spot_img
Home Blog Page 7007

ଆରମ୍ଭ ହେଲା ସ୍କୁଲରେ ନାମଲେଖା, ପ୍ରତିଦିନ ୫ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବେ

ଭୁବନେଶ୍ୱର: କରୋନା ପାଇଁ ଠପ୍‌ ହୋଇଛି ପୁରା ରାଜ୍ୟ । ସ୍କୁଲ କଲେଜରେ ପାଠପଢ଼ା ଠାରୁ ଆରମ୍ଭକରି ପରୀକ୍ଷା ନାମଲେଖା ମଧ୍ୟ ବନ୍ଦ ରହିଛି । କିଛି ପରୀକ୍ଷା କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାର ରେଜଲ୍ଟ ବାହାରି ନାହିଁ । ତେବେ ଏହି ଭିତରେ କିଛି ସ୍କୁଲରେ ନାମଲେଖା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ, ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ, ମାଦ୍ରାସା ଏବଂ ସଂସ୍କୃତ ଟୋଲ ଗୁଡ଼ିକରେ ନାମଲେଖା ଆରମ୍ଭ ହୋଇଛି ।

ପ୍ରତିଦିନ ସକାଳ ୭ ଟାରୁ ୯ଟା ୩୦ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା କରିବା ପାଇଁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଗୋଟିଏ ଦିନରେ ଗୋଟିଏ ସ୍କୁଲକୁ ୫ ଜଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକ ଆସିବାକୁ ଅନୁମତି ଦିଆଯାଇଛି । ସ୍କୁଲକୁ ଆସିବା ସମୟରେ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ପାଇଁ ନାମଲେଖାର ସମସ୍ତ ସୂଚନା ସ୍କୁଲ ନୋଟିସ୍‌ ବୋର୍ଡରେ ଉଲ୍ଲେଖ କରାଯାଇଛି  ।

ବନ୍ଦେ ଉତ୍କଳ ଜନନୀକୁ ପ୍ରଚାର ପ୍ରସାର ପାଇଁ ସରକାରଙ୍କ ଉଦ୍ୟମ, ସ୍କୁଲ ଛୁଟି ପୂର୍ବରୁ ସମୂହ ଗାନ ହେବ ରାଜ୍ୟ ସଙ୍ଗୀତ

ବୋର୍ଡର ସମସ୍ତ ନିର୍ଦ୍ଦେଶାବଳୀକୁ ଅଭିଭାବକ ମାନଙ୍କ ହ୍ଵାଟସ୍‌ଆପ୍‌ ମାଧ୍ୟମରେ ପଠାଇବାକୁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଜୁଲାଇ ୧୫ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ସାରିବାକୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏବଂ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ବନ୍ଦେ ଉତ୍କଳ ଜନନୀକୁ ପ୍ରଚାର ପ୍ରସାର ପାଇଁ ସରକାରଙ୍କ ଉଦ୍ୟମ, ସ୍କୁଲ ଛୁଟି ପୂର୍ବରୁ ସମୂହ ଗାନ ହେବ ରାଜ୍ୟ ସଙ୍ଗୀତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀର ମାନ୍ୟତା ମିଳିଛି । ତେବେ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇବା ପରେ ଏବେ ସମସ୍ତ ସ୍କୁଲରେ ଜାତୀୟ ସଙ୍ଗୀତ ଭଳି ଏହା ମଧ୍ୟ ଗାନ କରାଜିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ।

କହିଛନ୍ତି, ସବୁଦିନ ସ୍କୁଲ ଛୁଟି ସମୟରେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରାଯିବ । ଖାଲି ସେତିକି ନୁହେଁ, ସ୍କୁଲ ପାଠ୍ୟକ୍ରମରେ ମଧ୍ୟ ସ୍ଥାନିତ ହେବ ରାଜ୍ୟ ସଂଗୀତ । କିନ୍ତୁ ଚଳିତବର୍ଷ ଏହା ପାଠ୍ୟକ୍ରମରେ ରହିବ କି ନାହିଁ ବିଚାରବିମର୍ଶ ଚାଲିଛି ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓ  ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ବିଷୟରେ ପିଲାଙ୍କୁ ଅବଗତ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ପାଇଁ ଗତକାଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ।

କିସ୍‌ର କିସା: କେବେ ହଲିଉଡ୍ ଅଭିନେତା ତ କେବେ ପୂଜାରୀ ଶିଳ୍ପାଙ୍କୁ କରିଥିଲେ କିସ୍, ଯାହାକୁ ନେଇ ହୋଇଥିଲା ହଙ୍ଗାମା

ମୁମ୍ବାଇ: ବଲିଉଡ ଡିଭା ଶିଲ୍ପା ସେଟ୍ଟୀ ଆଜି ନିଜର ୪୫ ତମ ଜନ୍ମଦିନ ପାଳନ କରୁଛନ୍ତି । ଆଜିକାଲି ଶିଲ୍ପା ଫିଲ୍ମରେ ଅଧିକ ନଜର ଆସୁନାହାନ୍ତି । ହେଲେ ସେ ନିଜ ଫିଟନେସ ପାଇଁ ବେଶ ଚର୍ଚ୍ଚିତ । ଶିଲ୍ପା ନିଜ ପର୍ସନାଲ ଲାଇଫରେ ବହୁତ ଏନଜଏ କରନ୍ତି । ଫିଲ୍ମ ଜଗତର କ୍ରେଜି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶିଲ୍ପା । ବଲିଉଡରେ ସେ ନିଜ କ୍ୟାରିଅରରେ ଖୁବ ସଫଳତା ହାସଲ କରିଛନ୍ତି । ନିଜ ଅଭିନୟ ଯୋଗୁଁ ଶିଲ୍ପା ଅନେକ ଲୋକପ୍ରିୟତା ମଧ୍ୟ ଲାଭ କରିଛନ୍ତି । ଅଧିକାଂଶ ସମୟରେ ଶିଲ୍ପାଙ୍କ ଫିଟନେସ ଭିଡିଓ ଦର୍ଶକଙ୍କ ମଧ୍ୟରେ ଭାଇରାଲ ହେଉଥାଏ । ତେବେ ଆଜି ଶିଲ୍ପାଙ୍କ ଜନ୍ମଦିନ ଅବସରରେ ତାଙ୍କ ଜୀବନର କିଛି ଏମିତି ମୂହୁର୍ତ୍ତ ବିଷୟରେ ଜାଣିବା ଯାହା ଅଧିକାଂଶ ଲୋକେ ଜାଣିନଥିବେ ।

