ଚୀନ ଦାଦାଗିରିକୁ ଚ୍ୟାଲେଂଜ୍,ଭାରତର ଚକ୍ରବ୍ୟୁହରୁ ବାହାରିବା ମୁସ୍କିଲ !

1 min read

ନୂଆଦିଲ୍ଲୀ: କରୋନା ଭାଇରସ ବାବଦରେ ଦୁନିଆକୁ ଭ୍ରମିତ କରିବା ଅଭିଯୋଗରେ ଚୀନ ଦୁନିଆରେ ଏକୁଟିଆ ପଡୁଥିବା ବେଳେ ଭାରତ ବିରୋଧରେ ପ୍ରେସର ଟାକ୍ଟିସ ଆପଣାଇଛି । ତେଣୁ ଲଦ୍ଦାଖରେ ଚୀନ ସେନାର ଗତିବିଧି ବୃଦ୍ଧି ପାଇଛି । କିନ୍ତୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନଠାରୁ ଆରମ୍ଭ କରି ଅନ୍ୟ ମଂଚରେ ଭାରତ ଚୀନ୍ ପାଇଁ ଏଭଳି ଚକ୍ରବ୍ୟୁହ ତିଆରି କରିଛି ଯେଉଁଥିରୁ ବାହାରିବା ଡ୍ରାଗନ ପାଇଁ ସହଜ ନୁହେଁ

LAC ରେ ଭାରତର ବଡ ପ୍ରସ୍ତୁତି

ଭାରତ ଲଦ୍ଦାଖ ସୀମାରେ ବଡଧରଣର ପ୍ରସ୍ତୁତି କରିଛି । ନିଜର ଭିତ୍ତିଭୂମିର ବିକାଶ କରିଛି । ସାମରିକ ଭିତ୍ତିଭୂମି ବିକାଶ କାରଣରୁ ଡ୍ରାଗନ୍ ଖପ୍ପା ଅଛି । ଲଦ୍ଦାଖରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ୩ ହଜାର ୪୮୮ କିମି ଲମ୍ବା ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲରେ ଭାରତ ସଡକପଥର ବିକାଶ ସହ ବାୟୁ ଯୋଗାଯୋଗକୁ ମଧ୍ୟ ମଜବୁତ କରିଛି । ଫଳରେ ଏହା ଚୀନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ।

WHO କରିବ ଚୀନ୍ ବିରୋଧରେ ତଦନ୍ତ

ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ବା ହୁ’ର ଏଗଜିକ୍ୟୁଟିଭ୍ ବୋର୍ଡର ନିୟନ୍ତ୍ରଣ ଏବେ ଭାରତ ହାତରେ । କରୋନା ଭାଇରସର ଆରମ୍ଭ ବୁହାନ ସହରରେ ହୋଇଥିଲା । କିନ୍ତୁ ଚୀନ୍ ଏହାକୁ ବହୁତଦିନ ଧରି ବାକି ଦୁନିଆଠାରୁ ଲୁଚାଇ ରଖିଥିଲା । କେବଳ ଚୀନ୍ ପାଇଁ ୩ ଲକ୍ଷ ଲୋକ ଏପର୍ଯ୍ୟନ୍ତ ପ୍ରାଣ ହରାଇଲେଣି ବୋଲି ଅଭିଯୋଗ ହେଉଛି । ଚୀନ୍ ଏଥିପାଇଁ ଉତ୍ତର ଦେଉ ବୋଲି ଦାବି ହେଉଛି । ଚୀନ୍ ବିରୋଧରେ ତଦନ୍ତ ପାଇଁ ଦାବି ଜୋର ଧରିଲାଣି । ହୁ’ର ଭୂମିକାକୁ ନେଇ ସ୍ୱତନ୍ତ୍ର ତଦନ୍ତ ହେଉ ବୋଲି ଭାରତ ସମେତ ୬୨ ଦେଶ ଦାବି କରୁଛନ୍ତି ।ଯଦି ତଦନ୍ତ ହୁଏ ତେବେ ଅନେକ କଥା ପଦାକୁ ଆସିବ ବୋଲି କୁହାଯାଉଛି । ଯେଉଁ ତଥ୍ୟ ବାହାରକୁ ଆସିବ ତାହା ଚୀନ ପାଇଁ ଶୁଭଙ୍କର ହେବ ନାହିଁ ।

