spot_img
Home Blog Page 7004

ପୁଣି ଅର୍ଣ୍ଣବଙ୍କ ପାଇଁ ବଢ଼ିଲା ଅଡ଼ୁଆ, ସାମ୍ପ୍ରଦାୟିକ ମନ୍ତବ୍ୟ ନେଇ ଥାନାରେ ରୁଜୁ ହେଲା ମାମଲା..

ନୂଆଦିଲ୍ଲୀ: ପୁଣି ଅର୍ଣ୍ଣବଙ୍କ ପାଇଁ ବଢ଼ିଲା ଅଡ଼ୁଆ । ମୁମ୍ବାଇ ପୋଲିସ ପକ୍ଷରୁ ସମନ ଜାରି । ଥାନାରେ ଏଫ୍‌ଆଇଆର୍‌ ପରେ ରୁଜୁ ହେଲା ମାମଲା । ମୁମ୍ବାଇ ସ୍ଥିତ ବାନ୍ଦ୍ରାରେ ଏକାଠି ହୋଇଥିବା ପ୍ରବାସୀଙ୍କୁ ନେଇ ଅର୍ଣ୍ଣବଙ୍କ ସମ୍ପ୍ରଦାୟିକ ମନ୍ତବ୍ୟ ପରେ ପୋଲିସ ଏହି ମାମଲା ରୁଜୁ କରିଛି । ତେବେ ନିକଟ ଅତୀତରେ ଅର୍ଣ୍ଣବ ନିଜ ସୋ’ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଅପମାନିତ କରିଥିବା ଅଭିଯୋଗରେ, ଥାନାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପୋଲିସ ଜେରାର ସମ୍ମୁଖୀନ ହୋଇଥିଲେ । ଏବେ ପୁଣି ଥରେ ବନ୍ଦ୍ରାଠାରେ ଏକାଠି ହୋଇଥିବା ପ୍ରବାସୀଙ୍କୁ ନେଇ ସାମ୍ପ୍ରଦାୟିକ ଆକ୍ଷେପ କରିଥିବାରୁ ପୋଲିସ ଗତ ମେ’ ଦୁଇ ତାରିଖରେ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା ।

ମେ’ ୧୯ରେ ଏହି ସୁପ୍ରିମ୍‌କୋର୍ଟ ଏହି ମାମଲାକୁ ନେଇ ଅର୍ଣ୍ଣବଙ୍କ ଏକ ପିଟିସନ୍‌କୁ ଖାରଜ କରିଛନ୍ତି । ମହାରାଷ୍ଟ୍ର ପୋଲିସ ନୁହେଁ ବରଂ ସିବିଆଇ ଅର୍ଣ୍ଣବଙ୍କ ନାଁରେ ହୋଇଥିବା ଅଭିଯୋଗର ତଦନ୍ତ କରୁ ବୋଲି, ସୁପ୍ରିମ୍‌କୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ ଅର୍ଣ୍ଣବଙ୍କ ଓକିଲ । ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଏହି ମାମଲାରେ ସେଭଳି କିଛି ନାହିଁ ଯେ ଏହାକୁ ସିବିଆଇକୁ ହସ୍ତାନ୍ତର କରାଯିବ ଏବଂ ଏହି ମାମଲାର ତଦନ୍ତ କରିବା ପାଇଁ ମହାରାଷ୍ଟ୍ର ପୋଲିସର ସମ୍ପୂର୍ଣ୍ଣ ଅଧିକାର ରହିଛି ।

ତେବେ ଏହାର ଶୁଣାଣି ସମୟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଓକିଲ ବରିଷ୍ଠ ଆଇନଜୀବୀ ହରିଶ୍‌ ସାଲଭେ କହିଛନ୍ତି, ଅର୍ଣ୍ଣବଙ୍କୁ ପଚରାଉଚରା କରିଥିବା ଜଣେ ପୋଲିସ୍ କର୍ମଚାରୀ COVID-19 ପଜିଟିଭ୍ ଥିବା ଜଣାପଡ଼ିଛି ।

ଅନଲକ୍ ୧: କରୋନା ସଂକ୍ରମଣ କାଳରେ ଅଫିସ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କୋରନା ଆକ୍ରାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପି ଜାରି କରାଯାଇଥିବା ଲକଡାଉନକୁ ସରକାର କୋହଳ କରିଛନ୍ତି । କିନ୍ତୁ ଭୟ ହେଉଛି ସଂକ୍ରମଣ । ତେଣୁ କେନ୍ଦ୍ର ସରକାର ଅଫିସ କର୍ମଚାରୀଙ୍କ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଆସନ୍ତୁ ଜାଣିବା ନୂଆ ଗାଇଡଲାଇନ୍ କ’ଣ କହୁଛି ।

କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍‌ଲାଇନ ଅନୁଯାୟୀ ଅଫିସରେ

୧. ଗୋଟିଏ  ସମୟରେ ୨୦ରୁ ଅଧିକ ଜଣ କର୍ମଚାରୀ କାମ କରିପାରିବେ ନାହିଁ ।

୨.ମୁହାଁମୁହିଁ ମିଟିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।

୩. ଯେଉଁ କର୍ମଚାରୀ ମାନଙ୍କର ଥଣ୍ଡା, କାଶ ଓ ଜ୍ୱର ହେଉଥିବ ସେମାନଙ୍କୁ ଅଫିସ ଆସିବାକୁ ବାରଣ କରାଯାଇଛି ।

୪.  ଯେଉଁ କର୍ମଚାରୀ ମାନେ କଂଟେନମେଂଟ ଜୋନରେ ରହୁଛନ୍ତି ସେମାନେ ଅଫିସ ଆସିପାରିବେ ନାହିଁ ।

୫. ଅଫିସ୍‌ରେ ସମସ୍ତ ବ୍ୟବହାର କରାଯାଉଥିବା କମ୍ପ୍ୟୁଟର,ମାଉସ, କିବୋର୍ଡ ଓ ଅନ୍ୟାନ ଜିନିଷକୁ ପରିଷ୍କାର କରାଯିବା ଉପରେ ଅଧିକ ଧ୍ୟାନ ଦିଆଯିବ ।

୬.ଏହାସହ ୧ ମିଟର ଦୂରତା, ମାସ୍କ ଓ ହାତରେ ଗ୍ଲୋଭସ ଲାଗାଇ କାର୍ଯ୍ୟ କରିବାକୁ ପୂନଃର୍ବାର ନିର୍ଦ୍ଦେଶ ଦିଆଯାଇଛି ।

୭. କର୍ମଚାରୀଙ୍କୁ ପ୍ରତି ଅଧ ଘଣ୍ଟା ବ୍ୟବଧାନରେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି ।

କେଜ୍ରିୱାଲ ସରକାରଙ୍କୁ ନେଇ ଖୁସୀ ନାହିଁ ୨ ବର୍ଷ ଶିଶୁ, ହାଇକୋର୍ଟରେ କଲା ଆବେଦନ !

ନୂଆଦିଲ୍ଲୀ: କରୋନା କବଳରେ ସାରା ବିଶ୍ୱ । ଦିନକୁ ଦିନ ଯେମିତି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି ସେମିତି  ଏହାକୁ ନେଇ ଚିନ୍ତା ମଧ୍ୟ ବଢିବାରେ ଲାଗିଛି । ଏହାକୁ ନେଇ ରାଜଧାନୀ ଦିଲ୍ଲୀ ମଧ୍ୟ ବେହାଲ । ତେବେ ଏଭଳି ପରିସ୍ଥିତିରେ ପ୍ରାୟ ସବୁ ପ୍ରକାର କାର୍ଯ୍ୟକଳାପକୁ କୋହଳ କରାଯାଇଛି । ବଜାରରୁ ଆରମ୍ଭ କରି ମଲ୍, ମନ୍ଦିର ଠାରୁ ମସଜିଦ ପର୍ଯ୍ୟନ୍ତ ସବୁକିଛି ଖୋଲିଯାଇଛି । ଯେଉଁଠି ଲୋକମାନେ ଆରାମ ଅନୁଭବ କରୁଛନ୍ତି, ସେଇଠି ଦୁଇ ବର୍ଷର ପିଲାଟି ତାର ଗଭୀର ଚିନ୍ତା ଦେଖାଇଛି । ଏହି ପିଲାଟି ଦିଲ୍ଲୀର ଲକଡାଉନ୍ ଏବଂ କରୋନା ପରୀକ୍ଷଣ ବ୍ୟବସ୍ଥାକୁ ନେଇ କେଜ୍ରିୱାଲ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟକୁ ଯାଇଛନ୍ତି ।

