ଭାତର-ଚିନ ସୀମା ବିବାଦ: ଗୋଟେ ଇଞ୍ଚ ବି ପଛକୁ ଘୁଞ୍ଚିବନି ଭାରତ,ଯବାବ ଦେବାକୁ ପ୍ରସ୍ତୁତ ଭାରତୀୟ ସେନା

1 min read

ନୂଆଦିଲ୍ଲୀ: ପୂର୍ବ ଲଦାଖ ସୀମାରେ ଆକ୍ରମଣାତ୍ମକ ଢଙ୍ଗ ଦେଖାଉଛି ଚୀନ । ଏବେ ସେମାନଙ୍କୁ ସଠିକ୍ ଜବାବ ଦେବା ପାଇଁ ଭାରତ ପୂରା ପ୍ରସ୍ତୁତି  କରିସାରିଛି । ଚୀନ ବିରୁଧରେ କୂଟନୀତିକ ସହ ରଣନୀତିକ ଯୋଜନା ମଧ୍ୟ ପ୍ରସ୍ତୁତ ରହିଛି । ଭାରତ ଏବଂ ଚୀନ ସେନା ମଧ୍ୟରେ ତିକ୍ତତା ବଢିବା ପରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସୁରକ୍ଷା ଚକ୍ରର ‘ଟପ୍ ୫’ଙ୍କ ସହ କଥାବାର୍ତ୍ତା କରିଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ ବିପିନ ରାବତ ଏବଂ ୩ଟି ସେନାର ପ୍ରମୁଖମାନs ବୈଠକରେ ସାମିଲ ଥିଲେ । ଏବଂ ଆଜି ଚାଲିଥିବା ଆର୍ମି କମାଣ୍ଡର କନଫରେନ୍ସ ଚୀନ ସୀମାରେ ଥିବା କମାଣ୍ଡରମାନେ ନିଜର ଯୋଜନା ସାମ୍ନାରେ ରଖିବେ । ଏହି କନଫରେନ୍ସରେ ଚିନକୁ କିପରି ଜବାବ ଦିଆଯାଇପାରିବ ସେନେଇ ଆଲୋଚନା ହେବ ।

ତେବେ ଆର୍ମି କମାଣ୍ଡରମାନଙ୍କ ବୈଠକ ଗୋଟିଏ ବର୍ଷରେ ଦୁଇଥର ହୋଇଥାଏ । ଏଥିରେ ସେନାର ୭ଜଣ କମାଣ୍ଡିଂ ଅଫିସର ଯୋଗ ଦେଇଥାନ୍ତି । ତେଣୁ ଏବେ ଅନ୍ଦାଜ ଲଗାଯାଉଛି ଯେ, ଆକ୍ରମଣାତ୍ମକ ହେଉଥିବା ଚିନ୍ ବିରୋଧରେ ରଣନୀତି ପ୍ରସ୍ତୁତ କରାଯିବ । ସବୁ ସୈନ୍ୟ ଅଧିକାରୀମାନେ ଏଥିରେ ପ୍ରୋଜେକ୍ଟ ମାଧ୍ୟମରେ ବର୍ଡର ସ୍ଥିତିକୁ ସାମ୍ନାରେ ରଖିବେ ଏବଂ ଭାରତୀୟ ସୈନିକମାନେ କଣ ପଦକ୍ଷେପ ନେଇଛନ୍ତି ସେନେଇ ସୂଚନା ଦେବେ ।

ଗୋଟେ ଇଞ୍ଚ ବି ପଛକୁ ଫେରିବନି ଭାରତ

ପ୍ରଧାନମନ୍ତ୍ରୀଙ୍କ ସହ ସିଡିଏସ, ଏନଏସଏ ଏବଂ ସେନା ପ୍ରମୁଖଙ୍କ ବୈଠକର ଏଜେଣ୍ଡା ମିଲିଟାରୀ ଏବଂ ଭାରତର ଯୁଦ୍ଧ ଦକ୍ଷତା ବୃଦ୍ଧି ଉପରେ ଥିଲା । କିନ୍ତୁ ଚୀନର ସେନା ଲଦାଖରେ କରୁଥିବା କାର୍ଯ୍ୟକଳାପ ବୈଠକର ଦିଗ ବଦଳାଇ ଦେଇଥିଲା । ସୂଚନା ଅନୁସାରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲଦ୍ଦାଖ ପରିସ୍ଥିତି ବିଷୟରେ ଜଣାଇଥିଲେ । ତେଣୁ ନିଷ୍ପତ୍ତି ନିଆଯାଇଛି ଯେ, ବର୍ଡରରେ ବିକାଶ ପାଇଁ ଯେଉଁ କାର୍ଯ୍ୟ ଚାଲିଛି ତାହା ବନ୍ଦ ହେବ ନାହିଁ । ଚୀନ ନିର୍ମାଣ ରୋକିବାର ସର୍ତ୍ତ ରଖିଛି ଯାହାକୁ ଭାରତ ଗ୍ରହଣ କରୁନାହିଁ । ସୀମାରେ ସ୍ଥିତି ବଜାୟ ରଖିବାକୁ ଭାରତ ସ୍ପଷ୍ଟ ଭାବେ କହିଛି।