ତାଇୱାନ୍ ସହ ଭାରତର ସମ୍ପର୍କ ଚୀନ ପାଇଁ ଅସହନୀୟ

ତାଇୱାନା ରାଷ୍ଟ୍ରପତି ସାଇ ଇଂଙ୍ଗ୍ ବେନଙ୍କ ଶପଥ ଗ୍ରହଣ ସମାରୋହରେ ବିଜେପିର ଦୁଇ ସାଂସଦ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ । ଏହାକୁ ଚୀନ ବିରୋଧ କରିଛି । ଚୀନ ରାଷ୍ଟ୍ରଦୂତ ଏନେଇ ନିଜ ବିରୋଧ ପ୍ରକଟ କରିଛନ୍ତି ।ତାଇନୱାନ୍ ରାଷ୍ଟ୍ରପତିଙ୍କ ଶପଥ ସମାରୋହରେ ୪୧ ଦେଶର ୯୨ ପ୍ରତିନିଧି ଭର୍ଚୁଆଲି ଉପସ୍ଥିତ ଥିଲେ । ଚୀନ କେବେ ମଧ୍ୟ ତାଇୱାନକୁ ଅଲଗା ଦେଶ ଭାବେ ଗ୍ରହଣ କରେନା । ଏହା ତାଇୱାନକୁ ନିଜର ଏକ ଅଙ୍ଗ ଭାବେ ବିବେଚନା କରେ । ଭାରତ ମଧ୍ୟ ୱାନ୍ ଚାଇନା ପଲିସିରେ ବିଶ୍ୱାସ କରୁଥିଲା । କିନ୍ତୁ ଏବେ ନୂଆ ସ୍ଥିତିରେ ଭାରତ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ସମ୍ଭାବନା ରହିଛି । ତାଇୱାନକୁ ଆମେରିକାର ସମର୍ଥନ ରହିଛି । ଭାରତ ତାଇୱାନକୁ ସମର୍ଥନ କରି ଚୀନକୁ ଘେରିବାକୁ ଚେଷ୍ଟା କରୁଛି ।

ଦକ୍ଷୀଣ ଚୀନ ସାଗରରେ ଚୀନ୍ ଦାଦାଗିରିକୁ ଚ୍ୟାଲେଂଜ୍

ଦକ୍ଷୀଣ ଚୀନ୍ ସାଗରରେ ତୈଳ ଉତଖନନକୁ ନେଇ ଚୀନ୍ ଓ ମାଲେଶିଆ ମଧ୍ୟରେ ଛକାପଞ୍ଝା ଲାଗିଛି । ଏହାରି ଭିତରେ ଆମେରିକା ଓ ଅଷ୍ଟ୍ରେଲିଆର ଯୁଦ୍ଧ ଜାହଜ ସେଠାରେ ପହଂଚି ସାରିଲେଣି । ଚୀନ୍ ଦକ୍ଷୀଣ ସାଗର ଉପରେ ତା’ର ଦାବି ରଖୁଛି । ସେଠାରେ ତା’ର ଯୁଦ୍ଧପୋତ ମଧ୍ୟ ଉପସ୍ଥିତ ଅଛନ୍ତି । ବିଶ୍ୱ ସାମୁଦ୍ରିକ ପରିବହନର ୯୦ ପ୍ରତିଶତ ଦକ୍ଷୀଣ ଚୀନ୍ ସାଗର ଦେଇ ଯାଇଥାଏ । ଭାରତ ମହାସାଗରରେ ଶାନ୍ତି ଓ ସ୍ଥିରତା ପାଇଁ ଦକ୍ଷୀଣ ଚୀନ୍ ସାଗରରେ ଶାନ୍ତି ଆବଶ୍ୟକ । ଭାରତ ଏହି ପ୍ରସଙ୍ଗରେ ଏବେ ଚୁପ୍ ଅଛି । କିନ୍ତୁ ଆଗାକୁ ଏହା ଭିଏତନାମ୍,ମାଲେସିଆ,ଫିଲିପାଇନ୍ସକୁ ଏହି ମାମଲାରେ ସମର୍ଥନ କରିପାରେ ।

ଚୀନ୍ ଛାଡି ଭାରତ ଆସିବେ ବିଦେଶୀ କଂପାନୀ

ଦୁନିଆର ମାନୁଫେକ୍ଚରିଂ ହବ୍ ଭାବେ ଚୀନ୍ ଜଣାଶୁଣା ଥିଲା । କିନ୍ତୁ କରୋନା ପରେ ଚୀନ୍ ଛାଡିବାକୁ ସଜବାଜ ହେଉଛନ୍ତି ବିଦେଶୀ କଂପାନୀ । ଏହି କଂପାନୀ ସବୁ ଭାରତ ଆସିବାର ସମ୍ଭାବନା ରହିଛି । ପ୍ରାୟ ୧୦୦୦ କମ୍ପାନୀ ଭାରତରେ ନିଜ କାରଖାନା ବସାଇବା ପାଇଁ ପ୍ରାରମ୍ଭିକ ଆଲୋଚନା ସ୍ତରରେ ଥିବା ଜଣାପଡିଛି । ଯଦି ଏହି ସବୁ କଂପାନୀ ଭାରତ ଆସନ୍ତି ତେବେ ଚୀନକୁ ବଡଧରଣର ଝଟକା ଲାଗିପାରେ ।

ହଂକଂ ଚୀନକୁ ଲାଗିପାରେ ଝଟକା !

ଲଦ୍ଦାଖରେ ଭାରତକୁ ଘେରିବାକୁ ଉଦ୍ୟମ କରୁଥିବା ଚୀନକୁ ହଂକଂରେ ଝଟକା ଲାଗିଛି । ବ୍ୟାପକ ହିଂସାକୁ ଦୃଷ୍ଟିରେ ରଖି ଚୀନ୍ ସରକାର ହଂକଂରେ ଜାତୀୟ ସୁରକ୍ଷା ଆଇନକୁ ସଂସଦରେ ପେସ୍ କରିଛନ୍ତି । ଯାହା ବିରୋଧରେ ହଂକଂ ସଡକରେ ଏବେ ବ୍ୟାପକ ପ୍ରଦର୍ଶନ ହେଉଛି ।ଅନ୍ୟପକ୍ଷରେ ଚୀନ୍ ପ୍ରଦର୍ଶନକାରୀଙ୍କ ବିରୋଧରେ ବଳପ୍ରୟୋଗ କରୁଛି ।

Leave a Reply