ଦୁଇ ବର୍ଷ ପିଲାଟି ତାଙ୍କ ବାପାଙ୍କ ମାଧ୍ୟମରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି ।  ଆବେଦନରେ ଦର୍ଶାଯାଇଛି ଯେ, ଦିଲ୍ଲୀରେ ବିନା ଲକ୍ଷଣ ଥିବା ଲୋକଙ୍କ ପରୀକ୍ଷା ଉପରେ ନିଷେଧାଦେଶ ଦିଆଯାଇଛି ଏବଂ ଏହାପରେ ଏବେ ପରିସ୍ଥିତି ପୂରା ବିଗିଡି ଯାଇଛି । ଏହା ବ୍ୟତୀତ ବେଡ୍ ଏବଂ ଭେଣ୍ଟିଲେଟର ଭଳି ଅଭାବ ପରିସ୍ଥିତିକୁ ଆହୁରି ଚିନ୍ତାଜନକ କରିଦେଇଛି ।

ଏହି ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଗ୍ରହଣ କରିଛନ୍ତି ଏବଂ ଆଜି ଅର୍ଥାତ୍ ମଙ୍ଗଳବାର ଦିନ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଛି । ହାଇକୋର୍ଟରେ ଦିଲ୍ଲୀ ସରକାରଙ୍କୁ ଜୁନ୍ ୨ ତାରିଖର ନିର୍ଦ୍ଦେଶର ଏକ କପି ମାଗିଛନ୍ତି ଯେଉଁଥିରେ ବିନା ଲକ୍ଷଣ ଲୋକଙ୍କ ପରୀକ୍ଷଣ ବିଷୟରେ କୁହାଯାଇଛି ।

ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ ବିନା ଲକ୍ଷଣ ଲୋକଙ୍କ ପରୀକ୍ଷଣ ନ କରିବା ଆଇସିଏମଆର ନିର୍ଦ୍ଦେଶାବଳୀକୁ ବିରୋଧ କରୁଛି ।  ଆବେଦନରେ ଦାବି କରାଯାଇଛି ଯେ, ଦିଲ୍ଲୀରେ କମ୍ ସଂଖ୍ୟକ କରୋନା ରୋଗୀଙ୍କୁ ଦେଖାଇବା ଉଦ୍ଦେଶ୍ୟରେ ସରକାରଙ୍କ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଏହା ମଧ୍ୟ କୁହାଯାଇଛି ଯେ, ଏଥିରେ ଦିଲ୍ଲୀରେ କରୋନା ବିସ୍ତାର ଏବଂ ବୃଦ୍ଧି ହେବାର ବିପଦ ରହିଛି ।

୧୫ ଦିନ ମଧ୍ୟରେ ନିଜ ରାଜ୍ୟକୁ ଫେରିବେ ପ୍ରବାସୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଜ ରାଜ୍ୟକୁ ଫେରିବେ ପ୍ରବାସୀ  । ୧୫ ଦିନ ମଧ୍ୟରେ ଦେଶର ସବୁ ରାଜ୍ୟରେ ଥିବା ପ୍ରବାସୀ ନିଜ ରାଜ୍ୟକୁ ଫେରିବେ  । ଏନେଇ ସୁପ୍ରିମକୋର୍ଟ ମଙ୍ଗଳବାର ସମସ୍ତ ରାଜ୍ୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ।

୨୪ ଘଣ୍ଟାରେ ସ୍ୱତନ୍ତ୍ର ଟ୍ରେନ ଯୋଗେ ନିଜ ନିଜ ରାଜ୍ୟକୁ ପଠାଇବାପାଇଁ ବ୍ୟବସ୍ଥା କରାଯିବ । ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ସଂଜୟ କିଷନ କାଉଲ ଓ ଜଷ୍ଟିସ ଏମ୍ ଆର୍ ଶହାଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି କଥା ସ୍ପଷ୍ଟ କରିଛନ୍ତି  ।

ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ,ଲକ ଡାଉନ ଉଲଙ୍ଘନ ଅଭିଯୋଗରେ ପ୍ରବାସୀ ଶ୍ରମିକଙ୍କ ବିରୋଧରେ ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି  ।

ଜୁଲାଇରେ ଅଧିକ ଶୁଣାଣି ପାଇଁ ଖଣ୍ଡପୀଠ କହିଛନ୍ତି  । ପ୍ରବାସୀ ଶ୍ରମିକ କଲ୍ୟାଣ ତଥା ଯୋଜନା ଗୁଡିକୁ ପର୍ଯ୍ୟାପ୍ତ କରିବା ଉଚିତ ବୋଲି ମଧ୍ୟ କହିଛନ୍ତି ଖଣ୍ଡପୀଠ  ।

