spot_img
Home Blog Page 6980

ସୁଶାନ୍ତଙ୍କ ଦେହାନ୍ତ ପରେ ନିଜକୁ ଦାୟୀ କଲେ କରଣ: ଇନ୍‌ଷ୍ଟାଗ୍ରାମରେ ଲେଖିଲି କିଛି ଏଭଳି କଥା

ମୁମ୍ୱାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଖ୍ୟାତ ସିନେ ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହର । ସେ କହିଛନ୍ତି ‘ ଗତ କିଛି ବର୍ଷ ହେଲା ମୁଁ ଆପଣଙ୍କ ସହ ଟଚ୍‌ରେ ନଥିବାରୁ ମୁଁ ନିଜେ ନିଜକୁ ଦାୟୀ କରିବି ।, ମୁଁ ବହୁବାର ଅନୁଭବ କରିଛି ଆପଣ ନିଜ ଜୀବନ ନେଇ କାହା ସହିତ ଆଲୋଚନା କରିବାକୁ ଚାହୁଁଛନ୍ତି । କିନ୍ତୁ ମୁଁ କେବେ ସେ ନେଇ ଆପଣଙ୍କ ସହ ଆଲୋଚନା କରିନାହିଁ । ଆଗକୁ ସେମିତି ଭୁଲ ଆଉ କେବେ ହେବ ନାହିଁ ।’

https://www.instagram.com/p/CBacnPSJRtT/?utm_source=ig_embed

ସୂଚନା ଯୋଗ୍ୟ ରବିବାର ସକାଳେ ସୁଶାନ୍ତ ସିଂହଙ୍କୁ ନିଜ ଘରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଥିବା ବେଳେ ତାଙ୍କ ଘରୁ କୌଣସି ସୁଇସାଇଟ୍ ନୋଟ୍ ମିଳିନଥିବା ସୂଚନା ରହିଛି ।

ତେବେ କରଣ ଜୋହର ସୁଶାନ୍ତ ସିଂହ ରାଜପୁତଙ୍କ ସହ ଶେଷ ଫିଲ୍ମ ଡ୍ରାଇଭ୍‌ ନିର୍ମାଣ କରିଛନ୍ତି । ଯାହା ନେଟ୍‌ଫ୍ଳିକ୍ସରେ ପ୍ରସାରିତ ହେବ । କରଣ ଆହୁରୀ ଲେଖିଛନ୍ତି ଯେ, ଆପଣଙ୍କ ପଜିଟିଭ୍‌ ସ୍ମାଇଲ୍‌ ଓ ଅନ୍ୟକୁ ସମ୍ବୋଧନ କରିବାର ଅନ୍ଦାଜ ସବୁବେଳ ପାଇଁ ମନେରହିବ ।

https://twitter.com/karanjohar/status/1272111382905802753

ସିନେ ଅଭିନେତା ଭାବେ ପ୍ରତିଷ୍ଠିତ ହେବା ପୂର୍ବରୁ ସୁଶାନ୍ତ କିଛି ସିନେ ଧାରାବାହିକରେ ମଧ୍ୟ କାମ କରିଛନ୍ତି । ତାଙ୍କ ଦ୍ୱାରା ଅଭିନୀତ ପବିତ୍ର ରିସ୍ତା ଦୀର୍ଘ ୫ ବର୍ଷ ଧରି ପ୍ରସାରିତ ହୋଇଥିଲା । ଦର୍ଶକ ଏହାକୁ ଖୁବ୍‌ ପ୍ରଶଂସା କରିଥିଲେ ।

ଏହାପରେ ୨୦୧୩ରେ ସେ କାଇ ପୋ ଛେ, ଏମ୍‌ଏସ୍‌ ଧୋନୀ ଦି ଅନ୍‌ ଟୋଲ୍ଡ ଷ୍ଟୋରୀ, କେଦାରନାଥ, ଡିଟେକ୍ଟିଭ୍ ବ୍ୟୋମକେଶ ବକ୍ସି ଭଳି ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି । ‘ଛିଛୋରେ’ ତାଙ୍କ ଦ୍ୱାରା ଅଭିନୀତ ଶେଷ ଫିଲ୍ମ ଯାହା ପରଦାକୁ ଆସିଥିଲା ଏବଂ ଦର୍ଶକଙ୍କ ମନ ଜିଣିଥିଲା ।

Chhichhore Box Office collections: Sushant Singh Rajput-Shraddha ...

