ପାକିସ୍ତାନରୁ ବିନା ନିମନ୍ତ୍ରଣରେ ଭାରତ ଆସିଥିବା କୀଟଙ୍କ ପାଇଁ IAFର ପ୍ଲାନିଂ

1 min read

ନୂଆଦିଲ୍ଲୀ: ପାକିସ୍ତାନରୁ ପବନରେ ଭାରତ ଉଡ଼ି ଆସିଥିବା ପଙ୍ଗପାଳଙ୍କ ଠାରୁ କେମିତି ରକ୍ଷା ପାଇବ ଭାରତ । ଲକ୍ଷ ଲକ୍ଷ ହେକ୍ଟର ଫସଲ ନଷ୍ଟ କରି ଦେବେ କି ପଙ୍ଗପାଳ ? ଉତ୍ତର ଓ ପୂର୍ବ ଭାରତର ଅଧିକାଂଶ ରାଜ୍ୟର ଚାଷୀ ଏବେ ପଙ୍ଗପାଳ ଚିନ୍ତାରେ । ରାଜସ୍ଥାନ ଓ ହରିୟାଣାରେ ପଙ୍ଗପାଳ ଏବେ ଫସଲ ନଷ୍ଟ କରିବା ଆରମ୍ଭ କରି ସାରିଲେଣି । ଏପରି ସ୍ଥିତିରେ ପଙ୍ଗପାଳଙ୍କୁ ରୋକିବାକୁ କୃଷି ବିଭାଗ ନୂଆ ରଣନୀତି ଆପଣାଇଛି । ଆକାଶ ମାର୍ଗରୁ ପଙ୍ଗପାଳଙ୍କୁ ବାୟୁ ସେନା ହେଲିକପ୍ଟରରୁ ଆକ୍ରମଣ କରାଯିବ ।

ଏଥିପାଇଁ କୃଷି ବିଭାଗ ୟୁରୋପୀୟ ସଂଘ ଠାରୁ କେମିକାଲ ଓ ଉପକରଣ ଆମଦାନୀ କରୁଛି । ଭାରତୀୟ ବାୟୁ ସେନାର ୫ଟି ଏମ୍ଆଇ-୧୭ ହେଲିକପ୍ଟର ପଙ୍ଗପାଳଙ୍କ ଉପରେ ଆକ୍ରମଣ କରିବ । ଏହାଦ୍ୱାରା ଚାଷ ଜମିରେ କୌଣସି କ୍ଷତି ହେବ ନାହିଁ ବୋଲି କୁହାଯାଉଛି । ମିଳିଥିବା ସୂଚନା ମୁତାବକ ପାକିସ୍ତାନରୁ ଆସିଥିବା ପଙ୍ଗପାଳ ବେଶୀ ବିପଜ୍ଜନକ । ଯଦି ସେମାନଙ୍କୁ ସମୟ ପୂର୍ବରୁ ରୋକା ନଯାଏ ତେବେ କୃଷକଙ୍କର ବର୍ଷକର ସବୁ ପରିଶ୍ରମ ବ୍ୟର୍ଥ ଯିବ ।

ପଙ୍ଗପାଳଙ୍କୁ ମାରିବା ପାଇଁ ୟୁରୋପୀୟ ସଂଘରୁ ଉପକରଣ ମଗାଯାଉଛି । କୁହାଯାଉଛି ବିଗତ ୨୭ ବର୍ଷ ମଧ୍ୟରେ ପଙ୍ଗପାଳ କେବେ ବି ଏମିତି ଆକ୍ରମଣ କରିନଥିଲେ । ମାମଲାର ଗମ୍ଭୀରତାକୁ ଦେଖି ବିଭିନ୍ନ ମନ୍ତ୍ରାଳୟ, ଆଇଏଏଫ ଏକଜୁଟ୍ ହୋଇ ସମାଧାନର ରାସ୍ତାରେ ଲାଗିଛନ୍ତି । ହେଲିକପ୍ଟର ଜରିଆରେ ପଙ୍ଗପାଳଙ୍କୁ ମାରିବା ପାଇଁ ଆଲୋଚନା ଚାଲିଛି ।

ଡିଜିସିଏର ଅନୁମତ ପରେ ପଙ୍ଗପାଳଙ୍କୁ ମାରିବା ପାଇଁ ହେଲିକପ୍ଟର ମୁତୟନ କରାଯିବ । ପୂର୍ବରୁ ପଙ୍ଗପାଳଙ୍କୁ ମାରିବା ପାଇଁ ସାମରିକ ବିମାନ ମନ୍ତ୍ରାଳୟ କୃଷି ମନ୍ତ୍ରାଳୟକୁ ସ୍ପ୍ରେ ଡ୍ରୋନ୍ ବ୍ୟବହାର ପାଇଁ ଅନୁମତି ଦେଇଥିଲା । ଏଥିପାଇଁ ୫ଟି ଡ୍ରୋନ୍ କମ୍ପାନୀଙ୍କୁ ବଛା ଯାଇଥିଲା । ଆଗାମୀ ସପ୍ତାହରୁ ଡ୍ରୋନ୍ ଗୁଡ଼ିକ ପଙ୍ଗପାଳଙ୍କୁ ମାରିବା କାର୍ଯ୍ୟରେ ନିୟୋଜିତ ହେବେ ବୋଲି ସୂଚନା ମିଳିଛି ।

ଇତିହାସରେ କେବେ ଓଡ଼ିଶା ଆସିନାହାନ୍ତି ପଙ୍ଗପାଳ, ଯଦି ଆସନ୍ତି ତେବେ ଆପଣାନ୍ତୁ ଏହି ଉପାୟ…

Leave a Reply