spot_img
Home Blog Page 7012

ନୟାଗଡ଼ର ଏହି ଗାଁରେ ଭୂତ ଆତଙ୍କ, ଗାଁ ଛାଡ଼ିଲେ ସବୁ ପୁରୁଷ ଓ ସ୍ତ୍ରୀ

ନୟାଗଡ଼: ଖାଲି ହେଉଛି ଗାଁ । ଗାଁରେ ଭୂତ ନେଉଛି ଜୀବନ ! ରାତିରେ ଶୂନ୍ୟରୁ ଆସୁଛି ଅଜଣା ଶବ୍ଦ । ମନକୁ ମନ ଆଜବେଷ୍ଟସ୍ ଓ ଚାଳ ଉପରେ ପଡ଼ୁଛି ଅଦୃଶ୍ୟ ପଥର । ବେଳେ ବେଳେ କବାଟ ବି କିଏ ବାଡ଼ଉଛି । କିନ୍ତୁ, ଦେଖିଲା ବେଳକୁ ବାହାରେ କେହି ନାହିଁ । ସବୁ ନିରବି ଯାଉଛି ।

କେତେବେଳେ ଲାଗୁଛି ଝରକା କିଏ ଖୋଲି ଦେଲା କି ? ସଞ୍ଜ ନଇଁଲେ ଏମିତି ନାନା ଡର, ଛନକା ଲୋକଙ୍କ ମନରେ ପଶୁଛି । ଏଭଳି ଅଜଣା ଭୂତ ଆତଙ୍କ ଭିତରେ ଥିବା ଗୁଣ୍ଡୁରାବାରୀ ଗାଁ ଜନଶୂନ୍ୟ ହୋଇଯାଇଛି । ଗାଁରେ ରହୁଥିବା ପ୍ରାୟ ୭ଟି ପରିବାର ଘର ଛାଡ଼ି ଅନ୍ୟତ୍ର ଚାଲି ଯାଇଛନ୍ତି ।

୭ ବର୍ଷ ଭିତରେ ଗାଁରେ ରକ୍ତବାନ୍ତିରେ ପ୍ରାୟ ୭ ଜଣଙ୍କ ମୃତ୍ୟୁ ହେଲାଣି । କିଛି ଦିନ ଭିତରେ ଗାଁର ୨ ଜଣଙ୍କ ମୃତ୍ୟୁ ରକ୍ତବାନ୍ତିରେ ହୋଇଛି । ପ୍ରଥମେ ବାପା ପରେ ରକ୍ତବାନ୍ତିରେ ଯାଇଛି ପୁଅର ଜୀବନ । ଗାଁ ଲୋକେ ଏହାକୁ ଗୁଣିଗାରେଡ଼ି ବୋଲି ବିଶ୍ୱାସ କରୁଛନ୍ତି ।

ଝଡ଼ାଫୁଙ୍କା ପରେ ଗୁଣିଆ ଗାଁରେ ଭୂତ, ଡାହାଣୀ ଥିବା କହିଛି । ଭୟଭୀତ ହୋଇ ପଡ଼ିଥିବା ଲୋକ ଗାଁ ଛାଡ଼ି ଦର୍ପନାରାୟଣପୁରରେ ଆସି ଆଶ୍ରୟ ନେଇଛନ୍ତି । ଭୂତ ଆତଙ୍କ ଖେଳିଥିବା ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ଗୁଣ୍ଡୁରାବାରୀର ହରିଜନ ସାହି ।

