IIT ଗବେଷକଙ୍କ ଦାବି, ବର୍ଜ୍ୟ ପ୍ଲାଷ୍ଟିକରୁ ପ୍ରସ୍ତୁତ ହେବ ହାଇ କ୍ୱାଲିଟି ମାସ୍କ

1 min read

ନୂଆଦିଲ୍ଲୀ: କରୋନା ପାଇଁ ନିତିଦିନିଆ ଜୀବନର ଅଙ୍ଗ ହୋଇଯାଇଛି ମାସ୍କ । ମାର୍କେଟ ହେଉ କି ମନ୍ଦିର ହସ୍ପିଟାଲରୁ ହୋଟେଲ । ସବୁଠି ମାସ୍କ ପିନ୍ଧିବାକୁ କୁହାଯାଉଛି । ଏପରିସ୍ଥଳେ IIT ମଣ୍ଡିର ଗବେଷକ ନୂଆ ଆଶା ସୃଷ୍ଟି କରିଛନ୍ତି । ଅବ୍ୟବହୃତ ବା ବର୍ଜ୍ୟ ପ୍ଲାଷ୍ଟିକରୁ ହାଇ କ୍ୱାଲିଟି ହାଇଜେନିକ୍ ମାସ୍କ ପ୍ରସ୍ତୁତ ପାଇଁ ଟେକ୍ନୋଲୋଜି ପ୍ରସ୍ତୁତ ହୋଇଛି । ସାଧାରଣତଃ ମାର୍କେଟରେ ଉପଲବ୍ଧ ମାସ୍କ ୮ରୁ ୯ଥର ବ୍ୟବହାର ଯୋଗ୍ୟ ହୋଇଥିବା ବେଲେ ନିଶ୍ୱାସ ନେବାରେ ଟିକିଏ ଅସୁବିଧା ହୋଇଥାଏ । କିନ୍ତୁ, ଏହି ହାଇ କ୍ୱାଲିଟି ହାଇଜେନିକ୍ ମାସ୍କକୁ ଧୋଇ ପ୍ରାୟ ୩୦ ଥର ବ୍ୟବହାର କରିପାରିବେ ।

IIT ମଣ୍ଡି ପକ୍ଷରୁ ଏକ ପେଟେଣ୍ଟ ଫାଇଲ୍ କରାଯାଇଛି । ଗବେଷକ ବର୍ଜ୍ୟ ପ୍ଲାଷ୍ଟିକକୁ ମେମ୍ବରାନ୍ସ ଟେକ୍ନୋଲୋଜି ମାଧ୍ୟମରେ ନଷ୍ଟ କରନ୍ତି । ତାପରେ ଖଣ୍ଡ ବିଖଣ୍ଡିତ ପ୍ଲାଷ୍ଟିକକୁ ସଲଭେଣ୍ଟସ୍ ଓ ଏକ୍ସଟ୍ରୁଡେଡ୍ ନାନୋଫାଇବର୍ସ ମାଧ୍ୟମରେ ନଷ୍ଟ କରିଦିଅନ୍ତି । ଏଥିରେ ଥିବା ନାନୋ ନନୱଭେନ୍ ମେମ୍ବ୍ରାନ ପବନ ଫିଲ୍ଟର କରେ । ନାନୋଫାଇବର୍ସ ବ୍ୟାକ୍ଟରିଆ ଓ ସଂକ୍ରମଣ ପ୍ରତିରୋଧୀ ଅଟେ । ଏହା ମାର୍କେଟରେ ମିଳୁଥିବା ମାସ୍କଠାରୁ ଶ୍ୱାସକ୍ରିୟା ପାଇଁ ଭଲ ବୋଲି ଆଇଆଇଟି ମଣ୍ଡିର ପ୍ରଫେସର ସୁମିତ୍ ସିହ୍ନା କହିଛନ୍ତି ।

ଲାବ୍ରୋଟୋରିରେ ଏହି ମାସ୍କକୁ ତିଆରି ପାଇଁ ୨୫ ଟଙ୍କା ଖର୍ଚ୍ଚ ହେବ । ଏହାର ବାଣିଜ୍ୟିକ ଉତ୍ପାଦନ କରାଗଲେ ଦର ଅଧା ହୋଇଯିବ । ଏହାକୁ ଧୋଇ ପ୍ରାୟ ୩୦ଥର ବ୍ୟବହାର କରାଯାଇପାରିବ ।

Leave a Reply