spot_img
Home Blog Page 7002

ଲକଡାଉନରେ ସ୍କୁଲ ବନ୍ଦ, ବନ୍ଦ ହୋଇନାହିଁ ପାଠପଢ଼ା

ଭୁବନେଶ୍ୱର: ଲକ୍‌ଡାଉନ୍‌ରେ ଜୀବନଯାତ୍ରା ଠପ୍‌ । ଅନ୍‌ଲକ୍‌ରେ ଶିକ୍ଷାନୁଷ୍ଠାନ ବି ବନ୍ଦ । କିନ୍ତୁ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାର ଦାୟିତ୍ୱ ନେଇଛନ୍ତି ରାଜ୍ୟ ସରକାର । ପାଠ ପଢ଼ାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରିଛି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ । ସ୍କୁଲ୍‌ ବନ୍ଦ ଥିଲେ ବି ଗାଁ ଗାଁ ବୁଲି ଶିକ୍ଷକ ଓ ଶିକ୍ଷୟିତ୍ରୀ ପିଲାଙ୍କୁ ପାଠ ପଢ଼ାଉଛନ୍ତି ।

ଲକ୍‌ଡାଉନ୍‌ରେ ସ୍କୁଲ ବନ୍ଦ । କିନ୍ତୁ ବନ୍ଦ ହୋଇନାହିଁ ପାଠପଢ଼ା । ବିକଳ୍ପ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଅନ୍‌ଲାଇନ୍‌ ଓ ଅଫ୍‌ଲାଇନରେ ଚାଲିଛି ପାଠପଢ଼ା । ଗାଁ ଗାଁ ବୁଲି ପଢ଼ାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ । ଲକ୍‌ଡାଉନ୍‌ରେ ଅଟକିନି ପାଠପଢ଼ା । ହତାଶ ହୋଇନାହାନ୍ତି ଛାତ୍ରଛାତ୍ରୀ । ତାଲାବନ୍ଦ ସମୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାର ଦାୟିତ୍ୱ ନେଇଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ୍‌ ମିଡିଆରେ ସୂଚନା ଦେଇଛନ୍ତି ।

ଗାଁରେ ଖୋଲିଛି ପାଠର ଆସର । ସ୍କୁଲ ବନ୍ଦ ଥିଲେ ବି ଗାଁ ଦାଣ୍ଡରେ ଚାଲିଛି ପାଠପଢ଼ା । ତାଲାବନ୍ଦ ଯୋଗୁଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ବିକଳ୍ପ ଶିକ୍ଷା ଓ ପରାମର୍ଶ ଶିକ୍ଷକ କାର୍ଯ୍ୟକ୍ରମ । ଏଥିପାଇଁ ପଞ୍ଚାୟତ ସ୍ତରରେ ନିୟୋଜିତ ହୋଇଛନ୍ତି ପରାମର୍ଶ ଶିକ୍ଷକ । ଏ ସମ୍ପର୍କରେ ରାଜ୍ୟ ସରକାର ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ।

ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ପାଠପଢ଼ା ହେଉଛି । ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟର ଭଲ ବ୍ୟବସ୍ଥା ନଥିବାରୁ ଗାଁ ଗାଁ ବୁଲି ଶିକ୍ଷକ ଓ ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି । ଅନ୍‌ଲାଇନ୍‌ରେ ବି ପାଠ ପଢ଼ା ଯାଉଛି । ଅନ୍‌ଲାଇନରେ ଚାଲୁଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ପାଠ ଅବୁଝା ରହିଲେ ଶିକ୍ଷକ ଘର ପାଖକୁ ଯାଇ ପିଲାଙ୍କୁ ବୁଝାଇ ଦେଉଛନ୍ତି ।

ଲକ୍‌ଡାଉନ୍‌ରେ ଶିକ୍ଷା ବ୍ୟବସ୍ଥା ଯେପରି ବାଧାପ୍ରାପ୍ତ ନ ହେବ, ସେଥିପାଇଁ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି । ରାଜ୍ୟର ୬ ଲକ୍ଷରୁ ଅଧିକ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାରେ ରାଜ୍ୟ ସରକାରଙ୍କ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହଯୋଗ କରୁଛି ।

ଏମ୍ସର ୪ ଡାକ୍ତର କରୋନା ସଂକ୍ରମିତ, କ୍ୱାରେଣ୍ଟାଇନରେ ଗଲେ ୧୦ ଡାକ୍ତର

ଭୁବନେଶ୍ୱର: କୋଭିଡରେ ଆକ୍ରାନ୍ତ ହେଉଛନ୍ତି କରୋନା ଯୋଦ୍ଧା । ଭୁବନେଶ୍ୱର ଏମ୍ସର ୪ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପାଥୋଲୋଜି, ଫାର୍ମାକୋଲୋଜି, ଡର୍ମାଟୋଲୋଜି ଓ ସର୍ଜରୀ ବିଭାଗର ଜଣେ ଲେଖାଏଁ ଡାକ୍ତରଙ୍କ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।