ଖପୁରୀ ଭୟରେ ଥୁରୁହୁର ଗାଁ ଲୋକେ, ମନ୍ଦିରରେ ଚାଲିଛି ପୂଜାପାଠ

IIT ଗବେଷକଙ୍କ ଦାବି, ବର୍ଜ୍ୟ ପ୍ଲାଷ୍ଟିକରୁ ପ୍ରସ୍ତୁତ ହେବ ହାଇ କ୍ୱାଲିଟି ମାସ୍କ

ନୂଆଦିଲ୍ଲୀ: କରୋନା ପାଇଁ ନିତିଦିନିଆ ଜୀବନର ଅଙ୍ଗ ହୋଇଯାଇଛି ମାସ୍କ । ମାର୍କେଟ ହେଉ କି ମନ୍ଦିର ହସ୍ପିଟାଲରୁ ହୋଟେଲ । ସବୁଠି ମାସ୍କ ପିନ୍ଧିବାକୁ କୁହାଯାଉଛି । ଏପରିସ୍ଥଳେ IIT ମଣ୍ଡିର ଗବେଷକ ନୂଆ ଆଶା ସୃଷ୍ଟି କରିଛନ୍ତି । ଅବ୍ୟବହୃତ ବା ବର୍ଜ୍ୟ ପ୍ଲାଷ୍ଟିକରୁ ହାଇ କ୍ୱାଲିଟି ହାଇଜେନିକ୍ ମାସ୍କ ପ୍ରସ୍ତୁତ ପାଇଁ ଟେକ୍ନୋଲୋଜି ପ୍ରସ୍ତୁତ ହୋଇଛି । ସାଧାରଣତଃ ମାର୍କେଟରେ ଉପଲବ୍ଧ ମାସ୍କ ୮ରୁ ୯ଥର ବ୍ୟବହାର ଯୋଗ୍ୟ ହୋଇଥିବା ବେଲେ ନିଶ୍ୱାସ ନେବାରେ ଟିକିଏ ଅସୁବିଧା ହୋଇଥାଏ । କିନ୍ତୁ, ଏହି ହାଇ କ୍ୱାଲିଟି ହାଇଜେନିକ୍ ମାସ୍କକୁ ଧୋଇ ପ୍ରାୟ ୩୦ ଥର ବ୍ୟବହାର କରିପାରିବେ ।

IIT ମଣ୍ଡି ପକ୍ଷରୁ ଏକ ପେଟେଣ୍ଟ ଫାଇଲ୍ କରାଯାଇଛି । ଗବେଷକ ବର୍ଜ୍ୟ ପ୍ଲାଷ୍ଟିକକୁ ମେମ୍ବରାନ୍ସ ଟେକ୍ନୋଲୋଜି ମାଧ୍ୟମରେ ନଷ୍ଟ କରନ୍ତି । ତାପରେ ଖଣ୍ଡ ବିଖଣ୍ଡିତ ପ୍ଲାଷ୍ଟିକକୁ ସଲଭେଣ୍ଟସ୍ ଓ ଏକ୍ସଟ୍ରୁଡେଡ୍ ନାନୋଫାଇବର୍ସ ମାଧ୍ୟମରେ ନଷ୍ଟ କରିଦିଅନ୍ତି । ଏଥିରେ ଥିବା ନାନୋ ନନୱଭେନ୍ ମେମ୍ବ୍ରାନ ପବନ ଫିଲ୍ଟର କରେ । ନାନୋଫାଇବର୍ସ ବ୍ୟାକ୍ଟରିଆ ଓ ସଂକ୍ରମଣ ପ୍ରତିରୋଧୀ ଅଟେ । ଏହା ମାର୍କେଟରେ ମିଳୁଥିବା ମାସ୍କଠାରୁ ଶ୍ୱାସକ୍ରିୟା ପାଇଁ ଭଲ ବୋଲି ଆଇଆଇଟି ମଣ୍ଡିର ପ୍ରଫେସର ସୁମିତ୍ ସିହ୍ନା କହିଛନ୍ତି ।

ଲାବ୍ରୋଟୋରିରେ ଏହି ମାସ୍କକୁ ତିଆରି ପାଇଁ ୨୫ ଟଙ୍କା ଖର୍ଚ୍ଚ ହେବ । ଏହାର ବାଣିଜ୍ୟିକ ଉତ୍ପାଦନ କରାଗଲେ ଦର ଅଧା ହୋଇଯିବ । ଏହାକୁ ଧୋଇ ପ୍ରାୟ ୩୦ଥର ବ୍ୟବହାର କରାଯାଇପାରିବ ।

ଖୁସି ଖବର, ଦିନକରେ ରାଜ୍ୟରେ ସୁସ୍ଥ ହେଲେ ୧୭୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କୋଭିଡ୍ ଯୋଦ୍ଧାଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସୁସ୍ଥ ହେଉଛି ଓଡ଼ିଶା । ଆଜି ଗୋଟିଏ ଦିନରେ ସର୍ବାଧିକ ୧୭୮ ଜଣ ସୁସ୍ଥ ହୋଇଛନ୍ତି । ଆରୋଗ୍ୟ ସଂଖ୍ୟା ୧୮୯୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୯, ଗଜପତିରୁ ୨୩, ନୂଆପଡ଼ା ୨୨, ଭଦ୍ରକ ୧୭, ନୟାଗଡ଼ ୧୫, ଗଞ୍ଜାମ ୧୪, କେନ୍ଦ୍ରାପଡ଼ା ୧୦, ଢେଙ୍କାନାଳ ୯, କନ୍ଧମାଳ ୯, ସୁନ୍ଦରଗଡ଼ ୬, ବାଲେଶ୍ୱରୁ ୪ ଜଣ ସୁସ୍ଥ ହୋଇଛନ୍ତି । କଟକ, ବଲାଙ୍ଗିର ଓ ମାଲକାନଗିରିରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଜଗତସିଂହପୁର, ଝାରସୁଗୁଡ଼ା, ନବରଙ୍ଗପୁର ଓ ପୁରୀରୁ ଜଣେ ଲଖାଏଁ ଆରୋଗ୍ୟ ଲାଭ କରିଛନ୍ତି ।

