ମୋରାରି ବାପୁଙ୍କ ନାଁରେ ଭଗବାନ ଶ୍ରୀକୃଷ୍ଣଙ୍କ ଅପମାନ ଅଭିଯୋଗ,ଥାନାରେ ମାମଲା

ଜୟପୁର: ପ୍ରସିଦ୍ଧ ପ୍ରବଚକ ମୋରାରୀ ବାପୁଙ୍କ ସମସ୍ୟା ବଢିଯାଇଛି । ପ୍ରବଚକ ମୋରାରି ବାପୁଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣଙ୍କୁ ନେଇ ଦେଇଥିବା ଆପତ୍ତିଜନକ ଟିପଣି କାରଣରୁ ତାଙ୍କ ନାଁରେ ଜପୁର ଥାନାରେ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ସନ୍ଥ ସୌରଭ ରାଘବେନ୍ଦ୍ର ଆଚାର୍ଯ୍ୟ ମାହାରାଜା ନାମକ ଜଣେ ବ୍ୟକ୍ତି ।

ଜୟପୁରର କାଲବାଡ ଥାନାରେ ସନ୍ଥ ସୌରଭ ରାଘବେନ୍ଦ୍ର ଆଚାର୍ଯ୍ୟଙ୍କ ତରଫରୁ ଅଭିଯୋଗ ଦିଆଯାଇଛି । ଯେଉଁଥିରେ ଲେଖାଯାଇଛି ପ୍ରବଚକ ମୋରାରୀ ବାପୁଙ୍କ ଦ୍ୱାରା ମିର୍ଜାପୁର ସ୍ଥିତ ଆଦି ଶକ୍ତି ପୀଠରେ ରାମକଥା ଚାଲିଥିଲା ସମୟରେ ଶ୍ରୀକୃଷ୍ଣଙ୍କ ବିଷୟରେ ଅପମାନଜନକ ଏବଂ ଆପତ୍ତିଜନକ ଟିପଣି ଦେଇଛନ୍ତି । ଯାହାର ଭିଡ଼ିଓ ଗୋଟିଏ ଚ୍ୟାନେଲ ମାଧ୍ୟମରେ ପ୍ରସାରିତ କରାଯାଇଛି । ଏବଂ ଏହି ଭିଡ଼ିଓ ନିକଟରେ ସୋସିଆଲ ମିଡ଼ିଆ ଜରିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଆଉ ଏକ ଅଭିଯୋଗ ମଧ୍ୟ ଆସିଛି

ସନ୍ଥ ସୌରଭ ରାଘବେନ୍ଦ୍ର ଆଚାର୍ଯ୍ୟ ଅଭିଯୋଗରେ କହିଛନ୍ତି ଯେ, ଭିଡ଼ିଓରେ ପ୍ରବଚକ ମୋରାରୀ ବାପୁଙ୍କ ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ ବିଷୟରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ପ୍ରବଚନ ଦିଆଯାଇଛି । ଏହାସହ ଭଗବାନ ଶ୍ରୀକୃଷ୍ଣଙ୍କ ବଡ଼ ଭାଇ ବଳଭଦ୍ରଙ୍କ ଉପରେ ଆପତ୍ତି ଜନକ ଟିପ୍ପଣି ଦେଇଛନ୍ତି । ଏହାସହ ସେ ପ୍ରବଚକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ଦାବି କରିଛନ୍ତି ।

କାଲବାଡ଼ ଥାନାରେ ଅଭିଯୋଗ କରିଥିବା ସୌରଭ ରାଘବେନ୍ଦ୍ର ଆଚାର୍ଯ୍ୟ ମହାରାଜା ନିଜକୁ ରଘୁନାଥ ଧାମ ରାମାନୁଜ ଆଶ୍ରମର ପୀଠାଧିଶ୍ୱର କହିଛନ୍ତି ।  ଏହା ସହ ଅଭିଯୋଗକାରୀ ସନ୍ଥ ସୋମବାର ଦିନ ପ୍ରେମ ବାର୍ତ୍ତା ଜରିଆରେ ମଧ୍ୟ ନିଜ କଥାକୁ ମିଡ଼ିଆ ସାମ୍ନାରେ ରଖିବେ ।

Leave a Reply