୪ ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସେମାନଙ୍କ ବିବରଣୀ ସଂଗ୍ରହ କରାଯାଉଛି । ଡାକ୍ତରମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି, କେଉଁ ରୋଗୀଙ୍କ ଚିକିତ୍ସା କରିଛନ୍ତି । ସେ ସବୁ ତଥ୍ୟ ସଂଗ୍ରହ କରାଯାଉଛି । ଏଥିସହ ଡାକ୍ତରଙ୍କ ସମ୍ପର୍କରେ ଆସିଥିବା ସହକର୍ମୀଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି । ଅନ୍ୟ ୧୦ ଜଣ ଡାକ୍ତରଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

ପୂର୍ବରୁ କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର, ବାଲେଶ୍ୱର କୋଭିଡ୍ ହସ୍ପିଟାଲର ୨ ନର୍ସ, ରାଉରକେଲା ସରକାରୀ ଚିକିତ୍ସାଳୟର ୨ ଜଣ, ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଓ ନର୍ସଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି ।

କରୋନା ଫାଶରେ ଡାକ୍ତର ଓ ନର୍ସ

କେଜ୍ରିୱାଲଙ୍କୁ ହୋଇନି କରୋନା,ଟେଷ୍ଟ୍ ରିପୋର୍ଟ ନେଗେଟିଭ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପାଇଁ ଆଶ୍ୱସ୍ତିକର ଖବର ଆଣିଛି ଟେଷ୍ଟ୍ ରିପୋର୍ଟ । ଗଳା ଯନ୍ତ୍ରଣା ଓ ଜ୍ୱର ପାଇଁ କେଜ୍ରିୱାଲଙ୍କ ସ୍ୱାବ୍ ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ନେଗେଟିଭ୍ ଆସିଛି । ରବିବାର ଦିନ କେଜ୍ରିୱାଲଙ୍କ ଦେହ ଖରାପ ହେବା ପରେ ସେ ହୋମ୍ ଆଇସୋଲେସନରେ ରହିଥିଲେ । ଏହାପରେ ସୋମବାର ଦିନ ତାଙ୍କ ସ୍ୱାବ୍ ଟେଷ୍ଟ୍ ପାଇଁ ଯାଇଥିଲା । ରବିବାରଠାରୁ ସେ କୌଣସି ମିଟିଂରେ ଭାଗ ନେଉନଥିଲେ ।

ଅରବିନ୍ଦ କେଜ୍ରିୱାଲଙ୍କ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିବା ବାବଦରେ ଆପ୍ ମୁଖପାତ୍ର ରାଘବ ଚଢ଼ା ସୂଚନା ଦେଇଛନ୍ତି ।

ଦିଲ୍ଲୀ ହସ୍ପିଟାଲରେ କିଏ ଚିକିତ୍ସିତ ହେବ ତାହାକୁ ନେଇ ଉପରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ରାଜନୈତିକ ବଳ କଷାକଷି ଚାଲିଥିବା ବେଳେ କେଜ୍ରିୱାଲ ଆଇସୋଲେସନରେ ଥିଲେ । ତାଙ୍କ ସ୍ଥାନରେ ଉପ ମୁଖ୍ୟମନ୍ତ୍ରୀ ମନିଶ ଶିଶୋଦିଆ ବିଭିନ୍ନ ବୈଠକରେ ଭାଗ ନେଉଥିଲେ ।

ଜଗନ୍ନାଥଙ୍କୁ କଣ ପାଇଁ ଲାଗି କରାଯାଏ ଫୁଲୁରୀ ତେଲ ? ଜାଣନ୍ତୁ…

ପୁରୀ: କୋଭିଡ୍ କଟକଣାରେ ଚାଲିଛି ରଥ ନିର୍ମାଣ । ପାଖେଇ ଆସୁଛି ଘୋଷଯାତ୍ରା । ଅଣବସରରେ ଠାକୁର । ଜଗାକୁ ଜ୍ୱର ହୋଇଥିବା ବେଳେ ସେବାରେ ନିୟୋଜିତ ସେବାୟତଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ସ୍ନାନ ପୂର୍ଣ୍ଣିମାରେ ୧୦୮ କଳସ ଜଳରେ ସ୍ନାନ ପରେ ଜରରେ କମ୍ପୁଛି ଶ୍ରୀଅଙ୍ଗ । ସେଥିରୁ ଉପଶମ ପାଇଁ ଫୁଲୁରୀ ତେଲ ଲାଗି କରାଯିବ ।