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬କୁ ବୃଦ୍ଧି ପାଇଥିବା ବେଳେ ୧୮୯୪ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ୯୫୧ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚାଲିଛି ।

ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ସୁସ୍ଥ

‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ।

୧୯୧୨ ମସିହାରୁ ଏହି ସଙ୍ଗୀତ ଉତ୍କଳ ଅଧିବେଶନର ବିଭିନ୍ନ ଅଧିବେଶନରେ ଗାନ କରାଯାଉଛି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ଏହା ଜନମାନସରେ ରହିଆସିଛି । କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ଉତ୍ସାହିତ କରିବାକୁ ମେ ୩୦ ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ମୁଖ୍ୟମନ୍ତ୍ରୀ ଆହ୍ୱାନ କ୍ରମେ ଗାନ କରାଯାଇଥିଲା ।

କଟକରେ ଡାକ୍ତର ହେଲେ କରୋନା ଆକ୍ରାନ୍ତ

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି ସୃଷ୍ଟିକୁ ରାଜ୍ୟ ସଙ୍ଗୀତ ଭାବେ ଗ୍ରହଣ କରାଯାଇଛି । ଏହାର ରେକର୍ଡିଂ ସହ ଢାଞ୍ଚା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରସ୍ତୁତ କରିବ । ବିଧାନସଭା ଅଧିବେଶନ ଓ ଅନ୍ୟ ସରକାରୀ କାର୍ଯ୍ୟକ୍ରମରେ ଏହା ଗାନ କରାଯିବ । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଏହାର ଗାନ କରାଯିବ । ଉଦଘାଟନୀ ଓ ଉଦଯାପନୀ ଉତ୍ସବରେ ଏହାକୁ ଗାନ କରାଯିବ । ଗାନ ବେଳେ ସମସ୍ତେ ଛିଡ଼ା ହେବେ । ବୟସ୍କ ଓ ଶାରୀରିକ ଅସୁସ୍ଥତା ବ୍ୟକ୍ତି ବସିରହି ସଙ୍ଗୀତକୁ ସମ୍ମାନ ଜଣାଇବେ ।

ସଙ୍ଗୀତର ପ୍ରଚାର ପ୍ରସାର ଅଭିବୃଦ୍ଧି ଲାଗି କୌଣସି କଟକଣା ରହିବ ନାହିଁ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ଜନନୀ ସଙ୍ଗୀତକୁ ସାମିଲ୍ ପାଇଁ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ।

ସଚିବାଳୟରୁ ସଡ଼କ, ସବୁଠି ଶୁଭିଲା ‘ବନ୍ଦେ ଉତ୍କଳ ଜନନୀ’

ପ୍ରସବ ବେଦନାରେ ଛଟପଟ ହୋଇ ହସ୍ପିଟାଲରୁ ହସ୍ପିଟାଲ ବୁଲିଲେ ଗର୍ଭବତୀ, ଶେଷରେ ଆମ୍ବୁଲାନ୍ସରେ ହେଲା ମୃତ୍ୟୁ

ନୋଏଡ଼ା: ସମୟରେ ଚିକିତ୍ସା ନ ମିଳିବାରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଛି । ଏ ଘଟଣା ଘଟିଛି ଉତ୍ତରପ୍ରଦେଶର ନୋଏଡ଼ାରେ । ଗର୍ଭବତୀଙ୍କୁ ନେଇ ପରିବାର ଲୋକ ମେଡିକାଲ ତ ଯାଇଥିଲେ । କିନ୍ତୁ, ହସ୍ପିଟାଲ କର୍ତ୍ତୃପକ୍ଷ ଆଡମିଶନ କରିନଥିଲେ । ଫଳରେ ଗର୍ଭରେ ଥିବା ୮ ମାସର ଛୁଆ ସମେତ ମହିଳାଙ୍କ ମୃତ୍ୟୁ ହୋଇଛି । ସମାଜବାଦୀ ପାର୍ଟି ନେତା ଅନୁରାଗ ଭଦୌରିଆ କହିଛନ୍ତି ଉତ୍ତରପ୍ରଦେଶରେ ସ୍ୱାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି ।

ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଯନ୍ତ୍ରଣାରେ ଛଟପଟ ଗର୍ଭବତୀଙ୍କୁ ବି ମେଡିକାଲରେ ଯାଗା ମିଳୁନି । ମହିଳାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ହେବ ବୋଲି ଅନୁରାଗ ପ୍ରଶ୍ନ କରିଛନ୍ତି । ସରକାର ମୃତ୍ୟୁ ପାଇଁ ଦାୟୀ ରହିବା ସହ ନୋଏଡ଼ା ପ୍ରଶାସନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । କେବଳ କାଗଜପତ୍ରରେ ଦେଖାଇବାକୁ ବଡ଼ ବଡ଼ କଥା କୁହାଯାଉଛି, ସରକାର ନିଜେ ଦାୟିତ୍ୱ ନିଅନ୍ତୁ ବୋଲି ଅନୁରାଗ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ପ୍ରବକ୍ତା ଅଖିଳେଶ ସିଂହ ମଧ୍ୟ ଯୋଗୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ ମଧ୍ୟ ନୋଏଡ଼ାରେ ହୋଇଥିବା ଏହି ଘଟଣାରେ ଦୋଶୀ ଡାକ୍ତରଖାନା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରିଛନ୍ତି ।

କ’ଣ ଥିଲା ପୁରା ମାମଲା-

ନୋଏଡାଠାରେ ଚିକିତ୍ସା ଅଭାବରୁ ଆମ୍ବୁଲାନ୍ସ ଭିତରେ ଜଣେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।  ଅନେକ ଘଣ୍ଟା ଧରି ଗର୍ଭବତୀ ମହିଳା ଆମ୍ବୁଲାନ୍ସ ଯୋଗେ ଗୋଟିଏ ଡାକ୍ତରଖାନାରୁ ଅନ୍ୟ ଡାକ୍ତରଖାନାକୁ ଦୌଡ଼ିଥିଲେ, କିନ୍ତୁ ନୋଏଡାର ପ୍ରମୁଖ ସରକାରୀ ଏବଂ ଘରୋଇ ଡାକ୍ତରଖାନା ମହିଳାଙ୍କୁ ଆଡମିଟ୍ କରିବାକୁ ମନା କରିଦେଇଥିଲେ।

ମହିଳା ଜଣକ ଗାଜିଆବାଦର ବାସିନ୍ଦା ଥିବା ସୂଚନା ମିଳିଛି ।  ମହିଳାଙ୍କର ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ତେଣୁ ପ୍ରଥମେ ESI ଡାକ୍ତରଖାନା ନିଆଯାଇଥିଲା । ଗର୍ଭବତୀ ମହିଳାଙ୍କୁ ESI ଡାକ୍ତରଖାନା ଜିଲ୍ଲା ଡାକ୍ତରଖାନାକୁ ପଠାଇଦେଇଥିଲା । ପୁଣି ଜିଲ୍ଲା ଡାକ୍ତରଖାନା ଶାରଦା ଡାକ୍ତରଖାନାକୁ ରେଫର କରିଥିଲେ ଏବଂ ଶାରଦା ଡାକ୍ତରଖାନା ଜିମ୍ସ ଡାକ୍ତରଖାନାକୁ ରେଫର କରିଥିଲା । ଜିମ୍ସରେ ବେଡ୍ ଖାଲି ନଥିବାରୁ ଡାକ୍ତରଖାନା କର୍ତ୍ତୁପକ୍ଷ କହିଥିଲେ । ତାପରେ ମହିଳାଙ୍କୁ ଫୋର୍ଟିସ୍ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ସେଠାରେମଧ୍ୟ ତାଙ୍କୁ ଆଡମିଟ କରିବା ପାଇଁ ମନା କରିଦେଇଥିଲେ। ପରେ ମହିଳାଙ୍କୁ ମ୍ୟାକ୍ସ ହସ୍ପିଟାଲକୁ ନିଆଯାଇଥିଲା । ତେବେ ବିଳମ୍ବ ହେତୁ ମହିଳା ଜଣଙ୍କର ଆମ୍ବୁଲାନ୍ସରେ ହିଁ ମୃତ୍ୟୁ ହୋଇଥିଲା ।