ବୈତରଣୀ ସଂରକ୍ଷିତ ଜଙ୍ଗଲରୁ ୨ ହାତୀଙ୍କ ମୃତଦେହ ଠାବ

ଯୋଡ଼ା: ବିପଦରେ ଗଜରାଜ । ଜଙ୍ଗଲ ଧ୍ୱଂସ ହେବା ସହ ଯାଉଛି ହାତୀଙ୍କ ଜୀବନ । ଯୋଡ଼ା ବୈତରଣୀ ସଂରକ୍ଷିତ ଜଙ୍ଗଲରୁ ୨ ହାତୀଙ୍କ ମୃତଦେହ ମିଳିଛି । ଗୋଟିଏ ମାଈ ହାତୀ ହୋଇଥିବା ବେଳେ ଅନ୍ୟଟି ଅଣ୍ଡିରା ହାତୀ ବୋଲି ଜଣାପଡ଼ିଛି । ତେବେ, ହାତୀଙ୍କ ମୃତ୍ୟୁ ନେଇ କୌଣସି ସଠିକ୍ କାରଣ ଜଣାପଡ଼ିନାହିଁ ।

କେହି ଦୁର୍ବୃତ୍ତ ହାତୀଙ୍କୁ ହତ୍ୟା କରିବା ପରେ ଅଣ୍ଡିରା ହାତୀର ଦାନ୍ତକୁ କାଟି ନେଇଥିବା ସନ୍ଦେହ କରାଯାଇଛି । ଗତ ରାତିରେ ହାତୀ ଦ୍ୱୟଙ୍କୁ ହତ୍ୟା କରାଯାଇଥିବା ବନ ବିଭାଗ ଅନୁମାନ କରୁଛି । ଘଟଣାସ୍ଥଳରେ ପହଞ୍ଚି ବନ କର୍ମଚାରୀ ତଦନ୍ତ କରୁଛନ୍ତି ।

 

ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ସମେତ ୩ଜଣ ଗିରଫ

ଆନନ୍ଦପୁର: କରୋନା ପାଇଁ ସଭା ସମିତି, ଭୋଜିଭାତ ବନ୍ଦ । ହେଲେ, ନିୟମ ପ୍ରଣୟନକାରୀ ନେତା ଭାଙ୍ଗୁଛନ୍ତି ଆଇନ୍ । କୋଭିଡ୍ କଟକଣାକୁ ଭୁଲି ଭୋଜି କରୁଛନ୍ତି । ଖୋଲାଖୋଲି ନିୟମ ଭାଙ୍ଗିବା ସହିତ ରଖୁନାହାଁନ୍ତି ସାମାଜିକ ଦୂରତା । ଏଭଳି ଏମାନିଆ ନେତାଙ୍କୁ ଗିରଫ କରିଛି କେନ୍ଦୁଝର ପୋଲିସ । ପହିଲି ରଜରେ ପଦନା ଛକ ନିକଟ ପଡ଼ିଆରେ ଶତାଧିକ ଯୁବକ ଭୋଜି କରୁଥିଲେ । ଏନେଇ ଖବର ପାଇ ପୋଲିସ୍ ଚଢ଼ାଉ କରିଥିଲା ।ପୋଲିସକୁ ଦେଖି ଯିଏ ଯେମିତି ପାରିଲେ ଯୁଆଡ଼େ ଦୌଡ଼ି ପଳାଇଥିଲେ । ପୋଲିସ ହାତରେ ଧରା ପଡ଼ିଥିଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ । ଅକ୍ଷୟଙ୍କ ସମେତ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଆଇନ୍ ଅନୁଯାୟୀ ଗିରଫଙ୍କ ବିରୋଧରେ ପଦକ୍ଷେପ ନିଆଯିବ ବୋଲି ରାମଚନ୍ଦ୍ରପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଅମିର ଖାନଙ୍କ ଠାରୁ ଋଷି କପୁରଙ୍କ ସହ କାମ କରିଥିଲ ସୁଶାନ୍ତ ସିଂହ ରାଜପୁତ

ମୁମ୍ବାଇ: ୩୪ ବର୍ଷ ବୟସରେ ଜୀବନ ହାରିଛନ୍ତି ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ମୁମ୍ବାଇ ବାନ୍ଦ୍ରା ଘରେ ଆତ୍ମହତ୍ୟା କରିଛନ୍ତି ସେ । ୭ ବର୍ଷର ଫିଲ୍ମ କ୍ୟାରିଅରରେ ସେ ବଡ଼ ବଡ଼ କଳାକାରଙ୍କ ସହ କାମ କରିଛନ୍ତି । ଅମିର ଖାନ, ଅନୁଷ୍କା ଶର୍ମା, ପରିଣୀତି ଚୋପ୍ରା, ଋଷି କପୁର, ଦିଶା ପାଟନୀ, ଅନୁପମ କପୁର, ସାଲା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର, ଭୂମି ପେଡନେକର, ମନୋଜ ପାଜପେୟୀଙ୍କ ସମେତ ବହୁତ ବଡ଼ ବଡ଼ କଳାକାରଙ୍କ ସେ କାମ କରଛନ୍ତି ।

ପିକେରେ ଅମିର ଖାନଙ୍କ ସହିତ ଅଭିନୟ

୨୦୧୪ ମସିହାରେ ‘ପିକେ’ ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ, ଅମିର ଖାନ, ଅନୁଷ୍କା ଶର୍ମା, ବୋମନ ଇରାନୀ, ସଞ୍ଜୟ ଦତ୍ତଙ୍କ ସହ କାମ କରିଥିଲେ । ଫିଲ୍ମରେ ତାଙ୍କ ରୋଲ୍ ଛୋଟ ଥିଲେ ମଧ୍ୟ ପାକିସ୍ତାନୀ ଯୁବକ ଭାବେ ତାଙ୍କ ଅଭିନୟ ବେଶ୍ ହୃଦୟସ୍ପର୍ଶୀ ଥିଲା ।