ଏହି ଦିବ୍ୟ ତେଲର ପ୍ରସ୍ତୁତି ମଧ୍ୟ ନିଆରା । ବିଶେଷ ଭାବେ ପ୍ରସ୍ତୁତି ହେଉଥିବା ଏହି ତେଲ ସ୍ନାନପୂର୍ଣ୍ଣିମାର ପୂର୍ବବର୍ଷଠାରୁ ପ୍ରସ୍ତୁତ କରାଯାଇଥାଏ । ଏହି ତେଲର ମୁଖ୍ୟ ଉପାଦାନ ହେଉଛି- ଘଣାପେଡ଼ା ରାଶି ତେଲ, ମଲ୍ଲୀ, ମାଳତୀ, କିଆ, କେତକୀ, ଜାଇ, ଯୁଇ, ଚନ୍ଦନ ଏବଂ ଯବଧାନ । ଋତୁ ଅନୁସାରେ ଉପଲବ୍ଧ ହେଉଥିବା ବିଭିନ୍ନ ସୁବାସିତ ଫୁଲକୁ ନେଇ ପ୍ରାୟ ୨୪ ପ୍ରକାର ଉପାଦାନରେ ଏହା ପ୍ରସ୍ତୁତ ହୋଇଥାଏ ।

ପୂର୍ବବର୍ଷ ହେରାପଞ୍ଚମୀ ଦିନ ଗୋଟିଏ ବିଶେଷ ମାଟିପାତ୍ରରେ ଏହି ସବୁ ଉପାଦାନକୁ ନିବୁଜ କରି ମାଟି ତଳେ ରଖାଯାଇଥାଏ । ସ୍ନାନଯାତ୍ରାର ଗୋଟିଏ ଦିନ ପୂର୍ବରୁ ଏହାକୁ ମାଟିତଳୁ ବାହାର କରାଯାଇଥାଏ । ଅଣବସର ପଞ୍ଚମ ଦିନରେ ଏହି ଦିବ୍ୟ ତେଲ ବଡ଼ ଓଡ଼ିଆ ମଠରୁ ଶ୍ରୀମନ୍ଦିରକୁ ନିଆଯାଇଥାଏ । ଏହା ପରେ ପତି ମହାପାତ୍ରଙ୍କ ଦ୍ୱାରା ସଂସ୍କାର କରାଯାଇଥାଏ । ଏହା ପରେ ସେବକମାନେ ମହାପ୍ରଭୁଙ୍କ ଶରୀରରେ ଏହାକୁ ପ୍ରଲେପ କରିଥାଆନ୍ତି ।

ଅନ୍ୟପଟେ ସେବାୟତଙ୍କ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି । ଆର୍ସେନିକ ଏଏଲବି ୩୦ ହୋମିଓପାଥିକ ଔଷଧ ପ୍ରଶାସନ ପକ୍ଷରୁ ବିଭିନ୍ନ ନିଯୋଗକୁ ପ୍ରଦାନ କରାଯାଇଛି ।ରଥଖଳାରେ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ । ତିନି ରଥର ଭୂଇଁ ନିର୍ମାଣ ଶେଷ କରାଯାଇ କଇଁଚି, ବଡ଼ ପୋଟଳ ପକାଯାଇଛି । ଏହାପରେ ପୋଟଳ, ପାରାଭାଡ଼ି, ଦୁଆର ଘୋଡ଼ା, ପ୍ରଭା, ବେଦୀ ସିଂହାସନ ନିର୍ମାଣ କାର୍ଯ୍ୟ ଜାରି ରହିଛି । ତିନି ରଥର ଚିତ୍ରକାର ସେବକମାନେ ରଥରେ ରଙ୍ଗ ଦେବା କାର୍ଯ୍ୟ ଜାରି ରଖିଥିବା ବେଳେ ରଥ ନିର୍ମାଣର ପ୍ରାୟ ୭୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି ।

ଚୀନ ସେନା ଲଦାଖର ୩ ସ୍ଥାନରେ ପଛକୁ ଫେରିଲା,ଆଲୋଚନା ପୂର୍ବରୁ ସକରାତ୍ମକ ସନ୍ଦେଶ

ଲଦାଖ: ଚୀନ ସହ ଜାରି ଗତିରୋଧ ଭିତରେ ଗୋଟିଏ ଭଲ ଖବର ଆସିଛି । ଭାରତ ଓ ଚୀନ ସେନା ଲଦାଖର ୩ ସ୍ଥାନରେ ନିଜ ନିଜ ଅଂଚଳରେ ପଛକୁ ଫେରିଛନ୍ତି । ଚଳିତ ସପ୍ତାହର ଆଲୋଚନା ପୂର୍ବରୁ ଦୁଇ ଦେଶର ସେନା ପଛକୁ ଫେରିବା ପରେ ଆଲୋଚନା ସଫଳ ହେବା ନେଇ ଆଶା କରାଯାଉଛି ।