ଶିଲ୍ପା ଓ ହଲିଉଡ ଅଭିନେତା ରିଚାର୍ଡ ଗେରେଙ୍କ କିସ୍ ଗୋଟିଏ ସମୟରେ ଦେଶର ହଟ୍ ନ୍ୟୁଜ୍ ହୋଇଥିଲା । ଏହି ଘଟଣା ୨୦୦୭ ମସିହା ଏପ୍ରିଲ ମାସ ୧୫ ତାରିଖରେ ଘଟିଥିଲା । ଅଭିନେତା ରିଚାର୍ଡ ଜୟପୁରର ଏକ ଇଭେଣ୍ଟରେ ଶିଳ୍ପା ସେଟ୍ଟୀଙ୍କୁ ଧରି  କିସ୍ କରିଥିଲେ । ଅଚାନକ ଘଟିଥିବା ଏହି କାଣ୍ଡ ଶିଳ୍ପାଙ୍କୁ ମଧ୍ୟ ଚକିତ କରିଥିଲା । ଯାହା ତାଙ୍କ ଫଟୋ ଦେଖି ଲାଗୁଥିଲା । କିନ୍ତୁ କିଛି ଏହାକୁ ମାନିବାକୁ ପ୍ରସ୍ତୁତ ନଥିଲେ । ସେମାନଙ୍କ କହିବା ଥିଲା ଏହା ପ୍ରିପ୍ଲାନେଡ୍ ଥିଲା ।   ଏଡସ୍ ସଚେତନତା ପାଇଁ ଆୟୋଜିତ ଏହି ଇଭେଣ୍ଟ୍ କିନ୍ତୁ କିସ୍ କାଣ୍ଡକୁ ନେଇ ବିବାଦୀୟ ହୋଇ ପଡିଥିଲା ।  ମଞ୍ଚରେ ଲୋକଙ୍କ ସାମ୍ନାରେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ​। ରିଚାର୍ଡଙ୍କର ଏହି କାଣ୍ଡ ପାଇଁ ମଧ୍ୟ ତାଙ୍କୁ କଡ଼ା ସମାଲୋଚନା କରାଯାଇଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। ଏହି ଘଟଣା ଏତେ ଜୋର ଧରିଥିଲା ଯେ, ରିଚାର୍ଡ-ଶିଳ୍ପା ଆଇନଗତ ଅସୁବିଧାରେ ଫିସିଥିଲେ। ରାଜସ୍ଥାନ କୋର୍ଟ ଶିଳ୍ପା ଶେଟ୍ଟୀ ଏବଂ ରିଚାର୍ଡଙ୍କୁ ୱାରେଣ୍ଟ ଜାରି କରିଥିଲା। ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିଲା।  ପରେ ରିଚାର୍ଡ ଏହି ପ୍ରସଙ୍ଗ ନେଇ କ୍ଷମା ମାଗିଥିଲେ।

ଏହା ବ୍ୟତୀତ ଶିଳ୍ପା ଶେଟ୍ଟୀଙ୍କ ଆଉ ଏକ ଚିତ୍ର ହଇଚଇ ସୃଷ୍ଟି କରିଥିଲା । ଥରେ ମନ୍ଦିରରେ ପହଞ୍ଚିଥିବା ପରେ ଶିଳ୍ପା ଶେଟ୍ଟୀଙ୍କୁ ଜଣେ ପୂଜାରୀ କିସ୍ କରିଥିଲେ। ଉଭୟଙ୍କ ଏହି ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଏହି ଭାଇରାଲ ଫଟୋ ପାଇଁ ଶିଳ୍ପା ଶେଟ୍ଟୀଙ୍କୁ ଅନେକ ଟ୍ରୋଲ କରାଯାଇଥିଲା। ଏନେଇ ଶିଳ୍ପା ଶେଟ୍ଟୀ ପରେ ଏକ ପ୍ରଶ୍ନ କରିଥିଲେ । ଜଣେ ପିତା ତାଙ୍କ ଝିଅକୁ ଚୁମ୍ବନ ଦେବା କଣ ଭୁଲ ବୋଲି ପଚାରିଥିଲେ ଶିଲ୍ପା ।

ଆଜି ଶିଳ୍ପାଙ୍କ ଜନ୍ମଦିନରେ ଏକ ସ୍ୱତନ୍ତ୍ର ନୋଟ୍ ଲେଖି ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ ଲେଖିଛନ୍ତି ଯେ, ଶିଲ୍ପା ଏମିତି ଜଣେ ମହିଳା ଯିଏ ପ୍ରେମ ସହିତ ତାଙ୍କୁ ସୁଧାରିଛନ୍ତି । ଶିଲ୍ପାଙ୍କୁ ହସିବା ଦେଖି କୁଦ୍ରା ନିଜ ଦିନ କାଟନ୍ତି । ଶିଲ୍ପା ନିଜ ସ୍ୱାମୀଙ୍କ ପାଇଁ କୌଣସି ଛୁଆଠୁ କମ ନୁହଁନ୍ତି । ଏହା ସହ ଶିଲ୍ପା ତାଙ୍କ ମାଆଙ୍କ ଭୂମିକା ମଧ୍ୟ ତୁଲାଇ ଥାଆନ୍ତି। ଶିଲ୍ପା ତାଙ୍କ  ଜୀବନର ରାଣୀ ମଧ୍ୟ  । ଶିଲ୍ପାଙ୍କ ପାଇଁ ତାଙ୍କ ଭଲ ପାଇବା ଅତୁଳନୀୟ । ଏହା ଲେଖି ନିଜ ସ୍ତ୍ରୀକୁ ଜନ୍ମଦିନର ଶୁବେଚ୍ଛା ଜଣାଛନ୍ତି ।