୨୦୧୮ରେ ସାରା ଅଲ୍ଲୀ ଖାନଙ୍କ ‘କେଦାରନାଥ’ ଫିଲ୍ମରେ ପିଟ୍ଟୁ ଭୂମିକାରେ ନଜର ଆସିଥିଲେ । ଯାହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ୨୦୧୯ରେ ‘ଛିଛୋରେ’ରେ ସେ ଶ୍ରଦ୍ଧା କପୁରଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ୫ ସାଙ୍ଗଙ୍କ ଉପରେ ଗତିଶୀଳ କାହାଣୀ ‘ଛିଛୋରେ’କୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ । ଏହା ବାଦ୍ ସୁଶାନ୍ତ ଏମ୍.ଏସ୍ ଧୋନିଙ୍କ ବାୟୋପିକ୍ ‘ଏମ୍.ଏସ୍ ଧୋନି’- ଦି ଅନଟୋଲ୍ଡ ଷ୍ଟୋରୀରେ ଥିଲେ । ସୁଶାନ୍ତଙ୍କ ଜୀବନର ଏହା ପ୍ରଥମ ଫିଲ୍ମ ଯାହା ୧୦୦ କୋଟି ଟଙ୍କାର କାରବାର କରିଥିଲା ।

୭ ବର୍ଷର ଫିଲ୍ମ ଜୀବନରେ ସୁଶାନ୍ତ ସିଂହ ରାଜପୁତ ୧୧ଟି ଫିଲ୍ମରେ କାମ କରିଛନ୍ତି । ତାଙ୍କର ୧୨ ନମ୍ବର ଫିଲ୍ମ ‘ଦିଲ୍ ବେଚାରେ’ର ପଡକ୍ସନ ଏବେ ଜାରି ରହିଛି । ସେ ଚେତନ ଭଗତ, ବରୁଣ ଶର୍ମା, ପ୍ରତୀକ ବବ୍ବର, ଭୂମିକା ଚାୱଲା, ରାଜେଶ ଶର୍ମା, ନୀତୀଶ ଭରଦ୍ୱାଜ, ତାହିର ମସିନ, ଆଶୁତୋଷ ରାଣା, ରଣବୀର ଶୌରୀଙ୍କ ଭଳି ସାଥୀ କଳାକାରଙ୍କ ସହ କାମ କରିଛନ୍ତି ।

ସୁଶାନ୍ତଙ୍କ ଚରମ ନିଷ୍ପତ୍ତି: ସ୍ତବ୍ଧ ପ୍ରଶଂସକ ଓ ବଲିଉଡ୍ ଜଗତ

ପୂର୍ବତନ ମ୍ୟାନେଜରଙ୍କ ମୃତ୍ୟୁର ୬ ଦିନ ପରେ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା, ମୃତ୍ୟୁ ପଛର କାରଣ ନୁହେଁ ତ ଗୋଟିଏ !

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ବି-ଟାଉନରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏତେ କମ୍ ବୟସରେ ଆତ୍ମହତ୍ୟାର ବାଟ କାହିଁକି ବାଛିଲେ ସୁଶାନ୍ତ ? ୬ ଦିନ ତେଳେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ଶାଲିନୀ ମଧ୍ୟ ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସୁଶାନ୍ତଙ୍କ ସୁଇସାଇଡ୍ ସହିତ ଦିଶାଙ୍କ ଆତ୍ମହତ୍ୟାର କଣ ରହିଛି ସମ୍ପର୍କ ?

ବର୍ତ୍ତମାନ ଏହି ପ୍ରଶ୍ନର ଉତ୍ତର କାହାରି ପାଖରେ ନାହିଁ । କିନ୍ତୁ, ଦୁହିଁଙ୍କ ଆତ୍ମହତ୍ୟାର କାରଣ ଗୋଟିଏ ହୋଇ ଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଆଜିକୁ ଠିକ୍ ୬ ଦିନ ତଳେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ଶାଲିନୀ ଆତ୍ମହତ୍ୟା କରିଥିଲେ । ଆଉ ଏବେ ସୁଶାନ୍ତ ଆତ୍ମହତ୍ୟା କରିବା ରହସ୍ୟ ହୋଇ ଛିଡ଼ା ହୋଇଛି ।

କୁହାଯାଉଛି ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତ ଟିକିଏ ବିଚଳିତ ହୋଇ ପଡ଼ିଥିଲେ । ଇନଷ୍ଟାଗ୍ରାମରେ ଦୁଃଖ ପ୍ରକାଶ କରି ଲେଖିଥିଲେ ଏହା ଏକ ଖରାପ ଖବର । ଦିଶାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ଲେଖିଥିଲେ ।