ଭାରତ ଓ ଚୀନ ସେନା ମଧ୍ୟରେ ଚଳିତ ସପ୍ତାହରେ ପେଟ୍ରୋଲିଂ ପଏଣ୍ଟ୍ ୧୪(ଗଲବାନ ଏରିଆ),ପେଟ୍ରୋଲିଂ ପଏଣ୍ଟ୍ ୧୫ ଓ ହଟ୍ ସ୍ପ୍ରିଙ୍ଗସ ଏରିଆ ସହ ଲଦାଖର ଅନେକ ସ୍ଥାନରେ ମିଟିଂ ହେବାର ଅଛି । ଚୀନ୍ ସେନା ଗଲବାନ ଭ୍ୟାଲି,ପେଟ୍ରୋଲିଂ ପଏଣ୍ଟ୍-୧୫ ଓ ହଟ୍ ସ୍ପ୍ରିଙ୍ଗ୍ସ ଏରିଆରୁ ୨ରୁ ୩ କିମି ପଠକୁ ହଟିଛି । ଜୁନ୍ ୬ ତାରିଖ ଦିନ ହୋଇଥିବା ଆଲୋଚନା ଯୋଗୁ ଚୀନ୍ ସେନା ପଛକୁ ଫେରିଥିବା କୁହାଯାଉଛି ।

ଚୀନ୍ ସେନା ଉକ୍ତ ଅଂଚଳରୁ ପଛକୁ ଫେରିବା ପରେ ଭାରତୀୟ ସେନା ମଧ୍ୟ ପଛକୁ ହଟିଛି । ଭାରତୀୟ ସେନା ନିଜର କିଛି ସୈନିକ ଓ ବାହାନକୁ ସେଠାରୁ ଫେରାଇ ଆଣିଛି । ସୂଚନା ଅନୁସାରେ ଉତ୍ତେଜନମୁଳକ ପରିସ୍ଥିତି ଭିତରେ ଦୁଇ ପକ୍ଷ ମଧ୍ୟରେ ବାଟାଲିୟନ କମାଣ୍ଡର ସ୍ତରରେ ଆଲୋଚନା ଚାଲିଛି । ଚୀନ ସହ ଆଲୋଚନା ପାଇଁ ଭାରତୀୟ ଦଳ ଆଗରୁ ଚୁସୁଲରେ ଉପସ୍ଥିତ ଅଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ, ଚୀନ ସେନା ଭାରତର ୫୦ରୁ ୬୦ କିମି ଅଂଚଳ ଉପରେ କବଜା କରିଥିବା ଦାବି ହେଉଛି । ଯଦି ଏହା ସତ ହୋଇଥାଏ ତେବେ  ଚୀନ ସେନାର ୨ରୁ ୩ କିମି ପଛକୁ ଫେରିବା ଶାନ୍ତିପୂର୍ବକ ମାମଲା ସମାଧାନର ସଂକେତ ହୋଇପାରେ ।

ଅନ୍ୟପକ୍ଷରେ ଚୀନ ଅତିକ୍ରମଣକୁ ନେଇ ଦେଶ ଭିତରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବୟାନ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନ ଆସିଥିଲା । ଯାହାର ଉତ୍ତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଇଥିଲେ । ରାଜନାଥଙ୍କୁ ଉତ୍ତର ଦେଇ ରାହୁଲ ଗମ୍ଭୀର ପ୍ରଶ୍ନ ଉଠାଇଥିଲେ । ଏବେ ରାହୁଲଙ୍କୁ ଉତ୍ତର ଦେଇ କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି ଯେ, ରାହୁଲ ସେନାର ଶକ୍ତି ଉପରେ ସନ୍ଦେହ କରୁଛନ୍ତି ।

ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା’ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା’ ମାଧବୀ ରାଜେ ସିନ୍ଧିଆ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ମଙ୍ଗଳବାର ଦିନ ଦୁଇଜଣଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଉଭୟଙ୍କୁ ଦିଲ୍ଲୀର ସାକେତ ସ୍ଥିତ ମ୍ୟାକ୍ସ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଡିଆ ରିପୋର୍ଟ ଅନୁସାରେ ସୋମବାର ଦିନ ଉଭୟଙ୍କୁ ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଜେପିରେ ସାମିଲ ହେବା ପରଠାରୁ ଜ୍ୟୋତିରାଦିତ୍ୟ ଦିଲ୍ଲୀରେ ରହିଆସୁଥିଲେ । ତାଙ୍କ ମା’ ମଧ୍ୟ ଦିଲ୍ଲୀରେ ରୁହନ୍ତି । ମାଧବୀ ରାଜେ ବାହାରକୁ ଖୁବ୍ କମ ଆସିଥାନ୍ତି ।ବର୍ତ୍ତମାନ ଉଭୟଙ୍କ ଅବସ୍ଥା ସ୍ଥିର ରହିଛି । ଜ୍ୟୋତିରାଦିତ୍ୟଙ୍କ ନିକଟତର ସୂତ୍ର ଅନୁସାରେ ସିନ୍ଧିଆ ଓ ତାଙ୍କ ମା’ ଗଳାରେ ଯନ୍ତ୍ରଣା ଅନୁଭବ କରିବା ସହ ସେମାନଙ୍କୁ ଜର ହୋଇଥିଲା । ପରେ ସୋମବାର ଦିନ ସାକେତ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା ।