 

 

 

 

ସ୍ୱତନ୍ତ୍ର ବିମାନରେ ପ୍ରବାସୀଙ୍କୁ ଓଡ଼ିଶା ଆଣୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମିଶନ ପ୍ରବାସୀ । ମଣିପୁର ପରେ ଫୋକସରେ ଜମ୍ମୁକଶ୍ମୀର ଓ ହିମାଚଳ ପ୍ରଦେଶ । ବାହାର ରାଜ୍ୟରେ ଫସିଥିବା ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି । ଟ୍ରେନ୍ ସୁବିଧା ନଥିବା ସ୍ଥାନରୁ ପ୍ରବାସୀଶ୍ରମିକମାନଙ୍କୁ ସରକାର ବିମାନ ଯୋଗେ ରାଜ୍ୟକୁ ଆଣୁଛନ୍ତି ।ଜମ୍ମୁକଶ୍ମୀର ଓ ହିମାଚଳ ପ୍ରଦେଶରେ ଫସିଥିବା ପ୍ରାୟ ୩୫୦ ପ୍ରବାସୀ ଓଡ଼ିଆଙ୍କୁ ସରକାର ୩ଟି ବିମାନରେ ଭୁବନେଶ୍ୱର ଆଣୁଛନ୍ତି । ଆଜି ୩ଟି ଯାକ ବିମାନ ଭୁବନେଶ୍ୱରରେ ପହଞ୍ଚିବ । ଜମ୍ମୁର ଅନନ୍ତନାଗ, ରାଜୌରୀ, ପୁଞ୍ଚ, ଜମ୍ମୁ ସାମ୍ବା ସହିତ ହିମାଚଳ ପ୍ରଦେଶର କଙ୍ଗରା, ଉନା ଜିଲ୍ଲାରୁ ପ୍ରବାସୀମାନଙ୍କୁ ଅଣାଯାଉଛି ।ଆସନ୍ତାକାଲି ଆଉ ଏକ ବିମାନରେ ସରକାର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଫସିଥିବା ପ୍ରବାସୀଙ୍କୁ ରାଜ୍ୟକୁ ଆଣିବେ । ପୂର୍ବରୁ ସରକାର ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ମେଘାଳାୟ ଓ ଆସାମରେ ଫସିଥିବା ପ୍ରାୟ ୨୮୦ ଜଣଙ୍କୁ ବିମାନ ଯୋଗେ ଓଡ଼ିଶା ଆଣିଥିଲେ । ଆଜି ଆସୁଥିବା ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ ବସ୍ ଯୋଗେ ସରକାର ପଠାଇବେ ।

ପର ରାଇଜରୁ ଘରକୁ ଫେରିଲେ ପ୍ରବାସୀ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ୱାଜିଦ ଖାନଙ୍କ ପରିବାର ଦେଲେ ସୂଚନା, କରୋନାରେ ନୁହେଁ ହୃଦଘାତରେ ହୋଇଥିଲା ମୃତ୍ୟୁ

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ସଙ୍ଗୀତକାକ ୱାଜିଦ ଖାନଙ୍କ ମୃତ୍ୟୁ ଖବର ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା । ଶୁଣିବାକୁ ମିଳୁଥିଲା ଯେ ତାଙ୍କ ମୃତ୍ୟୁ କରୋନା ଭାଇରସ କାରଣରୁ ହୋଇଥିଲା । କିନ୍ତୁ ତାଙ୍କ ମୃତ୍ୟୁ କିଡନୀ ସମସ୍ୟା ଯୋଗୁଁ ହୋଇଥିବା ସୂଚନା ଆସିଛି । ଏହାସହ କୁହାଯାଉଛି ଯେ ଚିକିତ୍ସା ହେଉଥିବା ବେଳେ ତାଙ୍କର କରୋନା ଟେଷ୍ଟ୍ ହେଇଥିଲା, ଯେଉଁଥିରେ ରିପୋର୍ଟ ପଜିଟିଭ ଆସିଥିଲା । କିନ୍ତୁ ବର୍ତ୍ତମାନ ଏହି ଖବର ଉପରେ ୱାଜିଦ ଖାନଙ୍କ ପରିବାର ଏକ ସ୍ପଷ୍ଟୀକରଣ ଦେଇ ଏହି ଖବରରେ ପୂର୍ଣ୍ଣଛେଦ ଲଗାଇଛନ୍ତି । ପରିବାର ପକ୍ଷରୁ କୁହାଯାଇଛି ଯେ ୱାଜିଦ ଖାନଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିଲା ।