ରବିବାର ସୁଶାନ୍ତ ସିଂହ ରାଜପୁର ମୁମ୍ବାଇ ବାନ୍ଦ୍ରା ବାସଭବନରେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ଚାକର ପୋଲିସକୁ ଏହି ସୂଚନା ଦେଇଥିଲେ । ତେବେ, ସୁଶାନ୍ତ କାହିଁକି ସୁଇସାଇଡ୍ କଲେ ତାର କାରଣ ଜଣାପଡ଼ିନାହିଁ । ପୋଲିସ ତଦନ୍ତ ଜାରି କରିଥିବା ବେଳେ କୌଣସି ସୁଇସାଇଡ୍ ନୋଟ୍ ଏବେ ଯାଏଁ ମିଳିନାହିଁ ।

ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଜୁନ୍ ୮ ତାରିଖ ରାତିରେ ମଲଡର ଏକ ୧୪ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ ।

ସୁଶାନ୍ତଙ୍କ ଚରମ ନିଷ୍ପତ୍ତି: ସ୍ତବ୍ଧ ପ୍ରଶଂସକ ଓ ବଲିଉଡ୍ ଜଗତ

ଫଟୋ ଖରାପ କରୁଛି ସ୍ମାର୍ଟ ଫୋନ୍‌: ଫଟୋଗ୍ରାଫର କହିଲେ କିଛି ଏଭଳି କାରଣ

କିଛି ଦିନ ପୂର୍ବେ ଆଣ୍ଡରୋଏଡ୍ ୟୁଜର ଗୋଟିଏ ଫଟୋକୁ ନେଇ ଅଭିଯୋଗ କରିଥିଲ । ଏହି ଫଟୋକୁ ଓ୍ୱାଲ୍‌ପେପର ସେଟ୍ କରିବା ପରେ ଫୋନ୍ କ୍ରାସ ହେଇଯାଉଛି । ଚିତ୍ରରେ ପାହାଡ, ନଦୀ ଏବଂ ବାଦଲର ଦୃଶ୍ୟ ରହିଛି । କିନ୍ତୁ କେହି ବୁଝି ପାରୁନଥିଲା ଏହା ଦ୍ୱାରା ଫୋନ୍‌ କାହିକି ଖରାପ ହେଉଛି । ତେବେ ଯେଉଁ ବ୍ୟକ୍ତି ଜଣଙ୍କ ଏହାର ଫଟୋ ଉଠାଇଥିଲେ ସେ ଏଭଳି ହେବାର କାରଣ ଦର୍ଶାଇଛନ୍ତି ।

https://twitter.com/HorsemanCrypto/status/1270630716066246656?ref_src=twsrctfwtwcamptweetembedtwterm1270630716066246656&ref_url=httpshindi.news18.comnewstechviral-wallpaper-scene-photo-crashing-android-phone-photographer-tells-the-reason-3150622.html

ଫଟୋଟିକୁ ଓ୍ୱାଲପେପର ସେଟ୍ କରିବା ପରେ ଫଟୋଟି ଆପେଆପେ ବାରମ୍ୱାର ଅନ୍‌ ଏବଂ ଅଫ୍‌ ହେଉଛି । ବିଶେଷ କରି ଗୁଗୁଲ ପିକ୍ସଲ ଓ ସାମସଙ୍ଗ ଫୋନ୍‌ରେ ଏଭଳି ଅସୁବିଧା ଦେଖିବାକୁ ମିଳିଛି ।  ଏନେଇ ଫଟୋଗ୍ରାଫର ଗୌରବ ଅଗ୍ରଓ୍ୱାଲ ସୂଚନା ଦେଇ କହିଛନ୍ତି ଯେ, ୨୦୧୯ରେ ଗ୍ୱାଲିୟର ନ୍ୟାସନାଲ ପାର୍କ ଓ ସେଣ୍ଟ ମ୍ୟାରୀ ଲେକ୍‌ଠାରେ ଏହି ସବୁ ଫଟୋ ଉଠାଯାଇଥିଲା ।

ଏହା ପରେ ସେ ଏହି ଫଟୋଗୁଡ଼ିକୁ ଲାଇଟ୍‌ରୁମ୍‌ରେ ଏଡିଟ୍ କରିଥିଲେ ଓ ପରେ ଫ୍ଳିକର୍‌ରେ ଅପଲୋଡ୍‌ କରିଥିଲେ । ସେ କେବେ ଅନ୍ଦାଜ କରିନଥିଲେ ଯେ, ଫଟୋ ଲୋକଙ୍କ ମୋବାଇଲ ଖରାପ କରିବ ।

https://twitter.com/Lokioddin0x/status/1269646833988624384?ref_src=twsrctfwtwcamptweetembedtwterm1269646833988624384&ref_url=httpshindi.news18.comnewstechviral-wallpaper-scene-photo-crashing-android-phone-photographer-tells-the-reason-3150622.html