 

ସହଜ ହେଲା ଖରିଫ ଋତୁରେ ଋଣ ଯୋଗାଣ, ୯୦ ପ୍ରତିଶତ ଚାଷୀ ପାଇବେ ସୁଫଳ

ଭୁବନେଶ୍ୱର: ଚଳିତ ଖରିଫ ଋତୁ ପାଇଁ ଋଣ ଯୋଗାଣକୁ ମଧ୍ୟ ସହଜ କରାଯାଇଛି । ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଛି । ୫୦ ହଜାରରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ସୁଧରେ ହାର ମାତ୍ର ୨ ପ୍ରତିଶତ । ତେବେ ୯୦ ପ୍ରତିଶତ ଚାଷୀ ୫୦ ହଜାର ପର୍ଯ୍ୟନ୍ତ ଋଣ ନେଉଥିବାରୁ ରାଜ୍ୟର ବହୁ ସଂଖ୍ୟାରେ ଚାଷୀ ଏହାର ସୁଫଳ ପାଇବେ ବୋଲି କହିଛନ୍ତି ସମବାୟ ସଚିବ ବୀର ବିକ୍ରମ ଯାଦବ ।ଚାଷୀଙ୍କୁ ଋଣ ପ୍ରଦାନର ଏକ ପରିସଂଖ୍ୟାନ ଦେଇ ସେ କହିଥିଲେ ଯେ, ୩୧ ମେ ସୁଦ୍ଧା ୨୬୪୯ କୋଟି ଟଙ୍କାର ଋଣ ଦିଆଯାଇଛି । ଗତ ବର୍ଷ ତୁଳନାରେ ଏହା ୧୧୭ ପ୍ରତିଶତ ଅଧିକ । ସେହିପରି ଗତ ବର୍ଷ ୩ ଲକ୍ଷ ୫ ହଜାର ଚାଷୀଙ୍କୁ କୃଷି ଋଣ ଦିଆଯାଇଥିଲା । ଏ ବର୍ଷ ୬ ଲକ୍ଷ ୧୯ ହଜାର ଚାଷୀଙ୍କୁ ଦିଆଯିବ କୃଷି ଋଣ । ରବି ଋତୁ ପାଇଁ ଫସଲ ସଂଗ୍ରହ ପ୍ରକ୍ରିୟା ଏବେ ବି ଜାରି ରହିଛି । ଏବେସୁଦ୍ଧା ୧୦ ଲକ୍ଷ ୯୧ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ ସରିଛି ।

ଚାଷ ସମସ୍ୟା ପାଇଁ ପ୍ରତି ସୋମବାର ପଞ୍ଚାୟତରେ ହେବ ବୈଠକ

ଚାଷ ସମସ୍ୟା ପାଇଁ ପ୍ରତି ସୋମବାର ପଞ୍ଚାୟତରେ ହେବ ବୈଠକ

ଭୁବନେଶ୍ୱର: କୋଭିଡ ଯୁଦ୍ଧ ସହ ସମାନ୍ତରାଳ ଭାବେ ଚାଲିଛି ଚାଷୀ ଓ ଚାଷର ବିକାଶ ଯୋଜନା । ରାଜ୍ୟରେ ୬୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରୁଥିବାରୁ ଏହି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ସରକାର । ଚଳିତ ଖରିଫରେ ୬୨ ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ଏଥିରୁ ୯୨ ଲକ୍ଷ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହେବାର ସମ୍ଭାବନା ରହିଛି । ତେବେ ତୃଣମୂଳ ସ୍ତରରେ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ସପ୍ତାହର ପ୍ରତି ସୋମବାର ପଞ୍ଚାୟତରେ ବୈଠକ କରିବେ କ୍ଷେତ୍ର ସ୍ତରୀୟ ସମ୍ପ୍ରସାରଣ ଅଧିକାରୀ । ସେହିପରି ବ୍ଲକ ସ୍ତରରେ ପ୍ରତି ପ୍ରଥମ ଓ ତୃତୀୟ ଶନିବାର ବୈଠକ ହେବ ।ଚାଷୀମାନେ ସେମାନଙ୍କ ସମସ୍ୟା ନେଇ ସିଧାସଳଖ କ୍ଷେତ୍ର ଅଧିକାରୀଙ୍କ ସହ କଥା ହୋଇପାରିବେ । ଜିଲ୍ଲା ସ୍ତରରେ ମଧ୍ୟ ରହିଛନ୍ତି ଜଣେ ଲେଖାଏଁ ନୋଡାଲ ଅଫିସର । ଏହି ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ଚଳିତ ଖରିଫରେ ୫ ଲକ୍ଷ ଟନ ବିହନ ଯୋଜନାର ଟାର୍ଗେଟ ଥିବା ବେଳେ ୯ ଲକ୍ଷ ଟନ ସାର ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ସେହିଭଳି ୩୦ ଲକ୍ଷ ଚାଷୀଙ୍କୁ ଦିଆଯିବ ଫସଲ ବୀମା ଯୋଜନା । ସେଥି ମଧ୍ୟରେ ୯ ଲକ୍ଷ ଚାଷୀ ଅଣଋଣୀ ଚାଷୀ ବି ସାମିଲ ହୋଇଛନ୍ତି । ଏଥିସହିତ ଯୁବ ଚାଷୀମାନେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ମଧ୍ୟ ସୁଫଳ ପାଇପାରିବେ ବୋଲି ସେ କହିଛନ୍ତି ।

