ରାଜ୍ୟରେ ସୁସ୍ଥ ହେଲେ ୯୯ ଜଣ କରୋନା ସଂକ୍ରମିତ, ସୁସ୍ଥଙ୍କ ସଂଖ୍ୟା ୧୯୯୩କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟରେ ୩ ହଜାର ପାଖାପାଖି କରୋନା ସଂକ୍ରମଣ ପହଞ୍ଚିଥିଲା ବେଳେ ସୁସ୍ଥଙ୍କ ସଂଖ୍ୟା ୨ ହଜାର ପାଖରେ ପହଞ୍ଚିଛି । ରାଜ୍ୟରେ ସଂକ୍ରମଣ ସଂଖ୍ୟା ସହ ପାଦରେ ପାଦ ମିଶାଇ ଚାଲିଛି ସୁସ୍ଥଙ୍କ ସଂଖ୍ୟା । ସୋମବାର ରାଜ୍ୟରେ ୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ ୧୯୯୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

୧୫ ଟି ଜିଲ୍ଲାରୁ ୯୯ ଜଣ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୧୬ ଜଣ, ଖୋର୍ଦ୍ଧାରୁ ୧୩, କେନ୍ଦ୍ରାପଡ଼ାରୁ ୧୧ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଗଞ୍ଜାମରୁ ୯, ଦେବଗଡ଼ ୮, କେନ୍ଦୁଝର ୪ ଜଣ ସୁସ୍ଥ ହୋଇଥିବା ବେଳେ କଟକ ଓ ଜଗତସିଂହପୁରରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେପଟେ ବାଲେଶ୍ୱର, ବରଗଡ଼ ଓ ବଲାଙ୍ଗିରରୁ ୬ ଜଣ ସୁସ୍ଥ ହୋଇଛନ୍ତି । ନୟାଗଡ଼ରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଆଉ ୧୩୮ଟି ନୂଆ ସଂକ୍ରମିତ ଚିହ୍ନଟ

Leave a Reply