ମିଳିଥିବା ସୂଚନା ମୁତାବକ ଲାଇଟରୁମ୍‌ରେ ଫଟୋ ଏଡିଟ କରିବା ପୂର୍ବରୁ କଲର ମୋଡ୍‌ ଚେଞ୍ଜ କରିବାକୁ ପଡ଼ିଥାଏ । ଏବଂ ଯେଉଁ ମୋଡରେ ଅଗ୍ରଓ୍ୱାଲ ସିଲେକ୍ୱ କରିଥିଲେ ବୋଧହୁଏ ତାହା ଆଣ୍ଡରୋଏଡ୍‌ ଫୋନ୍‌କୁ ସପୋର୍ଟ କରୋ ନାହିଁ । ତେବେ ତାଙ୍କ ପାଖରେ ଆଇ ଫୋନ୍‌ ଥିବାରୁ ତାଙ୍କ ଫୋନ୍‌ରେ ସପୋର୍ଟ କରିଥିଲା

ସୁଶାନ୍ତ କ୍ୟାରିୟରର ପିକ୍‌ ପଏଣ୍ଟରେ ଥିଲେ, ସେ କେବେ ବି ଆତ୍ମହତ୍ୟା କରିପାରିବେନି ! ମୃତ୍ୟୁ ପଛରେ ଚକ୍ରାନ୍ତ…

ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି । ତାଙ୍କୁ ହତ୍ୟା କରାଯାଇଛି ! ସୁଶାନ୍ତ ହେଉଛନ୍ତି ବିହାର ମାଟିର ପୁଅ । ସେ ଜଣେ ବୀର‌ । ସେ ଭୀରୁ ନୁହେଁ ଯେ ଆତ୍ମହତ୍ୟା କରିବେ । ଏକଥା ଆମେ କହୁ ନାହୁଁ ଏକଥା, ଦୁଃଖରେ ମ୍ରିୟମାଣ ହୋଇ କହିଛନ୍ତି ସୁଶାନ୍ତଙ୍କ ଜଣେ ଦୂର ସମ୍ପର୍କୀୟ ମାମୁଁ । ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ତାଙ୍କ ମାମୁଁ ଅଭିଯୋଗ କରିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି । ସେ ସିଧା ସଳଖ କହିଛନ୍ତି ସୁଶାନ୍ତ କେବେ ବି ଆତ୍ମହତ୍ୟା କରିପାରିବନି । ଏହା ପଛରେ କିଛି ନା କିଛି ଚକ୍ରାନ୍ତ ରହିଛି ।

ରବିବାର ସୁଶାନ୍ତଙ୍କ ମୃତ୍ୟୁରେ ସାରା ବଲିଉଡ୍‌ ସ୍ତବ୍ଧ ହୋଇଯାଇଛି । ସୁଶାନ୍ତ ନିଜ ମୁମ୍ବାଇ ସ୍ଥିତ ବାସଭବନରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପ୍ରଥମେ ଏନେଇ ତାଙ୍କ ଘରର ଚାକର ଜାଣିବା ପରେ ସେ ପୋଲିସକୁ ସୂଚନା ଦେଇଥିଲା, ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରିଥିଲା । ସୁଶାନ୍ତଙ୍କ ବେକରେ ରଶି ଲାଗିଥିବା ଦାଗ ରହିଛି ।

ତେବେ ସୁଶାନ୍ତଙ୍କ ମାମୁଁ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ମ୍ୟାନେଜରକୁ ମଧ୍ୟ ଚକ୍ରାନ୍ତ କରି ହତ୍ୟା କରାଯାଇଥିଲା । ଏହି ଘଟଣା ପରେ ଆଜି ସୁଶାନ୍ତଙ୍କ ମୃତ୍ୟୁ ପଛରେ ମଧ୍ୟ କିଛି ନା କିଛି ଚକ୍ରାନ୍ତ ଥିବା ସେ ସନ୍ଦେହ କରୁଛନ୍ତି ଏବଂ ଏହାର ତଦନ୍ତ ଦାବି କରିଛନ୍ତି ।

ମୃତ୍ୟୁ ବେଳକୁ ସୁଶାନ୍ତୁଙ୍କୁ ୩୪ ବର୍ଷ ବୟସ ହୋଇଥିଲା । ସେ ତାଙ୍କ ଅଭିନୟ କ୍ୟାରିୟରରେ ଅନେକ ସୁପରହିଟ୍‌ ଫିଲ୍ମ ଲୋକଙ୍କୁ ଦେଇଛନ୍ତି । ଖୁବ୍‌ କମ୍‌ ବୟସରେ ସେ ତାଙ୍କ କ୍ୟାରିୟରରେ ସଫଳତା ମଧ୍ୟ ପାଇଥିଲେ । ଭଲ ଅଭିନେତା ସାଙ୍ଗକୁ ସେ ଜଣେ ଭଲ ଛାତ୍ର ମଧ୍ୟ ଥିଲେ । ପାଠ ପଢ଼ାରେ ସେ ବେଶ ପୁରଷ୍କାର ମଧ୍ୟ ପାଇଛନ୍ତି ।