ମହାଭାରତର ଅଶ୍ୱତ୍ଥମା ଆଜି ବି ଜୀବିତ, ଏଇଠି କରନ୍ତି ପ୍ରତିଦିନ ସ୍ନାନ..

ମହାଭାରତ ଯୁଦ୍ଧ ଶେଷ ହେବା ପରେ କୌରବ ଏବଂ ପାଣ୍ଡବଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱତ୍ଥମା ଅଭିମନ୍ୟୁଙ୍କ  ପୁଅଙ୍କୁ ହତ୍ୟା କରିଥିଲେ । ସେ ଆଜି ପର୍ଯ୍ୟନ୍ତ ନିଜ ପାପର ଦଣ୍ଡ ପାଉଛନ୍ତି । ତାଙ୍କୁ ମିଳିଥିବା ଅଭିଶାପ କାରଣରୁ ବିଶ୍ୱାସ କରାଯାଏ ଯେ, ଏବେବି ସେ ଜୀବିତ ଅଛନ୍ତି ଏବଂ ଏହି ଅଭିଶାପ କାରଣରୁ ଏବେ ଛଟପଟ ହେଉଛନ୍ତି । ମଧ୍ୟପ୍ରଦେଶର ଏକ ଦୁର୍ଗରେ ଅଶ୍ୱସ୍ଥମା ସବୁବେଳେ ଆସନ୍ତି ବୋଲି  କୁହାଯାଏ । ଆସନ୍ତୁ ଜାଣିବା ଏହି ଦୁର୍ଗ କେଉଁଠାରେ ଅଛି ଏବଂ କିଏ ଅଶ୍ୱତଥାମାଙ୍କୁ ଏମିତି ଅଭିଶାପ ଦେଇଛନ୍ତି…

ଅଶ୍ୱଥମାଙ୍କୁ ଭାରି ପଡ଼ିଲା ତାଙ୍କର ଏହି ଭୁଲ୍

ପୌରାଣିକ ବିଶ୍ୱାସରେ ଦର୍ଶାଯାଇଛି ଯେ ଅଶ୍ୱତ୍ଥମା ତାଙ୍କ ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ପ୍ରୟାସ କରିଥିଲେ  ଯାହା ପାଇଁ ଭଗବାନ କୃଷ୍ଣ ତାଙ୍କୁ ଯୁଗ ଯୁଗ ଧରି ପୃଥିବୀ ଛଟପଟ ହୋଇ ବଞ୍ଚିବାର ଅଭିଶାପ ଦେଇଥିଲେ । ପ୍ରାୟ ୫ହଜାର ବର୍ଷ ଧରି ସେ  ପୃଥିବୀରେ ଛଟପଟ ହୋଇ ବୁଲୁଛନ୍ତି । ତାଙ୍କ ଅଭିଶାପର ଫଳାଫଳ ହେଉଛି ଯେ ଆଜି ମଧ୍ୟ ତାଙ୍କୁ ମଧ୍ୟପ୍ରଦେଶର ଏକ ଦୁର୍ଗରେ ଦେଖିବାକୁ ମିଳିଛି।

ଜାଣନ୍ତୁ ଏହି ଦୁର୍ଗ କେଉଁଠାରେ ଅଛି ?

ମଧ୍ୟପ୍ରଦେଶର ବୁରହାନପୁର ସହରଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅସିରଗଡର ଏକ ଦୁର୍ଗ । ଏଠାରେ ସ୍ଥାନୀୟ ଲୋକମାନଙ୍କ ଅନୁସାରେ ଏବେ  ବି ଅଶ୍ୱତ୍ଥମା ଏହି ଦୁର୍ଗରେ ଭଗବାନ ଶିବଙ୍କୁ ପୂଜା କରୁଛନ୍ତି । ଏଠାରେ ଥିବା ଲୋକମାନେ ମଧ୍ୟ ଅଶ୍ୱତ୍ଥମାଙ୍କ ବିଷୟରେ ଅନେକ କାହାଣୀ ବର୍ଣ୍ଣନା କରନ୍ତି । ଏଠାରେ କୁହାଯାଇଛି ଯେ ଯିଏ ବି ଅଶ୍ୱତ୍ଥମାକୁ ଦେଖିଛନ୍ତି ସେ ବଞ୍ଚି ନାହାଁନ୍ତି ଏବଂ ଯଦିବା ବଞ୍ଚିଛନ୍ତି ସେ ମାନସିକ ସନ୍ତୁଳନ ହାରାଇଛନ୍ତି ।