 

କେମିତି ହୋଇଥିଲା ଅମିତ ଶାହାଙ୍କ ବାହାଘର ? ରାଜନୀତି ପୂର୍ବରୁ କରୁଥିଲେ ଏହି କାମ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଅମିତ ଶାହା ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କୁ ବିଜେପିର ଚାଣକ୍ୟ ବୋଲି କୁହାଯାଏ। ତାଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଗତ ଦୁଇଟି ଲୋକସଭା ନିର୍ବାଚନରେ ​​ ବଡ଼ ସଫଳତା ହାସଲ କରିଛି ।

ମୁମ୍ବାଇର ଏକ ଧନୀ ଗୁଜୁରାଟୀ ଜୈନ ପରିବାରରେ ଜନ୍ମଗ୍ରହଣ କରିଥିବା ଅମିତ ଶାହା ଆଜି ଦେଶର ଗୃହମନ୍ତ୍ରୀ । ତେବେ ବିଜେପି ନେତା ଅମିତ ଶାହାଙ୍କ ପ୍ରେମ କାହାଣୀ ବିଷୟରେ ଅଧିକାଂଶ ଲୋକେ ଜାଣିନଥିବେ । ସୂଚନାଯୋଗ୍ୟ ଯେ, ପ୍ରଥମ ଦେଖାରେ ଅମିତ ଶାହ ଜଣେ ଯୁବତୀଙ୍କ ପ୍ରେମରେ ପଡିଥିଲେ । ପ୍ରଥମ ଥର ଦେଖି ହିଁ ନିଜ ପତ୍ନୀଙ୍କ ପ୍ରେମରେ ପଡିଥିଲେ ଅମିତ ଶାହ ।  ତେବେ ସେ କିଭଳି ତାଙ୍କ ପତ୍ନୀଙ୍କୁ ପ୍ରେମ କରିଥିଲେ ଜାଣନ୍ତୁ।

ରାଜନୀତିରେ ଯୋଗଦେବା ପୂର୍ବରୁ ପ୍ଲାଷ୍ଟିକ୍ ପାଇପ୍ ର ପାରିବାରିକ ବ୍ୟବସାୟ ସମ୍ଭାଳୁଥିଲେ ବିଜେପି ନେତା ଅମିତ ଶାହା  । ୨୩ ବର୍ଷ ବୟସରେ ବିବାହ କରିଥିଲେ ଅମିତ ଶାହା । ରିପୋର୍ଟ ଅନୁସାରେ ଅମିତ ଆରେଞ୍ଜ ମ୍ୟାରେଜ କରିଥିଲେ କିନ୍ତୁ ସେ ପ୍ରଥମ ଦେଖାରେ ତାଙ୍କ ପତ୍ନୀଙ୍କୁ ପ୍ରେମରେ ପଡିଥିଲେ। ପ୍ରଥମ ଦେଖାରେ ସେ ନିଷ୍ପତ୍ତି ନେଇଥିଲେ ଯେ, ସେ ହିଁ ତାଙ୍କ ଜନ୍ମ ଜନ୍ମର ସାଥୀ ହେବେ । ତାଙ୍କ ପତ୍ନୀଙ୍କୁ ବହୁତ ଭଲ ପାଆନ୍ତି ଅମିତ ଶାହା । ତାଙ୍କ ପତ୍ନୀଙ୍କ ନାଁ ହେଉଛି ସୋନାଲ ଶାହା। କୋଲହାପୁରରେ ଜନ୍ମିତ ଅମିତ ଶାହାଙ୍କ ପତ୍ନୀ ସୋନାଲ ଶାହା କୋଲହାପୁରର ରାଜକୁମାରୀ ପଦ୍ମରାଜ ଗର୍ଲ୍ସ ହାଇ ସ୍କୁଲରୁ ଶିକ୍ଷା ଲାଭ କରିଥିଲେ।