ସୁଶାନ୍ତଙ୍କ ପ୍ରଥମ ବଲିଉଡ୍‌ ଫିଲ୍ମ ‘କାଇ ପୋ ଚେ’ ଥିଲା । ଏହି ଫିଲ୍ମ ଦର୍ଶକଙ୍କୁ ବେଶ୍‌ ଭଲ ଲାଗିଥିଲା । ପରେ ସୁଶାନ୍ତଙ୍କ ପିକେ, ସୁଦ୍ଧ ଦେଶୀ ରୋମାନ୍ସ ଭଳି ଫିଲ୍ମ ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା । ତାଙ୍କର ଶେଷ ଫିଲ୍ମ ଛିଛୋରେ ଥିଲା ।

ବ୍ୟାକଗ୍ରାଉଣ୍ଡ ଡ୍ୟାନସରରୁ ବଲିଉଡର ଧୋନି, ଏମିତି ଥିଲା ସୁଶାନ୍ତ ସିଂହ ରାଜପୁତଙ୍କ କ୍ୟାରିଅର

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଛନ୍ତି । ସୁଶାନ୍ତଙ୍କ ସୁଇସାଇଡ ପରେ ଶୋକରେ ଡୁବି ରହିଛି ପୂରା ବି-ଟାଉନ୍ । ଛୋଟ ପରଦାରୁ ଅଭିନୟ ଜୀବନ ଆରମ୍ଭ କରିଥିବା ସୁଶାନ୍ତ ବଡ଼ ପରଦାରେ ମହେନ୍ଦ୍ର ସିଂହ ଧୋନିଙ୍କ ବାୟୋପିକ୍ ଫିଲ୍ମ ଏମ୍.ଏସ୍. ଧୋନି- ଦି ଅନଟୋଲ୍ଡ ଷ୍ଟୋରୀ ଖୁବ୍ ଧମାଲ କରିଥିଲା ।

ଛୋଟ ପରଦାରୁ କେମିତି ଥିଲା କ୍ୟାରିଅର ?

ଟିଭିରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ସୁଶାନ୍ତ । କିନ୍ତୁ, ଅଳ୍ପ କିଛି ଲୋକଙ୍କୁ ଜଣାଥିବ ସେ ପ୍ରଥମେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଥିଲେ । ସେ ୨୦୦୮ ମସିହାରେ ଷ୍ଟାର ପ୍ଲସରେ ପ୍ରସାରିତ ‘ଦେଶ ମେଁ ହେ ମେରା ଦିଲ୍’ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା କ୍ୟାରିୟର । ୨୦୧୦ରେ ଟିଭି ରିଏଲିଟି ସୋ ‘ଜରା ନଚକେ ଦିଖା’ରେ ସେ ନଜର ଆସିଥିଲେ । ପରେ ଟିଭି ସୋ ‘ଝଲକ ଦିଖଲା ଜା’ର ଚତୁର୍ଥ ସିଜିନରେ ନଜର ଆସିଥିଲେ ସୁଶାନ୍ତ । ଛୋଟ ପରଦାରେ ସୁଶାନ୍ତଙ୍କ ସବୁଠୁ ଚର୍ଚ୍ଚିତ ଥିଲା ଏକତା କପୁରଙ୍କ ସହ ଅଭିନୟ କରୁଥିବା ସୋ ‘ପବିତ୍ର ରିସ୍ତା’ ।

ବଡ଼ ପରଦାରେ ଯାତ୍ରା 

୨୦୧୩ ମସିହାରେ ବଡ଼ ପରଦାରେ ଏଣ୍ଟ୍ରି ମାରିଥିଲେ ସୁଶାନ୍ତ ସିଂହ ରାଜପୁତ । ‘କୋଇ ପୋ ଚେ!’ରୁ ଆରମ୍ଭ ହୋଇଥିଲେ ରୂପେଲି ପରଦାର ସଫର । ପରେ ଶୁଦ୍ଧ ଦେଶୀ ରୋମାନ୍ସ ଫିଲ୍ମରେ ସେ ନଜର ଆସିଥିଲେ । ୨୦୧୪ରେ ଆମିର ଖାନଙ୍କ ଷ୍ଟାର ଫିଲ୍ମ ପିକେର ଅନୁଷ୍କାଙ୍କ ଲଭର ଭୂମିକାରେ ଥିଲେ ସୁଶାନ୍ତ । ୨୦୧୫ରେ ରିଲିଜ୍ ହୋଇଥିବା ଡିଟେକ୍ଟିଭ୍ ବ୍ୟୋମକେଶ ବକ୍ସିରେ ସେ କରିଥିଲେ ଦମଦାର ଅଭିନୟ ।

୨୦୧୬ରେ ମୁକ୍ତିଲାଭ କରିଥିବା ବାୟୋପିକ ଫିଲ୍ମ ଏମ୍.ଏସ୍. ଧୋନି- ଦି ଅଲଟୋଲ୍ଡ ଷ୍ଟୋରୀରେ ବେଶୀ ଲୋକପ୍ରିୟତା ଅର୍ଜନ କରିଥିଲେ । ଭାରତୀୟ କ୍ରିକେଟ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବାୟୋପିକ୍ ପାଇଁ ବେଶ୍ ପ୍ରଶଂସିତ ହୋଇଥିଲେ ସୁଶାନ୍ତ । ସେ ରାୱତା, ୱେଲକମ୍ ଟୁ ନ୍ୟୁୟର୍କ, କେଦାରନାଥ, ସୋନଚିଡ଼ିୟା, ଓ ଛିଛୋର ଫିଲ୍ମରେ ଦର୍ଶକଙ୍କ ମନ ଜିଣିଥିଲେ ।