ଅଶ୍ୱତ୍ଥମା ମଧ୍ୟ ପୋଖରୀରେ ସ୍ନାନ କରନ୍ତି

ଏହା ମଧ୍ୟ କୁହାଯାଇଛି ଯେ ପୂଜା କରିବା ପୂର୍ବରୁ ଦୁର୍ଗରେ ଅବସ୍ଥିତ ହ୍ରଦରେ ଅଶ୍ୱତ୍ଥମା ସ୍ନାନ କରନ୍ତି । କେବଳ ଏତିକି ନୁହେଁ, ଜବଲପୁରରେ ମଧ୍ୟ କୁହାଯାଏ ଯେ, ଅଶ୍ୱତ୍ଥମା ନର୍ମଦା ନଦୀର ଗୌରୀ ଘାଟ କୂଳରେ ବୁଲନ୍ତି ।

ନିଜର କ୍ଷତ ପାଇଁ ଅଶ୍ୱତ୍ଥମା ହଳଦୀ ଓ ତେଲ ମାଗନ୍ତି

ଗୌରୀ ଘାଟର ସ୍ଥାନୀୟ ଲୋକ କୁହନ୍ତି ଯେ ନଦୀ କୂଳରେ ବୁଲୁଥିବା ବେଳେ ଅଶ୍ୱତ୍ଥମା ବେଳେବେଳେ ତାଙ୍କ କ୍ଷତରୁ ବାହାରୁଥିବା ରକ୍ତକୁ ରୋକିବାକୁ କେବେ କେବେ ହଳଦୀ ଏବଂ ତେଲ ମାଗନ୍ତି । ତେବେ ଆଜି ପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ପ୍ରମାଣ ମିଳିନାହିଁ । କିନ୍ତୁ ଏହି ପ୍ରକାରର ଜିନିଷ ଦୀର୍ଘ ସମୟ ଧରି ଏଠାରେ ଚାଲିଆସୁଛି ।

ଅଶ୍ୱତ୍ଥମା ଏମିତି କଣ ଅଭିଶାପ ପାଇଥିଲେ

ତାଙ୍କ ପିତା ଗୁରୁ ଦ୍ରୋଣଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଅଶ୍ୱତ୍ଥମା ବହୁତ ଭୁଲ୍ କରିଥିଲେ । ମହାଭାରତ ଯୁଦ୍ଧ ସମାପ୍ତ ହେବା ପରେ ଅଶ୍ୱତ୍ଥମା ଅଭିମନ୍ୟୁଙ୍କ ପତ୍ନୀ ଉତ୍ତରାଙ୍କ ଗର୍ଭରେ ଥିବା ଶିଶୁ ପାରିଖିତଙ୍କ ଉପରେ ବ୍ରହ୍ମାସ୍ତ୍ର ବ୍ୟବହାର କରି ତାଙ୍କର ହତ୍ୟା କରିଥିଲେ, ସେତେବେଳେ ଭଗବାନ କୃଷ୍ଣ ଅତ୍ୟଧିକ କ୍ରୋଧିତ ହୋଇଥିଲେ ଏବଂ ଏହି ଅଭିଶାପ ଦେଇଥିଲେ ।

ଶ୍ରୀକୃଷ୍ଣ ଏହି ଅଭିଶାପ ଦେଇଥିଲେ

ତା’ପରେ ଭଗବାନ କୃଷ୍ଣ ଏହି ଅଭିଶାପକୁ ଅଶ୍ୱତ୍ଥମାଙ୍କୁ ଦେଇଥିଲେ । ସେ ବିଶ୍ୱାସ କରୁଥିଲେ ଯେ ଅଶ୍ୱତ୍ଥମାଙ୍କର ସବୁଠାରୁ ବଡ ପାପ କାରଣ ସେ ଏକ ଗର୍ଭରେ ଥିବ ଶିଶୁକୁ ହତ୍ୟା କରିଥିଲେ । ଶ୍ରୀକୃଷ୍ଣ ଅଶ୍ୱତ୍ଥମାଙ୍କ ମୁଣ୍ଡରେ ଚିନ୍ତାମଣି ରତ୍ନ ଛଡ଼ାଇ ନେଇ ଅଭିଶାପ ଦେଇଛନ୍ତି ଯେ ଆପଣ ଜନ୍ମ ଦେଖିଛନ୍ତି କିନ୍ତୁ ମୃତ୍ୟୁ ଦେଖି ପାରିବ ନାହିଁ । ଯେପର୍ଯ୍ୟନ୍ତ ଜଗତ ରହିଛି, ତୁମେ ସେ ପର୍ଯ୍ୟନ୍ତ ବଞ୍ଚିବ ଏବଂ ଯନ୍ତ୍ରଣା ଭୋଗିବ ।