https://www.instagram.com/p/CBDUmZqFl0u/?utm_source=ig_embed

ୱାଜିଦ ଖାନଙ୍କ ଭାଇ ସାଜିଦ ଖାନ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଏହି ଖବର ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ପୋଷ୍ଟରେ ସେ ଲେଖିଛନ୍ତି ଯେ, ‘ଆମ ପ୍ରିୟ ୱାଜିଦର ମୃତ୍ୟୁ ଜୁନ ୧ ତାରିଖ ରାତି ୧୨ଟା ୩୦ ମିନିଟରେ ସୁରାନା ସେଠିୟା ଡାକ୍ତରଖାନାରେ ହୃଦଘାତ ଯୋଗୁଁ ହୋଇଥିଲା । ମୃତ୍ୟୁ ବେଳେ ତାଙ୍କୁ ୪୭ ବର୍ଷ ହୋଇଥିଲା । ପୂର୍ବବର୍ଷ ତାଙ୍କର ଏକ ସଫଳ କିଡନୀ ଟ୍ରାନ୍ସପ୍ଲାଣ୍ଟ ଅପରେସନ ହୋଇଥିଲା ଏବଂ ସେ ଥ୍ରୋଟ୍ ଇନଫେକ୍ସନ ପାଇଁ ଚିକିତ୍ସିତ ହେଉଥିଲେ ।’ ତେବେ ସାଜିଦ ଖାନଙ୍କ ମୃତ୍ୟୁ କରୋନା ଭାଇସର ଯୋଗୁଁ ହୋଇଥିଲା ନେଇ ପୋଷ୍ଟରେ କୌଣସି ଉଲ୍ଲେଖ କରାଯାଇନଥିଲା ।

ବଲିଉଡ୍‌ ସଂଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନଙ୍କ ପରଲୋକ… ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲରେ ୪୨ ବର୍ଷ ବୟସରେ ବିୟୋଗ

ଜଣାଇ ରଖୁଛୁ ଯେ, ବଲିଉଡରେ ସାଜିଦ-ୱାଜିଦଙ୍କ ଯୋଡ଼ି ଖୁବ ଚର୍ଚ୍ଚିତ ଥିଲା । ସେ ସର୍ବପ୍ରଥମେ ୧୯୯୮ ମସିହାରେ ସଲମାନଖାନଙ୍କ ଫିଲ୍ମ ‘ପ୍ୟାର କିୟା ତୋ ଡରନା କ୍ୟା’ ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ୧୯୯୯ରେ ସେ ସୋନୁ ନିଗମଙ୍କ ଆଲବମ ‘ଦିୱାନା’ ପାଇଁ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ । ଯେଉଁଥିରେ ‘ଦିୱାନା ତେରା’, ‘ଅବ ମୁଝେ ରାତ ଦିନ’ ଏବଂ ‘ଇସ୍ କଦର ପ୍ୟାର ହେ’ ଭଳି ସଙ୍ଗୀତ ସାମିଲ ହୋଇଥିଲା । ସେହି ବର୍ଷ ସେମାନେ ‘ହେଲୋ ବ୍ରଦର’ ପାଇଁ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ ।

ରାଜଧାନୀର ପଟିଆ ଅଞ୍ଚଳରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ କାୟା ମେଲାଉଛି କରୋନା ଭାଇରସ । ୭ ତାରିଖ ଦିନ ଭୁବନେଶ୍ୱରର ପଟିଆ ଅଞ୍ଚଳରୁ ୨ ଜଣ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ପରିବାରରୁ ୨ ଜଣ ବୋଲି ସୂଚନା ମିଳିଛି । ଦୁହେଁ ଦିଲ୍ଲୀରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୪୦ ବର୍ଷୀୟ ପୁରୁଷ ହୋଇଥିବା ବେଳେ ଆଉ ଜଣେ ୮ ବର୍ଷର ଶିଶୁ କନ୍ୟା ବୋଲି ବିଏମସି ସୂଚନା ଦେଇଛି ।

 

