ଖପୁରୀ ଭୟରେ ଥୁରୁହୁର ଗାଁ ଲୋକେ, ମନ୍ଦିରରେ ଚାଲିଛି ପୂଜାପାଠ

ପଟ୍ଟାମୁଣ୍ଡାଇ: କିଏ  ବିପଦ ଏଡ଼ାଇବାକୁ ପୂଜାପାଠ କରୁଛି ତ କିଏ ପରିବାରର ମଙ୍ଗଳ ପାଇଁ ଠାକୁରଙ୍କ ପାଖରେ ମାନସିକ ରଖୁଛି । ସ୍କୁଲ କି ବାହାରକୁ ଯିବା ପାଇଁ ପିଲାଙ୍କୁ ବାରଣ କରାଯାଉଛି । ବହୁ ଅସମାହିତ ପ୍ରଶ୍ନ ଓ ଭୟର ଅଡ଼ୁଆ ସୂତାରେ ଛନ୍ଦି ହୋଇ ରହିଛନ୍ତି ଗାଁ ଲୋକେ ।

ଏଭଳି ଭୟର ବାତାବରଣ ଦେଖା ଦେଇଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଗଙ୍ଗାରାମପୁରରେ । ବିଲ ମଝିରେ ଦୁଇଟି ମଣିଷ ଖପୁରୀ ସହ କିଛି ଅସ୍ଥି କଙ୍କାଳ ଦେଖିବାକୁ ମିଳିଛି । କିଏ ଓ କାହିଁକି ଖପୁରୀ ରଖିଛି, ତାହା ସ୍ପଷ୍ଟ ହୋଇନାହିଁ । ବିପଦ ଦୂର ପାଇଁ କିଏ ଠାକୁରଙ୍କ ପାଖରେ ମାନସିକ ରଖୁଛନ୍ତି ତ ଆଉ କିଏ ଘର ମୁହଁରେ ରକ୍ଷା କବଚ ବାନ୍ଧୁଛି । ଲୋକ ଘରୁ ବାହାରିବାକୁ ଡରୁଛନ୍ତି ।

ବିଲରେ ମଣିଷ ଖପୁରୀ ।

କେଉଁଠୁ ଆସିଲା?

କିଏ ରଖିଲା ?

ତନ୍ତ୍ର ସାଧନା ?

ନା ଆତଙ୍କ ଖେଳାଇବା ଉଦ୍ଦେଶ୍ୟ ?

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗଙ୍ଗାରାମପୁର ବିଲ ମଝିରେ ୨ଟି ମଣିଷ ଖପୁରୀ ପାଖରେ ଛୋଟ ବଡ଼ ଅସ୍ଥି ପଡ଼ିଛି । କିଛି ଫୁଲ, ଦୀପ ଓ ସଳିତା ମଧ୍ୟ ଦେଖିବାକୁ ମିଳିଛି । କିଛି ପିଲା ପଡିଆକୁ ଖେଳିବାକୁ ଯାଇଥିବାବେଳେ ଖପୁରୀ ଦେଖି ଭୟଭୀତ ହୋଇ ଯାଇଥିଲେ । ଖବର ପ୍ରଘଟ ପରେ ଭୂତପ୍ରେତ ଭୟରେ ଦିନ କାଟୁଛନ୍ତି ଗାଁଲୋକ ।

ଘଟଣା ନେଇ ନାନା କଥା ପ୍ରଚାର ହେଉଛି । ଗୁଣି ଗାରେଡ଼ି ଉଦ୍ଦେଶ୍ୟରେ କେହି ଏଭଳିକରୁଥିବା ଲୋକ ସନ୍ଦେହ କରୁଛନ୍ତି । ଗାଁରେ ଲାଗି ରହିଛି ଭୟର ବାତାବରଣ ।

Leave a Reply