କରୋନା ଫାଶରେ ଡାକ୍ତର ଓ ନର୍ସ

ନୟାଗଡ଼: କରୋନା ଫାଶରେ କୋଭିଡ୍‌ ଯୋଦ୍ଧା । ଫ୍ରଣ୍ଟଫୁଟ ଯୋଦ୍ଧାଙ୍କୁ ମଧ୍ୟ ଛାଡ଼ୁନି ଏହି ଭାଇରସ । ସେ ଡାକ୍ତର ହୁଅନ୍ତୁ ବା ପୋଲିସ । ସମସ୍ତେ କରୋନା ଭାଇରସର କବଳରେ ଆସୁଛନ୍ତି । ଲୋକଙ୍କ ସେବା କରିବାକୁ ପ୍ରତିଶ୍ରୁତି ନେଇଥିବା ଡାକ୍ତର ଓ ନର୍ସ ବି ହେଉଛନ୍ତି କରୋନା ସଂକ୍ରମିତ । ଲୋକଙ୍କ ସେବା କରି କରି ସେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି । ଏବେ ଏମିତି ଏକ ଖବର ଆସିଛି ନୟାଗଡ଼ରୁ । କରୋନା କବଳିତ କରିଛି ଡାକ୍ତର ଓ ନର୍ସଙ୍କୁ ।

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ଓ ନର୍ସ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି । ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ୨ଜଣଙ୍କୁ ଭୁବନେଶ୍ୱର ସମ୍‌ ହସପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସେପଟେ ଡାକ୍ତର ଓ ନର୍ସ ସଂକ୍ରମିତ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡ ସିଲ୍‌ କରାଯାଇଛି । ପୂରା ମେଡିକାଲକୁ ସାନିଟାଇଜ୍‌ କରାଯାଇଛି।

ରାଜନୀତି କରିବିନି ବୋଲି କାହିଁକି କହିଲେ ସୋନୁ ସୁଦ ?

ମହାରାଷ୍ଟ୍ର: ଲକଡାଉନରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରି ଖୁବ୍ ପ୍ରସଂଶା ସାଉଁଟିଛନ୍ତି ବଲିଉଡ଼ କଳାକାର ସୋନୁ ସୁଦ । ଏବଂ ତାଙ୍କର ଏହି କାର୍ଯ୍ୟକୁ ଅଭିନେତାଠୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ସମର୍ଥନ କରିଛନ୍ତି । କିନ୍ତୁ ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ ଯେଉଁଭଳି ଭାବେ ସୋନୁ ସୁଦଙ୍କୁ ନେଇ ଟିପ୍ପଣି ଦେଇଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସଞ୍ଜୟ ରାଉତ ସୋନୁ ସୁଦଙ୍କ ପ୍ରବାସୀଙ୍କୁ ସାହାଯ୍ୟ କରିବାକୁ ନେଇ ରାଜନୀତି ସହ ଯୋଡ଼ି ଥିଲେ ।

ଏବେ ସଞ୍ଜୟ ରାଉତଙ୍କ ଏଭଳି ଟିପ୍ପଣି ପରେ ସୋନୁ ସୁଦଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସୋନୁ ସୁଦ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ହେଉଥିବା ସମୟରେ କହିଛନ୍ତି ଯେ, ସଞ୍ଜୟ ରାଉତ ବହୁତ ଭଲ ଲୋକ ମୁଁ ତାଙ୍କୁ ସମ୍ମାନ ମଧ୍ୟ କରେ । ଉଦ୍ଧବ ଓ ଆଦିତ୍ୟ ଠାକରେଙ୍କ ସହ ସାକ୍ଷାତକାର ଭଲ ଥିଲା ।  ମୋର ରାଜନୀତିକୁ ଆସିବାର କୌଣସି ବି ଇଚ୍ଛା ନାହିଁ ।  ମୁଁ ମୋ ଅଭିନୟ କ୍ୟାରିୟରକୁ ନେଇ ବହୁତ ଖୁସି ଅଛି । ଏବେ ମୋ ପାଇଁ କରିବାକୁ ବହୁତ କିଛି ଅଛି ।

https://www.instagram.com/tv/B_wby3cA0X0/?utm_source=ig_embed

ଜାଣନ୍ତୁ କ’ଣ କହିଥିଲେ ସଞ୍ଚୟ ରାଉତ ?