ମୋରାରି ବାପୁଙ୍କ ନାଁରେ ଭଗବାନ ଶ୍ରୀକୃଷ୍ଣଙ୍କ ଅପମାନ ଅଭିଯୋଗ,ଥାନାରେ ମାମଲା

ଜୟପୁର: ପ୍ରସିଦ୍ଧ ପ୍ରବଚକ ମୋରାରୀ ବାପୁଙ୍କ ସମସ୍ୟା ବଢିଯାଇଛି । ପ୍ରବଚକ ମୋରାରି ବାପୁଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣଙ୍କୁ ନେଇ ଦେଇଥିବା ଆପତ୍ତିଜନକ ଟିପଣି କାରଣରୁ ତାଙ୍କ ନାଁରେ ଜପୁର ଥାନାରେ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ସନ୍ଥ ସୌରଭ ରାଘବେନ୍ଦ୍ର ଆଚାର୍ଯ୍ୟ ମାହାରାଜା ନାମକ ଜଣେ ବ୍ୟକ୍ତି ।

ଜୟପୁରର କାଲବାଡ ଥାନାରେ ସନ୍ଥ ସୌରଭ ରାଘବେନ୍ଦ୍ର ଆଚାର୍ଯ୍ୟଙ୍କ ତରଫରୁ ଅଭିଯୋଗ ଦିଆଯାଇଛି । ଯେଉଁଥିରେ ଲେଖାଯାଇଛି ପ୍ରବଚକ ମୋରାରୀ ବାପୁଙ୍କ ଦ୍ୱାରା ମିର୍ଜାପୁର ସ୍ଥିତ ଆଦି ଶକ୍ତି ପୀଠରେ ରାମକଥା ଚାଲିଥିଲା ସମୟରେ ଶ୍ରୀକୃଷ୍ଣଙ୍କ ବିଷୟରେ ଅପମାନଜନକ ଏବଂ ଆପତ୍ତିଜନକ ଟିପଣି ଦେଇଛନ୍ତି । ଯାହାର ଭିଡ଼ିଓ ଗୋଟିଏ ଚ୍ୟାନେଲ ମାଧ୍ୟମରେ ପ୍ରସାରିତ କରାଯାଇଛି । ଏବଂ ଏହି ଭିଡ଼ିଓ ନିକଟରେ ସୋସିଆଲ ମିଡ଼ିଆ ଜରିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଆଉ ଏକ ଅଭିଯୋଗ ମଧ୍ୟ ଆସିଛି

ସନ୍ଥ ସୌରଭ ରାଘବେନ୍ଦ୍ର ଆଚାର୍ଯ୍ୟ ଅଭିଯୋଗରେ କହିଛନ୍ତି ଯେ, ଭିଡ଼ିଓରେ ପ୍ରବଚକ ମୋରାରୀ ବାପୁଙ୍କ ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ ବିଷୟରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ପ୍ରବଚନ ଦିଆଯାଇଛି । ଏହାସହ ଭଗବାନ ଶ୍ରୀକୃଷ୍ଣଙ୍କ ବଡ଼ ଭାଇ ବଳଭଦ୍ରଙ୍କ ଉପରେ ଆପତ୍ତି ଜନକ ଟିପ୍ପଣି ଦେଇଛନ୍ତି । ଏହାସହ ସେ ପ୍ରବଚକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ଦାବି କରିଛନ୍ତି ।

କାଲବାଡ଼ ଥାନାରେ ଅଭିଯୋଗ କରିଥିବା ସୌରଭ ରାଘବେନ୍ଦ୍ର ଆଚାର୍ଯ୍ୟ ମହାରାଜା ନିଜକୁ ରଘୁନାଥ ଧାମ ରାମାନୁଜ ଆଶ୍ରମର ପୀଠାଧିଶ୍ୱର କହିଛନ୍ତି ।  ଏହା ସହ ଅଭିଯୋଗକାରୀ ସନ୍ଥ ସୋମବାର ଦିନ ପ୍ରେମ ବାର୍ତ୍ତା ଜରିଆରେ ମଧ୍ୟ ନିଜ କଥାକୁ ମିଡ଼ିଆ ସାମ୍ନାରେ ରଖିବେ ।

ରାଜ୍ୟରେ ସୁସ୍ଥ ହେଲେ ୯୯ ଜଣ କରୋନା ସଂକ୍ରମିତ, ସୁସ୍ଥଙ୍କ ସଂଖ୍ୟା ୧୯୯୩କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟରେ ୩ ହଜାର ପାଖାପାଖି କରୋନା ସଂକ୍ରମଣ ପହଞ୍ଚିଥିଲା ବେଳେ ସୁସ୍ଥଙ୍କ ସଂଖ୍ୟା ୨ ହଜାର ପାଖରେ ପହଞ୍ଚିଛି । ରାଜ୍ୟରେ ସଂକ୍ରମଣ ସଂଖ୍ୟା ସହ ପାଦରେ ପାଦ ମିଶାଇ ଚାଲିଛି ସୁସ୍ଥଙ୍କ ସଂଖ୍ୟା । ସୋମବାର ରାଜ୍ୟରେ ୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ ୧୯୯୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