ପୂର୍ବରୁ ରିଲିଜ୍ ହୋଇଥିବା ସୁଶାନ୍ତ ସିଂହ ରାଜପୁତଙ୍କ ଅଭୀନିତ ଫିଲ୍ମ ‘ଡ୍ରାଇବ୍’କୁ ଭଲ ରେସପନ୍ସ ମିଳିନଥିଲା । ‘ଦିଲ୍ ବେଚାରା’ ଫିଲ୍ମ ଏବେ ରିଲିଜ୍ ଅପେକ୍ଷାରେ ଅଛି । ସୁଶାନ୍ତଙ୍କ କ୍ୟାରିୟର ବେଶ୍ ଭଲ ଥିବାବେଳେ ତାଙ୍କୁ ଅନେକ ଆୱାର୍ଡ ମଧ୍ୟ ମିଳିଛି । ଇଣ୍ଡିଆନ୍ ଟେଲିଭିଜନ୍ ଏକାଡେମୀ ଆୱାର୍ଡ, ବିଗ୍ ଷ୍ଟାର ଏଣ୍ଟରଟେନମେଣ୍ଟ ଆୱାର୍ଡ, କଳାକାର ଆୱାର୍ଡ ଓ ସ୍କ୍ରିନ୍ ଆୱାର୍ଡ ତାଙ୍କୁ ମିଳିଛି ।

ସୁଶାନ୍ତଙ୍କ ଚରମ ନିଷ୍ପତ୍ତି: ସ୍ତବ୍ଧ ପ୍ରଶଂସକ ଓ ବଲିଉଡ୍ ଜଗତ

ଶେଷ ପୋଷ୍ଟରେ କଣ ଲେଖିଥିଲେ ସୁଶାନ୍ତ ସିଂହ ରାଜପୁତ ?

ମୁମ୍ବାଇ: ମହେନ୍ଦ୍ର ସିଂହ ଧୋନିଙ୍କ ବାୟୋପିକ, କାଇ ପୋ ଚେ! ପରି ହିଟ୍ ଫିଲ୍ମରେ ଲିଡ୍ ରୋଲରେ ଅଭିନୟ କରିଥିବା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଛନ୍ତି । ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ସେ ଅବସାଦ ଯୋଗୁଁ ଜୀବନ ହାରୁଥିବା କୁହାଯାଉଛି । ତେବେ, ଏହି କଥାରେ କେତ ସତ୍ୟତା ଅଛି ତାହା ଜଣାପଡ଼ିନାହିଁ । ଆତ୍ମହତ୍ୟାର ୧୧ ଦିନ ପୂର୍ବରୁ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସୁଶାନ୍ତ ସିଂହ ରାଜପୁତ ଶେଷ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ମାଆଙ୍କୁ ମନେ ପକାଇଥିଲେ ।

https://www.instagram.com/p/CA-S3cIDWOx/

ଜୁନ୍ ୩ ତାରିଖରେ ସୁଶାନ୍ତ ସିଂହ ରାଜପୁତ ନିଜ ସହ ମାଆଙ୍କ ଫଟୋ ସେୟାର୍ କରିଥିଲେ । ଯେଉଁଥିରେ ଲେଖିଥିଲେ ‘ଅସ୍ପଷ୍ଟ ଅତୀତ ଆଖିରୁ ଲୁହ ଗାଏବ ହେଉଛି । ପୂରଣ ହୋଇନଥିବା ସ୍ୱପ୍ନରୁ ଖୁସି ଆସୁଛି । ଖୁବଶୀଘ୍ର ସରି ଯାଉଥିବା ଜୀବନ ଦୁହିଁଙ୍କ ଭିତରେ ବୁଝାମଣା କରୁଛି ମାଆ ।’

ମହାମାରୀ କରୋନା ଭାଇରସ୍ ପାଇଁ ଅଧିକାଂଶ ଅଭିନେତା, ଅଭିନେତ୍ରୀ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ଅଛନ୍ତି । ତେବେ, ଜୁନ୍ ୩ ଅର୍ଥାତ୍ ଶେଷ ପୋଷ୍ଟ ପରେ ସୁଶାନ୍ତଙ୍କୁ ଆଉ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ଦେଖିବାକୁ ମିଳୁନଥିଲା । ସେ କୌଣସି ପୋଷ୍ଟ ବି କରିନଥିଲେ ।  ତେବେ, ସେ ଆଜି ମୁମ୍ବାଇ ସ୍ଥିତ ବାନ୍ଦ୍ରା ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ସୁଶାନ୍ତଙ୍କ ଚରମ ନିଷ୍ପତ୍ତି: ସ୍ତବ୍ଧ ପ୍ରଶଂସକ ଓ ବଲିଉଡ୍ ଜଗତ

