ପୁଣି ୧୪୬ ନୂଆ ଆକ୍ରାନ୍ତ ଚିହ୍ନଟ, ୬୧ ଯବାନ ବି ପଜିଟିଭ୍‌…

1 min read
146 More Corona Positive Case Found In Odisha.

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ୍‌ ଚିହ୍ନଟ । ସେଥିମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ୧୪୬ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ଜଗତସିଂପୁରରୁ ୮ ଜଣ, କେନ୍ଦୁଝରରୁ ୨ ଜଣ, କଟକରୁ ୨ ଜଣ, ମାଲକାନଗିରିରୁ ଜଣେ, ଖୋର୍ଦ୍ଧାରୁ ୧୯, ନୟାଗଡ଼ରୁ ୩, ଯାଜପୁରରୁ ଜଣେ, ମୟୁରଭଞ୍ଜ ୩, ଢ଼େଙ୍କାନାଳରୁ ଜଣେ, କଳାହାଣ୍ଡିରୁ ୩ ଜଣ, କନ୍ଧମାଳରୁ ଜଣେ, ଗଞ୍ଜାମରୁ ୧୮, ଦେଓଗଡ଼ରୁ ୫, ବଲାଙ୍ଗିରରୁ ଜଣେ, ସୁନ୍ଦରଗଡ଼ରୁ ୭ ଜଣ, କେନ୍ଦ୍ରାପଡ଼ାରୁ ଦୁଇ, ବାଲେଶ୍ୱରରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ପଶ୍ଚିମବଙ୍ଗରୁ ଫେରିଥିବା ଏନ୍‌ଡିଆର୍‌ଏଫ୍‌ ଓ ଓଡ୍‌ରାଫ୍‌ ଟିମ୍‌ର ୬୧ ଜଣ ଯବାନଙ୍କୁ କରୋନା ସଂକ୍ରମଣ ହୋଇଛି ।

ତେବେ ରାଜ୍ୟରେ ଏବେ ୩୧୪୦ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେଥିମଧ୍ୟରୁ ୧୧୩୬ଟି ସକ୍ରିୟ ମାମଲା ରହିଥିବା ବେଳେ ୧୯୯୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave a Reply