୧୫ ଟି ଜିଲ୍ଲାରୁ ୯୯ ଜଣ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୧୬ ଜଣ, ଖୋର୍ଦ୍ଧାରୁ ୧୩, କେନ୍ଦ୍ରାପଡ଼ାରୁ ୧୧ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଗଞ୍ଜାମରୁ ୯, ଦେବଗଡ଼ ୮, କେନ୍ଦୁଝର ୪ ଜଣ ସୁସ୍ଥ ହୋଇଥିବା ବେଳେ କଟକ ଓ ଜଗତସିଂହପୁରରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେପଟେ ବାଲେଶ୍ୱର, ବରଗଡ଼ ଓ ବଲାଙ୍ଗିରରୁ ୬ ଜଣ ସୁସ୍ଥ ହୋଇଛନ୍ତି । ନୟାଗଡ଼ରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଆଉ ୧୩୮ଟି ନୂଆ ସଂକ୍ରମିତ ଚିହ୍ନଟ

ସାବଧାନ ! ୪ କୋଟି ଲୋକଙ୍କ ଫୋନରେ ଅଛି ୨୦୨୦ର ସବୁଠୁ ଭୟଙ୍କର ଆପ୍,ତୁରନ୍ତ କରନ୍ତୁ ଡିଲିଟ୍

ବିଭିନ୍ନ ଆପରେ ଭାଇରସ ଆସିବା କଥା ତ ଆପଣମାନେ ଜାଣିଛନ୍ତି । ଗୋଟିଏ ନୂଆ ରିପୋର୍ଟରେ କୁହାଯାଇଛି ଯେ, ମେଲିସିୟସ ମୋବାଇଲ ଆପର ସମୁଦାୟ ସଂଖ୍ୟା ଗତ ବର୍ଷ ପ୍ରଥମ କ୍ୱାର୍ଟର  ତୁଳନାରେ ୨୦୨୦ର ପ୍ରଥମ ତିନି ମାସରେ ଦ୍ୱିଗୁଣିତ ହୋଇଛି । କେବେଳ ଏତିକି ନୁହେଁ ରିପୋର୍ଟରେ ଏହାଠାରୁ ବି ଅଧିକ ଭୟଙ୍କର ତଥ୍ୟର ଖୁଲାସା କରାଯାଇଛି । ସାଇବର ସିକ୍ୟୁରିଟି ଫର୍ମ ଅଫ୍ ଷ୍ଟ୍ରିମ ସିଷ୍ଟମ ତା ରିପୋର୍ଟରେ କହିଛି ଯେ, ୨୦୨୦ର ସବୁଠୁ ଭୟଙ୍କର ଆପ୍ ସ୍ନାପଟ୍ୟୁବକୁ ୪୦ମିଲିୟନ ଲୋକ ଡାଉନଲୋଡ଼ କରିଛନ୍ତି ।

ସ୍ନାପଟ୍ୟୁବକୁ ଚୀନର ଏକ କମ୍ପାନୀ ମୋବିସ୍ପେସ୍ ତିଆରି କରିଛି । ସୂଚନା ଅନୁସାରେ ଏହି ଆପ୍ ଫୋନରେ ଡାଉନଲୋଡ଼ ହେବା ପରେ ବିନା ଅନୁମତିରେ ହିଁ ଉପଭୋକ୍ତାଙ୍କୁ ପ୍ରିମିୟମ ସର୍ଭିସ ପାଇଁ ସାଇନ ଅପ୍ କରିଦେଇଥାଏ । ଏହା ବ୍ୟତୀତ ଆଡ୍ କ୍ଲିକ୍ ଆକ୍ଟିଭେଟ ମଧ୍ୟ କରିପଥାଏ, ଯେଉଁଥିରେ ସେ ବିଜ୍ଞାପନକୁ ନିଜେ ଡାଉନଲୋଡ଼ କରିବା ସହ କ୍ଲିକ ମଧ୍ୟ କରିଦେଇଥାଏ ।

ଆପଟି ଏହି ଫୋନର ଗ୍ୟାଲେରିରେ ପୂର୍ବରୁ ହିଁ  ରହିଥାଏ

ଏହି ଆପରେ ଉପଭୋକ୍ତା ଲୋକପ୍ରିୟ ଭିଡ଼ିଓ ଓ ଅଡ଼ିଓ ଷ୍ଟ୍ରିମିଂ ସାଇଟ୍  ୟୁଟୁବ୍ ଏବଂ ଫେସବୁକର ଭିଡ଼ିଓ ଏବଂ ଅଡ଼ିଓ ଡାଉନଲୋଡ଼ କରିପାରିବେ । ଜଣାପଡ଼ିଛି ଯେ, ସ୍ନାପଟ୍ୟୁବରେ ନିଜର ୱେବସାଇଟ୍ ମଧ୍ୟ ରହିଛି । ଏହି ୱେବସାଇଟ ଅନୁସାରେ ଆପକୁ ବିଶ୍ୱରେ ୩୦କୋଟି ଉପଭୋକ୍ତା ଡାଉନଲୋଡ଼ କରିଛନ୍ତି । ଏହାସହ ଆପ ହୁବାବେର ଆପ୍ ଗାଲେରୀ ମଧ୍ୟ ଏହ ରହିଥିବା ଜଣା ପଡିଛି ।

ରିପୋର୍ଟରେ କୁହାଯାଇଛି ଯେ, ଗତବର୍ଷ ୭କୋଟିରୁ ଅଧିକ ଠକେଇ ଟ୍ରାଞ୍ଜାକ୍ସନ ସ୍ନାପଟ୍ୟୁବ୍ ଜରିଆରେ ହିଁ ହୋଇଥିଲା । ଏହାସହ ଚଳିତ ବର୍ଷ ଏମିତି ୩କୋଟିରି ଅଧିକ ଠକେଇ ସାମ୍ନାକୁ ଆସି ସାରିଛି, ଯେଉଁଥିରେ ସେକ୍ୟୁର-ଡ଼ି ପ୍ଲାଟ ଫର୍ମ ବ୍ଲକ କରିଥିଲା ।