 

ସୁଶାନ୍ତଙ୍କ ଚରମ ନିଷ୍ପତ୍ତି: ସ୍ତବ୍ଧ ପ୍ରଶଂସକ ଓ ବଲିଉଡ୍ ଜଗତ

ମୁମ୍ୱାଇ: ନିଜ ସିନେମା ‘ଛିଛୋରେ’ ଜରିଆରେ ଆତ୍ମହତ୍ୟା ସମାଧାନର ବାଟ ନୁହେଁ, ଜୀବନର ପ୍ରତିଟି ପରିସ୍ଥିତିରେ ସଂଘର୍ଷ କରିବାକୁ ପଡ଼ିଥାଏ ବୋଲି ଅନ୍ୟଙ୍କୁ ଶିଖାଇଥିଲେ ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ । କିନ୍ତୁ ସେ ଆଜି ନିଜେ ନିଜ ଜୀବନ ପ୍ରତି ବିତସ୍ପୃତ ହୋଇ ଆତ୍ମହତ୍ୟା କରିଛନ୍ତି । ବନ୍ଦ୍ରା ସ୍ଥିତି ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସୁଶାନ୍ତ । ତାଙ୍କର ଏଭଳି ଚରମ ନିଷ୍ପତ୍ତି ପରେ ସ୍ତବ୍ଧ ପ୍ରଶଂସକ ଓ ପୂରା ବଲିଉଡ୍‌ ଜଗତ । ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ତାଙ୍କ ଘରେ ତନାଘନା ଚଳାଇଛି ମୁମ୍ୱାଇ ପୋଲିସ । ଫୋନ୍‌ କରି ପୋଲିସକୁ ସୂଚନା ଦେଇଛନ୍ତି ସୁଶାନ୍ତଙ୍କ ଚାକର ।

Image

ସୂଚନା ଯୋଗ୍ୟ ଯେ, ପୂର୍ବରୁ ସୁଶାନ୍ତଙ୍କ ମ୍ୟାନେଜର ଦିଶା ସାଲିଆନ୍‌ ମଧ୍ୟ ଆତ୍ମହତ୍ୟା କରିଥିଲେ । ମ୍ୟାନେଜରଙ୍କ ଆତ୍ମହତ୍ୟା ପରଠାରୁ ସେ ମାନସିକ ଆଶାନ୍ତି ଦେଇ ଗତି କରୁଥିଲେ । ଏହା ମଧ୍ୟ ତାଙ୍କ ଆତ୍ମହତ୍ୟାର କାରଣ ହୋଇପାରେ ବୋଲି କୁହାଯାଉଛି ।

Sushant Singh Rajput's ex-manager Disha Salian dies at 28. Unreal ...

୨୧ ଜାନୁଆରୀ ୧୯୮୬ ମସିହାରେ ଜନ୍ମିତ ଏହି ଷ୍ଟାର ଜଣଙ୍କ ଟେଲି ଧାରାବାହିକ କିସ୍‌ ଦେଶ ମେ ହେ ମେରା ଦିଲ୍‌ରୁ ନିଜ କ୍ୟାରିୟର୍‌ର ଆରମ୍ଭ କରିଥିଲେ । ଲୋକପ୍ରିୟ ଟେଲି ଧାରାବାହିକ ପବିତ୍ର ରିସ୍ତା ତାଙ୍କୁ ଦର୍ଶକଙ୍କୁ ଖୁବ୍‌ ନିକଟତର କରିଥିଲା । ଏହାପରେ ସେ ବଲିଉଡ୍‌ ଆରମ୍ଭ କରିଥିଲେ ନିଜ କ୍ୟାରିୟର୍‌ ।

Pavitra Rishta' to go off air soon | Avenue Mail

କାଇ ପୋ ଛେ ଜରିଆରେ ସେ ବଲିଉଡ଼୍‌ରେ ପାଦ ଥାପିଥିଲେ । ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଏମ୍‌ଏସ୍‌ ଧୋନୀ ଦି ଅନ୍‌ ଟେଲ୍ଡ ଷ୍ଟୋରୀରେ ତାଙ୍କ ନିଖୁଣ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଥିଲେ । ୨୦୧୮ରେ ତାଙ୍କ ଦ୍ୱାରା ଅଭିନୀତ କେଦାରନାଥ ଚଳଚ୍ଚିତ୍ର ମଧ୍ୟ ବ୍ୟବସାୟୀକ ଦୃଷ୍ଟିକୋଣରୁ ଭଲ ସଫଳତା ହାସଲ କରିଥିଲା ।

ତାଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ତାଙ୍କ ବିୟୋଗ ପରେ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ସହ ବିତାଇଥିବା କିଛି ମୁହୂର୍ତ୍ତ ମଧ୍ୟ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି । ବରିଷ୍ଠ ଆଇପିଏସ୍‌ ଅମିତାଭ୍‌ ଠାକୁର ମଧ୍ୟ ତାଙ୍କ ସହ ଏକ ଫଟୋ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି ।