ଏମ୍ସର ୪ ଡାକ୍ତର କରୋନା ସଂକ୍ରମିତ, କ୍ୱାରେଣ୍ଟାଇନରେ ଗଲେ ୧୦ ଡାକ୍ତର

ଭୁବନେଶ୍ୱର: କୋଭିଡରେ ଆକ୍ରାନ୍ତ ହେଉଛନ୍ତି କରୋନା ଯୋଦ୍ଧା । ଭୁବନେଶ୍ୱର ଏମ୍ସର ୪ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପାଥୋଲୋଜି, ଫାର୍ମାକୋଲୋଜି, ଡର୍ମାଟୋଲୋଜି ଓ ସର୍ଜରୀ ବିଭାଗର ଜଣେ ଲେଖାଏଁ ଡାକ୍ତରଙ୍କ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।

୪ ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସେମାନଙ୍କ ବିବରଣୀ ସଂଗ୍ରହ କରାଯାଉଛି । ଡାକ୍ତରମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି, କେଉଁ ରୋଗୀଙ୍କ ଚିକିତ୍ସା କରିଛନ୍ତି । ସେ ସବୁ ତଥ୍ୟ ସଂଗ୍ରହ କରାଯାଉଛି । ଏଥିସହ ଡାକ୍ତରଙ୍କ ସମ୍ପର୍କରେ ଆସିଥିବା ସହକର୍ମୀଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି । ଅନ୍ୟ ୧୦ ଜଣ ଡାକ୍ତରଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

ପୂର୍ବରୁ କଟକ ସିଟି ହସ୍ପିଟାଲର ଜଣେ ଡାକ୍ତର, ବାଲେଶ୍ୱର କୋଭିଡ୍ ହସ୍ପିଟାଲର ୨ ନର୍ସ, ରାଉରକେଲା ସରକାରୀ ଚିକିତ୍ସାଳୟର ୨ ଜଣ, ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଓ ନର୍ସଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି ।

କରୋନା ଫାଶରେ ଡାକ୍ତର ଓ ନର୍ସ

Leave a Reply