ସେମାନେ କିଛି ଦିନ ତଳେ ଦିଲ୍ଲୀରୁ ଫେରିଥିଲେ । ବର୍ତ୍ତମାନ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବାବେଳେ ପାଖାପାଖି ଅଞ୍ଚଳକୁ ସାନିଟାଇଜ କରାଯାଉଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରୁ ରାଜଧାନୀରୁ ଏହି ୨ ଜଣ ବୋଲି ସୂଚନା ରହିଛି । ବର୍ତ୍ତମାନ ସୁଦ୍ଧା ରାଜଧାନୀରୁ ସମୁଦାୟ ୮୮ଟି କେସ୍ ଚିହ୍ନଟ ହୋଇଥିବା ବେଳେ ୫୧ ଜଣ ସୁସ୍ଥ ହୋଇଛନ୍ତି । ୩ ଜଣଙ୍କ ଜୀବନ କରୋନା ନେଇଥିବା ବେଳେ ଏଯାବତ ୩୪ ଟି ଆକ୍ଟଭ କେସ ରହିଛି ।

ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ସୁସ୍ଥ

ଘର ଫେରନ୍ତା ଶ୍ରମିକଙ୍କ ପାଇଁ ବଡ଼ ଯୋଜନା, ତାଲିକାରେ ଓଡ଼ିଶାର ୪ ଜିଲ୍ଲା

ନୂଆଦିଲ୍ଲୀ: ଲକଡାଉନ୍ ଯୋଗୁଁ ରୋଜଗାର ଓ ରୁଟି ହରାଇ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ବଡ଼ ଯୋଜନା । କେନ୍ଦ୍ର ସରକାର ୬ ରାଜ୍ୟର ୧୧୬ ଦାଦନ ପ୍ରବଣ ଜିଲ୍ଲା ଚିହ୍ନଟ କରିଛନ୍ତି । ଯେଉଁସବୁ ଜିଲ୍ଲାକୁ ଲକଡାଉନରେ ଫେରିଛନ୍ତି ସର୍ବାଧିକ ପ୍ରବାସୀ ଶ୍ରମିକ । ଏମାନଙ୍କ ଲାଗି କେନ୍ଦ୍ରର ମୋଦି ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ବହୁ ସଂଖ୍ୟାରେ ୧୧୬ ଜିଲ୍ଲାକୁ ଫେରିଥିବା ପ୍ରବାସୀଙ୍କ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର । କରୋନା ଲକଡାଉନରେ ରାଜ୍ୟ ଓ ଗାଁକୁ ଫେରିଥିବା କୋଟି କୋଟି ପ୍ରବାସୀ ଶ୍ରମିକଙ୍କ ପୁର୍ନବାସ ଓ ରୋଜଗାର ପାଇଁ ସରକାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ୬ ରାଜ୍ୟର ୧୧୬ ଜିଲ୍ଲାରେ ସାମାଜିକ କଲ୍ୟାଣ ଓ ଡାଇରେକ୍ଟ ବେନିଫିଟ୍ ସ୍କିମ୍ (ଡିବିଟି)କୁ ସରକାର ମିଶନ ମୋଡରେ ପରିଚାଳନା କରିବେ ।

ଏହାଦ୍ୱାରା ଘରକୁ ଫେରିଥିବା ପ୍ରବାସୀଙ୍କୁ ଜୀବିକା, ରୋଜଗାର, କୌଶଳ ବିକାଶ ଓ ଗରିବ କଲ୍ୟାଣ ସୁବିଧାର ଲାଭ ସୁନିଶ୍ଚିତ କରାଯାଇ ପାରିବ । ଏହି ସବୁ ଜିଲ୍ଲାରେ ମନରେଗା, ସ୍କିଲ୍ ଇଣ୍ଡିଆ, ଜନଧନ ଯୋଜନା, କିଷାନ କଲ୍ୟାଣ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ପିଏମ୍ ଆବାସ ଯୋଜନା ସମେତ ଅନ୍ୟ କେନ୍ଦ୍ରୀୟ ଯୋଜନାରେ ମିଶନ ମୋଡରେ କାମ ହେବ ।

ଏହା ବ୍ୟତୀତ୍ ଆତ୍ମନିର୍ଭର ଭାରତ ଅଭିଯାନରେ ଏହି ଜିଲ୍ଲା ଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ଦିଆଯିବ । ସମସ୍ତ କେନ୍ଦ୍ରୀୟ ଯୋଜନା ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ । ୨ ସପ୍ତାହ ଭିତରେ ୧୧୬ ଜିଲ୍ଲାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରି ପିଏମଓକୁ ପଠାଇବାକୁ ସବୁ ମନ୍ତ୍ରାଳୟକୁ କେନ୍ଦ୍ର ସରକାର କହିଛନ୍ତି ।