ପ୍ଲେ ଷ୍ଟୋରରେ ଏହି ଆପର ଦିଆଯାଇନାହିଁ

ଆପଣଙ୍କୁ କହି ରଖୁଛୁ ଯେ, ଗୁଗୁଲ ଏହି ଆପକୁ ପ୍ଲେ ଷ୍ଟୋର ପୂର୍ବରୁ ହିଁ ହଟାଇ ଦେଇଥିଲା, କିନ୍ତୁ ଉପଭୋକ୍ତା ଏବେ  ବି ଏହାକୁ ଉପଭୋକ୍ତା ଅନ୍ୟ ସୋର୍ସ ମାଧ୍ୟମରେ ଡାଉନଲୋଡ଼ କରୁଛନ୍ତି । ଯଦି ଆପଣ ଆଣ୍ଡ୍ରୋଏଡ୍ ଉପଭୋକ୍ତା ତେବେ ଆପଣଙ୍କ ଫୋନରେ ଏହି ଆପ୍ ଅଛି,ତେବେ ଏହାକୁ ଆପଣ ଜଲଦି ହଟାଇ ଦିଅନ୍ତୁ ।

ଯୋଗୀଙ୍କୁ ନେଇ ପାକିସ୍ତାନରେ ଚର୍ଚ୍ଚା, ଉତ୍ତରପ୍ରଦେଶ କରୋନା ରଣନୀତିକୁ ପାକ୍‌ ମିଡିଆରେ ପ୍ରଶଂସା

ଲକ୍ଷ୍ନୌ: ପାକିସ୍ତାନର ଇଂରାଜୀ ଖବରକାଗଜ ‘ଡନ୍’ର ସମ୍ପାଦକ ଫାହଦ ହୁସେନ୍ କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସେ ଯୋଗୀ ଏବଂ ପାକିସ୍ତାନର ଇମ୍ରାନ ଖାନ ସରକାରଙ୍କ କାର୍ଯ୍ୟକୁ ଟ୍ୱିଟରରେ ତୁଳନା କରିଛନ୍ତି ।  କରୋନା ଯୁଦ୍ଧରେ ଯୋଗୀଙ୍କ କାର୍ଯ୍ୟକୁ  ଇମ୍ରାନଙ୍କ କାର୍ଯ୍ୟ ସହ ତୁଳନା କରି କରୋନା ବିରୁଦ୍ଧରେ ଯୋଗୀଙ୍କ କାର୍ଯ୍ୟ ଇମ୍ରାନ ଖାନଙ୍କ କାର୍ଯ୍ୟଠାରୁ ବହୁ ଆଗରେ ବୋଲି କହିଛନ୍ତି ।

ୟୁପି କଠୋର ଭାବେ ଲକ୍‌ଡାଉନ୍ ଲାଗୁ କଲା, ଆମେ କରିପାରିଲୁ ନାହିଁ

ଫାହଦ ହୁସେନ୍ ଏକ ଗ୍ରାଫ୍ ଟ୍ୱିଟ୍ କରିଛନ୍ତି – ଏହି ଗ୍ରାଫକୁ ଭଲଭାବେ ଦେଖନ୍ତୁ। ପାକିସ୍ତନରେ ପ୍ରତି କିଲୋମିଟର ପିଛା ଜନସଂଖ୍ୟା ୟୁପିଠାରୁ ବହୁତ କମ୍‌ ଏବଂ ରୋଜଗାର ମଧ୍ୟ ବହୁ ଅଧିକ । ଏହା ସତ୍ୱେ ୟୁପି ତାଲା ବନ୍ଦକୁ କଡାକଡି ଭାବେ କାର୍ଯ୍ୟକାରୀ କରିଥିବାବେଳେ ଆମେ (ପାକିସ୍ତାନ) କରିପାରିଲୁ ନାହିଁ । ଯେଉଁଥିପାଇଁ ମୃତ୍ୟୁହାରର ପାର୍ଥକ୍ୟ ସ୍ପଷ୍ଟ ଭାବରେ ବାରିହାଇପଡୁଛି ।

ଫାହଦ ମଧ୍ୟ ମହାରାଷ୍ଟ୍ରର ତୁଳନା କରିଛନ୍ତି । ୟୁପିରେ ମୃତ୍ୟୁ ହାର ପାକିସ୍ତାନଠାରୁ କମ୍, ମହାରାଷ୍ଟ୍ରରେ ମୃତ୍ୟୁହାର ଅଧିକ ଥିବାବେଳେ ଯୁବ ଜନସଂଖ୍ୟା ଏବଂ ମୁଣ୍ଡପିଛା ଆୟ ଅଧିକ ବୋଲି କୁହାଯାଇଛି । ଆମେ ଜାଣିବା ଉଚିତ ଯେ ଉତ୍ତରପ୍ରଦେଶ କେଉଁ ସଠିକ୍ ନିଷ୍ପତ୍ତି ନେଇଛି ଏବଂ ମହାରାଷ୍ଟ୍ର କେଉଁ ଭୁଲ୍ କରିଛି ? ପାକିସ୍ତାନର ଜନସଂଖ୍ୟା ୨୦.୮୦ କୋଟି ହୋଇଥିବାବେଳେ ୟୁପିର ଜନସଂଖ୍ୟା ୨୨.୫୦ କୋଟି । କିନ୍ତୁ ଏଠାରେ ମୃତ୍ୟୁ ହାର ପାକିସ୍ତାନ ତୁଳନାରେ ବହୁତ କମ୍ ଅଟେ ।

ୟୁପି ଏବଂ ପାକିସ୍ତାନର ଜନସଂଖ୍ୟା ପ୍ରାୟ ସମାନ, କିନ୍ତୁ କରୋନା ଗ୍ରାଫରେ ବହୁତ ପାର୍ଥକ୍ୟ ଅଛି । ତଥ୍ୟ ଅନୁଯାୟୀ, ଉତ୍ତରପ୍ରଦେଶର ଜନସଂଖ୍ୟା ୨୩.୧୫ କୋଟି ଏବଂ ଏଠାରେ କେବଳ ୦.୦୦୪୫ ପ୍ରତିଶତ ଲୋକ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ, ୟୁପିରେ ୧୦୫୩୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଯେତେବେଳେ କି, ପାକିସ୍ତାନରେ ଏହି ମହାମାରୀରେ ୯୮ ହଜାର ୯୪୩ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ପାକିସ୍ତାନରେ ୨୦୦୨ ମୃତ୍ୟୁ ଘଟିଛି, ଏପର୍ଯ୍ୟନ୍ତ ୟୁପିରେ ମୋଟ ୨୭୫ ଜଣଙ୍କର ମୃତ୍ୟୁ ଘଟିଛି ।