ଆପଣଙ୍କୁ କହି ରଖୁଛୁ ଯେ, ସଞ୍ଜୟ ରାଉତ ସୋନୁ ସୁଦଙ୍କୁ ଟାର୍ଗେଟ କରି କହିଥିଲେ ଯେ, ସେ ବିଜେପିଙ୍କ ନିର୍ଦ୍ଦେଶରେ ହିଁ ଶ୍ରମିକମାନଙ୍କୁ ଘରକୁ ପଠାଇଛନ୍ତି । ଏ ହେଉଛି ତାଙ୍କର ରାଜନୈତିକ ପଦକ୍ଷେପ, ସେ ବିଜେପିର ଆଦେଶରେ ହିଁ ଏସବୁ କରୁଛନ୍ତି । ସଞ୍ଜୟ ରାଉତ ସୋନୁଙ୍କୁ ହଠାତ୍ ମହାତ୍ମା ହେବା ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ କିଛି ଦିନ ମଧ୍ୟରେ ସୋନୁ ସୁଦ ପ୍ରଧାନମନ୍ତ୍ରୀଙ୍କୁ ଭେଟି ୟୁପି-ବିହାରରେ ବିଜେପି ପାଇଁ ପ୍ରଚାର କରିବେ । ଏହାସହ ସୋନୁ ସୁଦଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି)ର ହାତ କଣ୍ଢେଇ ହେବେ ବୋଲି ସେ କହିଛନ୍ତି ।

ସଞ୍ଜୟ ରାଉତଙ୍କ ଏହି ବିବୃତ୍ତିକୁ କଠୋର ସମାଲୋଚନା କରାଯାଇଛି । ପରେ ସୋନୁ ସୁଦ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ । ଉଦ୍ଧବ ଏବଂ ଆଦିତ୍ୟ ଠାକରେଙ୍କ ସହ ସୋନୁ ସୁଦଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

ପୁଣି ୧୪୬ ନୂଆ ଆକ୍ରାନ୍ତ ଚିହ୍ନଟ, ୬୧ ଯବାନ ବି ପଜିଟିଭ୍‌…

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ୍‌ ଚିହ୍ନଟ । ସେଥିମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ୧୪୬ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ଜଗତସିଂପୁରରୁ ୮ ଜଣ, କେନ୍ଦୁଝରରୁ ୨ ଜଣ, କଟକରୁ ୨ ଜଣ, ମାଲକାନଗିରିରୁ ଜଣେ, ଖୋର୍ଦ୍ଧାରୁ ୧୯, ନୟାଗଡ଼ରୁ ୩, ଯାଜପୁରରୁ ଜଣେ, ମୟୁରଭଞ୍ଜ ୩, ଢ଼େଙ୍କାନାଳରୁ ଜଣେ, କଳାହାଣ୍ଡିରୁ ୩ ଜଣ, କନ୍ଧମାଳରୁ ଜଣେ, ଗଞ୍ଜାମରୁ ୧୮, ଦେଓଗଡ଼ରୁ ୫, ବଲାଙ୍ଗିରରୁ ଜଣେ, ସୁନ୍ଦରଗଡ଼ରୁ ୭ ଜଣ, କେନ୍ଦ୍ରାପଡ଼ାରୁ ଦୁଇ, ବାଲେଶ୍ୱରରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ପଶ୍ଚିମବଙ୍ଗରୁ ଫେରିଥିବା ଏନ୍‌ଡିଆର୍‌ଏଫ୍‌ ଓ ଓଡ୍‌ରାଫ୍‌ ଟିମ୍‌ର ୬୧ ଜଣ ଯବାନଙ୍କୁ କରୋନା ସଂକ୍ରମଣ ହୋଇଛି ।

ତେବେ ରାଜ୍ୟରେ ଏବେ ୩୧୪୦ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେଥିମଧ୍ୟରୁ ୧୧୩୬ଟି ସକ୍ରିୟ ମାମଲା ରହିଥିବା ବେଳେ ୧୯୯୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କରୋନା ଫାଶରେ କୋଭିଡ୍‌ ଯୋଦ୍ଧା… କଟକ ମୁଣ୍ଡୁଳି NDRF କ୍ୟାମ୍ପରେ କରୋନା ସଂକ୍ରମଣ… ୫୦ଜଣଙ୍କ ରିପୋର୍ଟ ପଜିଟିଭ୍‌

କରୋନା ଫାଶରେ କୋଭିଡ୍‌ ଯୋଦ୍ଧା… କଟକ ମୁଣ୍ଡୁଳି NDRF କ୍ୟାମ୍ପରେ କରୋନା ସଂକ୍ରମଣ… ୫୦ଜଣଙ୍କ ରିପୋର୍ଟ ପଜିଟିଭ୍‌

