ସହଜ ହେଲା ଖରିଫ ଋତୁରେ ଋଣ ଯୋଗାଣ, ୯୦ ପ୍ରତିଶତ ଚାଷୀ ପାଇବେ ସୁଫଳ

ଭୁବନେଶ୍ୱର: ଚଳିତ ଖରିଫ ଋତୁ ପାଇଁ ଋଣ ଯୋଗାଣକୁ ମଧ୍ୟ ସହଜ କରାଯାଇଛି । ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଛି । ୫୦ ହଜାରରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ସୁଧରେ ହାର ମାତ୍ର ୨ ପ୍ରତିଶତ । ତେବେ ୯୦ ପ୍ରତିଶତ ଚାଷୀ ୫୦ ହଜାର ପର୍ଯ୍ୟନ୍ତ ଋଣ ନେଉଥିବାରୁ ରାଜ୍ୟର ବହୁ ସଂଖ୍ୟାରେ ଚାଷୀ ଏହାର ସୁଫଳ ପାଇବେ ବୋଲି କହିଛନ୍ତି ସମବାୟ ସଚିବ ବୀର ବିକ୍ରମ ଯାଦବ ।ଚାଷୀଙ୍କୁ ଋଣ ପ୍ରଦାନର ଏକ ପରିସଂଖ୍ୟାନ ଦେଇ ସେ କହିଥିଲେ ଯେ, ୩୧ ମେ ସୁଦ୍ଧା ୨୬୪୯ କୋଟି ଟଙ୍କାର ଋଣ ଦିଆଯାଇଛି । ଗତ ବର୍ଷ ତୁଳନାରେ ଏହା ୧୧୭ ପ୍ରତିଶତ ଅଧିକ । ସେହିପରି ଗତ ବର୍ଷ ୩ ଲକ୍ଷ ୫ ହଜାର ଚାଷୀଙ୍କୁ କୃଷି ଋଣ ଦିଆଯାଇଥିଲା । ଏ ବର୍ଷ ୬ ଲକ୍ଷ ୧୯ ହଜାର ଚାଷୀଙ୍କୁ ଦିଆଯିବ କୃଷି ଋଣ । ରବି ଋତୁ ପାଇଁ ଫସଲ ସଂଗ୍ରହ ପ୍ରକ୍ରିୟା ଏବେ ବି ଜାରି ରହିଛି । ଏବେସୁଦ୍ଧା ୧୦ ଲକ୍ଷ ୯୧ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ ସରିଛି ।

ଚାଷ ସମସ୍ୟା ପାଇଁ ପ୍ରତି ସୋମବାର ପଞ୍ଚାୟତରେ ହେବ ବୈଠକ

Leave a Reply