ହିନ୍ଦୁ ମାନେ ନଦୀରେ କ’ଣ ପାଇଁ ଟଙ୍କା ପକାନ୍ତି ? ଜାଣନ୍ତୁ ଏହା ପଛର ଧାର୍ମିକ ମାନ୍ୟତା…

ନଦୀରେ ଟଙ୍କା ପକାଇବାର ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି । ଆମେ କେବେ ଜାଣିବାକୁ ଚେଷ୍ଟା କରିଛେ କି ଆମେ କାହିଁକି ନଦୀରେ ଟଙ୍କା ପକାଉ ? ଏହି ପ୍ରଥା ପଛରେ ଏକ ବଡ଼ କାରଣ ଅଛି । ବାସ୍ତବରେ, ସେହି ସମୟରେ ଯେତେବେଳେ ନଦୀରେ ଟଙ୍କା ପକାଇବାର ପ୍ରଥା ଆରମ୍ଭ ହୋଇଥିଲା, ସେହି ସମୟରେ ଷ୍ଟିଲ ମୁଦ୍ରା ବଦଳରେ ତମ୍ବାର ମୁଦ୍ରା ବ୍ୟବହୃତ ହେଉ ଥିଲା, ଏବଂ ତମ୍ବା ଜୀବନ ଏବଂ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ, ଆପଣ ହୁଏତ ଭଲ ଭାବରେ ଜାଣିଥିବେ ।

ଅତୀତରେ ନଦୀଗୁଡ଼ିକ ଜଳର ମୁଖ୍ୟ ଉତ୍ସ ଥିଲା । ଲୋକମାନେ ପ୍ରତ୍ୟେକ କାର୍ଯ୍ୟରେ କେବଳ ନଦୀର ପାଣିଙ୍କୁ ହିଁ ବ୍ୟବହାର କରୁଥିଲେ । ଯେହେତୁ ଜଳକୁ ଶୁଦ୍ଧ କରିବାରେ ତମ୍ବା ଅତ୍ୟନ୍ତ ଉପକାରୀ, ତେଣୁ ଲୋକମାନେ ଯେତେବେଳେ ନଦୀ କିମ୍ବା ପୋଖରୀ ଦେଇ ଯାଉଥିଲେ, ସେମାନେ ତମ୍ବା ମୁଦ୍ରା ପକାଉଥିଲେ । ଆଜି, ତମ୍ବା ମୁଦ୍ରା ନାହିଁ, ତଥାପି ଲୋକମାନେ ସେହି ପୂର୍ବରୁ ପ୍ରଚଳିତ ପ୍ରଥାକୁ ଏବେ ବି ମାନୁଛନ୍ତି । ଆସନ୍ତୁ ଜାଣିବା ଅନ୍ୟ ହିନ୍ଦୁ ପରମ୍ପରା ….

ଚୁଡ଼ିର ମହତ୍ତ୍ୱ

ପୁରାତନ ଯୁଗରେ, ଅଧିକାଂଶ ମହିଳା ସୁନା ଓ ରୂପାର ଚୁଡ଼ି ପିନ୍ଧୁଥିଲେ । ବିଶ୍ୱାସ କରାଯାଏ ଯେ ସୁନା ଓ ରୂପାର ଘର୍ଷଣରେ ଶରୀରକୁ ଏହାର ଶକ୍ତିଶାଳୀ ତତ୍ତ୍ୱ ପ୍ରାପ୍ତ ହୋଇଥାଏ । ଯାହା ମହିଳାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ କମାଇବାରେ ଉପକାରୀ ହୋଇଥାଏ । ମହିଳାମାନେ ପୁରୁଷଙ୍କ ଅପେକ୍ଷା ଦୁର୍ବଳ । କିନ୍ତୁ ଚୁଡ଼ି ସେମାନଙ୍କର ହାତକୁ ମଜବୁତ୍ ଏବଂ ଶକ୍ତିଶାଳୀ କରିଥାଏ ।

ସିନ୍ଦୁର ଲଗାଇବା

ସିନ୍ଦୁର ହଳଦି, ଲେମ୍ବୁ ଏବଂ ମର୍କରର ମିଶ୍ରଣରୁ ସିନ୍ଦୁର ପ୍ରସ୍ତୁତ ହୋଇଥାଏ । ସିନ୍ଦୁର ମହିଳାଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଏହା ବ୍ୟତୀତ ସିନ୍ଦୂର ମଧ୍ୟ ମହିଳାମାନଙ୍କୁ ଚାପରୁ ଦୂରେଇ ରଖିଥାଏ ।

ପିଲାମାନଙ୍କର କାନ ଫୋଡ଼ିବା

ବିଜ୍ଞାନ କହୁଛି ଯେ କାନ ଫୋଡ଼ିବା ଫଳରେ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ସଠିକ୍ ଭାବରେ ହୋଇଥାଏ ।  ପିଲାମାନଙ୍କ ଚେହେରାରେ ଚମକ ଆଣିଥାଏ । ଏହି କାରଣରୁ, ପିଲାମାନେ ଉତ୍ତମ ଜ୍ଞାନ ପ୍ରାପ୍ତ କରିନିଅନ୍ତି ।