ପୁଣି ଆଧାର କାର୍ଡ ବୈଧତା ନେଇ ଦ୍ୱନ୍ଦ୍ୱ, ସୁପ୍ରିମକୋର୍ଟରେ ହେବ ଶୁଣାଣି…

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ୨୬ ଡିସେମ୍ବର୨୦୧୮ରେ ଆଧାର କାର୍ଡର ବୈଧାନିକତାକୁ ନେଇ ଦାୟର କରାଯାଇଥିବା ଆବେଦନର ଶୁଣାଣି କରିଥିଲେ । ସେତେବେଳେ ସୁପ୍ରିମ୍‌କୋର୍ଟ ଆଧାର କାର୍ଡର ବୈଧାନିକତାକୁ କାୟମ ରଖିଥିଲେ । ଏବେ ପୁଣି ଥରେ ସେହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟରେ ପିଟିସନ୍‌ ଦାଖଲ କରାଯାଇଛି । ଏହାକୁ ନେଇ ମଙ୍ଗଳବର ଶୁଣାଣି କରିବେ ସୁପ୍ରିମ୍‌କୋର୍ଟର ସ୍ୱତନ୍ତ୍ର ୫ ଜଣିଆ ଖଣ୍ଡପୀଠ । ପୂର୍ବରୁ ଆଧାରକାର୍ଡର ବୈଧତା ବିରୋଧରେ ଏକ ପିଟିସନ୍‌ ଦାଖଲ କରାଯାଇଥିଲା ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ୍ ବୋବଡେଙ୍କ ନେତୃତ୍ୱରେ ଏହି ୫ ଜଣିଆ ଖଣ୍ଡପୀଠ ଗଠନ କରାଯାଇଛି । ଏଥିରେ ଜଷ୍ଟିସ ଏ ଏମ୍ ଖାନୱାଲିକର, ଡି ବାଇ ଚନ୍ଦ୍ରଚୂଡ, ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଏଲ ନାଗେଶ୍ୱର ସାମିଲ ଅଛନ୍ତି ।

ସୂଚନାଯୋଗ୍ୟ, ଜଷ୍ଟିସ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଏମ୍ ଖାନୱିଲକର ପୂର୍ବରୁ ସେହି ଖଣ୍ଡପୀଠରେ ସାମିଲ ଥିଲେ, ଯେଉଁ ଖଣ୍ଡପୀଠ ତତ୍‌କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦିପକ ମିଶ୍ରକଙ୍କ ଅଧ୍ୟକ୍ଷତାରେ ଆଧାର କାର୍ଡକୁ ସାମ୍ବିଧାନିକ ବୋଲି ରାୟ ଶୁଣାଇଥିଲେ ।

ହେଲେ ଜଷ୍ଟିସ ଚନ୍ଦ୍ରଚୂଡ଼ ସେହି ସମୟରେ କହିଥିଲେ ଯେ, ଆର୍ଥିକ ବିଲ୍‌ ଭଳି ଆଧାର ବିଲକୁ ପାସ୍‌ କରିବା ଉଚିତ୍‌ ନୁହେଁ । ଏହା ସମ୍ବିଧାନକୁ ଧୋକା ଦେବା ସଦୃଶ ।

ଜଷ୍ଟିସ୍‌ ଏକେ ସିକ୍ରି ଓ ଜଷ୍ଟିସ ଅଶୋକ ଭୂଷଣ ମଧ୍ୟ ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଖଣ୍ଡପୀଠରେ ସାମିଲ ଥିଲେ । ସରକାରୀ ସେବା ପାଇବା ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରିବା ବିରୋଧରେ ଦାଖଲ ହୋଇଥିବା ୨୭ଟି ଆବେଦନ ଉପରେ ୩୮ ଦିନ ପର୍ଯ୍ୟନ୍ତ ଶୁଣାଣି ହୋଇଥିଲା । ପରେ ସୁପ୍ରିମକୋର୍ଟ ଆଧାର କାର୍ଡକୁ ସାମ୍ବିଧାନିକ ବୋଲି ରାୟ ଶୁଣାଇଥିଲେ । ଏବେ ପୁଣି ଥରେ ସେହି ସୁପ୍ରିମ୍‌କୋର୍ଟରେ ଏହି ରାୟ ବିରୋଧରେ ପିଟିସନ୍‌ ଦାଖଲ କରାଯାଇଛି ।