ବେଜିଂ: ଚାଇନାରେ ଜାଣିଶୁଣି ଦୁର୍ଘଟଣା ଭିଆଇଛନ୍ତି ଜଣେ ଡ୍ରାଇଭର । ସରକାରଙ୍କ ପକ୍ଷରୁ ଜାରି ଘର ଭାଙ୍ଗିବା କାର୍ଯ୍ୟରେ କ୍ରୋଧିତ ହୋଇ ସେ ଏଭଳି କରିଛନ୍ତି । ଏହି ଦୁର୍ଘଟଣାରେ ୨୧ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ପୋଲିସର କହିବାନୁଯାୟୀ ଡ୍ରାଇଭର ଜଣଙ୍କ ପାଞ୍ଚ ଲେନ୍ ବିଶିଷ୍ଟ ରାସ୍ତା ପାର ହେଉଥିବା ବେଳେ ବସ୍ଟି ପୋଖରୀକୁ ଖସିପଡ଼ିଥିଲା ।
![]()
ମୃତକଙ୍କ ମଧ୍ୟରେ ଡ୍ରାଇଭର ଏବଂ ଶିଶୁ
ଚୀନ୍ର ଗଣମାଧ୍ୟମ ଚାଇନା ସେଣ୍ଟ୍ରାଲ ଟେଲିଭିଜନ (ସିସିଟିଭି) ଅନୁଯାୟୀ ଏହି ବସ୍ରେ 12 ଜଣ ଛାତ୍ର ଥିଲେ, ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଛାତ୍ରମାନେ କଲେଜ ପ୍ରାବେଶିକା ପରୀକ୍ଷାରେ ଭାଗ ନେବାକୁ ଯାଉଥିଲେ । କୁହାଯାଉଛି ଯେ ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ଦୁର୍ଘଟଣା ଦିନ ସରକାର ଭାଙ୍ଗିଥିଲେ ଘର
ପୋଲିସର ସୂଚନାନୁସାରେ, ଝାଙ୍ଗ ନାମକ ଡ୍ରାଇଭର ନିଜ ଜୀବନରେ ଅସନ୍ତୁଷ୍ଟ ଥିଲେ ଏବଂ ସେହି ଦିନ ତାଙ୍କ ଭଡ଼ା ଘର ମଧ୍ୟ ସ୍ଥାନୀୟ ପ୍ରଶାସନ ଦ୍ୱାରା ଭାଙ୍ଗିଦିଆଯାଇଥିଲା। ଭୂମିହୀନ ହୋଇ ସେ ମାନସିକ ସ୍ତରରେ ବିଚଳିତ ହୋଇଥିଲେ। ଚାଇନା ଡେଲି ଅନୁଯାୟୀ, ଟାଉନ ପୁନଃ ନିର୍ମାଣ ପ୍ରକଳ୍ପ ଅଧୀନରେ ଝାଙ୍ଗଙ୍କ ଘର ଭାଙ୍ଗି ଦିଆଯାଇଥିଲା। ଏହା ପରେ ସେ, କ୍ଷତିପୂରଣ ଏବଂ ଏକ ନୂତନ ଗୃହ ପାଇଁ ମଧ୍ୟ ଆବେଦନ କରିଥିଲେ। ଯେତେବେଳେ ସରକାର ତାଙ୍କୁ ଘର ପାଇଁ 10360 ଡଲାର ପ୍ରଦାନ କରାଯାଉଥିଲେ ସୁଦ୍ଧା ସେ ଏଥିଲାଗି ଆବେଦନ କରିନଥିଲେ । ଏବଂ ଘର ନେବା ପାଇଁ କରିଥିବା ଆବେଦନ ମଧ୍ୟ ପ୍ରତ୍ୟାହାର କରିନେଇଥିଲେ।
ବସ୍ ଚଲାଇବା ପୂର୍ବରୁ କିଣିଥିଲା ମଦ
ସୂଚନା ମୁତାବକ ସାଧାରଣତଃ ଦ୍ୱିପ୍ରହରରେ ଡ୍ରାଇଭର ଜଣଙ୍କ ନିଜ ସିଫ୍ୱ ଆରମ୍ଭ କରିଥାଏ । କିନ୍ତୁ ଦୁର୍ଘଟଣା ଦିନ ସକାଳ ୯ଟାରୁ କାମ ଆରମ୍ଭ କରିଦେଇଥିଲା । ଡ୍ରାଇଭର ଜଣଙ୍କ ସକାଳ ୯ଟାରେ ନିଜ ସିଫ୍ଟ ଆରମ୍ଭ ହେବା ପୂର୍ବରୁ ମଦ କିଣିଥିଲେ । ଏବଂ ଏକ ପ୍ଳାଷ୍ଟିକ୍ ବୋତ୍ଲରେ ଭରି ପିଇଥିଲା । ଏଥି ଯୋଗୁଁ କାହାକୁ ସନ୍ଦେହ ହୋଇନଥିଲା ।




ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା, କନ୍ଧମାଳ ଡେପୁଟି କଲେକ୍ଟର ଓ ଲହୁଣୀପଡ଼ା ତହସିଲଦାରଙ୍କୁ ଗଂଜାମ ପଠାଯାଇଛି । ସେପଟେ ଗଞ୍ଜାମକୁ ଗଲା ଆଡଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ । ପୁରୀରୁ ଏହି ଆମ୍ବୁଲାନ୍ସକୁ ଗଞ୍ଜାମ ପଠାଯାଇଛି ।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ । ବର୍ଷାକୁ ଦୃଷ୍ଟିରେ ରଖି ୧୫ ତାରିଖରେ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୬ ତାରିଖରେ ୧୦ଟି ଜିଲ୍ଲା, ୧୭ ତାରିଖରେ ୭ଟି ଜିଲ୍ଲା ଏବଂ ୧୮ ତାରିଖରେ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।






ରାଜ୍ୟ ରାଜସ୍ୱ ଟିକସ ବାବଦରେ ହ୍ରାସ ପାଇଥିଲେ ମଧ୍ୟ ଏହି ଖଣି ନିଲାମ ପ୍ରକ୍ରିୟା ଯୋଗୁଁ ଅଣଟିକସ ବାବଦରେ ୪% ରାଜସ୍ୱ ବୃଦ୍ଧି ପାଇଛି । ଖଣି ନିଲାମ ପ୍ରକ୍ରିୟାକୁ ସଫଳ କରିବା ଦିଗରେ ପୂର୍ବତନ ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତିଙ୍କ ଉଲ୍ଲେଖନୀୟ ଭୂମିକା ଥିବାରୁ ସରକାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ତାଙ୍କୁ ଖଣି ବିଭାଗର ଓଏସ୍ଡି ଭାବରେ ପୁନଃ ନିଯୁକ୍ତ କରିଛନ୍ତି ।

କରୋନାର କଳା ବାଦଲରେ ଢାଙ୍କି ହୋଇ ଯାଇଛି ପୁରା କଳାକାର ପରିବାର । ଯାତ୍ରାର ଯାତ୍ରା ଅଟକିବା ସହ ପେଟପାଟଣାରେ ତାଲା ପଡ଼ିଛି । ବାଲେଶ୍ୱର ଜିଲ୍ଲା ବାଗୁଡି଼ ଗାଁର ସୁବାଷ କୁମାର ଜେନା । ବାଘା ଯତିନ୍ ଗଣନାଟ୍ୟରେ କଳାକାର ତଥା ଉପସ୍ଥାପକ ଭାବେ ଦୀର୍ଘ ଦିନ ହେଲା ଦାୟିତ୍ୱ ଭାର ସମ୍ଭାଳୁଛନ୍ତି ।