ବଡ଼ମାନଙ୍କର ପାଦ ଛୁଇଁବା

ପାଦ ଛୁଇଁବା ବେଳେ ବଦ୍ୟୁତିକ ଚୁମ୍ବକୀୟ ଶକ୍ତି ଶକ୍ତି ଆମ ଶରୀରକୁ ନୂତନ ଶକ୍ତି ପ୍ରଦାନ କରେ ଏବଂ ଆମକୁ ଶକ୍ତିଶାଳୀ, ସୁସ୍ଥ ଏବଂ ସକରାତ୍ମକ ଚିନ୍ତାଧାରାରେ ପରିପୂର୍ଣ୍ଣ କରେ | ସୁଖାସାନା ସାହାଯ୍ୟରେ ସମଗ୍ର ଶରୀରରେ ରକ୍ତ ସଞ୍ଚାଳନ ସମାନ ଭାବରେ ଆରମ୍ଭ ହୁଏ, ଯାହା ଶରୀରକୁ ଅଧିକ ଶକ୍ତିଶାଳୀ କରିଥାଏ  ।

ହାତ ମେହେନ୍ଦୀ ଲଗାଇଲେ କଣ ହୁଏ ?

ବିଜ୍ଞାନ କହିଛି ଯେ ମେହେନ୍ଦୀ ଅତ୍ୟଧିକ ଥଣ୍ଡା ଏବଂ ଏହାର ପ୍ରୟୋଗ ମନକୁ ଥଣ୍ଡା ରଖେ ଏବଂ ଚାପକୁ ମଧ୍ୟ ହ୍ରାସ କରିଥାଏ, ତେଣୁ ବର କନ୍ୟାମାନେ ବିବାହ ଦିନ ମେହେନ୍ଦି ଲଗାଇଥାନ୍ତି । ଯାହା ଦ୍ୱାରା ସେମାନେ ବିବାହ ଦ୍ୱାରା ଚାପଗ୍ରସ୍ତ ନ ହୁଅନ୍ତୁ ।

ଭୋଜନ ଶେଷରେ ମିଠା ଖାଇଲେ କଣ ହୁଏ ?

ଯେତେବେଳେ ଆମେ କିଛି ମସଲାଯୁକ୍ତ ଖାଦ୍ୟ ଖାଇଥାଉ, ଆମ ଏସିଡିଟି ହେବାକୁ ଲାଗେ ଫଳରେ ଆମର ଖାଦ୍ୟ ହଜମ ହୁଏ ନାହିଁ । ଖାଇବା ଶେଷରେ ମିଠା ଖାଇବା ଦ୍ୱାରା ଏଭଳି ସମସ୍ୟା କମିଥାଏ ।

ତୁଳସୀ ଗଛକୁ କାହିଁକି ପୂଜା କରାଯାଏ?

ତୁଲସୀରେ ଉପସ୍ଥିତ ରାସାୟନିକ ପଦାର୍ଥ ସେତିକି ଗୁଣକାରୀ ଯେତିକି ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ଏହା ଏକ କୀଟନାଶକ, ଯାହା ଭୟଙ୍କର ଜୀବାଣୁକୁ ନାସ କରିବାରେ ସହାୟକ ହୁଏ । ଆନାଫିଲିସ୍ ପ୍ରଜାତିର ମଶାମାନଙ୍କ ବିରୁଦ୍ଧରେ ଏହାର କୀଟନାଶକ ପ୍ରଭାବ ଉଲ୍ଲେଖନୀୟ ।

ଓସ୍ତ ଗଛକୁ କାହିଁକି ପୂଜା କରାଯାଏ ?

ଓସ୍ତ ଗଛର ଉପଯୋଗିତାକୁ  ଉଭୟ ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ ଜଗତ ସ୍ୱୀକାର କରିଥାଏ । ଏହି ଗଛ ଅନ୍ୟ ଗଛ ଅପେକ୍ଷା ବାୟୁମଣ୍ଡଳରେ ଅଧିକ ପରିମାଣର ଅମ୍ଳଜାନକୁ ପ୍ରୋତ୍ସାହିତ କରେ । ଏହା ପ୍ରଦୂଷିତ ବାୟୁକୁ ସଫା କରିଥାଏ ଏବଂ ଆଖପାଖ ପରିବେଶରେ ସତ୍ତ୍ୱିକତାକୁ ମଧ୍ୟ ବଢିଥାଏ  ।

ପାକିସ୍ତାନରୁ ବିନା ନିମନ୍ତ୍ରଣରେ ଭାରତ ଆସିଥିବା କୀଟଙ୍କ ପାଇଁ IAFର ପ୍ଲାନିଂ

ନୂଆଦିଲ୍ଲୀ: ପାକିସ୍ତାନରୁ ପବନରେ ଭାରତ ଉଡ଼ି ଆସିଥିବା ପଙ୍ଗପାଳଙ୍କ ଠାରୁ କେମିତି ରକ୍ଷା ପାଇବ ଭାରତ । ଲକ୍ଷ ଲକ୍ଷ ହେକ୍ଟର ଫସଲ ନଷ୍ଟ କରି ଦେବେ କି ପଙ୍ଗପାଳ ? ଉତ୍ତର ଓ ପୂର୍ବ ଭାରତର ଅଧିକାଂଶ ରାଜ୍ୟର ଚାଷୀ ଏବେ ପଙ୍ଗପାଳ ଚିନ୍ତାରେ । ରାଜସ୍ଥାନ ଓ ହରିୟାଣାରେ ପଙ୍ଗପାଳ ଏବେ ଫସଲ ନଷ୍ଟ କରିବା ଆରମ୍ଭ କରି ସାରିଲେଣି । ଏପରି ସ୍ଥିତିରେ ପଙ୍ଗପାଳଙ୍କୁ ରୋକିବାକୁ କୃଷି ବିଭାଗ ନୂଆ ରଣନୀତି ଆପଣାଇଛି । ଆକାଶ ମାର୍ଗରୁ ପଙ୍ଗପାଳଙ୍କୁ ବାୟୁ ସେନା ହେଲିକପ୍ଟରରୁ ଆକ୍ରମଣ କରାଯିବ ।

