ତେଲ ଉପରେ ଭାଟ୍ ବଢ଼ାଇଲେ ରାଜ୍ୟ ସରକାର: ଏବେବି ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି ତୈଳ ଦର

ଭୁବନେଶ୍ୱର: ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ବଢ଼ାଇଲେ ରାଜ୍ୟ ସରକାର । ପେଟ୍ରୋଲ ଉପରେ ୨୬%ରୁ ୩୨%କୁ ଭାଟ୍ ଦର ବୃଦ୍ଧି କରିଛନ୍ତି । ଏହା ପରେ ପଟ୍ରୋଲ ଦର ଲିଟର ପିଛା ୩ଟଙ୍କା ୧୧ ପଇସା ବୃଦ୍ଧି ଘଟିଛି । ୧୭ ତାରିଖ ଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ । ଏହା ପରେ ଭୁବନେଶ୍ୱରେ ପେଟ୍ରୋଲ ପିଛା ୭୧ଟଙ୍କା ୬୯ ପଇସାରେ ପହଞ୍ଚିଛି ।

ସେହିପରି ଡିଜେଲ ଉପରେ ୨୬%ରୁ ୨୮%କୁ ଭାଟ୍ ବୃଦ୍ଧି । ଏହାଦ୍ୱାରା ଡିଜେଲ ଲିଟର ପିଛା ୧.୦୩ ପଇସା ବୃଦ୍ଧି ହୋଇଛି । ଏହାପରେ ଭୁବନେଶ୍ୱର ରିଟେଲ ମାର୍କେଟରେ ଡିଜେଲ ଦର ଲିଟର ପିଛା ୬୭ ଟଙ୍କା ୭୩ ପଇସାରେ ପହଞ୍ଚିଛି । ପୂର୍ବରୁ ଭାରତ ସରକାର ପଟ୍ରୋଲ ଉପରେ ସେସ୍‌ ଏବଂ ସ୍ୱତନ୍ତ୍ର ଏକ୍ସସାଇଜ୍‌ ଡ୍ୟୁଟି ବୃଦ୍ଧି କରିଛନ୍ତି । ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୩ ଟଙ୍କା ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୩୨ ଟଙ୍କା ୯୮ ପଇସା ଏବଂ ଡିଜେଲ ଲିଟର ପିଛା ୩୧.୮୩ ଆଦାୟ କରୁଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ତୁଳନାର କମ୍ ଟ୍ୟାକ୍ସ ଆଦାୟ କରୁଛନ୍ତି ରାଜ୍ୟ ସରକାର । ସଂଶୋଧିତ ଦର ଲାଗୁ ପରେ ରାଜ୍ୟ ସରକାର ପ୍ରତି ୧ ଲିଟର ପେଟ୍ରୋଲ ପିଛା ୧୬ ଟଙ୍କା ୬୦ ପଇସା ଏବଂ ଡିଜେଲ ବାବଦକୁ ୧୪.୩୪ ପଇସା ଆଦାୟ କରିବେ ।

ଅପରପକ୍ଷରେ ମାର୍ଚ୍ଚ, ଏପ୍ରିଲ ଓ ମଇ ମାସରେ ଆସାମ, ନାଗାଲାଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ, ହରିୟାଣା, ତାମିଲନାଡ଼ୁ ଏବଂ ଦିଲ୍ଳୀ ସରକାରଙ୍କ ପକ୍ଷରୁ ଭାଟ୍ ଓ ସେଲ୍ ଟ୍ୟାକ୍ସ ବୃଦ୍ଧି କରିଛନ୍ତି  ।

ବର୍ତ୍ତମାନ ଭୋପାଳରେ ପେଟ୍ରୋଲ ଦର ଲିଟର ପିଛା  ୭୭.୫୮ ପଇସା, ମୁମ୍ୱାଇ ୭୬.୩୧ପଇସା, କୋଲକାତା ୭୩.୩୦ ପଇସା, ହାଇଦ୍ରାବାଦରେ ୭୩.୯୭ ପଇସା, ଭିଶାଖାପାଟଣା ୭୩.୫୫ ପଇସା, ଚେନ୍ନାଇ୭୫.୫୪ ପଇସା, ବେଙ୍ଗାଲୁରୁ ୭୩.୫୫ ପଇସା, ଜୟପୁର ୭୬.୭୦ ପଇସା, ପାଟଣା ୭୪.୨୫ ପଇସା, ଗୌହାଟ୍ଟୀ ୭୭.୫୪ ପଇସା ରହିଛି ।

ସେହିପରି ଡିଜେଲ ଦର ପ୍ରତି ଲିଟର ପିଛା ଭୋପାଳରେ ୬୮.୨୯ ପଇସା, ମୁମ୍ୱାଇ ୬୬.୨୧ ପଇସା, ହାଇଦ୍ରାବାଦ ୬୭.୮୨ ପଇସା, ବିଶାଖାପାଟଣାରେ ୬୭.୪୯ ପଇସା, ଚେନ୍ନାଇ୬୮.୨୨, ଦିଲ୍ଲୀ ୬୯.୩୯ ପଇସା, ଜୟପୁର ୬୯.୮୨ ପଇସା, ଗୌହାଟ୍ଟୀ ୭୦.୫୦ ପଇସା ରହିଛି ।

ତେବେ ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ରାଜ୍ୟ ସରକାର ୫ ଜନୁଆରୀ ୨୦୧୬ରେ ଶେଷ ଥର ପାଇଁ ରାଜ୍ୟ ସରକାର ଭାଟ୍‌ ଦର ବୃଦ୍ଧି କରିଥିଲେ । ଭାଟ୍ ବାବଦକୁ ଆଦାୟ ହେବାକୁ ଥିବା ଅତିରିକ୍ତ ଆୟକୁ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟ ସାମାଜିକ କ୍ଷେତ୍ରରେ ବିନିଯୋଗ ହେବ ।

 

Leave a Reply