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଟ୍ଟ ମଧ୍ୟ ଚିନ୍ ସୀମାର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିଛି ।

ସିଡ଼ିଏସ ପ୍ରଥମରୁ ୩ଟି ଆର୍ମିର ମୁଖ୍ୟଙ୍କୁ ନେଇ ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସହ ମଧ୍ୟ ଭେଟି ଥିଲେ । ପୈଙ୍ଗୋଗ ଝିଲ, ଗଲବା ଘାଟି, ଡେମଚୋକ ଏବଂ ଦୌଲବ ବେଗ ଅଲଡ଼ିରେ ଭାରତ ଏବଂ ଚୀର ସୈନ୍ୟ ମୁହାଁମୁହିଁ ହୋଇଥିଲେ । ଏନଏସଏ ଅଜିତ ଡୋଭାଲ ଲଗାତାର LAC ଉପରେ ହେଉଥିବା ବିକାଶ ଉପରେ ନଜର ରଖିଛନ୍ତି । ରିପୋର୍ଟ ଅନୁସାରେ ଉତ୍ତର ସିକିମ ଏବଂ ଉତ୍ତରାଖଣ୍ଡର ସୀମାରେ ଗତକିଛି ଦିନ ହେବ ଯାହା ବି କାର୍ଯ୍ୟକଳାପ ହୋଇଛି ଡୋଭାଲ ଏହା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ।

ଲଦ୍ଦାଖରେ ଆବଶ୍ୟକଠାରୁ ଅଧିକ ଫୋର୍ସ ନିୟୋଜିତ ହୋଇଛନ୍ତି ।

ଭାରତୀୟ ସେନା ଲଦ୍ଦାଖ ସୀମାରେ ଥିବା କେତେକ ସେକ୍ଟରରେ ଫୋର୍ସ ବଢାଇ ଦେଇଛନ୍ତି ଯାହାଫଳରେ ଚୀନ କୌଣସି ଆକ୍ରମଣାତ୍ମକ କାର୍ଯ୍ୟକଳାପ ନକରେ । ଚୀନ LAC ଉପରେ ନିର୍ମାଣ କାମ ଆରମ୍ଭ କରିଛି ଏବଂ ତମ୍ବୁ ମଧ୍ୟ ପକାଇଛି । ଭାରତ ମଧ୍ୟ ପୈଙ୍ଗୋଗ ହ୍ରଦ ଏବଂ ଗଲବା ଘାଟିରେ ଚିନକୁ ସମାନ ଜବାବ ଦେଇଛି । ଦୌଲତ ବାଗରେ ସେନାର ୮୧ ଏବଂ ୧୧୪ତମ ବିଗ୍ରେଡ ନିୟୋଜିତ ଅଛନ୍ତି ।

ଭାରତକୁ କାହିଁକି ଚିଡ଼ୁଛି ଚୀନ୍ ?

ଭାରତ LACରେ ଉଚ୍ଚାରେ ଥିବା ବିବାଦୀୟ ଅଞ୍ଚଳରେ ରାସ୍ତା ଏବଂ ଏୟାର କନେକ୍ଟିଭିଟିର ମାମଲାରେ ଚିନର କାର୍ଯ୍ୟକଳାପକୁ ଭାରତ ଲଗାତାର ଭାବେ ଚ୍ୟାଲେଞ୍ଜ କରିଆସିଛି । ପୂର୍ବ ଲଦାଖରେ ଚୀନର ବୃଦ୍ଧି ପାଉଥିବା ଉତ୍ତେଜନା ପଛରେ ଭିତ୍ତିଭୂମି ଦୃଷ୍ଟିରୁ ଭାରତକୁ ଆକ୍ରମଣାତ୍ମକ ହେବାକୁ ପଡିବ। ୨୫୫ କିଲୋମିଟର ଲମ୍ବା ଦାରବୁକ-ସ୍ୟୋକ-ଦୌଲତ ବେଗ ଔଲଡ଼ି(DBO) ଅର୍ଥାତ୍ DSDBO ରାସ୍ତାରେ ୩୭ ପୋଲର ନିର୍ମାଣ କରାଯାଇଛି । ଭାରତ ସୀମା ଅଞ୍ଚଳରେ ବାୟୁ ସେନାଙ୍କ ପାଇଁ ଆବଶ୍ୟକୀୟ ଭିତ୍ତିଭୁମିକୁ ଆଉ ଦୃଢ କରିବା ଦିଗରେ ଭଲ ପ୍ରଗତି ହୋଇଛି ।

Leave a Reply