ଏଥିପାଇଁ କୃଷି ବିଭାଗ ୟୁରୋପୀୟ ସଂଘ ଠାରୁ କେମିକାଲ ଓ ଉପକରଣ ଆମଦାନୀ କରୁଛି । ଭାରତୀୟ ବାୟୁ ସେନାର ୫ଟି ଏମ୍ଆଇ-୧୭ ହେଲିକପ୍ଟର ପଙ୍ଗପାଳଙ୍କ ଉପରେ ଆକ୍ରମଣ କରିବ । ଏହାଦ୍ୱାରା ଚାଷ ଜମିରେ କୌଣସି କ୍ଷତି ହେବ ନାହିଁ ବୋଲି କୁହାଯାଉଛି । ମିଳିଥିବା ସୂଚନା ମୁତାବକ ପାକିସ୍ତାନରୁ ଆସିଥିବା ପଙ୍ଗପାଳ ବେଶୀ ବିପଜ୍ଜନକ । ଯଦି ସେମାନଙ୍କୁ ସମୟ ପୂର୍ବରୁ ରୋକା ନଯାଏ ତେବେ କୃଷକଙ୍କର ବର୍ଷକର ସବୁ ପରିଶ୍ରମ ବ୍ୟର୍ଥ ଯିବ ।

ପଙ୍ଗପାଳଙ୍କୁ ମାରିବା ପାଇଁ ୟୁରୋପୀୟ ସଂଘରୁ ଉପକରଣ ମଗାଯାଉଛି । କୁହାଯାଉଛି ବିଗତ ୨୭ ବର୍ଷ ମଧ୍ୟରେ ପଙ୍ଗପାଳ କେବେ ବି ଏମିତି ଆକ୍ରମଣ କରିନଥିଲେ । ମାମଲାର ଗମ୍ଭୀରତାକୁ ଦେଖି ବିଭିନ୍ନ ମନ୍ତ୍ରାଳୟ, ଆଇଏଏଫ ଏକଜୁଟ୍ ହୋଇ ସମାଧାନର ରାସ୍ତାରେ ଲାଗିଛନ୍ତି । ହେଲିକପ୍ଟର ଜରିଆରେ ପଙ୍ଗପାଳଙ୍କୁ ମାରିବା ପାଇଁ ଆଲୋଚନା ଚାଲିଛି ।

ଡିଜିସିଏର ଅନୁମତ ପରେ ପଙ୍ଗପାଳଙ୍କୁ ମାରିବା ପାଇଁ ହେଲିକପ୍ଟର ମୁତୟନ କରାଯିବ । ପୂର୍ବରୁ ପଙ୍ଗପାଳଙ୍କୁ ମାରିବା ପାଇଁ ସାମରିକ ବିମାନ ମନ୍ତ୍ରାଳୟ କୃଷି ମନ୍ତ୍ରାଳୟକୁ ସ୍ପ୍ରେ ଡ୍ରୋନ୍ ବ୍ୟବହାର ପାଇଁ ଅନୁମତି ଦେଇଥିଲା । ଏଥିପାଇଁ ୫ଟି ଡ୍ରୋନ୍ କମ୍ପାନୀଙ୍କୁ ବଛା ଯାଇଥିଲା । ଆଗାମୀ ସପ୍ତାହରୁ ଡ୍ରୋନ୍ ଗୁଡ଼ିକ ପଙ୍ଗପାଳଙ୍କୁ ମାରିବା କାର୍ଯ୍ୟରେ ନିୟୋଜିତ ହେବେ ବୋଲି ସୂଚନା ମିଳିଛି ।

ଇତିହାସରେ କେବେ ଓଡ଼ିଶା ଆସିନାହାନ୍ତି ପଙ୍ଗପାଳ, ଯଦି ଆସନ୍ତି ତେବେ ଆପଣାନ୍ତୁ ଏହି ଉପାୟ…

ବିନା ମାସ୍କରେ ନଜର ଆସିଲେ ସୈଫ୍, ଭାଇରାଲ ହେଲା ଫଟୋ

କରିନା କପୁର ରବିବାର ଦିନ ସନ୍ଧ୍ୟାରେ ସ୍ୱାମୀ ସୈଫ୍ ଅଲ୍ଲି ଖାନ୍ ଏବଂ ପୁଅ ତୈମୁର ସହ ବାହାରିପଡ଼ିଥିଲେ ମେରାଇନ ଡ୍ରାଇଭରେ । ଅନଲକର ୧.୦କୁ ନେଇ ସାଧାରଣ ଲୋକଙ୍କ ସହ ବଲିଉଡ଼ର ସିଲେବଙ୍କ ମଧ୍ୟରେ ବହୁତ ଉତ୍ସାହ ଥିଲା । କିନ୍ତୁ ଯେତେବେଳେ ତାଙ୍କର ଏହି ଡ୍ରାଇଭ୍ ସମୟର ଫଟୋ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଯାହାକୁ ସିନେପ୍ରେମୀ ପସନ୍ଦ କରି ନାହାଁନ୍ତି ।

ତେବେ ସୋସିଆଲ ମିଡ଼ିଆରେ ସୈଫ୍, ତୈମୁର ଏବଂ କରିନାଙ୍କ ଫଟୋ ଜୋରସୋରରେ ଭାଇରାଲ ହେଉଛି ।ଏହି ଫଟୋକୁ ମେରାଇନ ଡ୍ରାଇଭ ସମୟରେ ଉଠାଯାଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଛି । ଏହି ଫଟୋରେ କରିନା କପୁର ମାସ୍କ ପିନ୍ଧିଥିବାର ଦେଖାଯାଇଥିବା ବେଳେ ସୈଫ ବିନା ମାସ୍କରେ ନଜର ଆସିଥିଲେ । ଯାହାକୁ ନେଇ ସୈଫଙ୍କୁ ଖୁବ୍ ଟ୍ରୋଲ କରିଛନ୍ତି ସିନେ ପ୍ରେମୀ ।