଣ ଭାରତରେ ୫୦ କୋଟିରୁ ଅଧିକ ଭ୍ୟାକ୍ସିନ୍ ତିଆରି କରିବାକୁ ପଡିବ ।

ଉଲ୍ଲେଖନୀୟ ଯେ, ଏବେ ଆମେରିକା, ବ୍ରିଟେନ୍,ଇସ୍ରାଏଲ ଭଳି ଦେଶରେ ଭ୍ୟାକ୍ସିନକୁ ନେଇ କାମ ଚାଲୁଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ମଧ୍ୟ ଏହାର ଟେଷ୍ଟିଂ ଆରମ୍ଭ ହୋଇଗଲାଣି । ଚଳିତ ବର୍ଷ ଶେଷ ସୁଧା ଭ୍ୟାକ୍ସିନ୍ ଆସିଯିବ ବୋଲି ଆଶା କରାଯାଉଛି ।

ତେବେ ବିଶେଷଜ୍ଞଙ୍କ କହିବା ହେଉଛି ଭ୍ୟାକ୍ସିନ୍ ଆସିବା ପରେ ବିପୁଳ ମାତ୍ରାରେ ତାହାକୁ ପ୍ରସ୍ତୁତ କରିବା ସବୁଠୁ ବଡ ଚ୍ୟାଲେଂଜ୍ ହେବ ।

ଅନ୍ୟପକ୍ଷରେ ଭାରତରେ ମଧ୍ୟ ଅନେକ ଟିମ୍ ଭ୍ୟାକ୍ସିନ୍ ତିଆରି କରିବାରେ ଲାଗିଛନ୍ତି । ଭାରତ ସରକାର ଏହି ଟିମଗୁଡିଙ୍କୁ ସାହାଯ୍ୟ କରୁଛନ୍ତି । ତେଣୁ ଭାରତ ଯଦି କରୋନା ଭାଇରସ ଟୀକା ପ୍ରଥମେ ତିଆରି କରେ ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ବିଶେଷଜ୍ଞଙ୍କ ସହ ଆଲୋଚନା କାଳରେ ରାହୁଲ କହିଥିଲେ ଯେ, ଭାଇରସ ଓ ଲକଡାଉନ୍ କାରଣରୁ ଲୋକ ରୋଜଗାର ହରାଇଛନ୍ତି  । କରୋନା କାରଣରୁ ଦୁନିଆ ବଦଳିଯିବ । କିନ୍ତୁ ଏହା ଲୋକଙ୍କୁ ଏକାଠି କରିବାରେ ସାହାଯ୍ୟ କରିଛି । କାରଣ ଏବେ ସମସ୍ତେ ଜାତି ଧର୍ମ ଭୁଲି କରୋନା ମୁକାବିଲା ପାଇଁ କାମ କରୁଛନ୍ତି ।

 

Leave a Reply