ଅମିର ଖାନଙ୍କ ଠାରୁ ଋଷି କପୁରଙ୍କ ସହ କାମ କରିଥିଲ ସୁଶାନ୍ତ ସିଂହ ରାଜପୁତ

1 min read

ମୁମ୍ବାଇ: ୩୪ ବର୍ଷ ବୟସରେ ଜୀବନ ହାରିଛନ୍ତି ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ମୁମ୍ବାଇ ବାନ୍ଦ୍ରା ଘରେ ଆତ୍ମହତ୍ୟା କରିଛନ୍ତି ସେ । ୭ ବର୍ଷର ଫିଲ୍ମ କ୍ୟାରିଅରରେ ସେ ବଡ଼ ବଡ଼ କଳାକାରଙ୍କ ସହ କାମ କରିଛନ୍ତି । ଅମିର ଖାନ, ଅନୁଷ୍କା ଶର୍ମା, ପରିଣୀତି ଚୋପ୍ରା, ଋଷି କପୁର, ଦିଶା ପାଟନୀ, ଅନୁପମ କପୁର, ସାଲା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର, ଭୂମି ପେଡନେକର, ମନୋଜ ପାଜପେୟୀଙ୍କ ସମେତ ବହୁତ ବଡ଼ ବଡ଼ କଳାକାରଙ୍କ ସେ କାମ କରଛନ୍ତି ।

ପିକେରେ ଅମିର ଖାନଙ୍କ ସହିତ ଅଭିନୟ

୨୦୧୪ ମସିହାରେ ‘ପିକେ’ ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ, ଅମିର ଖାନ, ଅନୁଷ୍କା ଶର୍ମା, ବୋମନ ଇରାନୀ, ସଞ୍ଜୟ ଦତ୍ତଙ୍କ ସହ କାମ କରିଥିଲେ । ଫିଲ୍ମରେ ତାଙ୍କ ରୋଲ୍ ଛୋଟ ଥିଲେ ମଧ୍ୟ ପାକିସ୍ତାନୀ ଯୁବକ ଭାବେ ତାଙ୍କ ଅଭିନୟ ବେଶ୍ ହୃଦୟସ୍ପର୍ଶୀ ଥିଲା ।

୨୦୧୮ରେ ସାରା ଅଲ୍ଲୀ ଖାନଙ୍କ ‘କେଦାରନାଥ’ ଫିଲ୍ମରେ ପିଟ୍ଟୁ ଭୂମିକାରେ ନଜର ଆସିଥିଲେ । ଯାହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ୨୦୧୯ରେ ‘ଛିଛୋରେ’ରେ ସେ ଶ୍ରଦ୍ଧା କପୁରଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ୫ ସାଙ୍ଗଙ୍କ ଉପରେ ଗତିଶୀଳ କାହାଣୀ ‘ଛିଛୋରେ’କୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ । ଏହା ବାଦ୍ ସୁଶାନ୍ତ ଏମ୍.ଏସ୍ ଧୋନିଙ୍କ ବାୟୋପିକ୍ ‘ଏମ୍.ଏସ୍ ଧୋନି’- ଦି ଅନଟୋଲ୍ଡ ଷ୍ଟୋରୀରେ ଥିଲେ । ସୁଶାନ୍ତଙ୍କ ଜୀବନର ଏହା ପ୍ରଥମ ଫିଲ୍ମ ଯାହା ୧୦୦ କୋଟି ଟଙ୍କାର କାରବାର କରିଥିଲା ।

୭ ବର୍ଷର ଫିଲ୍ମ ଜୀବନରେ ସୁଶାନ୍ତ ସିଂହ ରାଜପୁତ ୧୧ଟି ଫିଲ୍ମରେ କାମ କରିଛନ୍ତି । ତାଙ୍କର ୧୨ ନମ୍ବର ଫିଲ୍ମ ‘ଦିଲ୍ ବେଚାରେ’ର ପଡକ୍ସନ ଏବେ ଜାରି ରହିଛି । ସେ ଚେତନ ଭଗତ, ବରୁଣ ଶର୍ମା, ପ୍ରତୀକ ବବ୍ବର, ଭୂମିକା ଚାୱଲା, ରାଜେଶ ଶର୍ମା, ନୀତୀଶ ଭରଦ୍ୱାଜ, ତାହିର ମସିନ, ଆଶୁତୋଷ ରାଣା, ରଣବୀର ଶୌରୀଙ୍କ ଭଳି ସାଥୀ କଳାକାରଙ୍କ ସହ କାମ କରିଛନ୍ତି ।

ସୁଶାନ୍ତଙ୍କ ଚରମ ନିଷ୍ପତ୍ତି: ସ୍ତବ୍ଧ ପ୍ରଶଂସକ ଓ ବଲିଉଡ୍ ଜଗତ

Leave a Reply