କିଲର ଲେଡିର ହେବ ମନସ୍ତାତ୍ତ୍ୱିକ ପରୀକ୍ଷା

ଭୁବନେଶ୍ୱର(ଅରୁଣ ସାହୁ): ଖଣ୍ଡଗିରି ରାଜୀବ ନଗର ସାଇରାମ ପାତ୍ର ହତ୍ୟା ମାମଲା । ସାତ ଦିନ ପରେ ହତ୍ୟାକାଣ୍ଡର କାରଣ ଜାଣି ପାରୁନି ଖଣ୍ଡଗିରି ପୋଲିସ । ତଦନ୍ତକୁ ଆଗକୁ ବଢେଇବା ପାଇଁ ମନସ୍ତତ୍ତ୍ୱବିତ୍ ସହ ଆଲୋଚନା କରିଛନ୍ତି । ପୋଲିସର ଗିରଫ କବଳରୁ ବଞ୍ଚିବା ପାଇଁ ଲେଡି କିଲର ରଚି ଚାଲିଛନ୍ତି ଅସୁସ୍ଥ ଡ୍ରାମା । ତନୁଶ୍ରୀଙ୍କୁ ଆଇସିୟୁରୁ ଡିସଚାର୍ଜ ପରେ ମନସ୍ତତ୍ତ୍ୱବିତ୍ ବିଭାଗରେ ଭର୍ତ୍ତି କରାଯାଇଛି । ତନୁଶ୍ରୀ ପୂର୍ବରୁ ତାଙ୍କର ମୁଣ୍ଡ ଖରାପ ଓ ମାନସିକ ସ୍ଥିତି ଭଲ ନଥିବା ନେଇ ଔଷଧ ଖାଉଥିଲେ । ପ୍ରକୃତରେ ତାଙ୍କର ମନସ୍ତତ୍ତ୍ୱବିତ୍ ବିଭାଗରେ ଚିକିତ୍ସା କରାଯିବ । ନା ଚିକିତ୍ସା ଆଳରେ ହସ୍ପିଟାଲରୁ ଖସିବାର ବାଟ ବାହାର କରିବେ ତନୁଶ୍ରୀ ।

ସତରେ ତାଙ୍କର ମୁଣ୍ଡ ଖରାପ ଅଛି ନା, ପୋଲିସ ଗିରଫରୁ ବର୍ତ୍ତିବା ପାଇଁ ତନୁଶ୍ରୀ ଓ ତାଙ୍କର ସ୍ୱାମୀଙ୍କ ଗୋଟିଏ ଷଡ଼ଯନ୍ତ୍ର । ଅନ୍ୟପଟେ ପୋଲିସକୁ ଦେଖିଲେ ତନୁଶ୍ରୀ ବିରକ୍ତ ଓ ଉତ୍ତେଜିତ ହେଉଥିବା ନେଇ ଏମ୍ସର ଡାକ୍ତର କହିଛନ୍ତି । ଏ ସବୁ କାରଣରୁ ପୋଲିସର ତଦନ୍ତ ଆଗକୁ ବଢି ପାରିନି । ଅନ୍ୟପେଟ ସମୀର ପାତ୍ର ଓ  ତାଙ୍କ ପରିବାର ୫ ବର୍ଷର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି । ହତ୍ୟାକାରୀ ତନୁଶ୍ରୀ ଚିକିତ୍ସା ଆଳ ଦେଖାଇ ଖସିବାକୁ ଯୋଜନା କରୁଛି । ତାଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ରାଜୀବ ନଗର ବାସିନ୍ଦା ।

ପୋଲିସ ହସ୍ପିଟାଲ ବାହାରେ ପହରା ଦେଇ ବସିଛି । ହତ୍ୟାକାରୀ ତନୁଶ୍ରୀ ପରମାଣିକ ହସ୍ପିଟାଲରୁ କେବେ ଡିସଚାର୍ଜ ହେବ ଜଗି ବସିଛି ପୋଲିସ । ପୋଲିସ ଚାହିଁଲେ ଏଭଳି ସମ୍ବେଦନଶୀଳ ମାମଲାରେ ଡାକ୍ତରଙ୍କ ସହ ଆଲୋଚନା କରି ହତ୍ୟାକାଣ୍ଡର ତଦନ୍ତକୁ ତ୍ୱରାନ୍ୱିତ କରିପାରିବ । ଗତ ୩ ତାରିଖରେ ସାଇରାମକୁ ତନୁଶ୍ରୀ ଗୋଟିଏ ଦିନରେ ୩ ଥର ଖେଳିବା ପାଇଁ ଡାକିଥିଲେ । ତାଙ୍କ ଝିଅ ଖେଳୁଥିବା ବେଳେ ସାଇରମକୁ ତଣ୍ଟି ଚିପି ହତ୍ୟା କରିଥିଲେ ।

ମମତା ଏମିତି, ୫ ବର୍ଷର ଛୁଆକୁ ତଣ୍ଟିଚିପି ମାରିଦେଲା…