କେନ୍ଦ୍ର ସରକାର ଚିହ୍ନଟ କରିଥିବା ୧୧୬ ଜିଲ୍ଲା ମଧ୍ୟରୁ ସର୍ବାଧିକ ୩୨ ଜିଲ୍ଲା ବିହାରର । ଏଥିସହ ତାଲିକାରେ ଉତ୍ତରପ୍ରଦେଶର ୩୧, ମଧ୍ୟପ୍ରଦେଶର ୨୪, ରାଜସ୍ଥାନର ୨୨, ଝାଡ଼ଖଣ୍ଡର ୩ ଓ ଓଡ଼ିଶାର ୪ ଜିଲ୍ଲା ରହିଛି । କେନ୍ଦ୍ର ସରକାର ରାଜ୍ୟର କେଉଁ ଜିଲ୍ଲା ତାଲିକାରେ ରହିଛି ସେନେଇ ସୂଚନା ଦେଇନଥିବା ବେଳେ ଗଞ୍ଜାମ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ନାଁ ଥିବା କୁହାଯାଉଛି ।

ଲକଡାଉନ୍ ଯୋଗୁଁ ପ୍ରବାସୀ ଶ୍ରମିକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କାମଧନ୍ଦା ବନ୍ଦ ହୋଇଯିବା ପରେ ଶ୍ରମିକମାନେ ଘରକୁ ଚାଲି ଚାଲି ଫେରିବା ଆରମ୍ଭ କରିଥିଲେ । ଏହାପରେ ପ୍ରବାସୀ ଶ୍ରମିକଙ୍କୁ ଆଣିବା ପାଇଁ ଟ୍ରେନ୍ ବ୍ୟବସ୍ଥା ହୋଇଥିଲା । ଏବେ ଘରକୁ ଫେରିଥିବା ଶ୍ରମିକଙ୍କୁ ରୋଜଗାର ଯୋଗାଇଦେବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ: ‘ରାଜ୍ୟରେ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

ରାଉରକେଲା ସରକାରୀ ଡାକ୍ତରଖାନାର ୨ କର୍ମଚାରୀଙ୍କୁ କରୋନା

ସୁନ୍ଦରଗଡ଼: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାକୁ ଲାଗିଛି । ଦିନକୁ ଦିନ କରୋନା ଗ୍ରାଫରେ ଉପର ମୁହାଁ ହେଉଛି କରୋନା ଟ୍ରାକ୍‌ । ରବିବାର ରାଜ୍ୟରୁ ୭୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜେଲର ବାଡ଼ ଡ଼େଇଁଛି କରୋନା ।

ପ୍ରଥମ ଥର ପାଇଁ ଜେଲ ମଧ୍ୟକୁ ପ୍ରବେଶ କରିଛି କରୋନା । ପୂର୍ବରୁ ଥାନା ମାନଙ୍କରେ ଅଭିଯୁକ୍ତଙ୍କୁ କରୋନା ହୋଇଥିବା ବେଳେ ଏଥର ପ୍ରଥମ ଥର ପାଇଁ ଜେଲ ମଧ୍ୟରେ କଏଦୀଙ୍କୁ କରୋନା ହୋଇଛି । ରାଉରକେଲା ସ୍ୱତନ୍ତ୍ର ଜେଲ୍‌ରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜଣାପଡ଼ିଛି । ପଜିଟିଭ ଆସିବା ପରେ ଜେଲ୍‌ରେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନରେ ରଖିବା ସହ ଜେଲକୁ ବିଶୋଧନ କରାଯାଇଛି ।

ରାଉରକେଲା ସରକାରୀ ହସ୍ପିଟାଲର୨ଜଣଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ସେମାନେ କୋଭିଡ ମେଡିକାଲ ଡ୍ୟୁଟିରେ ନିୟୋଯିତ ଥିଲେ । ଏବେ ମେଡିକାଲକୁ ସାନିଟାଇଜେସନ କରାଯିବା ସହ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।  ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରୁ ୧୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୧୮ ଆକ୍ରାନ୍ତଙ୍କ ଭିତରୁ  ୧୫ ଜଣ ପୁରୁଷ ଓ ୩ ଜଣ ମହିଳା ରହିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରେ ୯୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୪୯ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା କେଭିଡ ହସ୍ପିଟାଲରେ ଚାଲିଛି ।